Posted inଖେଳ

ୟୁନିଲାଇଟ କପ୍‌ ଆନ୍ତଃସ୍କୁଲ ଫୁଟବଲ ଶ୍ରୀ ଅରବିନ୍ଦ, ସୈନିକ ସ୍କୁଲ ସେମିରେ

ଭୁବନେଶ୍ୱର, ୨୭।୮(କ୍ରୀଡ଼ା ପ୍ରତିନିଧି)-
ୟୁନିଟ-୬ ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ୬ ନମ୍ବର ହାଇସ୍କୁଲ ପଡ଼ିଆରେ ଚାଲିଥିବା ୟୁନିଲାଇଟ୍‌ କପ୍‌ ଆନ୍ତଃସ୍କୁଲ ଫୁଟବଲ ଟୁର୍ନାମେଣ୍ଟରେ ଶ୍ରୀ ଅରବିନ୍ଦ ନୋଡାଲ ବିଦ୍ୟାପୀଠ ଓ ସୈନିକ ସ୍କୁଲ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସୋମବାର ଅନୁଷ୍ଠିତ ୨ଟି କ୍ୱାର୍ଟର ଫାଇନାଲରେ ଏହି ଦୁଇ ଦଳ ବିଜୟ ହାସଲ କରିଛନ୍ତି। ପ୍ରଥମ ମ୍ୟାଚଟି ଶ୍ରୀ ଅରବିନ୍ଦ ଏବଂ ପଳାଶୁଣୀ ୟୁଜି ହାଇସ୍କୁଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମାର୍ଦ୍ଧ ଗୋଲଶୂନ୍ୟଭାବେ ଶେଷ ହୋଇଥିବାବେଳେ ୩୪ତମ ମିନିଟରେ ବାବୁଲାଲ ସାହୁ ଓ ୫୦ତମ ମିନିଟରେ କାବୁଲାଲ ସାହୁ ଗୋଟିଏ ଲେଖାଏ ଗୋଲ ଦେଇ ଶ୍ରୀ ଅରବିନ୍ଦ ସ୍କୁଲକୁ ବିଜୟୀ କରାଇଥିଲେ। ୟୁନିଟ-୬ ହାଇସ୍କୁଲର ସହକାରୀ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଦତ୍ତ ଅତିଥିଭାବେ ଯୋଗଦେଇ ବାବୁଲାଲଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ। ଦ୍ୱିତୀୟ ମ୍ୟାଚ ସୈନିକ ସ୍କୁଲ ଓ ରାମକୃଷ୍ଣ ଶିକ୍ଷାକେନ୍ଦ୍ର ମଧ୍ୟରେ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମାର୍ଦ୍ଧ ଗୋଲଶୂନ୍ୟଭାବେ ଶେଷ ହୋଇଥିବାବେଳେ ମ୍ୟାଚର ୪୧ତମ ମିନିଟରେ ସୈନିକ ସ୍କୁଲର ସୂରଜ ସୁନ୍ଦର ଡିଗଲ ସ୍କୋର କରିଥିବା ଗୋଲଟି ନିର୍ଣ୍ଣାୟକ ହୋଇଥିଲା। ମ୍ୟାଚ ଶେଷ ପର୍ଯ୍ୟନ୍ତ ରାମକୃଷ୍ଣ ଶିକ୍ଷାକେନ୍ଦ୍ର ଗୋଲଟି ପରିଶୋଧ କରି ନ ପାରିବାରୁ ସୈନିକ ସ୍କୁଲ ସେମିଫାଇନାଲରେ ପ୍ରବେଶ କରିଥିଲା। ଜଗନ୍ନାଥ ପ୍ରଧାନ ଅତିଥିଭାବେ ଯୋଗଦେଇ ରାମକୃଷ୍ଣ ଶିକ୍ଷାକେନ୍ଦ୍ର ଗୋଲକିପର ସାଗିନ ସୋରେନଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ। ଚନ୍ଦ୍ରକାନ୍ତ ବାରିକ, ଶ୍ରୀକାନ୍ତ ପଣ୍ଡା, ସରୋଜ ମହାରଣା, ଅମିତ ନାୟକ, ଦେବଜ୍ୟୋତି ସିଂ, ଦିଗ୍‌ବିଜୟ ଦାସ ଓ ଲକ୍ଷ୍ମୀ ପ୍ରସାଦ ମ୍ୟାଚ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖୁସିରେ ନାଚି ଉଠିଲେ ଦ୍ରାବିଡ

ବର୍ମିଂହାମ,୨।୭: ଇଂଲଣ୍ଡ ବିପକ୍ଷରେ ଜାରି ରହିଥିବା ଏଜବାଷ୍ଟନ ଟେଷ୍ଟର ପ୍ରଥମ ଦିନରେ ଅନେକ ସ୍ମରଣୀୟ ମୂହୁର୍ତ୍ତ ଥିଲା। ବ୍ୟାଟିଂ ନିମନ୍ତ୍ରଣ ପାଇଁ ମଇଦାନକୁ ଓହ୍ଲାଇଥିବା ଟିମ୍‌...

