ହ୍ବାଟ୍‌ସଆପ୍‌ ହ୍ୟାକିଂ

ଆକାର ପଟେଲ
ଭାରତରେ ହ୍ବାଟ୍‌ସଆପ୍‌ ହ୍ୟାକିଂ କେମିତି ଚାଲିଛି, ସେ ବିଷୟରେ ଆମେ ଜାଣିବା ଓ ବୁଝିବା ଆବଶ୍ୟକ। ପ୍ରଥମତଃ ଯେଉଁ କମ୍ପାନୀ ବିରୋଧରେ ହ୍ୟାକିଂର ଅଭିଯୋଗ ଆସିଛି, ତାକୁ ଆମେରିକାରେ ହ୍ବାଟ୍‌ସଆପ୍‌ର ମାଲିକ ଫେସ୍‌ବୁକ୍‌ ଦ୍ୱାରା କୋର୍ଟକୁ ଟଣାଯାଇଛି। ଅଭିଯୁକ୍ତ ଫାର୍ମ, ଇସ୍ରାଏଲର ଏନ୍‌ଏସ୍‌ଓ ଗ୍ରୁପ୍‌ ଏପରି ପ୍ଲାଟ୍‌ଫର୍ମ ତିଆରି କରି ବିକ୍ରି କରିଛି, ଯାହା ତା’ର ଗ୍ରାହକମାନଙ୍କୁ ସାରା ବିଶ୍ୱରେ ଅତି କମ୍‌ରେ ୧୪୦୦ ବା ସମ୍ଭବତଃ ତଦୂର୍ଦ୍ଧ୍ୱ ମୋବାଇଲ ଫୋନ୍‌କୁ ମିସ୍‌ଡ କଲ୍‌ ମାଧ୍ୟମରେ ହ୍ୟାକିଂ ପାଇଁ ସାହାଯ୍ୟ କରୁଛି। ଏହା ଚଳିତବର୍ଷ ଏପ୍ରିଲ ୨୯ରୁ ମେ ୧୦ ତାରିଖ ମଧ୍ୟରେ ଘଟିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏନ୍‌ଏସ୍‌ଓ ଗ୍ରୁପ୍‌ର ସମସ୍ତ ଗ୍ରାହକ ହେଉଛନ୍ତି ବିଭିନ୍ନ ଦେଶର ସରକାର। କମ୍ପାନୀ ଦାବି କରୁଛି ଯେ, ଏହା ସରକାରଗୁଡ଼ିକୁ ଲୋକମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାରେ ସାହାଯ୍ୟ କରୁଛି। ଆତଙ୍କବାଦ ଓ ଅପରାଧକୁ ରୋକିବାରେ ଏହା ଟେକ୍ନୋଲୋଜିର ଉପଯୋଗ କରୁଛି ବୋଲି ଦାବି କରିଛି। ଏନ୍‌ଏସ୍‌ଓ ଟେକ୍ନୋଲୋଜି ଦୂରସଂଚାର ଓ ଗୋଇନ୍ଦା ବିଶେଷଜ୍ଞଙ୍କ ଦ୍ୱାରା ଡିଜାଇନ କରାହୋଇଛି।
ଦ୍ୱିତୀୟ କଥା ହେଲା ଭାରତରେ ଏହାଦ୍ୱାରା ସେହି ଲୋକମାନଙ୍କୁ ଟାର୍ଗେଟ କରାଯାଇଛି, ଯେଉଁମାନଙ୍କୁ ସରକାର ଦେଶବିରୋଧୀ ବୋଲି ଅଭିହିତ କରୁଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଭୀମ କୋରେଗାଓଁ ମାମଲାରେ ଗିରଫ ହୋଇଥିବା ଲୋକମାନଙ୍କ ଓକିଲ ଏବଂ ସଂଖ୍ୟାଲଘୁ ଓ ଆଦିବାସୀଙ୍କ ପ୍ରସଙ୍ଗ ଉପରେ କାର୍ଯ୍ୟ କରୁଥିବା ସାମାଜିକ କର୍ମୀ। ଏମାନଙ୍କ ମଧ୍ୟରୁ ଅନେକେ ପୂର୍ବରୁ ସରକାରଙ୍କ ଦ୍ୱାରା ହଇରାଣ ହରକତର ଶିକାର ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ ଲୋକଙ୍କୁ ମୁଁ ଜାଣିଛି ଓ ସେମାନଙ୍କ ସହ କାର୍ଯ୍ୟ ବି କରିଛି। ତୃତୀୟତଃ ମୋଦି ସରକାର ଏନ୍‌ଏସ୍‌ଓ ପ୍ଲାଟ୍‌ଫର୍ମ କିଣି ନାହାନ୍ତି କିମ୍ବା ନିଜ ନାଗରିକଙ୍କ ମୋବାଇଲ ଫୋନ୍‌ ହ୍ୟାକ୍‌ କରି ସେମାନଙ୍କ ବିରୋଧରେ ଗୁପ୍ତଚରଗିରି କରୁନାହାନ୍ତି ବୋଲି କହିନାହାନ୍ତି। ଅପରପକ୍ଷେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ କହିଛନ୍ତି ଯେ, ଭାରତ ହ୍ବାଟ୍‌ସଆପ୍‌କୁ ପଚାରିଛି କେଉଁ ଧରଣର ନିୟମ ଭଙ୍ଗ କରାଯାଇଛି ଏବଂ ଭାରତୀୟମାନଙ୍କ ବ୍ୟକ୍ତିଗତ ଗୋପନୀୟତାର ସୁରକ୍ଷା ଲାଗି ଏହା କ’ଣ କରୁଛି। ମନ୍ତ୍ରୀ ଏପରି ବିବୃତି ନ ଦେଇ ବରଂ ଭାରତ ଏଥିରେ ସମ୍ପୃକ୍ତ ଅଛି କି ନା ତାହା ସ୍ପଷ୍ଟ କରିବା ଉଚିତ ଥିଲା। ତେବେ ସମ୍ଭବତଃ ଯେହେତୁ ମାମଲାଟି ଏବେ ଆମେରିକୀୟ କୋର୍ଟରେ ବିଚାରାଧୀନ ଅଛି, ଯେଉଁଠି ବିଚାରପତିମାନଙ୍କୁ ସହଜରେ ପ୍ରଭାବିତ କରାଯାଇପାରିବ ନାହିଁ, ତେଣୁ ମନ୍ତ୍ରୀ ଭାବିଚିନ୍ତି ବିବୃତି ଦେଇଛନ୍ତି। ଏନ୍‌ଏସ୍‌ଓ କହିଛି ଯେ, କେଉଁମାନେ ତା’ର ଗ୍ରାହକ ଓ କେଉଁମାନେ ନୁହନ୍ତି, ତାହା ସେ ଖୋଲି କହିପାରିବ ନାହିଁ।
ଚତୁର୍ଥରେ ଭାରତ ସରକାର ଆଇଟି ତଦନ୍ତରେ ସାହାଯ୍ୟ କରିବା ପାଇଁ ଘରୋଇ କମ୍ପାନୀମାନଙ୍କୁ ବ୍ୟବହାର କରୁଛି। ଗତବର୍ଷ ଯେତେବେଳେ ମୋ ସଂଗଠନ ଉପରେ ‘ଚଢ଼ାଉ’ କରାଯାଇଥିଲା (ମୁଁ ଉଦ୍ଧ୍‌ୃତି ଚିହ୍ନ ଭିତରେ ଚଢ଼ାଉ ଶବ୍ଦଟି ଲେଖିବାର କାରଣ ଆମ ବିରୋଧରେ କୌଣସି ଅଭିଯୋଗ ନ ଥିଲା), ସେତେବେଳେ ଆମ ସର୍ଭରକୁ ଗୋଟିଏ ଘରୋଇ କମ୍ପାନୀର ଦୁଇଜଣଙ୍କୁ କ୍ଲୋନିଂ ବା କପି କରିବା ପାଇଁ ଦିଆଯାଇଥିଲା। ଏହି ‘ଚଢ଼ାଉ’ ସମୟରେ ମୋ ମୋବାଇଲ ଫୋନ୍‌କୁ ମୋଠାରୁ ନିଆଯାଇଥିଲା ଏବଂ ମୋତେ ଫୋନ୍‌କୁ ଅନ୍‌ଲକ୍‌ କରିବାକୁ ବାଧ୍ୟ କରାଯାଇଥିଲା। ଏହା ଆଇନସଙ୍ଗତ କି ବୋଲି ମୁଁ ପଚାରିବାରୁ ମୋତେ କୌଣସି ଉତ୍ତର ଦିଆଯାଇ ନ ଥିଲା। ମୋ ଫୋନ୍‌କୁ ନେଇ କିଛି ଲୋକ ଦେଖିଲେ ଏବଂ ସେମାନେ ଏଥିରେ କ’ଣ କଲେ ମୋତେ ଫେରାଇବା ପୂର୍ବରୁ କହିଲେ ନାହିଁ। ନିକଟରେ ନେଟ୍‌ଓ୍ବାର୍କ ୧୮ର ପ୍ରତିଷ୍ଠାତା ରାଘବ ବାହଲଙ୍କ କମ୍ପାନୀ ସମେତ ଯେଉଁମାନଙ୍କ ଉପରେ ‘ଚଢ଼ାଉ’ କରାଯାଇଥିଲା, ସେମାନଙ୍କ କ୍ଷେତ୍ରରେ ବି ସମାନ ପ୍ରକାର ଘଟିଥିଲା। ପଞ୍ଚମରେ ଆମେରିକା ପରି ଭାରତରେ କୌଣସି ବିଚାରବିଭାଗୀୟ ତଦାରଖ ବ୍ୟବସ୍ଥା ନାହିଁ। ଆମେରିକାରେ ଫୋନ୍‌ ଟ୍ୟାପିଂ ପାଇଁ ଜଣେ ବିଚାରପତିଙ୍କଠାରୁ ଅନୁମତି ନେବା ଦରକାର ପଡ଼େ। ଭାରତରେ ସେପରି ବ୍ୟବସ୍ଥା ନାହିଁ। ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ ଦ୍ୱାରା ଏକଦା ଆର୍‌ଟିଆଇ ଆକ୍ଟ ଅନୁସାରେ ମଗାଯାଇଥିବା ତଥ୍ୟରୁ ଜଣାପଡ଼ିଥିଲା ଯେ, କେନ୍ଦ୍ର ସ୍ବରାଷ୍ଟ୍ର ସଚିବ ବର୍ଷକୁ ୧୦,୦୦୦, ଅର୍ଥାତ୍‌ ଦିନକୁ ୩୦୦ ଫୋନ୍‌ ଟ୍ୟାପିଂକୁ ଅନୁମତି ଦିଅନ୍ତି। ତା’ ମାନେ ଅନୁମତି ଦେବା ପୂର୍ବରୁ ସେ ଟିକିନିଖି ଜିନିଷର ଅନୁଧ୍ୟାନ କରନ୍ତି ନାହିଁ। ଆମେରିକା ପରି ଭାରତରେ ବେଆଇନ ଭାବେ କିଛି ଲିକେଜ୍‌ ହେଲେ ବା ଗୁପ୍ତ କଥା ପଦାରେ ପଡ଼ିଗଲେ ସେଥିପାଇଁ କେହି ଉତ୍ତରଦାୟୀ ହୁଅନ୍ତି ନାହିଁ। ଏଥିପାଇଁ ଦାୟୀ ଅଫିସର ବା ମନ୍ତ୍ରୀଙ୍କୁ ଦଣ୍ଡିତ କରାଯାଏ ନାହିଁ।
