୧୦ ଓଡ଼ିଆଙ୍କୁ ପଦ୍ମ ପୁରସ୍କାର: ମନୋଜ ଦାସଙ୍କୁ ପଦ୍ମଭୂଷଣ, ୯ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ

ଭୁବନେଶ୍ୱର, ୨୬।୧ (ବ୍ୟୁରୋ): ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପାଇବା ଲାଗି ଚଳିତବର୍ଷ ସର୍ବାଧିକ ୧୦ଜଣ ଓଡ଼ିଆ ମନୋନୀତ ହୋଇଛନ୍ତି। ବିଶିଷ୍ଟ ସାହିତି୍ୟକ ମନୋଜ ଦାସ ଚଳିତବର୍ଷ ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ସମ୍ମାନଜନକ ପଦ୍ମଭୂଷଣ ପାଇବାକୁ ମନୋନୀତ ହୋଇଛନ୍ତି। ପୁଡୁଚେରୀ ସରକାରଙ୍କ ପକ୍ଷରୁ ମନୋଜଙ୍କ ନାମ ପଦ୍ମ ପୁରସ୍କାର ପାଇଁ ସୁପାରିସ କରାଯାଇଥିଲା। ଅନ୍ୟପକ୍ଷରେ ଚଳିତବର୍ଷ ଭାରତର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମଶ୍ରୀ’ ପାଇବା ନିମନ୍ତେ ଓଡ଼ିଶାର ୯ ଓଡ଼ିଆ ମନୋନୀତ ହୋଇଛନ୍ତି। ନୟାଗଡ଼ ଜିଲାର ବାପା-ଝିଅ ପ୍ରଫେସର ରାଧାମୋହନ ଏବଂ ସାବରମତୀ ଜୈବିକ କୃଷିରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପୁରସ୍କାର ପାଇବେ। କଳା କ୍ଷେତ୍ରରେ ବିଶିଷ୍ଟ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ସ୍ବର୍ଗତ ମନମୋହନ ମହାପାତ୍ରଙ୍କୁ ମରଣୋତ୍ତରଭାବେ ପଦ୍ମଶ୍ରୀ ସମ୍ମାନ ମିଳିବ। ସେହିଭଳି କଳା କ୍ଷେତ୍ରରେ ପ୍ରସିଦ୍ଧ ରଙ୍ଗବତୀ ଗୀତର ରଚୟିତା ତଥା ଗୀତିକାର ମିତ୍ରଭାନୁ ଗୌନ୍ତିଆ ଏବଂ ଚୌଦ୍ୱାରର ବିଖ୍ୟାତ ଘୋଡ଼ାନାଚ ଶିଳ୍ପୀ ଉତ୍ସବ ଚରଣ ଦାସ ପାରମ୍ପରିକ ଲୋକକଳାକୁ ବଞ୍ଚାଇ ରଖିବା ପାଇଁ ପଦ୍ମଶ୍ରୀ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ଏଥିସହିତ ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ସାନ୍ତାଳୀ ଲେଖିକା ଡ. ଦମୟନ୍ତୀ ବେଶ୍ରା ଏବଂ ସାହିତି୍ୟକା ବୀଣାପାଣି ମହାନ୍ତି, ପଶୁପାଳନ କ୍ଷେତ୍ରରେ ପ୍ରାଣୀ ଚିକିତ୍ସିକ ଡ. ବଟକୃଷ୍ଣ ସାହୁ ଓଡ଼ିଶାରୁ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ଅନ୍ୟପକ୍ଷରେ ଆମେରିକାସ୍ଥିତ ୟୁନିଭର୍ସିଟି ଅଫ୍‌ କାଲିଫର୍ନିଆର ପ୍ରଫେସର ତଥା ଓଡ଼ିଶା ଜନ୍ମିତ ବରିଷ୍ଠ ଅର୍ଥନୀତିଜ୍ଞ ଡ. ପ୍ରଶାନ୍ତ କୁମାର ପଟ୍ଟନାୟକ ସମ୍ମାନଜନକ ପଦ୍ମଶ୍ରୀ ପାଇବେ। ସେହିଭଳି କଟକ ଜିଲାରେ ଜନ୍ମିତ ପ୍ରଫେସର ଡ. ଦିଗାମ୍ବର ବେହେରା ମେଡିସିନ୍‌ କ୍ଷେତ୍ରରେ ଚଣ୍ଡିଗଡ଼ର ସୁପାରିସ କ୍ରମେ ପଦ୍ମଶ୍ରୀ ପାଇବାକୁ ମନୋନୀତ ହୋଇଛନ୍ତି। ଓଡ଼ିଶାର ପୂର୍ବତନ ରାଜ୍ୟପାଳ ତଥା ନାଗାଲାଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌.ସି. ଜମିର ଚଳିତବର୍ଷ ପଦ୍ମଭୂଷଣ ପାଇବେ ବୋଲି ଘୋଷଣା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥାନା CUG ନମ୍ବର ଲୁଚାଇଲେ ହେବ କାର୍ଯ୍ୟାନୁଷ୍ଠାନ! ସାର୍ବଜନୀନ କରିବାକୁ ପୋଲିସ୍ HQରୁ କଡ଼ା ନିର୍ଦ୍ଦେଶ

