୧୧୪ ବର୍ଷର ପୌର ପରିଷଦ, ନାହାନ୍ତି ସ୍ଥାୟୀ ଅଧିକାରୀ

ବାରିପଦା ଅଫିସ,୩୧।୮- ୧୧୪ ବର୍ଷର ସର୍ବପୁରାତନ ବାରିପଦା ପୌର ପରିଷଦର ଏକ ସ୍ବାତନ୍ତ୍ର୍ୟ ରହିଛି। ଏହି ପୌର ପରିଷଦରେ ଉତ୍କଳମଣି ଗୋପବନ୍ଧୁ ଦାସ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି। ଗୌରବମୟ ଇତିହାସକୁ ମନେ ପକାଇବା ପାଇଁ ସ୍ବାୟତ୍ତଶାସନ ଦିବସ ଅବସରରେ ବାରିପଦା ପୌରପରିଷଦ କାର୍ଯ୍ୟାଳୟ ଉତ୍ସବମୁଖର ହୋଇ ଉଠିଥାଏ। ତେବେ ଯେଉଁ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ନେଇ ମହାରାଜାଙ୍କ ଅମଳରୁ ପୌର ପରିଷଦ ଗଠିତ ହୋଇଥିଲା, ସେହି ଲକ୍ଷ୍ୟଠାରୁ ଆଜିବି ଏହା ବହୁ ଦୂରରେ ରହିଛି। ବାରିପଦା ପୌର ପରିଷଦରେ ଦୀର୍ଘ ବର୍ଷ ହେବ କେହି ସ୍ଥାୟୀ କାର୍ଯ୍ୟନିର୍ବାହୀ ଅଧିକାରୀ ନାହାନ୍ତି। ବାରିପଦା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ବିଭିନ୍ନ ସମୟରେ ସେ ବ୍ଲକ କାର୍ଯ୍ୟରେ ବ୍ୟସ୍ତ ରହୁଥିବାରୁ ପୌର ପରିଷଦରେ ଲୋକଙ୍କ ବିଭିନ୍ନ କାର୍ଯ୍ୟ ଅଟକି ରହୁଛି। ସ୍ଥାୟୀ ଅଧିକାରୀ କାହିଁକି ଏଠାରେ ନିଯୁକ୍ତି ଦିଆଯାଉ ନାହିଁ, ତାହାର ଉତ୍ତର କାହାଠାରୁ ମିଳୁ ନାହିଁ।
ଅନ୍ୟପକ୍ଷରେ ପ୍ରତି ବର୍ଷ ସ୍ବାୟତ୍ତଶାସନ ଦିବସ ଉପଲକ୍ଷେ ପୌର ପରିଷଦ ସହରବାସୀଙ୍କୁ ବିଭିନ୍ନ ଉପହାର ଦେଇଥାଏ। ସହରବାସୀଙ୍କ ସାମୂହିକ ସ୍ବାର୍ଥକୁ ଗୁରୁତ୍ୱ ଦେଇ ବିଭିନ୍ନ ସ୍ବତନ୍ତ୍ର ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ହୋଇଥାଏ। ମାତ୍ର ଚଳିତବର୍ଷ କୌଣସି ପ୍ରକଳ୍ପର ଶୁଭାରମ୍ଭ କିମ୍ବା ଶିଳାନ୍ୟାସ ଭଳି କାର୍ଯ୍ୟକ୍ରମ ନ ଥିବା ପୌର ପରିଷଦର ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ସରୋଜ କୁମାର ଦାସ କହିଛନ୍ତି। ପ୍ରତିବର୍ଷ ୩ ଦିନ ଧରି ଏହି ଦିବସ ପାଳନ ହେଉଥିବା ବେଳେ ଚଳିତ ବର୍ଷ ୨ ଦିନ ପାଳନ କରାଯିବା ପାଇଁ କର୍ତ୍ତୃପକ୍ଷ ନିଷ୍ପତ୍ତିି ନେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗତ ଫେବୃୟାରୀ ୧୨ ତାରିଖରେ ନିର୍ବାଚିତ ପ୍ରତିନିଧିଙ୍କୁ ନେଇ ଗଠିତ ପରିଚାଳନା ବୋର୍ଡର କାର୍ଯ୍ୟକାଳ ସମାପ୍ତ ହୋଇଥିଲା। ଏହା ପରେ ଜିଲା ପ୍ରଶାସନ ଦ୍ୱାରା ପୌର ପରିଷଦ ପରିଚାଳିତ ହେଉଛି। ତେବେ ଏହି ୬ ମାସ ଭିତରେ ସହରର ସମ୍ପୂର୍ଣ୍ଣ ପରିଚୟ ପରିବର୍ତ୍ତନ ହୋଇଯାଇଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ସହରର ବିଭିନ୍ନ ପ୍ରମୁଖ ରାସ୍ତାରେ ଡ୍ରେନ ପାଣି ଜମା ହୋଇ ରହୁଥିବା ବେଳେ ରାସ୍ତା କଡ଼ରେ ଅଳିଆ ପଡି ରହୁଛି। ଏହା ସହିତ ପିଇବା ପାଣି ପାଇଁ ମଧ୍ୟ ସହରବାସୀ ଡହଳ ବିକଳ ହେଉଥିବା ଅଭିଯୋଗ ହେଉଛି।
ଉଲ୍ଲେଖଯୋଗ୍ୟ , ୧୯୦୫ ଜୁଲାଇ ୧ ତାରିଖରେ ତତ୍କାଳୀନ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ଦ୍ୱାରା ବାରିପଦା ପୌରପରିଷଦ ପ୍ରତିଷ୍ଠା ହୋଇଥିଲା। ସେହି କମିଟିକୁ ୮ ଜଣଙ୍କୁ ମହାରାଜା ମନୋନୀତ କରିଥିଲେ। ୧୯୨୨ ମସିହା ପର୍ଯ୍ୟନ୍ତ ମୟୂରଭଞ୍ଜ ପୌର ପରିଷଦ ରେଜୁୁଲେସନ ଆକ୍ଟ ବଳରେ ଚାଲିିଥିବା ବେଳେ ୧୯୨୨ରେ ବିହାର-ଓଡ଼ିଶା ମ୍ୟୁନିସିପାଲିଟି ଆକ୍ଟ ପ୍ରଚଳିତ ହୋଇଥିଲା। ପରେ ୧୯୫୦ରେ ଓଡ଼ିଶା ମ୍ୟୁନିସିପାଲିଟି ଆକ୍ଟରେ ନିୟନ୍ତ୍ରିତ ହେଲା ବାରିପଦା ପୌର ପରିଷଦ। ଏହାର ପ୍ରଥମ କାର୍ଯ୍ୟାଳୟ ରାଜପ୍ରାସାଦର ଉତ୍ତର ପାର୍ଶ୍ୱ ସିଂହଦ୍ୱାରର ଉପର ମହଲାରେ ଆରମ୍ଭ ହୋଇଥିଲା। ୧୯୧୫ ମସିହାରେ ବର୍ତ୍ତମାନର କାର୍ଯ୍ୟାଳୟ ପରିସରରେ ଥିବା ପୁରୁଣା କୋଠାକୁ ସ୍ଥାନାନ୍ତରିତ ହୋଇଥିଲା। ପ୍ରଥମ ମନୋନୀତ ଚେୟାରମ୍ୟାନ ସ୍ବର୍ଗତ ହରିଶ୍ଚନ୍ଦ୍ର ଭଞ୍ଜଦେଓ ଥିବା ବେଳେ ପ୍ରଥମ ନିର୍ବାଚିତ ଚେୟାରମ୍ୟାନ ସ୍ବର୍ଗତ ତ୍ରିଲୋଚନ ଦାସ ଥିଲେ। ୧୯୫୧ରେ ୧୦ ଟି ୱାର୍ଡ ଥିବା ବେଳେ ବର୍ତ୍ତମାନ ୨୮ ଟି ୱାର୍ଡ ରହିଛି। ୱାର୍ଡ ସଂଖ୍ୟା ବଢ଼ିବା ସହିତ ଜନସଂଖ୍ୟା ମଧ୍ୟ ବଢ଼ିଛି। ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ଅମୃତ ଯୋଜନାରେ ସାମିଲ ହେବା ପରେ ସହର ବିକାଶ ହେବ ବୋଲି ପୌରବାସୀ ଆଶା କରୁଥିଲେ। ହେଲେ ପୌର କର୍ତ୍ତୃପକ୍ଷଙ୍କ ଠିକାଦାର ପୋଷଣ ନୀତି, ଠିକା କାର୍ଯ୍ୟ ନିର୍ମାଣ ପରେ ଟେଣ୍ଡର ଆଦି ଘଟଣା ଗୁଡିକ ଯୋଗୁଁ ପୌର କର୍ତ୍ତୃପକ୍ଷଙ୍କୁ ସମାଲୋଚିତ ହେବାକୁ ପଡିଛି। ସେହିପରି ଯେଉଁ ଉଦ୍ଦେଶ୍ୟ ନେଇ ପୌର ପରିଷଦ ଗଠିତ ହୋଇଥିଲା, ତାହା କେବେ ପୂରଣ ହେବ ପୌରବାସୀ ଚାହିଁ ରହିଛନ୍ତି।
ଫଟୋ –


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri