୧୧୪ ବର୍ଷର ପୌର ପରିଷଦ, ନାହାନ୍ତି ସ୍ଥାୟୀ ଅଧିକାରୀ

ବାରିପଦା ଅଫିସ,୩୧।୮- ୧୧୪ ବର୍ଷର ସର୍ବପୁରାତନ ବାରିପଦା ପୌର ପରିଷଦର ଏକ ସ୍ବାତନ୍ତ୍ର୍ୟ ରହିଛି। ଏହି ପୌର ପରିଷଦରେ ଉତ୍କଳମଣି ଗୋପବନ୍ଧୁ ଦାସ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି। ଗୌରବମୟ ଇତିହାସକୁ ମନେ ପକାଇବା ପାଇଁ ସ୍ବାୟତ୍ତଶାସନ ଦିବସ ଅବସରରେ ବାରିପଦା ପୌରପରିଷଦ କାର୍ଯ୍ୟାଳୟ ଉତ୍ସବମୁଖର ହୋଇ ଉଠିଥାଏ। ତେବେ ଯେଉଁ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ନେଇ ମହାରାଜାଙ୍କ ଅମଳରୁ ପୌର ପରିଷଦ ଗଠିତ ହୋଇଥିଲା, ସେହି ଲକ୍ଷ୍ୟଠାରୁ ଆଜିବି ଏହା ବହୁ ଦୂରରେ ରହିଛି। ବାରିପଦା ପୌର ପରିଷଦରେ ଦୀର୍ଘ ବର୍ଷ ହେବ କେହି ସ୍ଥାୟୀ କାର୍ଯ୍ୟନିର୍ବାହୀ ଅଧିକାରୀ ନାହାନ୍ତି। ବାରିପଦା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ବିଭିନ୍ନ ସମୟରେ ସେ ବ୍ଲକ କାର୍ଯ୍ୟରେ ବ୍ୟସ୍ତ ରହୁଥିବାରୁ ପୌର ପରିଷଦରେ ଲୋକଙ୍କ ବିଭିନ୍ନ କାର୍ଯ୍ୟ ଅଟକି ରହୁଛି। ସ୍ଥାୟୀ ଅଧିକାରୀ କାହିଁକି ଏଠାରେ ନିଯୁକ୍ତି ଦିଆଯାଉ ନାହିଁ, ତାହାର ଉତ୍ତର କାହାଠାରୁ ମିଳୁ ନାହିଁ।
ଅନ୍ୟପକ୍ଷରେ ପ୍ରତି ବର୍ଷ ସ୍ବାୟତ୍ତଶାସନ ଦିବସ ଉପଲକ୍ଷେ ପୌର ପରିଷଦ ସହରବାସୀଙ୍କୁ ବିଭିନ୍ନ ଉପହାର ଦେଇଥାଏ। ସହରବାସୀଙ୍କ ସାମୂହିକ ସ୍ବାର୍ଥକୁ ଗୁରୁତ୍ୱ ଦେଇ ବିଭିନ୍ନ ସ୍ବତନ୍ତ୍ର ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ହୋଇଥାଏ। ମାତ୍ର ଚଳିତବର୍ଷ କୌଣସି ପ୍ରକଳ୍ପର ଶୁଭାରମ୍ଭ କିମ୍ବା ଶିଳାନ୍ୟାସ ଭଳି କାର୍ଯ୍ୟକ୍ରମ ନ ଥିବା ପୌର ପରିଷଦର ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ସରୋଜ କୁମାର ଦାସ କହିଛନ୍ତି। ପ୍ରତିବର୍ଷ ୩ ଦିନ ଧରି ଏହି ଦିବସ ପାଳନ ହେଉଥିବା ବେଳେ ଚଳିତ ବର୍ଷ ୨ ଦିନ ପାଳନ କରାଯିବା ପାଇଁ କର୍ତ୍ତୃପକ୍ଷ ନିଷ୍ପତ୍ତିି ନେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗତ ଫେବୃୟାରୀ ୧୨ ତାରିଖରେ ନିର୍ବାଚିତ ପ୍ରତିନିଧିଙ୍କୁ ନେଇ ଗଠିତ ପରିଚାଳନା ବୋର୍ଡର କାର୍ଯ୍ୟକାଳ ସମାପ୍ତ ହୋଇଥିଲା। ଏହା ପରେ ଜିଲା