Posted inଜାତୀୟ

୧୩୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କଂଗ୍ରେସର ଅସ୍ଥିତ୍ୱ ସଙ୍କଟଗ୍ରସ୍ତ!

ନୂଆଦିଲ୍ଲୀ,୧୭।୬: ସୋମବାରଠାରୁ  ଲୋକ ସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଚଳିତ ଥର ଲୋକସଭାରେ କଂଗ୍ରେସ ଦଳର ୫୨ ଜଣ ସଦସ୍ୟ ରହିଛନ୍ତି। ଏହା ପୂର୍ବରୁ ୨୦୧୪ରେ ଦଳର ସଦସ୍ୟ ସଂଖ୍ୟା ୪୪ ଥିଲା। ଲୋକ ସଭାରେ ବିରୋଧୀ ଆସନରେ ବସିବା ପାଇଁ ୧୦ ପ୍ରତିଶତ ସଦସ୍ୟତା ଆବଶ୍ୟକ। ତେବେ କଂଗ୍ରେସ ପାଖରେ ୫୫ ଜଣରୁ କମ୍‌ ସଦସ୍ୟ ରହିଛନ୍ତି। ୨୦୧୪ଠାରୁ ୨୦୧୯ ମଧ୍ୟରେ କଂଗ୍ରେସ ଦଳର ଅସ୍ଥିତ୍ୱ ସଙ୍କଟଗ୍ରସ୍ତ ହୋଇଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ୍‌ ନେହେରୁଙ୍କ ପରେ ଇନ୍ଦିରା ଗାନ୍ଧୀଙ୍କ ସମୟରେ ଦଳ ବିଭିନ୍ନ ବିବାଦୀୟ ସ୍ଥିତି ଦେଇ ଗତି କରିଥିଲା। ଏହାପରେ ରାଜୀବ ଗାନ୍ଧୀଙ୍କ ସମୟରେ ଦେଶରେ ବିଜ୍ଞାନର ଉନ୍ନତି ହେବା ପଥ ପରିଷ୍କାର ହୋଇଥିଲା। ରାଜୀବ ୧୯୮୪ ନିର୍ବାଚନରେ ସମ୍ବେଦନାମୂଳକ ବିପୁଳ ଭୋଟରେ କ୍ଷମତା ଦଖଲ କରିଥିଲେ। କଂଗ୍ରେସ ମେଣ୍ଟ ୫୪୩ ଆସନରୁ ୪ଶହରୁ ଅଧିକ ଆସନରେ ବିଜୟ ହୋଇଥିଲା। ପରବର୍ତ୍ତୀ ସମୟରେ ନରସିଂହ ରାଓ ସରକାରଙ୍କ ଅମଳରେ ଦେଶରେ ଉଦାରୀକରଣ ଧାରାର ଅଭ୍ୟୁଦୟ ହୋଇଥିଲା। ଏହା ପରେ ଦଳର ଅଧ୍ୟକ୍ଷ ପଦରୁ ସୀତାରାମ କେଶରୀଙ୍କ ହଟାଇ ସୋନିଆ ଗାନ୍ଧୀଙ୍କୁ ଦିଆଯାଇଥିଲା। ସେ ୧୯ ବର୍ଷ ଅଧ୍ୟକ୍ଷା ଭାବେ କାର୍ଯ୍ୟ କରିବା ପରେ ରାହୁଲ ଗାନ୍ଧୀଙ୍କୁ ୨୦୧୭ରେ ଅଧ୍ୟକ୍ଷ ପଦ ଦିଆଗଲା। ତେବେ ୨୦୦୪ରୁ ରାଜନୀତିରେ ସକ୍ରିୟଥିବା ରାହୁଲ ଆଧୁନିକ ଭାରତରେ ପରମ୍ପରା ଗତ ଆଜେଣ୍ଡା ଆଧାରରେ ନିର୍ବାଚନ ଲଢ଼ିବାର ପ୍ରୟାସ କରିଥିଲେ। ଫଳରେ ୨୦୧୪ ପରେ ଏବେ ୨୦୧୯ରେ ସମାନ ସ୍ଥିତିର ସମ୍ମୁଖୀନ ହୋଇଛି କଂଗ୍ରେସ। କେତେକ ଏଥି ପାଇଁ ଦଳର ବଂଶବାଦ ଓ ପରିବାରବାଦକୁ ଦାୟୀ କରୁଥିଲେ ମଧ୍ୟ ତାହା ପ୍ରକୃତ କାରଣ ନୁହେଁ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଭାଜପା ତଥା ଅନ୍ୟ କେତେକ ଦଳରେ ମଧ୍ୟ ବଂଶବାଦ ତଥା ପରିବାରବାଦ ରହିଛି। କଂଗ୍ରେସର ଅସ୍ଥିତ୍ୱ ସଙ୍କଟରେ ପଡ଼ିବାର ପ୍ରକୃତ କାରଣ ହେଉଛି ପରିବର୍ତ୍ତିତ ରାଜନୈତିକ ସ୍ଥିତିରେ ଦଳ ନିଜକୁ ବଦଳାଇ ପାରି ନାହିଁ। ତେଣୁ ଲୋକେ ଦଳକୁ ପ୍ରତ୍ୟାଖାନ କରୁଥିବା ସମୀକ୍ଷକ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଚାଞ୍ଚଲ୍ୟ; ନାବାଳକଙ୍କ ଛୁରା ମାଡ଼ରେ ଆଉ ଜଣେ ନାବାଳକ ମୃତ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲାଙ୍ଗୀର,୨୬।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଆଗଲପୁର ଥାନା ରୋତ ଗାଁରେ ଚାଞ୍ଚଲ୍ୟ । ନାବାଳକଙ୍କୁ ଛୁରି ଭୁସି ହତ୍ୟା କଲେ ନାବାଳକ । ମୃତକ ହେଲେ…