ପନ୍ତଙ୍କୁ ନେଇ ଏଭଳି କହିଲେ ଗାଙ୍ଗୁଲି; ବିସିସିଆଇ ଅଧ୍ୟକ୍ଷ ଭାବେ କହିବା ଠିକ୍‌ ନୁହେଁ ତଥାପି…

ନୂଆଦିଲ୍ଲୀ,୪।୪: ଭାରତୀୟ ଦଳର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତଙ୍କ ପ୍ରଶଂସାରେ ଶତମୁଖ ବିିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି। ପନ୍ତ ଜଣେ ମ୍ୟାଚ୍‌ ବିଜେତା ଖେଳାଳି ବୋଲି...

ଭାରତର ପ୍ରତିନିଧିତ୍ୱ କରିବେ ଓଡ଼ିଶାର ଶୁଭମ୍‌

ଭୁବନେଶ୍ୱର, ୧୩ା୬(ସ୍ପୋଟର୍‌ସ ବ୍ୟୁରୋ): ଜୁଲାଇ ମାସରେ ମାଳଦ୍ୱୀପରେ ଅନୁଷ୍ଠିତ ହେବାକୁ ଥିବା ଦକ୍ଷିଣ ଏସୀୟ ସୁନ୍ଦର ସ୍ବାସ୍ଥ୍ୟ ଚାମ୍ପିୟନଶିପରେ ଭାରତର ପ୍ରତିନିଧିତ୍ୱ କରିବେ ଓଡ଼ିଆ ପୁଅ...

ଭାରତରେ ବୋଲ୍ଟଙ୍କ ଠାରୁ ଦ୍ରୁତତମ ଧାବକ

ବାଙ୍ଗାଲୋର,୧୪।୨- ବିଶ୍ୱର ସବୁଠୁ ଦ୍ରୁତତମ ଧାବକ ଉସେନ ବୋଲ୍ଟଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ବୋଧ ହୁଏ ପ୍ରତିଦ୍ୱନ୍ଦ୍ୱୀ ମିଳିଯାଇଛି। କର୍ନାଟକର ଏକ ଗ୍ରାମରେ ଅନୁଷ୍ଠିତ...

ଲନ୍‌ ବଲ୍ସ ବୈଷୟିକ ଅଧିକାରୀଙ୍କ କର୍ମଶାଳା ଶେଷ

ଭୁବନେଶ୍ୱର, ୨୦।୫ (କ୍ରୀଡ଼ା ପ୍ରତିନିଧି): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ବୋଲିଂ ଆସୋସିଏଶନ ଆନୁକୂଲ୍ୟରେ ନୟାପଲ୍ଲୀସ୍ଥିତ ଇନ୍‌ଡୋର ହଲ୍‌ରେ ଲନ୍‌ ବଲ୍ସ ବୈଷୟିକ...

ବିଜୟ ପରେ ସମସ୍ତଙ୍କଠାରୁ ଦୂରରେ ଛିଡ଼ା ହୋଇଥିଲେ ଅଧିନାୟକ ରୋହିତ ଶର୍ମା: ଜାଣନ୍ତୁ କାହିଁକି…

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୩ତମ ସଂସ୍କରଣରେ ବାଜି ମାରିଛି ମୁମ୍ବାଇ ଇଣ୍ଡିଆନ୍ସ। ଉଭୟ ବୋଲିଂ ଓ ବ୍ୟାଟିଂରେ ଚମତ୍କାରିତା ଦେଖାଇ ଏହି ଦଳ ମଙ୍ଗଳବାର ଅନୁଷ୍ଠିତ...

ଭାରତୀୟ ଦଳରେ ସ୍ଥାନ ପାଇବା ନେଇ ବରୁଣ ଚକିତ

ଶାରଜା : ଭାରତୀୟ ଟି୨୦ ଦଳରେ ସ୍ଥାନ ପାଇବା ପରେ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଚକିତ ହେବା ସହ ଏହାକୁ ବିଶ୍ୱାସ କରିପାରି ନ ଥିଲେ।...

ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌: ସ୍ବିଟିଙ୍କୁ ସ୍ବର୍ଣ୍ଣ ପଦକ…

ନୂଆଦିଲ୍ଲୀ,୨୫।୩ : ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଭାରତୀୟ ବକ୍ସର ନୀତୁ ଘଂଘାସ ସ୍ବର୍ଣ୍ଣ ପଦକ ଜିତିବା ପରେ ଏବେ ସ୍ବିଟି ବୁରା ସ୍ବର୍ଣ୍ଣ ପଦକ...

Advertisement
Archives

Model This Week