‘୧୪ରେ ଲକ୍‌ଡାଉନ୍‌ ହଟାଇବା ଅସମ୍ଭବ’

ନୂଆଦିଲ୍ଲୀ,୯ା୪: ସମ୍ପ୍ରତି ଭାରତରେ ସୋସିଆଲ ଏମର୍ଜେନ୍ସି ବା ‘ସାମାଜିକ ଜରୁରୀ ପରିସ୍ଥିତି’ ସୃଷ୍ଟି ହୋଇଛି। କରୋନା ସଂକ୍ରମଣ ଏକପ୍ରକାର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଏହି ଘାତକ ଭୂତାଣୁରେ ୫,୯୧୬ ଜଣ ଆକ୍ରାନ୍ତ ହୋଇଥିବାବେଳେ ୧୭୯ ଜଣଙ୍କ ଜୀବନ ଚାଲିଗଲାଣି। ଏହାର ମୁକାବିଲା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା ସହ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଛି। ହେଲେ ସମସ୍ତ ଭାରତୀୟ ଏହି ନିୟମକୁ କଡ଼ାକଡ଼ି ଭାବେ ଅନୁପାଳନ କରୁନାହାନ୍ତି। ଫଳରେ ସ୍ଥିତି ଅଣାୟତ୍ତ ହୋଇଛି। ଆଗକୁ ଅବସ୍ଥା ଆହୁରି ଗମ୍ଭୀର ହୋଇପାରେ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଅବଧି ବୃଦ୍ଧି ପାଇଁ ଚିନ୍ତା କରୁଛନ୍ତି। ଆସନ୍ତା ୧୪ ତାରିଖରେ ତାଲାବନ୍ଦ ମିଆଦ ଶେଷ ହେଉଥିବାବେଳେ ସଂକ୍ରମଣ ଓ ମୃତ୍ୟୁକୁ ରୋକିବା ଲାଗି ଆଗକୁ ଏହି ଅବଧିକୁ ବଢ଼ାଯିବ। କାରଣ କୋଭିଡ୍‌-୧୯ର ଦୌରାମତ୍‌ୟ ରୋକିବାକୁ ହେଲେ ଏଭଳି କଠୋର ନିଷ୍ପତ୍ତି ନିଆଯିବା ଜରୁରୀ। ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ସହ ଭାବ ବିନିମୟ କରି ବୁଧବାର ଏପରି ସଙ୍କେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସାରା ବିଶ୍ୱକୁ କବଳିତ କରିଛି କରୋନା। ଏହି ମହାମାରୀର ପଞ୍ଝାରେ ରହିଛି ୨୦୯ ଦେଶ ଓ ସମୁଦ୍ରରେ ଭାସୁଥିବା ୨ ଜାହାଜ। ଇଟାଲୀ, ଫ୍ରାନ୍ସ ଓ ଆମେରିକା ଭଳି ଦେଶ ଭାଇରସ୍‌ର ଆଁ’ରେ ପଡ଼ି ମହାବିନାଶ ଆଡ଼କୁ ଗତି କରୁଥିବାବେଳେ ଭାରତ ବି ବର୍ତ୍ତିପାରି ନାହିଁ ଏହାର ଆକ୍ରମଣରୁ। ଭାରତରେ କରୋନାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୨୪ ତାରିଖରେ ଲକ୍‌ଡାଉନ୍‌ ଘୋଷଣା କରିଥିଲେ, ଯାହାର ସମୟସୀମା ଏପ୍ରିଲ ୧୪ରେ ଶେଷ ହେଉଛି। ତେବେ ଯେଉଁ ଉଦ୍ଦେଶ୍ୟ ନେଇ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା ତାହା ପୂରଣ ହୋଇପାରି ନାହିଁ। ଏଥିପାଇଁ ଏହି ମିଆଦକୁ ଆସନ୍ତା ୧୪ରେ ଶେଷ ନ କରି ଆଗକୁ ବଢ଼ାଯିବ। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସଂସଦୀୟ ଦଳ ନେତାମାନଙ୍କ ସହ ଆଲୋଚନା କରି ଆଗକୁ ମଧ୍ୟ ଏହି ମହାଯୁଦ୍ଧ ଜାରି ରଖିବାକୁ ପ୍ରସ୍ତୁତ ହେବା ସକାଶେ ଦେଶବାସୀଙ୍କୁ ସନ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶରେ ସୋସିଆଲ ଏମର୍ଜେନ୍ସି ଭଳି ସ୍ଥିତି ସୃଷ୍ଟି ହୋଇଥିବାରୁ ୧୪ ତାରିଖରେ ଲକ୍‌ଡାଉନ୍‌ ହଟାଇବା ସମ୍ଭବ ନୁହେଁ। କାରଣ ପ୍ରତ୍ୟେକ ଭାରତୀୟଙ୍କ ଜୀବନ ବଞ୍ଚାଇବା ସରକାରଙ୍କ ପ୍ରାଥମିକତା। ଆମକୁ ଆହୁରି ଅଧିକ ସତର୍କ ହେବାକୁ ପଡ଼ିବ। ରାଜ୍ୟ ସରକାର, ଜିଲା ପ୍ରଶାସନ ଓ ବିଶେଷଜ୍ଞମାନେ କରୋନାର ମୁକାବିଲା ପାଇଁ ବର୍ତ୍ତମାନର ଲକ୍‌ଡାଉନ୍‌ ଅବଧିକୁ ଆସନ୍ତା ୧୪ରେ ଶେଷ ନ କରିବାକୁ ପ୍ରସ୍ତାବ ଦେଇଥିବା ମୋଦି ସ୍ପଷ୍ଟ କରିଛନ୍ତି। ଭିଡିଓ କନ୍‌ଫରେନ୍ସିଂରେ ଆଲୋଚନା ବେଳେ ବିରୋଧୀ ଦଳ ନେତାମାନେ ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ଆଲୋଚନା ପରେ ପୁରୀ ଏମ୍‌ପି ତଥା ବିଜେଡି ସଂସଦୀୟ ଦଳ (ଲୋକ ସଭା) ନେତା ପିନାକୀ ମିଶ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ତେବେ ପ୍ରଧାନମନ୍ତ୍ରୀ ଶନିବାର ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିବେ। ମୁଖ୍ୟମନ୍ତ୍ରୀମାନଙ୍କ ସହ ଦ୍ୱିତୀୟ ଭିଡିଓ କନ୍‌ଫରେନ୍ସିଂ ଆଲୋଚନା ପରେ ଦେଶରେ ଲକ୍‌ଡାଉନ ସମୟସୀମା ବଢ଼ାଇବା ନେଇ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି। କାରଣ ଆର୍ଥତ୍କ କାରବାର ବଢ଼ାଇବା ଓ ମୌଳିକ ସେକ୍ଟରଗୁଡ଼ିକୁ ପୁନର୍ବାର ଚାଲୁ କରିବା ପାଇଁ ପର୍ଯ୍ୟାୟକ୍ରମେ କଟକଣା ଉଠାଇଦେବା ଲାଗି ସରକାର ଚାହୁଁଥିବା ଏକ ସୂତ୍ରରୁ ଜଣାପଡିଛି। ଆସନ୍ତା ସପ୍ତାହରେ ସ୍କୁଲ୍‌, କଲେଜ ଖୋଲିବା ସମ୍ଭାବନା ନାହିଁ। କାରଣ ଶିକ୍ଷାନୁଷ୍ଠାନଗୁଡ଼ିକୁ ଆଉ ୪ ସପ୍ତାହ ବନ୍ଦ ରଖିବା ଲାଗି ମଙ୍ଗଳବାର ମନ୍ତ୍ରୀଗୋଷ୍ଠୀ ବୈଠକ ପରେ ସୁପାରିସ କରାଯାଇଛି। ସେହିପରି ଧର୍ମୀୟ ସମାଗମ ଓ ସଭାସମିତି ବନ୍ଦ ରଖିବା ଲାଗି ମନ୍ତ୍ରୀଗୋଷ୍ଠୀ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଟ୍ରେନ୍‌, ବସ୍‌ ଚଳାଚଳ ବନ୍ଦ ରହିପାରେ। ବିମାନ ଚଳାଚଳ ପର୍ଯ୍ୟାୟକ୍ରମେ ଆରମ୍ଭ କରିବାକୁ ମନ୍ତ୍ରୀଗୋଷ୍ଠୀ ସୁପାରିସ କରିଥିବାବେଳେ ଫସଲ ଅମଳ ଲାଗି ରାଜ୍ୟ ସରକାର ଅନୁମତି ଦେଇପାରିବେ ବୋଲି କୁହାଯାଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀଗୋଷ୍ଠୀ ବୈଠକରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଯୋଗଦେଇଥିଲେ। ଶପିଙ୍ଗ୍‌ ମଲ୍‌ଗୁଡ଼ିକୁ ମଧ୍ୟ ଆଉ ୪ ସପ୍ତାହ ବନ୍ଦ ରଖିବା ଲାଗି ପ୍ରସ୍ତାବ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ MPଙ୍କ ପ୍ରତିନିଧିମଣ୍ଡଳୀ, ରାହୁଲ କହିଲେ- ଆମ କଥା ଶୁଣାଗଲା, ହୃଦୟରୁ ଧନ୍ୟବାଦ

ନୂଆଦିଲ୍ଲୀ,୯।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ‘ଇଣ୍ଡିଆ’ (INDIA)…

ସ୍ନାତକ ମହାବିଦ୍ୟାଳୟରେ ଇଲେକ୍ସନ ବଦଳରେ ସିଲେକ୍ସନ

ଗୁଡ଼ାରି, ୯।୧୦ (ପ୍ରମୋଦ କୁମାର ପତି): ଗୁଡ଼ାରି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ଶୁକ୍ରବାର…

ସୁପରଷ୍ଟାର ସଲମାନଙ୍କ ନୂଆ ଇନିଂସ, କିଛି ଏଭଳି ଘୋଷଣା କରି ଚମକାଇଲେ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଇନିଂସ। ଆପଣ ଯଦି ଭାବୁଛନ୍ତି ସେ ବୋଧହୁଏ ବିବାହ କରିବାକୁ ଯାଉଛନ୍ତି, ତେବେ ନା। କେତେବେଳେ ସିନେମା ତ…

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?