କଟକ ସଦର, ୨୭/୧୦ (ସୁଶାନ୍ତ କୁମାର ଜେନା): ରାଜ୍ୟର ବିଭିନ୍ନ ଥାନାରେ ଥିବା BSNL ଲ୍ୟାଣ୍ଡଫୋନ୍ ଲାଇନ୍‌ଗୁଡ଼ିକ ଅଚଳ ହୋଇପଡ଼ିଥିବାରୁ, ଜରୁରୀ ସେବା ଓ ପୋଲିସ୍ ସହାୟତା…

ବଡ଼ ଖବର: କାଲି ନୁହେଁ ଆଜି ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା, ହଠାତ୍‌ ବଦଳିଲା ସମୟ

ଭୁବନେଶ୍ୱର, ୨୭।୧୦: କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ । ହଠାତ୍ ବଦଳିଲା ବାତ୍ୟା ଲ୍ୟାଣ୍ଡଫଲର ସମୟ । ଆଜି ରାତି…

କୋଟିଆ ମାଟିରେ ତାତିଲେ ତାରା, ଗର୍ଜିଲେ ଭକ୍ତ: ଆନ୍ଧ୍ର ପୋଲିସ୍ ତୁରନ୍ତ ସ୍ଥାନ ଛାଡ଼, ଏହା କାହାର ପୈତୃକ ସମ୍ପତ୍ତି ନୁହେଁ…

ପଟ୍ଟାଙ୍ଗି, ୨୭।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନରୁ ଲାଗିରହିଥିବା ସୀମା ବିବାଦକୁ ନେଇ ସ୍ଥିତି ପୁଣି ସଙ୍ଗୀନ…

ଦ୍ବୀପରେ ଅଟକି ରହିଥିଲେ କଙ୍କଡ଼ା ଧରାଳି, ଉଦ୍ଧାର ହୋଇ ଆସିଲେ

ମହାକାଳପଡ଼ା,୨୭।୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ଶବରପଡ଼ାର ୨୦ଜଣ କଙ୍କଡ଼ା ଧରାଳି ଗହୀରମଥା ସାମୁଦ୍ରିକ ଅଭୟରଣ୍ୟ ହୁକିଟୋଲା ଅନତୀ ଦୂରରେ ଥିବା…

ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

ଭୁବନେଶ୍ୱର, ୨୭।୧୦: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରକୋପକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ଚଳାଚଳ କରୁଥିବା ସମସ୍ତ ଘରୋଇ ବସ୍‌ ସେବାକୁ ସାମୟିକ ଭାବେ…

Featured Video Play Icon

ଅର୍ଣ୍ଣବ ପ୍ରକୋପ: ଭୟଙ୍କର ଦେଖାଗଲା ସମୁଦ୍ର! ବିଶେଷଜ୍ଞ କହିଲେ…

ଭୁବନେଶ୍ୱର,୨୭।୧୦: ସମୁଦ୍ରରେ ଭୀଷଣ ରୂପ ଧରି ସ୍ଥଳଭାଗକୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଅର୍ଣ୍ଣବ। ଘଣ୍ଟା ପ୍ରତି ୨୦ କିମି ବେଗରେ ଆଗକୁ ବଢୁଥିବା ବାତ୍ୟା ଅର୍ଣ୍ଣବ…

ମାଡ଼ି ଆସୁଛି ବାତ୍ୟା ‘ଅର୍ଣ୍ଣବ’: କାଲି ବଲାଙ୍ଗୀର, କନ୍ଧମାଳ-କେନ୍ଦ୍ରାପଡ଼ାରେ ସବୁ ସ୍କୁଲ୍ ଛୁଟି; ଶିକ୍ଷକଙ୍କ ପାଇଁ…

ଭୁବନେଶ୍ୱର, ୨୭।୧୦: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଜିଲାରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ବୁଧବାର (କାଲି) ବଲାଙ୍ଗୀର,…

ବଦଳିଗଲା ବାତ୍ୟାର ଲ୍ୟାଣ୍ଡଫଲ୍‌ ସ୍ଥାନ! ରାତି ହେଉ ହେଉ ଏସବୁ ଜିଲାକୁ ହାଇ ଆଲର୍ଟ…

ଭୁବନେଶ୍ୱର,୨୭।୧୦: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ସାମୁଦ୍ରିକ ଝଡ଼ ଅର୍ଣ୍ଣବ ବିଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?