ଜି.ଉଦୟଗିରିରେ ମହମ୍ମଦଙ୍କ ଜୟନ୍ତୀ, ସମାଜର ଅନ୍ଧବିଶ୍ୱାସ ଦୂର କରିବା ନେଇ…

ଜି.ଉଦୟଗିରି,୨୬ା୮(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଅଞ୍ଚଳର ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ବୁଧବାର ମହମ୍ମଦଙ୍କ ଜନ୍ମଦିନ ଅବସରରେ ଶାନ୍ତି ପଦଯାତ୍ରା ଓ ଧାର୍ମିକ ସଭା…

ନେପାଳ ବନ୍ୟା; ବାଲେନ ଶାହଙ୍କ ସହ କଥା ହେଲେ ମୋଦି, ସହାୟତା….

ନୂଆଦିଲ୍ଲୀ,୨୬।୮: ନେପାଳରେ ଭୟଙ୍କର ବନ୍ୟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ସହ ଫୋନ୍‌ରେ ଆଲୋଚନା କରିଛନ୍ତି । ବନ୍ୟା ଯୋଗୁଁ ହୋଇଥିବା…

ଜିଲାରେ ବାଲ୍ୟ ବିବାହ ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିଆଯିବ କଠୋର ପଦକ୍ଷେପ, ଶିଶୁକନ୍ୟା ମୃତ୍ୟୁହାର କମାଇବାକୁ…

ଛତ୍ରପୁର,୨୬ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲାପାଳ (ରାଜସ୍ବ) ଦେବଦତ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିଶୁକନ୍ୟା…

ଭୟଙ୍କର! ମନ୍ତ୍ରୀଙ୍କ ଘରେ ପାଣି ପଶିବା ପରେ ବାଲି ପକାଇବାକୁ ଯାଉଥିଲେ ଶ୍ରମିକ, ମଝି ନଦୀରେ ଓଲଟିଲା ଡଙ୍ଗା, ୨୨ ଶ୍ରମିକ…

ପାଟନା,୨୬।୮: ବିହାରର ଭାଗଲପୁରରେ ଗଙ୍ଗା ନଦୀରେ ଏକ ବଡ଼ ଅଘଟଣ ଘଟିଛି । ନବଗଛିଆ ଅନ୍ତର୍ଗତ ଖରୀକ ବ୍ଲକର ରାଘୋପୁର ତଟବନ୍ଧ ନିକଟରେ ୨୨ ଜଣ ଶ୍ରମିକଙ୍କୁ…

ନେପାଳରେ ବନ୍ୟା ବିପର୍ଯ୍ୟୟ: ଭାସିଗଲା ଅନେକ ଗାଁ, ୭ଜଣଙ୍କ ମୃତ୍ୟୁ, ୧୦୫ ଜଣ ଭାରତୀୟଙ୍କ ସମେତ ୨୯୧ ବିଦେଶୀ ନିଖୋଜ

କାଠମାଣ୍ଡୁ,୨୬।୮: ଉତ୍ତର ନେପାଳର ଭୋଟେ କୋଶି ନଦୀରେ ବୁଧବାର ହଠାତ ବନ୍ୟା ଆସିଥିଲା। ଏପର୍ଯ୍ୟନ୍ତ ୭ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ସମୟରେ, ୨୯୧ ବିଦେଶୀ ନାଗରିକଙ୍କ…

‘ଛାତ୍ରଙ୍କୁ ଚାକିରି ନୁହେଁ ଲାଠି ମିଳୁଛି’, ରାସ୍ତାରେ ଗର୍ଜିଲେ ୬ ବର୍ଷର ବାଳକ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା…

ପାଟନା,୨୬।୮: ରୋଜଗାର ସମେତ ବିଭିନ୍ନ ଦାବି ନେଇ ପାଟନାର ଡାକବଙ୍ଗଲା ଛକରେ ଛାତ୍ର ଓ ପରୀକ୍ଷାର୍ଥୀଙ୍କ ଆନ୍ଦୋଳନ ଜାରି ରହିଛି । ଏହି ଭିଡ଼ ମଧ୍ୟରେ ପ୍ରାୟ…

Video: ନେପାଳରେ ପ୍ରକୃତିର କୋପ, ଆସିଲା ଭୟଙ୍କର ଭଡ଼ିଓ, ହଠାତ୍‌ ମାଡିଆସିଲା ପାଣି ୧୦୦୦ରୁ ଅଧିକ ଲୋକ ଭାସିଯାଇଥିବା ଆଶଙ୍କା

କାଠମାଣ୍ଡୁ,୨୬।୮: ପ୍ରତିବର୍ଷ ମୌସୁମୀ ଋତୁରେ, ନେପାଳ ଏବଂ ଭାରତର ପାର୍ବତ୍ୟାଞ୍ଚଳ ପ୍ରକୃତିର କୋପ ଦେଖିଥାଏ। ବୁଧବାର ସକାଳେ ନେପାଳରେ ସମାନ ଦୃଶ୍ୟ ଦେଖାଦେଇଥିଲା ଯେତେବେଳେ ତିବ୍ଦତ ସୀମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri