୧୫ ଫୁଟ ଖାଲରୁ ଭାଲୁ ଉଦ୍ଧାର

ଝରିଗାଁ,୨୬ା୧୨(ସ୍ବ.ପ୍ର): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତ କାଦମଲ୍ଲୀ ଗ୍ରାମର ଏକ ଚାଷ ଜମିରେ ଖୋଳା ଯାଇଥିବା ୧୫ଫୁଟ ଖାଲରୁ ଏକ ଭାଲୁକୁ ବୁଧବାର ବନବିଭାଗ ଉଦ୍ଧାର କରିଛି। କାଦମଲ୍ଲୀ ଗ୍ରାମର ଅରକ୍ଷିତ ମାଝି ନିଜ ଚାଷଜମିରେ ପାଣି ପାଇଁ କିଛି ଦିନ ତଳେ ଏକ ଗାତ ଖୋଳିଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ସେହି ଖାଲରେ ଗୋଟିଏ ଭାଲୁ ପଡିଯାଇଥିଲା। ବୁଧବାର ସକାଳୁ କୌଣସି ବନ୍ୟଜନ୍ତୁ ଜମିରେ ଗର୍ଜନ କରୁଥିବା ଅରକ୍ଷିତ ଶୁଣିବାକୁ ପାଇଥିଲେ। ଜମିରେ ଖୋଳିଥିବା ଖାଲରେ ଭାଲୁ ପଡିଥିବା ସେ ଦେଖିଥିଲେ। ଗ୍ରାମବାସୀଙ୍କ ସହାୟତାରେ ଝରିଗାଁ ବନ ବିଭାଗକୁ ଏ ସମ୍ପର୍କରେ ଜଣାଇଥିଲେ। ଖବରପାଇ ରେଞ୍ଜର ମୁକୁନ୍ଦ ଦିଶାରୀ, ଫରେଷ୍ଟର ହରେଲାଲ ନିଆଲ, ଚନ୍ଦ୍ରଧ୍ୱଜ ଲାମତା, ରାଜୁ ମଣ୍ଡଳ ପ୍ରମୁଖ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥଲେ। ଏହାପରେ ଜିଲା ବନ ବିଭାଗକୁ ଜଣାଇବା ପରେ ପାପଡାହାଣ୍ଡି ବନ ବିଭାଗ ଅଧିକାରୀ ଏ.ମନୋଜଙ୍କ ନେତୃତ୍ୱରେ ଏକ ଟିମ୍‌ କାଦମଲ୍ଲୀ ଗ୍ରାମରେ ପହଞ୍ଚିଥିଲେ। ବହୁ ସମୟ ଧରି ବନ କର୍ମଚାରୀ ଚେଷ୍ଟା କରିବା ପରେ ଖାଲରୁ ଭାଲୁକୁ ଉଦ୍ଧାର କରାଯାଇ ଏକ ଯନ୍ତାରେ ରଖାଯାଇଥିଲା। ଭାଲୁର ବୟସ ପ୍ରାୟ ୧୦ ବର୍ଷ ହୋଇଥିବା ବେଳେ ଓଜନ ୧୨୦ କେଜି ରହିଛି। ଭାଲୁର ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରାଯିବା ପରେ ନିକଟରେ ରହିଥିବା ଇଚ୍ଛାପୁର ଜଙ୍ଗଲରେ ପୁଣି ଛଡ଼ାଯିବ ବୋଲି ଫରେଷ୍ଟର ହରେଲାଲ୍‌ ହିଆଲ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମର୍ମନ୍ତୁଦ ଦୁର୍ଘଟଣା, ୫ ଜୀବନ ଗଲା

ନୟାଗଡ଼ ଅଫିସ,୨୪।୧୧: ନୟାଗଡ଼ ଜିଲା ଶରଣକୁଳ ଥାନା ସରଣକୁଳ ସୁଆରସାହିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଡମ୍ପର ଧକ୍କାରେ ୫ ମୃତ୍ୟୁ ଘଟିଥିବାବେଳେ ଜଣେ...

