୧୧୮ ଶିଶୁଙ୍କୁ ପୋଷ୍ୟ ଗ୍ରହଣ କରିଥିବା ଲଭ୍‌ ମଦରଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ

ବେଜିଂ,୨୮।୭: ଚାଇନାରେ ୧୧୮ ଜଣ ଶିଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ଜଣେ ମହିଳାଙ୍କୁ ଠକାମି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବାପରେ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ କରାଯାଇଛି। ୫୪ ବର୍ଷ ବୟସ୍କା ମହିଳା ଲି ୟାନଶିୟାଙ୍କୁ ସ୍ଥାନୀୟ ଲୋକେ ଲଭ୍‌ ମଦର ଭାବେ ଡାକୁଥିଲେ। ତେବେ ରାତାରାତି ଧନୀ ହେବା ଲୋଭରେ ଅନ୍‌ଲାଇନ୍‌ରେ ପୋଷ୍ୟ ଶିଶୁଙ୍କୁ ଚଢ଼ାଦରରେ ନିଃସନ୍ତାନ ଦମ୍ପତିଙ୍କୁ ବିକ୍ରି କରୁଥିଲେ। ଏଥିରେ ତାଙ୍କର ବୟଫ୍ରେଣ୍ଡ୍‌ ଶୁ କି ସହାୟତା କରୁଥିଲେ। ତାଙ୍କର ଏକ ଗ୍ୟାଙ୍ଗ ମଧ୍ୟ ଥିଲା । ସେ ହେବେଇ ପ୍ରଦେଶର ବୁଆନ୍‌ କୋର୍ଟରେ ଏହା ସ୍ବୀକାର କରିଥିଲେ। କୋର୍ଟ ତାଙ୍କୁ ୨ କୋଟି ୬୭ ଲକ୍ଷ ଟଙ୍କାର ଜରିମାନା ଦଣ୍ଡାଦେଶରେ ମଧ୍ୟ ଦଣ୍ଡିତ କରିଛନ୍ତି। ତାଙ୍କ ବୟଫ୍ରେଣ୍ଡ୍‌ଙ୍କୁ ସାଢ଼େ ୧୨ ବର୍ଷର ଜେଲ୍‌ ଦଣ୍ଡାଦେଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଛ ଲଗାଇବା ବାଧ୍ୟତାମୂଳକ: ନ ହେଲେ ମିଳିବନି ଡିଗ୍ରୀ ସାର୍ଟିଫିକେଟ

ମାନିଲା, ୩୦।୫: ଫିଲିପାଇନ୍ସ ସରକାର ବିପର୍ଯ୍ୟସ୍ତ ପରିବେଶକୁ ସୁରକ୍ଷା ଦେବାକୁ ଅଣ୍ଟା ଭିଡ଼ିଛନ୍ତି। ଏହି ମର୍ମରେ ଦେଶରେ ନୂଆ ଆଇନ ପ୍ରଣୟନ କରାଯାଇଛି। ଛାତ୍ରୀଛାତ୍ର ୧୦ଟି...

ଯେଉଁଦିନ କ୍ରିକେଟରେ ହୋଇଥିଲେ ଚାମ୍ପିଅନ, ଠିକ୍‌ ସେହିଦିନ ଆସିବ ଅନାସ୍ଥା ପ୍ରସ୍ତାବ

ଇସଲାମାବାଦ,୨୫ା୩: ପାକିସ୍ତାନ କ୍ରିକେଟ ଇତିହାସରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ ଥିଲା ୧୯୯୨ ମସିହା ମାର୍ଚ୍ଚ ୨୫ ତାରିଖ। ଠିକ୍‌ ୩୦ ବର୍ଷ ତଳେ ଏହିଦିନ ମେଲବୋର୍ନ...

କର୍କଟ ଯୋଗୁ ଆସନ୍ତା ବର୍ଷ ରାଷ୍ଟ୍ରପତି ପଦ ଛାଡି ପାରନ୍ତି ପୁଟିନ୍‌ !

