Posted inଖେଳ

ୟୁଏଫ୍‌ସି ହେଭିଓ୍ବେଟ୍‌ ଲଢ଼େଇ: ଭୋଲକୋଭଙ୍କୁ ହରାଇଲେ କୁର୍ଟିସ

ଲାସ ଭେଗାସ, ୨୨।୬(ଏପି): ଅଲ୍‌ଟିମେଟ ଫାଇଟିଂ ଚାମ୍ପିୟନଶିପ୍‌ (ୟୁଏଫସି) ହେଭିଓ୍ବେଟ ପ୍ରତିଦ୍ୱନ୍ଦ୍ୱୀ ଆମେରିକାର କୁର୍ଟିସ ବ୍ଲେଡ୍ସ ଶନିବାର ରାତିରେ ଅନୁଷ୍ଠିତ କୁସ୍ତି ଲଢ଼େଇରେ ରୁଷିଆର ଆଲେକଜାଣ୍ଡର ଭୋଲକୋଭଙ୍କୁ ପରାସ୍ତ କରିଛନ୍ତି। ପ୍ରତିପକ୍ଷଙ୍କୁ ଅଣନିଃଶ୍ୱାସୀ କରିବାପରେ ନିର୍ବିବାଦରେ କୁର୍ଟିସଙ୍କୁ ବିଜେତା ଘୋଷଣା କରାଯାଇଥିଲା। ଏହାଥିଲା ତାଙ୍କର କ୍ରମାଗତ ୪ର୍ଥ ବିଜୟ। ଫିଦରଓ୍ବେଟ ବିଭାଗରେ ଶେନ ବୁର୍ଗୋସଙ୍କୁ ୨୯-୨୮, ୨୯-୨୮ ଓ ୨୯୨୭ ପଏଣ୍ଟରେ ହରାଇଛନ୍ତି ଜୋଶ୍‌ ଇମେଟ। ଘରୋଇ ସହରରେ ମିକ୍ସଡ ମାର୍ଶାଲ ଆଟର୍‌ସକୁ ପ୍ରମୋଟ କରିବା ଉଦ୍ଦେଶ୍ୟରେ ୟୁଏଫସି ଆପେକ୍ସ ଜିମ୍‌ରେ ବିନା ଦର୍ଶକରେ ଲଢ଼େଇଗୁଡ଼ିକ ଅନୁଷ୍ଠିତ ହୋଇଥିଲା। ଆରମ୍ଭରୁ ନିଜ କୁସ୍ତି ଦକ୍ଷତା ପ୍ରଦର୍ଶନ କରି କୁର୍ଟିସ ପ୍ରତିପକ୍ଷ ଭୋଲକୋଭଙ୍କ ବିପକ୍ଷରେ ଆଧିପତ୍ୟ ବିସ୍ତାର କରିଥିଲେ। ମାତ୍ର ୧୦ ସେକେଣ୍ଡ ମଧ୍ୟରେ ସେ ଭୋଲକୋଭଙ୍କୁ ତଳେ ପକାଇ ଦେଇଥିଲେ। ପାଖାପାଖି ପ୍ରଥମ ୪ ରାଉଣ୍ଡ ପର୍ଯ୍ୟନ୍ତ କୁର୍ଟିସଙ୍କ ପ୍ରାଧାନ୍ୟ ଅବ୍ୟାହତ ରହିଥିଲା। ୪ର୍ଥ ରାଉଣ୍ଡର ଶେଷ ଭାଗ ଏବଂ ୫ମ ରାଉଣ୍ଡରେ ଭୋଲକୋଭ କୌଶଳ ଖଟାଇଥିଲେ ହେଁ ସେତେବେଳକୁ ବହୁ ବିଳମ୍ବ ହୋଇ ଯାଇଥିଲା। ଜଜ୍‌ମାନେ ବ୍ଲେଡ୍ସଙ୍କ ସପକ୍ଷରେ ୪୯-୪୬, ୪୮-୪୭, ୪୮-୪୬ ପଏଣ୍ଟ ଦେଇଥିଲେ। ହେଭିଓ୍ବେଟ ଟାଇଟଲ ପାଇଁ ବ୍ଲେଡ୍ସ କାମେରୁନ-ଫ୍ରେଞ୍ଚ୍‌ ପ୍ରଫେଶନାଲ ଫ୍ରାନ୍ସିସ ଏନଗାନୋଉଙ୍କୁ ଭେଟିବା ସମ୍ଭାବନା ରହିଛି। ବ୍ଲେଡ୍‌ କ୍ୟାରିୟରରେ ମାତ୍ର ୨ ଥର ପରାଜିତ ହୋଇଛନ୍ତି। କୌତୂହଳ କଥା ହେଲେ ସେ ୨ ଥରଯାକ ଏହି ଏନ୍‌ଗାନୋଉଙ୍କଠାରୁ ହିଁ ୨୦୧୬ ଓ ୨୦୧୮ରେ ହାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

ମହିଳା ଏସିଆ କପ୍‌: ଫାଇନାଲରେ ଭାରତ-ଶ୍ରୀଲଙ୍କା ମହାମୁକାବିଲା, ଟାଇଟଲ ପାଇଁ କିଏ ଫେଭରାଇଟ୍‌ ଜାଣନ୍ତୁ…

ଦୁବାଇ,୧୨ା୯: ମହିଳା ଟି୨୦ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ୭ ଥରର ବିଜେତା ଭାରତ ଟୁର୍ନାମେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?