ଷଷ୍ଠରେ ଏହିସବୁ ଉପାୟରେ ଯେଉଁ ତଥ୍ୟଗୁଡ଼ିକ ପ୍ରକାଶ ପାଏ ତାହାଦ୍ୱାରା ପ୍ରାୟ କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି ନାହିଁ। ଭାରତରେ ଆତଙ୍କବାଦ ଅଭିଯୁକ୍ତଙ୍କ ଦୋଷୀ ସାବ୍ୟସ୍ତ ହାର ପ୍ରାୟ ୧ ପ୍ରତିଶତ। ତେଣୁ ୯୯ ପ୍ରତିଶତ ମାମଲାରେ ସରକାର ବିଫଳ ହୁଅନ୍ତି ବା ଭୁଲ୍‌ରେ ଲୋକଙ୍କୁ ଅଭିଯୁକ୍ତ ସଜାଇଥାନ୍ତି। ଏହି ବିଫଳତା ବା କ୍ଷମତାର ଦୁରୁପଯୋଗ ପାଇଁ କୌଣସି ଉତ୍ତରଦାୟିତ୍ୱ ବି ନାହିଁ। ଭାରତରେ ଏଭଳି ଘଟଣାର ଶେଷ ନାହିଁ। କିଛି ବର୍ଷ ତଳେ ମୁଁ ସମ୍ପାଦନା କରୁଥିବା ଏକ ଖବରକାଗଜ ସଲମାନ ଖାନ୍‌ ଓ ପ୍ରୀତି ଜିଣ୍ଟାଙ୍କ ଟ୍ୟାପ୍‌ ହୋଇଥିବା ବାର୍ତ୍ତାଳାପ ପ୍ରକାଶ କରିଥିଲା। ଅଭିନେତ୍ରୀ ଜଣକ ମୋ ବିରୋଧରେ କୋର୍ଟରେ ମାନହାନି ମାମଲା କରିଥିଲେ ଏବଂ କୋର୍ଟ ଜାଣିବାକୁ ପାଇଲେ ଯେ ମୁମ୍ବାଇ ପୋଲିସ ବିନା ଅନୁମତିରେ ସଲମାନଙ୍କ ଫୋନ୍‌କୁ ଟ୍ୟାପ୍‌ କରିଥିଲା। ଏଥିପାଇଁ ମୁମ୍ବାଇ ପୋଲିସକୁ କୌଣସି ଦଣ୍ଡ ଦିଆଗଲା ନାହିଁ ଏବଂ ମାମଲା କୁଆଡ଼େ ମିଳେଇ ଗଲା। କିନ୍ତୁ ଏଥର ଆମେରିକାର ନାଗରିକମାନେ ବି ହ୍ୟାକିଂର ଶିକାର ହୋଇଥିବାରୁ ଏବଂ ସେମାନଙ୍କ ନ୍ୟାୟ ବ୍ୟବସ୍ଥା ଉଚ୍ଚମାନର ହୋଇଥିବାରୁ ନ୍ୟାୟ ମିଳିବା ଓ ସତ୍ୟ ପ୍ରକାଶ ପାଇବା ଆଶା କରାଯାଏ। ଯେତେବେଳେ ହ୍ୟାକିଂ ପଛରେ କିଏ ଅଛି ବୋଲି ଜଣାପଡ଼ିବ, ସେତେବେଳେ ହୁଏତ ଆମେ କହିବୁ ଯେ ‘ଦେଶବିରୋଧୀ’ମାନଙ୍କର କୌଣସି ଗୋପନୀୟତା ଅଧିକାର ନାହିଁ ଏବଂ ବେଆଇନ ହେଲେ ବି ସେମାନଙ୍କ ବିରୋଧରେ ଯେକୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଇହେବ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?