୧୦ଲକ୍ଷ ଟପିବ ସଂକ୍ରମିତଙ୍କ ସଂଖ୍ୟା: ଡବ୍ଲ୍ୟୁଏଚ୍‌ଓ

ଜେନେଭା,୩ା୪: ଦିନକୁ ଦିନ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଇତିମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୩୫ ହଜାରରୁ ଅଧିକ ଥିବାବେଳେ ମୃତକଙ୍କ ସଂଖ୍ୟା ୪୭ ହଜାର ୨୦୫ ଛୁଇଁଛି। ୧ ଲକ୍ଷ ୯୪ ହଜାରରୁ ଅଧିକ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଖୁବଶୀଘ୍ର ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ଟପିବା ସହିତ ମୃତ୍ୟୁ ସଂଖ୍ୟା ୫୦ ହଜାର ଟପିବାର ଆଶଙ୍କା ରହିଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)ପକ୍ଷରୁ କୁହାଯାଇଛି। ଏସମ୍ପର୍କରେ ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ଟେଡ୍ରେସ୍‌ ଗେବ୍ରେୟେସିୟୁସ୍‌ ସୂଚନା ଦେଇଛନ୍ତି। ୪ ମାସ ତଳେ କାହାକୁ କରୋନା ସମ୍ପର୍କରେ ଜଣା ନ ଥିଲା। ମାତ୍ର ଏବେ ଏହି ଭୂତାଣୁ ସମଗ୍ର ପୃଥିବୀ ପାଇଁ ସଙ୍କଟ ସୃଷ୍ଟି କରିଛି। ଗତ ଏକ ସପ୍ତାହ ମଧ୍ୟରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ଦୁଇଗୁଣା ହୋଇଯାଇଥିବା ସେ କହିଛନ୍ତି। ଏହା ପ୍ରତିଟି ଦେଶରେ ଦ୍ରୁତ ବେଗରେ ସଂକ୍ରମଣ ହେବାରେ ଲାଗିଛି। ଏଥିପାଇଁ ଜାରି ହୋଇଥିବା ସୁରକ୍ଷା ମାର୍ଗଦର୍ଶିକାକୁ ଲୋକେ ମାନିବା ଆବଶ୍ୟକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପତଞ୍ଜଳିର କରୋନିଲକୁ ମହାରାଷ୍ଟ୍ର ଆସିବା ମନା: ନକଲି ଔଷଧ ରାଜ୍ୟରେ ହେବନି ବିକ୍ରି, କହିଲେ ମନ୍ତ୍ରୀ

ମୁମ୍ବାଇ, ୨୫।୬: ପତଞ୍ଜଳି ପକ୍ଷରୁ କରୋନା ପାଇଁ ପ୍ରସ୍ତୁତ କରାଯାଇଥିବା କରୋନିଲକୁ ରାଜ୍ୟରେ ବିକ୍ରି ଲାଗି ମହାରାଷ୍ଟ୍ର ସରକାର ମନା କରିଛନ୍ତି। କୌଣସି ନକଲି ଔଷଧର...

ନୂଆବର୍ଷ ପାଳନ ଫିକା, ବହୁ ରାଜ୍ୟରେ କଟକଣା ଜାରି …

ନୂଆଦିଲ୍ଲୀ, ୨୭।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଏହା ସହିତ ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଦେଶର ୧୯ ରାଜ୍ୟରେ...

ଭବିଷ୍ୟତକୁ ମଜଭୁତ କରିବ ଭର୍ଚୁଆଲ ଗ୍ଲୋବାଲ କୋଲାବରେଶନ ଭିଲେଜ

ଡାଭୋସ୍‌,୨୪।୫: ସୁଇଜରଲାଣ୍ଡର ଡାଭୋସଠାରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ୍‌ (ଡବ୍ଲ୍ୟୁଇଏଫ୍‌) ସମ୍ମିଳନୀରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ସରକାରୀ ଓ ଘରୋଇ ଭାଗିଦାରୀ ମଧ୍ୟରେ ଭବିଷ୍ୟତକୁ...

କରୋନା ଭାଇରସ: ଇରାନରେ କଏଦୀଙ୍କୁ କରାଗଲା ମୁକ୍ତ

ତେହେରାନ,୧୦।୩: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱର ପାଖାପାଖି ୧୦୦ ଦେଶକୁ ବ୍ୟାପିଯାଇଥିବା ସୂଚନା ମିଳିଛି। ଏହା ଦ୍ରୁତଗତିରେ ବ୍ୟାପୁଥିବାରୁ ଓ...

ବାହାରେ ଛେପ ପକାଇଲେ ଜରିମାନା

ଭୁବନେଶ୍ୱର,୧୮ା୪(ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ଦିନକୁ ଦିନ କଠୋର ଆଭିମୁଖ୍ୟ ଆପଣାଉଛନ୍ତି ରାଜ୍ୟ ସରକାର। ଏଣିକି ବାହାରେ ଛେପ ପକାଇଲେ ଜରିମାନା ଗଣିବାକୁ ପଡ଼ିବ। ନିକଟରେ...

ଭାରତର ନିମନ୍ତ୍ରଣରେ ଆସିବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ଜେରୁଜେଲମ, ୨୫ା୧: ଭାରତ ଓ ଇସ୍ରାଏଲ ମଧ୍ୟରେ କୂଟନତୈକ ସମ୍ପର୍କର ୩୦ ବର୍ଷ ପୂର୍ତ୍ତି ଅବସରରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫଟାଲି ବେନେଟ୍‌ ଭାରତ ଆସିପାରନ୍ତି। ଏ...

CORONAVIRUS UPDATE: ଆଜି ୨୨,୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ୧,୫୯୪ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୪ା୭(ବ୍ୟୁରୋ) : ଶୁକ୍ରବାର ୨୮ଟି ଜିଲାରୁ ସର୍ବାଧିକ ୧,୫୯୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟ ୨୨,୬୯୩କୁ ବୃଦ୍ଧି...

ଲକ୍‌ଡାଉନ୍‌ ୪କୁ ନେଇ କେନ୍ଦ୍ରର ଚେତାବନୀ : ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୮ା୫(ଆଇଏଏନ୍‌ଏସ୍‌): କରୋନା ଭୂତାଣୁ ସଂକ୍ରମଣ ଆୟତ୍ତରେ ନାହିଁ। ତେଣୁ କେନ୍ଦ୍ର ସରକାର ରବିବାର ତାଲାବନ୍ଦ ଅବଧିକୁ ବୃଦ୍ଧି କରିଛନ୍ତି। ଲକ୍‌ଡାଉନ୍‌ ୪ ମେ ୩୧ ପର୍ଯ୍ୟନ୍ତ...

Advertisement
Archives

Model This Week