ମସ୍କୋ,୨୨।୧୧: ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଦେଶର ସର୍ବୋଚ୍ଚ ପଦବୀରେ ୨୦୩୪ ପର୍ଯ୍ୟନ୍ତ ରହିବା ପାଇଁ ସାମ୍ବିଧାନିକ ବ୍ୟବସ୍ଥାର ସଂଶୋଧନ କରିଥିଲେ। ତେବେ ଏବେ ଏହା...

ଶେଷ ହେବ କରୋନା: ଭ୍ୟାକ୍ସିନ ନିର୍ମାଣକାରୀ କମ୍ପାନୀ ଫାଇଜରର ଦାବି, ମାର୍ଚ୍ଚ ସୁଦ୍ଧା ଆସିଯିବ ଓମିକ୍ରନ୍ ଲାଗି ଟିକା

ନ୍ୟୁୟର୍କ,୧୧ ।୧: ଗୋଟିଏ ପଟେ କରୋନା ମହାମାରୀର ନୂଆ ଭାରିଏଣ୍ଟ ସାରା ବିଶ୍ୱରେ ତାଣ୍ଡବ ରଚିଥିବା ବେଳେ ଅନ୍ୟପଟେ ଏକ ଆଶ୍ୱସ୍ତିକର ଖବର ଆସିଛି ।...

ଭିଡିଓ ମେସେଜ ରେକର୍ଡ କଲେ ଇମ୍ରାନ, ହତ୍ୟା ପରେ ଭାଇରାଲ କରିବାକୁ ନିର୍ଦ୍ଦେଶ

ଇସଲାମାବାଦ,୧୬ ।୫: ଗାଦିଚ୍ୟୁତ ହେବା ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ତାଙ୍କ ଜୀବନ ବିପଦରେ ଥିବା ଦେଖାଯାଉଛି । ଇମ୍ରାନ ଫୈସଲାବାଦ ଜଲସାରେ...

ଅଷ୍ଟ୍ରେଲିଆ ଯୁବତୀଙ୍କୁ ପ୍ରେମ ନିବେଦନ କଲେ ଭାରତୀୟ ଯୁବକ, ଫେସ୍‌ବୁକରେ କହିଲେ…

ଦୀପେନ ମାଣ୍ଡାଲିଆ ମ୍ୟାଚ୍‌ ସମୟରେ ତାଙ୍କ ଗର୍ଲଫ୍ରେଣ୍ଡ ରୋଜ ଓ୍ବିମ୍ବୁଶଙ୍କୁ ପ୍ରେମ ନିବେଦନ କରିଥିଲେ। ତାଙ୍କ ପ୍ରେମ କାହାଣୀକୁ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ପ୍ରତିଦିନ ତାଙ୍କୁ...

ବଳାତ୍କାରୀଙ୍କୁ ଆଉ କ୍ଷମା ନାହିଁ: କରି ଦିଆଯିବ ନପୁଂସକ

ଇସଲାମାବାଦ୍‌,୧୬।୧୨: ବଳାତ୍କାରୀଙ୍କୁ ଏବେ ପାକିସ୍ତାନରେ ଆଉ କ୍ଷମା ଦିଆଯିବ ନାହିଁ। ଦୋଷୀଙ୍କୁ ନପୁଂସକ କରି ଦିଆଯିବ। ଏନେଇ ଏକ କ୍ୟାବିନେଟ୍‌ ପ୍ରସ୍ତାବକୁ ରାଷ୍ଟ୍ରପତି ଆରଫ୍‌ ଆଲଭି...

ବିଜ୍ଞାନ ଯୋଗୁ ଲୋପ ପାଇଥିଲେ ଏଲିଆନ୍ସ

କାଲିଫର୍ନିଆ /ନୂଆଦିଲ୍ଲୀ,୨୬ା୧୨: ବିଜ୍ଞାନର ଅଗ୍ରଗତି ମଣିଷକୁ କେଉଁଠୁ ନେଇ କେଉଁଠି ପହଞ୍ଚାଇଲାଣି। ଏହାସତ୍ତ୍ୱେ ମଣିଷ କାହିଁକି ଅନ୍ୟ ଗ୍ରହର ଜୀବ ବା ଏଲିଆନ୍ସଙ୍କ ସହ ଯୋଗସୂତ୍ର...

Advertisement
Archives

Model This Week