୧୦୪ ବାତ୍ୟା, ବନ୍ୟା ଆଶ୍ରୟସ୍ଥଳୀରେ ମକ୍‌ଡ୍ରିଲ: ଅନୁଧ୍ୟାନ କଲେ ଓସଡମା ସିଜିଏମ

ଛତ୍ରପୁର,୧୯।୬(ଡି.ଏନ୍‌.ଏ.)- ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ପାଇଁ ବୁଧବାର ଗଞ୍ଜାମ ଜିଲାର ୧୦୪ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀରେ ମକ୍‌ଡ୍ରିଲ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀରେ ସଚେତନତା ସଭା, ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ପକ୍ଷରୁ ବିପର୍ଯ୍ୟୟ ବେଳେ ବିଭିନ୍ନ ଉଦ୍ଧାର କୌଶଳ ପ୍ରଦର୍ଶନ କରଯାଇଥିଲା। ବାତ୍ୟା ଆସୁଛି କହି ଗାଁରୁ ଲୋକଙ୍କୁ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରଯାଇଥିଲା। ପରେ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ମାନଙ୍କରେ ବିପର୍ଯ୍ୟୟ ମୁକାବିଲା ପାଇଁ କ’ଣ ସବୁ ପଦକ୍ଷେପ ନେବା କଥା, ପ୍ରଶାସନର ସୂଚନାକୁ ସମ୍ମାନ ଦେବା, ସୁରକ୍ଷିତ ସ୍ଥାନକୁ ନିଜେ ଓ ଅନ୍ୟମାନଙ୍କୁ ଆଣିବା ଆଦି ନେଇ ପରାମର୍ଶ ଦିଆଯାଇଥିଲା। ୨ ଅତିରିକ୍ତ ଜିଲାପାଳ, ଉପଜିଲାପାଳ, ବିଡ଼ିଓ, ତହସିଲଦାରମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମନିଟରିଂ କରିଥିଲେ। ଚିକିଟି ବ୍ଲକ ଅଧୀନ ପାତିସୋନପୁର ଓ ଗଞ୍ଜାମ ବ୍ଲକ ଶତୃସଲ ଗାଁର ବାତ୍ୟା ଆଶ୍ରୟ ସ୍ଥଳୀରେ ମକ୍‌ଡ୍ରିଲ ପାଇଁ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଭୁବନେଶ୍ୱରସ୍ଥିତ ଓସ୍‌ଡମା ମୁଖ୍ୟ ଜେନେରାଲ ମ୍ୟାନେଜର ଡ. ପ୍ରଦୀପ କୁମାର ନାୟକ, ଅତିରିକ୍ତ ଜିଲାପାଳ ଲକ୍ଷ୍ମୀକାନ୍ତ ସେଠି ଯୋଗ ଦେଇଥିଲେ। ବିପର୍ଯ୍ୟୟ ମୁକାବିଲା ପାଇଁ ଆମେ କେତେ ପ୍ରସ୍ତୁତ ଅଛୁ ସେସମ୍ପର୍କରେ ଜାଣିବା ଏହି ମକ୍‌ଡ୍ରିଲର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଇଥିଲା। ସେହିପରି ଛତ୍ରପୁର ବ୍ଲକ ଅଗସ୍ତିନୂଆଗଁାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀରେ ମକ୍‌ଡ୍ରିଲ ଆୟୋଜିତ ହୋଇଥିଲା। ଏଥିରେ ଅତିରିକ୍ତ ଜିଲାପାଳ କବୀନ୍ଦ୍ର କୁମାର ସାହୁ ଯୋଗଦେଇ ସଚେତନ ହେଲେ ହିଁ ବିପର୍ଯ୍ୟୟର ମୁକାବିଲା କରିହେବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ତହସିଲଦାର ନୀଳମାଧବ ଭୋଇ, ସମିତିସଭ୍ୟା ବାସନ୍ତୀ ଯାନୀ, ପଞ୍ଚାୟତ ର୍ନିବାହୀ ଅଧିକାରୀ ତପସ୍ବିନୀ କହଁର, ଅଗ୍ନିଶମ ଅଧିକାରୀ କୈଳାଶ ଚନ୍ଦ୍ର ସାହୁ, ବିପିଏମ ମାନିନୀ ଜେନା, ଆଶ୍ରୟସ୍ଥଳୀ କମିଟି ସମ୍ପାଦକ ଅଶୋକ ପଲେଇଙ୍କ ସମେତ ଆଶାକର୍ମୀ, ଅଙ୍ଗନଓ୍ବାଡି କର୍ମୀ, ମହିଳା ସଙ୍ଘ ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ। ଜିଲାର ବିଭିନ୍ନ ସ୍ଥାନରେ ହୋଇଥିବା ମକ୍‌ଡ୍ରିଲକୁ ଜିଲା ଜରୁରୀକାଳୀନ ଅଧିକାରୀ ଦେବରାଜ ପାତ୍ର, ଡିପିଓ ପ୍ରଭୂପ୍ରସାଦ ମହାରଣା ସଂଯୋଜନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ସୀମାରେ ଓଡ଼ିଆ ଯବାନ ଶହୀଦ

ରାଇକିଆ,୧୭।୬(ଡି.ଏନ୍‌.ଏ.): ଲଦାଖ ଗାଲଓ୍ବାନ ଭ୍ୟାଲିରେ ଭାରତ-ଚାଇନା ଯବାନ ସଂଘର୍ଷରେ କନ୍ଧମାଳ ଜିଲା ରାଇକିଆ ଥାନା ବିୟରପାଙ୍ଗା ଅଞ୍ଚଳର ଜଣେ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଶହୀଦ ହୋଇଛନ୍ତି।...