ପ୍ରଶାସନ ଦ୍ୱାରା ପୌର ପରିଷଦ ପରିଚାଳିତ ହେଉଛି। ତେବେ ଏହି ୬ ମାସ ଭିତରେ ସହରର ସମ୍ପୂର୍ଣ୍ଣ ପରିଚୟ ପରିବର୍ତ୍ତନ ହୋଇଯାଇଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ସହରର ବିଭିନ୍ନ ପ୍ରମୁଖ ରାସ୍ତାରେ ଡ୍ରେନ ପାଣି ଜମା ହୋଇ ରହୁଥିବା ବେଳେ ରାସ୍ତା କଡ଼ରେ ଅଳିଆ ପଡି ରହୁଛି। ଏହା ସହିତ ପିଇବା ପାଣି ପାଇଁ ମଧ୍ୟ ସହରବାସୀ ଡହଳ ବିକଳ ହେଉଥିବା ଅଭିଯୋଗ ହେଉଛି।
ଉଲ୍ଲେଖଯୋଗ୍ୟ , ୧୯୦୫ ଜୁଲାଇ ୧ ତାରିଖରେ ତତ୍କାଳୀନ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ଦ୍ୱାରା ବାରିପଦା ପୌରପରିଷଦ ପ୍ରତିଷ୍ଠା ହୋଇଥିଲା। ସେହି କମିଟିକୁ ୮ ଜଣଙ୍କୁ ମହାରାଜା ମନୋନୀତ କରିଥିଲେ। ୧୯୨୨ ମସିହା ପର୍ଯ୍ୟନ୍ତ ମୟୂରଭଞ୍ଜ ପୌର ପରିଷଦ ରେଜୁୁଲେସନ ଆକ୍ଟ ବଳରେ ଚାଲିିଥିବା ବେଳେ ୧୯୨୨ରେ ବିହାର-ଓଡ଼ିଶା ମ୍ୟୁନିସିପାଲିଟି ଆକ୍ଟ ପ୍ରଚଳିତ ହୋଇଥିଲା। ପରେ ୧୯୫୦ରେ ଓଡ଼ିଶା ମ୍ୟୁନିସିପାଲିଟି ଆକ୍ଟରେ ନିୟନ୍ତ୍ରିତ ହେଲା ବାରିପଦା ପୌର ପରିଷଦ। ଏହାର ପ୍ରଥମ କାର୍ଯ୍ୟାଳୟ ରାଜପ୍ରାସାଦର ଉତ୍ତର ପାର୍ଶ୍ୱ ସିଂହଦ୍ୱାରର ଉପର ମହଲାରେ ଆରମ୍ଭ ହୋଇଥିଲା। ୧୯୧୫ ମସିହାରେ ବର୍ତ୍ତମାନର କାର୍ଯ୍ୟାଳୟ ପରିସରରେ ଥିବା ପୁରୁଣା କୋଠାକୁ ସ୍ଥାନାନ୍ତରିତ ହୋଇଥିଲା। ପ୍ରଥମ ମନୋନୀତ ଚେୟାରମ୍ୟାନ ସ୍ବର୍ଗତ ହରିଶ୍ଚନ୍ଦ୍ର ଭଞ୍ଜଦେଓ ଥିବା ବେଳେ ପ୍ରଥମ ନିର୍ବାଚିତ ଚେୟାରମ୍ୟାନ ସ୍ବର୍ଗତ ତ୍ରିଲୋଚନ ଦାସ ଥିଲେ। ୧୯୫୧ରେ ୧୦ ଟି ୱାର୍ଡ ଥିବା ବେଳେ ବର୍ତ୍ତମାନ ୨୮ ଟି ୱାର୍ଡ ରହିଛି। ୱାର୍ଡ ସଂଖ୍ୟା ବଢ଼ିବା ସହିତ ଜନସଂଖ୍ୟା ମଧ୍ୟ ବଢ଼ିଛି। ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ଅମୃତ ଯୋଜନାରେ ସାମିଲ ହେବା ପରେ ସହର ବିକାଶ ହେବ ବୋଲି ପୌରବାସୀ ଆଶା କରୁଥିଲେ। ହେଲେ ପୌର କର୍ତ୍ତୃପକ୍ଷଙ୍କ ଠିକାଦାର ପୋଷଣ ନୀତି, ଠିକା କାର୍ଯ୍ୟ ନିର୍ମାଣ ପରେ ଟେଣ୍ଡର ଆଦି ଘଟଣା ଗୁଡିକ ଯୋଗୁଁ ପୌର କର୍ତ୍ତୃପକ୍ଷଙ୍କୁ ସମାଲୋଚିତ ହେବାକୁ ପଡିଛି। ସେହିପରି ଯେଉଁ ଉଦ୍ଦେଶ୍ୟ ନେଇ ପୌର ପରିଷଦ ଗଠିତ ହୋଇଥିଲା, ତାହା କେବେ ପୂରଣ ହେବ ପୌରବାସୀ ଚାହିଁ ରହିଛନ୍ତି।
ଫଟୋ –


