Posted inଜାତୀୟ

ୟୁପିରେ ୨୦ ପିଲା ବନ୍ଧକ: ଉଦ୍ଧାର ଲାଗି ପୋଲିସର ଉଦ୍ୟମ ଜାରି

ଫାରୁଖାବାଦ (ୟୁପି), ୩୧-୧(ଆଇଏଏନ୍‌ଏସ୍‌): ଉତ୍ତରପ୍ରଦେଶର ଫାରୁଖାବାଦରେ ଜଣେ ଅପରାଧୀ ୨୦ ଜଣ ପିଲାଙ୍କୁ ନେଇ ବନ୍ଧକ ରଖିଥିବା ଜଣାପଡିଛି। ସେ ଜନ୍ମଦିନ ପାଳନ ପାଇଁ ପିଲାମାନଙ୍କୁ ଘରକୁ ଡାକି ବନ୍ଧକ ରଖିଥିଲେ। ଫାରୁଖାବାଦର ମହମ୍ମଦାବାଦ ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି। ପିଲାମାନଙ୍କୁ ଘରେ ତାଲା ପକାଇ ରଖିଥିବା ବ୍ୟକ୍ତିଙ୍କ ନାମ ସୁଭାଷ ବଥାମ। ତାଙ୍କ ନାଁରେ ଫୌଜଦାରି ମାମଲା ରହିଛି। ସ୍ଥାନୀୟ ଲୋକେ ଘର ଖୋଲିବାକୁ ଉଦ୍ୟମ କରିବାରୁ ସେ ଭିତରୁ ଗୁଳି ଚଳାଇବା ସହ ଝରକା ଦେଇ ଏକ ବୋମା ଫିଙ୍ଗିଥିଲେ। ଏଥିରେ ଜଣେ ଆହତ ହୋଇଛନ୍ତି। ତାଙ୍କ ବିରୋଧରେ ଭୁଲ୍‌ରେ ଫୌଜଦାରି ମାମଲା ରୁଜୁ ହୋଇଥିବା ସୁଭାଷ କହିଛନ୍ତି। ଘର ଭିତରୁ ପିଲାମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ସ୍ବତନ୍ତ୍ର ତାଲିମପ୍ରାପ୍ତ ଯବାନ ଘଟଣାସ୍ଥଳରେ ପହଞ୍ଚତ୍ଛନ୍ତି। ଏନ୍‌ଏସ୍‌ଜି କମାଣ୍ଡୋମାନଙ୍କୁ ଷ୍ଟାଣ୍ଡବାଏ ରଖାଯାଇଥିବା ପୋଲିସ ମହାନିଦ୍ଦେର୍ର୍ଶକ ଓ.ପି. ସିଂ କହିଛନ୍ତି। ଏହା ଅତ୍ୟନ୍ତ କଠିନ ପରିସ୍ଥିତି ହୋଇଥିବାରୁ ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀମାନେ ପହଞ୍ଚତ୍ ଅନୁଧ୍ୟାନ କରୁଛନ୍ତି। ପିଲାମାନଙ୍କୁ ନିରାପଦର ସହ ଉଦ୍ଧାର କରିବାକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି। ସ୍ଥାନୀୟ ବିଧାୟକ ନଗେନ୍ଦ୍ର ସିଂ ସେଠାରେ ପହଞ୍ଚତ୍ ସୁଭାଷଙ୍କ ସହ କଥା ହେବାକୁ ଉଦ୍ୟମ କରୁଛନ୍ତି। ପୋଲିସ ମଧ୍ୟ ସୁଭାଷଙ୍କ ସମ୍ପର୍କୀୟ ଓ ଗାଁ ମୁଖିଆମାନଙ୍କୁ ଡାକିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କରୋନା

ବେଙ୍ଗାଲୁରୁ, ୯।୮-କର୍ନାଟକ ସ୍ବାସ୍ଥ୍ୟମନ୍ତ୍ରୀ ବି. ଶ୍ରୀରାମୁଲୁ ମହାମାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏ ନେଇ ବି. ଶ୍ରୀରାମୁଲୁ ଟୁଇଟ...

ରେବ ପାର୍ଟି ପରେ ଭିଆଇପିଙ୍କ ଝିଅପୁଅ, ଅଭିନେତା ଅଟକ

ହାଇଦ୍ରାବାଦ,୩।୪: ବଞ୍ଜାରା ପାହାଡରେ ଥିବା ଏକ ପଞ୍ଚ ତାରକା ହୋଟେଲ ରବିବାର ସକାଳ ପର୍ଯ୍ୟନ୍ତ ଚାଲିଥିବା ଏକ ରେବ ପାର୍ଟି ଉପରେ ଚଢ଼ାଉ କରି ୧୪୨...

ବାଣ କାରଖାନାରେ ବିସ୍ଫୋରଣ

କୋଲକାତା,୩।୧: ପଶ୍ଚିମବଙ୍ଗ ନର୍ଥ ୨୪ ପ୍ରାଙ୍ଗଣା ଜିଲାର ନୌହାଟିରେ ଶୁକ୍ରବାର ଏକ ବାଣ କାରଖାନାରେ ହଠାତ୍‌ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ୫ଜଣଙ୍କର ମୃତ୍ୟୁ ହୋଇଥିବା...

କଂଗ୍ରେସକୁ ପୁଣି ଫେରିବେ କି ସଚିନ

ନୂଆଦିଲ୍ଲୀ,୧୭।୭: ରାଜସ୍ଥାନରେ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା କଳି ଏବେ ଚରମ ସୀମାରେ ପହଞ୍ଚି ଯାଇଛି। ସଚିନ ପାଇଲଟଙ୍କୁ ଦଳର ରାଜସ୍ଥାନ...

ଥମୁଛି ସଂକ୍ରମଣ, ସବ୍‌ ଭାରିଆଣ୍ଟ ନେଇ ଆତଙ୍କ,ପୁଣି ଫେରିଲା ମାସ୍କ…

ନୂଆଦିଲ୍ଲୀ, ୨୦।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି...

ଗୋବର କିଣିବେ ସରକାର: ଚାଷୀ ହେବେ ମାଲାମାଲ୍‌

ରାୟପୁର, ୬।୭: ଛତିଶଗଡ଼ ଚାଷୀଙ୍କ ଆର୍ଥିକ ବିକାଶ ପାଇଁ ରାଜ୍ୟ ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ସରକାର ଚାଷୀଙ୍କଠାରୁ କିଲୋ ପିଛା ଦେଢ଼...

ନୋଏଡ଼ା ଅଗ୍ନିକାଣ୍ଡ: ୨ ଶିଶୁ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ, ୧୧ା୪- ନୋଏଡାର ସେକ୍ଟର ୬୩ରେ ରବିବାର ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ୩ ବର୍ଷର ୨ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା...

ଆସନ୍ତା ଦୁଇଦିନ ଚେନ୍ନାଇରେ ପ୍ରବଳ ବର୍ଷା ସମ୍ଭାବନା: ସ୍କୁଲ ବନ୍ଦ

ଚେନ୍ନାଇ,୮ ।୧୧: ପ୍ରବଳ ବର୍ଷା ଯୋଗୁ ତାମିଲନାଡୁର ସ୍ଥିତି ବେଳକୁ ବେଳ ବିଗିଡିବାରେ ଲାଗିଛି । କିଛି ଜିଲାରେ ଏବେବି ପ୍ରବଳ ବର୍ଷା ଜାରି ରହିଛି...

Advertisement
Archives

Model This Week