ନେସ୍କୋର ବକେୟା ବିଦ୍ୟୁତ୍‌ ବିଲ ଆଦାୟ, ସଂଯୋଗ ବିଚ୍ଛିନ୍ନ ଅଭିଯାନ: ୪ ଦିନରେ ଆଦାୟ ହେଲା ୫କୋଟି ୩୭ଲକ୍ଷ

ବାଲେଶ୍ୱର ଅଫିସ, ୨୧।୨-ବାଲେଶ୍ୱର ନେସ୍କୋ ୟୁଟିଲିଟି ପକ୍ଷରୁ ଗତ ୧୬ତାରିଖଠାରୁ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର ଜିଲାର ୧୩୨ଟି ସ୍ବତନ୍ତ୍ର ସ୍କ୍ବାଡ଼ ଦ୍ୱାରା ବକେୟା...

ପ୍ରଥମ ବ୍ୟାଚ୍‌ରେ ୨୩୬ ଜଣଙ୍କ କ୍ୱାରାଣ୍ଟାଇନ୍‌ ଅବଧି ସରିଲା: ସ୍ବାସ୍ଥ୍ୟକର୍ମୀ ସାର୍ଟିଫିକେଟ୍‌ ଦେଇ ଘରକୁ ପଠାଗଲା

ଛତ୍ରପୁର,୨୦ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିବା ପ୍ରଥମ ବ୍ୟାଚ୍‌ରେ ୨୩୬ ଜଣଙ୍କ କ୍ୱାରାଣ୍ଟାଇନ୍‌ ଅବଧି ବୁଧବାର ଶେଷ ହୋଇଛି। ଏମାନଙ୍କୁ ପ୍ରଶାସନ ପକ୍ଷରୁ ଡିସ୍‌ଚାର୍ଜ...

ରେଳ ଧାରଣାରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର ଅଫିସ,୨୨।୧୧: ଗଞ୍ଜାମ ଜିଲା ଆଙ୍କୁଲି ରେଳ ଫାଟକ ନିକଟ ରେଳଧାରଣା ପାର୍ଶ୍ୱରୁ ଜିଆର୍‌ପି ଶୁକ୍ରବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ସେ ହେଲେ...

ବେଆଇନ ନିର୍ମାଣ ଉଚ୍ଛେଦ କଲା ପ୍ରଶାସନ

ପୁରୀ ଅଫିସ,୨୪।୮: ରାଜ୍ୟ ସରକାରଙ୍କ ଫୋକସ୍‌ରେ ପୁରୀ। ଏହାର ବିକାଶ ପାଇଁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦୦ କୋଟି ଟଙ୍କା ଘୋଷଣା କରିବା ପରେ...

ଚୋରା ଦେଶୀମଦ ଜବତ: ଜଣେ ଗିରଫ

ବଡ଼ବିଲ,୩୦।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଲାଣୀ ଥାନା ପୋଲିସ ଶୁକ୍ରବାର ବାଲାଗୋଡ଼ା ସ୍ଥିତ ଡବ୍ଲ୍ୟୁ ହଟିଂ ଅଞ୍ଚଳରେ ଚଢ଼ାଉ କରି ୧୦ ଲିଟର ଚୋରା ଦେଶୀ ମଦ...

ଜନତା କର୍ଫ୍ୟୁ: ଜୟପୁର ସହର ଶୂନ୍‌ଶାନ୍‌

ଜୟପୁର,୨୨।୩(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁର ସହର ଜନତା କର୍ଫ୍ୟୁ ଲାଗି ରବିବାର ପୂର୍ବାହ୍ନ ୭ଟାରୁ ଶୂନ୍‌ଶାନ୍‌ ହୋଇଯାଇଥିଲା। ଦୂରରୁ ଆସିଥିବା ଯାତ୍ରୀବାହୀ ବସ୍‌ଗୁଡ଼ିକ ପହଞ୍ଚିଥିବା ବେଳେ...

କୋଇଲା ବୋଝେଇ ଟ୍ରକରେ ଲାଗିଲା ନିଆଁ

ରାୟଗଡ଼ା ଅଫିସ,୨୭।୧: ରାୟଗଡ଼ା ବ୍ଲକ ଲାଡ଼ା ଗ୍ରାମ ନିକଟରେ ସର୍ଟସର୍କିଟ ଘଟି ଏକ କୋଇଲା ବୋଝେଇ ଟ୍ରକରେ ବୁଧବାର ସକାଳେ ନିଆଁ ଲାଗି ଯାଇଛି। ଗାଡ଼ି...

Advertisement


Archives

Model This Week

Why Dharitri