ଜମି ଅଧିଗ୍ରହଣ ତ୍ୱରାନ୍ବିତ ଉପରେ ଗୁରୁତ୍ୱ

ମାଲକାନଗିରି/କୋରାପୁଟ/ଜୟପୁର,୨୩ା୪(ଡି.ଏନ୍‌.ଏ./ସ୍ବ.ପ୍ର./ନି.ପ୍ର.): ରେଳ, ଯୋଗାଯୋଗ ଓ ଇଲେକ୍‌ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ଦିନିକିଆ କୋରାପୁଟ-ମାଲକାନଗିରି ଜିଲା ଗସ୍ତକରି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା...

ପୋଲିସ ପକ୍ଷରୁ ମାସ୍କ ବଣ୍ଟନ

ପୁରୁଷୋତ୍ତମପୁର,୨୭ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ପକ୍ଷରୁ ଆଇଆଇସି ଜଗନ୍ନାଥ ମଲ୍ଲିକଙ୍କ ତତ୍ତ୍ବାବଧାନରେ ପୋଲିସ କର୍ମଚାରୀମାନେ ଲୋକଙ୍କୁ ସଚେତନ କରାଇବା ସହ ମାସ୍କ ବଣ୍ଟନ କରିଛନ୍ତି।...

ବ୍ୟବସ୍ଥା ନ କରି ଜରିମାନା

ଭୁବନେଶ୍ୱର,୨୨।୯(ବ୍ୟୁରୋ): ରାଜଧାନୀରେ ଦିନକୁ ଦିନ ଜନସଂଖ୍ୟା ସହ ଗାଡ଼ିସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଫଳରେ ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଟ୍ରାଫିକ୍‌ ସମସ୍ୟା ଉପୁଜୁଛି। ବିଶେଷକରି...

ବିଷାକ୍ତ ଖାଦ୍ୟ ଖାଇ ୩୦ରୁ ଊର୍ଦ୍ଧ୍ୱ ଗୁରୁତର

ବାଲେଶ୍ୱର,୬ା୭(ମାନସ ବିଶ୍ୱାଳ): ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ବୁଆଁଳ ପଞ୍ଚାୟତର ନୂଆଁପୁର ସିନ୍ଧିଆ ଗ୍ରାମରେ ବିଷାକ୍ତ ଖାଦ୍ୟ ଖାଇ ୩୦ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ଅବସ୍ଥାରେ...

ରସଗୋଲା ଓଡ଼ିଶାର: ଗାଙ୍ଗୁଲି

ଭୁବନେଶ୍ୱର,୬ା୮(ବ୍ୟୁରୋ): ପଶ୍ଚିମବଙ୍ଗରେ ରସଗୋଲା ବେଶ୍‌ ଲୋକପ୍ରିୟ। ହେଲେ ଏହି ମିଠା ଓଡ଼ିଶାର। ଏହା ଜଗନ୍ନାଥ ସଂସ୍କତି ସହ ଜଡ଼ିତ। ଏଭଳି କହିଛନ୍ତି, ଭାରତୀୟ କ୍ରିକେଟ ଦଳର...

ପୁରୀକୁ ଭିକାରିମୁକ୍ତ ପ୍ରକ୍ରିୟା ଆରମ୍ଭ: ସିଂହଦ୍ୱାର ସମ୍ମୁଖରେ ବସିଥିବା ଭିକାରୀଙ୍କୁ କାଉନ୍‌ସେଲିଂ କରାଗଲା

ପୁରୀ ଅଫିସ,୩।୩: ପୁରୀ ସହରକୁ ଭିକାରିମୁକ୍ତ କରିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ପାଇଲଟ ପ୍ରୋଜେକ୍ଟ ସକ୍ଷମ ଯୋଜନା ଆରମ୍ଭ ହୋଇଛି। ମଙ୍ଗଳବାର...

ରାଜ୍ୟରେ ୨ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ: ଉଚ୍ଚସ୍ତରୀୟ କ୍ଲିୟରାନ୍ସ କମିଟିର ଅନୁମୋଦନ

ଭୁବନେଶ୍ୱର, ୧୯।୮ (ବ୍ୟୁରୋ)-ରାଜ୍ୟରେ ୨ଲକ୍ଷ ୦୪,୦୬୯ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ। ସୋମବାର ଅପରାହ୍ନରେ ଖାରବେଳ ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ...

Advertisement
Archives

Model This Week