Enter your email to get our daily news in your inbox.

All Right Reserved By Dharitri.Com

ବିଶୋଧନ ହେଲା ଜନଗହଳି ସ୍ଥାନ

ଛେଣ୍ଡିପଦା, ୭ା୪(ସ୍ବ.ପ୍ର.)- ଅନୁଗୋଳ ଜିଲା ଛେଣ୍ଡିପଦାର ବିଭିନ୍ନ ଜନଗହଳି ସ୍ଥାନକୁ ମଙ୍ଗଳବାର ବିଶୋଧନ କରାଯାଇଛି ।ଅଗ୍ନିଶମ ବିଭାଗ ସେକ୍ସନ ଅଧିକାରୀ ମନୋରଞ୍ଜନ ବିଶ୍ବାଳଙ୍କ ନେତୃତ୍ୱରେ ଛେଣ୍ଡିପଦା...

ଢେଙ୍କାନାଳରୁ ବାହୁଡ଼ିଲେ ୧୧୦ ହାତୀ

ଢେଙ୍କାନାଳ ଅଫିସ, ୭।୧ ପଡ଼ୋଶୀ ଜିଲାରୁ ଢେଙ୍କାନାଳକୁ ଚାଲିଆସିଥିବା ହାତୀପଲ ବାହୁଡ଼ିବା ଆରମ୍ଭ କରିଛନ୍ତି। ଗତ ଅଗଷ୍ଟରୁ ଚଳିତ ୫ ତାରିଖ ସୁଦ୍ଧା ୧୧୦ ହାତୀ...

ସୁବର୍ଣ୍ଣପୁରରେ ବନ୍ୟା ସ୍ଥିତି : ବଉରି ଯୋର ଉପରେ ୫ ଫୁଟର ପାଣି, ଯୋଗାଯୋଗ ବିଚ୍ଛିନ୍ନ

ସୋନପୁର,୭।୯(ନି.ପ୍ର.): ଲଗାଣ ବର୍ଷା ଓ ହୀରାକୁଦ ଡ୍ୟାମରୁ ବନ୍ୟାଜଳ ନିଷ୍କାସନ ଯୋଗୁ ସୁବର୍ଣ୍ଣପୁର ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଶୁକ୍ରବାର ହୀରାକୁଦ ଡ୍ୟାମ୍‌ର ୧୨ଟି...

ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା

ଜି.ଉଦୟଗିରି, ୨୩ା୧୨ (ଡି.ଏନ୍‌.ଏ: ଜି. ଉଦୟଗିରି ସହରରେ ରବିବାର ସନ୍ଧ୍ୟାରେ ନିକଟସ୍ଥ ମାଲିକପଡି ବାପଟିଷ୍ଟ ଚର୍ଚ୍ଚ ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ହୋଇଥିଲା। ଚର୍ଚ୍ଚଠାରୁ ଖ୍ରୀଷ୍ଟୀୟମାନେ...

କରୋନା ଗୁଜବ ପ୍ରଚାର କରି ଜଣେ ଗିରଫ

ଧାମନଗର,୨୫।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ଥାନା ପୋଲିସ ଫେସବୁକ୍‌ ଏବଂ ହ୍ବାଟ୍ସଆପ୍‌ରେ କରୋନା ନେଇ ଗୁଜବ ପ୍ରଚାର ଅଭିଯୋଗରେ ଭଦ୍ରକ ଜିଲା ଧାମନଗର ଥାନା ଅଧୀନ...

ଗାଇଡ୍‌ଲାଇନ ଜାରି କଲା ଜିଲା ସ୍ବାସ୍ଥ୍ୟ ବିଭାଗ

ଫୁଲବାଣୀ ଅଫିସ, ୨ା୭-କନ୍ଧମାଳ ଜିଲା ଦାରିଙ୍ଗିବାଡି ବ୍ଲକରେ ଦୁଇ ଦିନ ତଳେ ଖଟିଆରେ ମୃତଦେହ ବୁହାଯିବା ଘଟଣା ପରେ ଜିଲା ପ୍ରଶାସନର ଚେତା ପଶିଛି ା...

ହାତୀ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର

ଉଦଳା,୨୮।୧୨(ଡି.ଏନ୍‌.ଏ.): ଉଦଳା ବନଖଣ୍ତ ଅଞ୍ଚଳରେ ହାତୀ ଆତଙ୍କ ଦେଖାଦେଇଛି। ଶନିବାର ହାତୀପଲଙ୍କ ଆକମ୍ରଣରେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି । ସୂଚନାଯୋଗ୍ୟ, ଉଦଳା ବ୍ଲକ...

ନନ୍ଦନକାନନ: ୩ ଦିନରେ ୧୨ ଜନ୍ତୁ ମୃତ

ବାରଙ୍ଗ,୨୧ା୩ (ଡି.ଏନ୍‌.ଏ.): ରାଜ୍ୟରେ କରୋନାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଥିବାବେଳେ ନନ୍ଦନକାନନରେ ଜୀବଜନ୍ତୁମାନଙ୍କ ମୃତ୍ୟୁହାର କମିବାର ନଁ। ଧରୁ ନାହିଁ। ଗତ ବୁଧବାରଠାରୁ ଶୁକ୍ରବାର...

Advertisement


Archives

Model This Week