ହ୍ବାଟ୍‌ସଆପ୍‌ ହ୍ୟାକିଂ

ଆକାର ପଟେଲ
ଭାରତରେ ହ୍ବାଟ୍‌ସଆପ୍‌ ହ୍ୟାକିଂ କେମିତି ଚାଲିଛି, ସେ ବିଷୟରେ ଆମେ ଜାଣିବା ଓ ବୁଝିବା ଆବଶ୍ୟକ। ପ୍ରଥମତଃ ଯେଉଁ କମ୍ପାନୀ ବିରୋଧରେ ହ୍ୟାକିଂର ଅଭିଯୋଗ ଆସିଛି, ତାକୁ ଆମେରିକାରେ ହ୍ବାଟ୍‌ସଆପ୍‌ର ମାଲିକ ଫେସ୍‌ବୁକ୍‌ ଦ୍ୱାରା କୋର୍ଟକୁ ଟଣାଯାଇଛି। ଅଭିଯୁକ୍ତ ଫାର୍ମ, ଇସ୍ରାଏଲର ଏନ୍‌ଏସ୍‌ଓ ଗ୍ରୁପ୍‌ ଏପରି ପ୍ଲାଟ୍‌ଫର୍ମ ତିଆରି କରି ବିକ୍ରି କରିଛି, ଯାହା ତା’ର ଗ୍ରାହକମାନଙ୍କୁ ସାରା ବିଶ୍ୱରେ ଅତି କମ୍‌ରେ ୧୪୦୦ ବା ସମ୍ଭବତଃ ତଦୂର୍ଦ୍ଧ୍ୱ ମୋବାଇଲ ଫୋନ୍‌କୁ ମିସ୍‌ଡ କଲ୍‌ ମାଧ୍ୟମରେ ହ୍ୟାକିଂ ପାଇଁ ସାହାଯ୍ୟ କରୁଛି। ଏହା ଚଳିତବର୍ଷ ଏପ୍ରିଲ ୨୯ରୁ ମେ ୧୦ ତାରିଖ ମଧ୍ୟରେ ଘଟିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏନ୍‌ଏସ୍‌ଓ ଗ୍ରୁପ୍‌ର ସମସ୍ତ ଗ୍ରାହକ ହେଉଛନ୍ତି ବିଭିନ୍ନ ଦେଶର ସରକାର। କମ୍ପାନୀ ଦାବି କରୁଛି ଯେ, ଏହା ସରକାରଗୁଡ଼ିକୁ ଲୋକମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାରେ ସାହାଯ୍ୟ କରୁଛି। ଆତଙ୍କବାଦ ଓ ଅପରାଧକୁ ରୋକିବାରେ ଏହା ଟେକ୍ନୋଲୋଜିର ଉପଯୋଗ କରୁଛି ବୋଲି ଦାବି କରିଛି। ଏନ୍‌ଏସ୍‌ଓ ଟେକ୍ନୋଲୋଜି ଦୂରସଂଚାର ଓ ଗୋଇନ୍ଦା ବିଶେଷଜ୍ଞଙ୍କ ଦ୍ୱାରା ଡିଜାଇନ କରାହୋଇଛି।
ଦ୍ୱିତୀୟ କଥା ହେଲା ଭାରତରେ ଏହାଦ୍ୱାରା ସେହି ଲୋକମାନଙ୍କୁ ଟାର୍ଗେଟ କରାଯାଇଛି, ଯେଉଁମାନଙ୍କୁ ସରକାର ଦେଶବିରୋଧୀ ବୋଲି ଅଭିହିତ କରୁଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଭୀମ କୋରେଗାଓଁ ମାମଲାରେ ଗିରଫ ହୋଇଥିବା ଲୋକମାନଙ୍କ ଓକିଲ ଏବଂ ସଂଖ୍ୟାଲଘୁ ଓ ଆଦିବାସୀଙ୍କ ପ୍ରସଙ୍ଗ ଉପରେ କାର୍ଯ୍ୟ କରୁଥିବା ସାମାଜିକ କର୍ମୀ। ଏମାନଙ୍କ ମଧ୍ୟରୁ ଅନେକେ ପୂର୍ବରୁ ସରକାରଙ୍କ ଦ୍ୱାରା ହଇରାଣ ହରକତର ଶିକାର ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ ଲୋକଙ୍କୁ ମୁଁ ଜାଣିଛି ଓ ସେମାନଙ୍କ ସହ କାର୍ଯ୍ୟ ବି କରିଛି। ତୃତୀୟତଃ ମୋଦି ସରକାର ଏନ୍‌ଏସ୍‌ଓ ପ୍ଲାଟ୍‌ଫର୍ମ କିଣି ନାହାନ୍ତି କିମ୍ବା ନିଜ ନାଗରିକଙ୍କ ମୋବାଇଲ ଫୋନ୍‌ ହ୍ୟାକ୍‌ କରି ସେମାନଙ୍କ ବିରୋଧରେ ଗୁପ୍ତଚରଗିରି କରୁନାହାନ୍ତି ବୋଲି କହିନାହାନ୍ତି। ଅପରପକ୍ଷେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ କହିଛନ୍ତି ଯେ, ଭାରତ ହ୍ବାଟ୍‌ସଆପ୍‌କୁ ପଚାରିଛି କେଉଁ ଧରଣର ନିୟମ ଭଙ୍ଗ କରାଯାଇଛି ଏବଂ ଭାରତୀୟମାନଙ୍କ ବ୍ୟକ୍ତିଗତ ଗୋପନୀୟତାର ସୁରକ୍ଷା ଲାଗି ଏହା କ’ଣ କରୁଛି। ମନ୍ତ୍ରୀ ଏପରି ବିବୃତି ନ ଦେଇ ବରଂ ଭାରତ ଏଥିରେ ସମ୍ପୃକ୍ତ ଅଛି କି ନା ତାହା ସ୍ପଷ୍ଟ କରିବା ଉଚିତ ଥିଲା। ତେବେ ସମ୍ଭବତଃ ଯେହେତୁ ମାମଲାଟି ଏବେ ଆମେରିକୀୟ କୋର୍ଟରେ ବିଚାରାଧୀନ ଅଛି, ଯେଉଁଠି ବିଚାରପତିମାନଙ୍କୁ ସହଜରେ ପ୍ରଭାବିତ କରାଯାଇପାରିବ ନାହିଁ, ତେଣୁ ମନ୍ତ୍ରୀ ଭାବିଚିନ୍ତି ବିବୃତି ଦେଇଛନ୍ତି। ଏନ୍‌ଏସ୍‌ଓ କହିଛି ଯେ, କେଉଁମାନେ ତା’ର ଗ୍ରାହକ ଓ କେଉଁମାନେ ନୁହନ୍ତି, ତାହା ସେ ଖୋଲି କହିପାରିବ ନାହିଁ।
ଚତୁର୍ଥରେ ଭାରତ ସରକାର ଆଇଟି ତଦନ୍ତରେ ସାହାଯ୍ୟ କରିବା ପାଇଁ ଘରୋଇ କମ୍ପାନୀମାନଙ୍କୁ ବ୍ୟବହାର କରୁଛି। ଗତବର୍ଷ ଯେତେବେଳେ ମୋ ସଂଗଠନ ଉପରେ ‘ଚଢ଼ାଉ’ କରାଯାଇଥିଲା (ମୁଁ ଉଦ୍ଧ୍‌ୃତି ଚିହ୍ନ ଭିତରେ ଚଢ଼ାଉ ଶବ୍ଦଟି ଲେଖିବାର କାରଣ ଆମ ବିରୋଧରେ କୌଣସି ଅଭିଯୋଗ ନ ଥିଲା), ସେତେବେଳେ ଆମ ସର୍ଭରକୁ ଗୋଟିଏ ଘରୋଇ କମ୍ପାନୀର ଦୁଇଜଣଙ୍କୁ କ୍ଲୋନିଂ ବା କପି କରିବା ପାଇଁ ଦିଆଯାଇଥିଲା। ଏହି ‘ଚଢ଼ାଉ’ ସମୟରେ ମୋ ମୋବାଇଲ ଫୋନ୍‌କୁ ମୋଠାରୁ ନିଆଯାଇଥିଲା ଏବଂ ମୋତେ ଫୋନ୍‌କୁ ଅନ୍‌ଲକ୍‌ କରିବାକୁ ବାଧ୍ୟ କରାଯାଇଥିଲା। ଏହା ଆଇନସଙ୍ଗତ କି ବୋଲି ମୁଁ ପଚାରିବାରୁ ମୋତେ କୌଣସି ଉତ୍ତର ଦିଆଯାଇ ନ ଥିଲା। ମୋ ଫୋନ୍‌କୁ ନେଇ କିଛି ଲୋକ ଦେଖିଲେ ଏବଂ ସେମାନେ ଏଥିରେ କ’ଣ କଲେ ମୋତେ ଫେରାଇବା ପୂର୍ବରୁ କହିଲେ ନାହିଁ। ନିକଟରେ ନେଟ୍‌ଓ୍ବାର୍କ ୧୮ର ପ୍ରତିଷ୍ଠାତା ରାଘବ ବାହଲଙ୍କ କମ୍ପାନୀ ସମେତ ଯେଉଁମାନଙ୍କ ଉପରେ ‘ଚଢ଼ାଉ’ କରାଯାଇଥିଲା, ସେମାନଙ୍କ କ୍ଷେତ୍ରରେ ବି ସମାନ ପ୍ରକାର ଘଟିଥିଲା। ପଞ୍ଚମରେ ଆମେରିକା ପରି ଭାରତରେ କୌଣସି ବିଚାରବିଭାଗୀୟ ତଦାରଖ ବ୍ୟବସ୍ଥା ନାହିଁ। ଆମେରିକାରେ ଫୋନ୍‌ ଟ୍ୟାପିଂ ପାଇଁ ଜଣେ ବିଚାରପତିଙ୍କଠାରୁ ଅନୁମତି ନେବା ଦରକାର ପଡ଼େ। ଭାରତରେ ସେପରି ବ୍ୟବସ୍ଥା ନାହିଁ। ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ ଦ୍ୱାରା ଏକଦା ଆର୍‌ଟିଆଇ ଆକ୍ଟ ଅନୁସାରେ ମଗାଯାଇଥିବା ତଥ୍ୟରୁ ଜଣାପଡ଼ିଥିଲା ଯେ, କେନ୍ଦ୍ର ସ୍ବରାଷ୍ଟ୍ର ସଚିବ ବର୍ଷକୁ ୧୦,୦୦୦, ଅର୍ଥାତ୍‌ ଦିନକୁ ୩୦୦ ଫୋନ୍‌ ଟ୍ୟାପିଂକୁ ଅନୁମତି ଦିଅନ୍ତି। ତା’ ମାନେ ଅନୁମତି ଦେବା ପୂର୍ବରୁ ସେ ଟିକିନିଖି ଜିନିଷର ଅନୁଧ୍ୟାନ କରନ୍ତି ନାହିଁ। ଆମେରିକା ପରି ଭାରତରେ ବେଆଇନ ଭାବେ କିଛି ଲିକେଜ୍‌ ହେଲେ ବା ଗୁପ୍ତ କଥା ପଦାରେ ପଡ଼ିଗଲେ ସେଥିପାଇଁ କେହି ଉତ୍ତରଦାୟୀ ହୁଅନ୍ତି ନାହିଁ। ଏଥିପାଇଁ ଦାୟୀ ଅଫିସର ବା ମନ୍ତ୍ରୀଙ୍କୁ ଦଣ୍ଡିତ କରାଯାଏ ନାହିଁ।
ଷଷ୍ଠରେ ଏହିସବୁ ଉପାୟରେ ଯେଉଁ ତଥ୍ୟଗୁଡ଼ିକ ପ୍ରକାଶ ପାଏ ତାହାଦ୍ୱାରା ପ୍ରାୟ କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି ନାହିଁ। ଭାରତରେ ଆତଙ୍କବାଦ ଅଭିଯୁକ୍ତଙ୍କ ଦୋଷୀ ସାବ୍ୟସ୍ତ ହାର ପ୍ରାୟ ୧ ପ୍ରତିଶତ। ତେଣୁ ୯୯ ପ୍ରତିଶତ ମାମଲାରେ ସରକାର ବିଫଳ ହୁଅନ୍ତି ବା ଭୁଲ୍‌ରେ ଲୋକଙ୍କୁ ଅଭିଯୁକ୍ତ ସଜାଇଥାନ୍ତି। ଏହି ବିଫଳତା ବା କ୍ଷମତାର ଦୁରୁପଯୋଗ ପାଇଁ କୌଣସି ଉତ୍ତରଦାୟିତ୍ୱ ବି ନାହିଁ। ଭାରତରେ ଏଭଳି ଘଟଣାର ଶେଷ ନାହିଁ। କିଛି ବର୍ଷ ତଳେ ମୁଁ ସମ୍ପାଦନା କରୁଥିବା ଏକ ଖବରକାଗଜ ସଲମାନ ଖାନ୍‌ ଓ ପ୍ରୀତି ଜିଣ୍ଟାଙ୍କ ଟ୍ୟାପ୍‌ ହୋଇଥିବା ବାର୍ତ୍ତାଳାପ ପ୍ରକାଶ କରିଥିଲା। ଅଭିନେତ୍ରୀ ଜଣକ ମୋ ବିରୋଧରେ କୋର୍ଟରେ ମାନହାନି ମାମଲା କରିଥିଲେ ଏବଂ କୋର୍ଟ ଜାଣିବାକୁ ପାଇଲେ ଯେ ମୁମ୍ବାଇ ପୋଲିସ ବିନା ଅନୁମତିରେ ସଲମାନଙ୍କ ଫୋନ୍‌କୁ ଟ୍ୟାପ୍‌ କରିଥିଲା। ଏଥିପାଇଁ ମୁମ୍ବାଇ ପୋଲିସକୁ କୌଣସି ଦଣ୍ଡ ଦିଆଗଲା ନାହିଁ ଏବଂ ମାମଲା କୁଆଡ଼େ ମିଳେଇ ଗଲା। କିନ୍ତୁ ଏଥର ଆମେରିକାର ନାଗରିକମାନେ ବି ହ୍ୟାକିଂର ଶିକାର ହୋଇଥିବାରୁ ଏବଂ ସେମାନଙ୍କ ନ୍ୟାୟ ବ୍ୟବସ୍ଥା ଉଚ୍ଚମାନର ହୋଇଥିବାରୁ ନ୍ୟାୟ ମିଳିବା ଓ ସତ୍ୟ ପ୍ରକାଶ ପାଇବା ଆଶା କରାଯାଏ। ଯେତେବେଳେ ହ୍ୟାକିଂ ପଛରେ କିଏ ଅଛି ବୋଲି ଜଣାପଡ଼ିବ, ସେତେବେଳେ ହୁଏତ ଆମେ କହିବୁ ଯେ ‘ଦେଶବିରୋଧୀ’ମାନଙ୍କର କୌଣସି ଗୋପନୀୟତା ଅଧିକାର ନାହିଁ ଏବଂ ବେଆଇନ ହେଲେ ବି ସେମାନଙ୍କ ବିରୋଧରେ ଯେକୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଇହେବ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଶିଖିବା ଓ ସଫଳତା ପାଇବାରେ ବୟସର କୌଣସି ସୀମା ନ ଥାଏ। ଏମିତି ଜଣେ ସଫଳ ମହିଳା ହେଉଛନ୍ତି ମଣିପୁରର ଶୁଭ ଭଟନାଗର। ୬୩ ବର୍ଷୀୟା...

ପୂଜ୍ୟ ପ୍ରଣାମ

ଯେଉଁ କେତେଜଣ ଯଶସ୍ବୀ, ପୁଣ୍ୟାତ୍ମା, ସଂଗ୍ରାମୀ, କବି, ସାହିତ୍ୟିକ ଏ ଉତ୍କଳରେ ଜନ୍ମଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ, କାନ୍ତକବି ଲକ୍ଷ୍ମୀକାନ୍ତ...

ଫ୍ରିବି ମାନେ ରାଜକୋଷରେ କଳାକନା

ରାଜନୈତିକ ଦଳଗୁଡ଼ିକ ନିର୍ବାଚନ-ପ୍ରଚାର ସମୟରେ କହୁଛନ୍ତି ଆମକୁ ଭୋଟ ଦିଅ, ଆମେ ଅମୁକ ସମୁକ ସାମଗ୍ରୀ ମାଗଣା ବା ନାମମାତ୍ର ଦରରେ ଯୋଗାଇବୁ। ଯୁକ୍ତିଯୁକ୍ତ କାରଣ...

ନ୍ୟାୟିକ ବିଜୟ

ଏକ ଦଶନ୍ଧିରୁ ଅଧିକ ପୁରୁଣା ମାମଲାରେ ସୁପ୍ରିମକୋର୍ଟ ତାଙ୍କ ପୂର୍ବ ନିର୍ଦ୍ଦେଶକୁ ରଦ୍ଦକରି ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏଏମ୍‌ଆର୍‌ସି)କୁ ଏକ ବଡ଼ ବିଜୟ ପ୍ରଦାନ...

ଧରିତ୍ରୀ କାର୍ଟୁନ – Dharitri Cartoon

ଧରିତ୍ରୀ କାର୍ଟୁନ

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri