ହୋମ୍‌ମେଡ୍‌ ମାସ୍କର ପ୍ରସ୍ତୁତି ଶିଖାଇଲେ ବିଦ୍ୟା

ମୁମ୍ବାଇ: ଦେଶରେ କରୋନା ଭାଇରସ୍‌ର ସଂକ୍ରମଣ ମହାରାଷ୍ଟ୍ରରେ ସର୍ବାଧିକ ରହିଛି। ସବୁଆଡ଼େ ଏହି ମହାମାରୀ କାୟା ବିସ୍ତାର କରି ଚାଲିଥିବା ବେଳେ ଦେଶରୁ ମାସ୍କ ଏବଂ ସାନିଟାଇଜର୍‌ କମିବାରେ ଲାଗିଛି। ବଜାରରେ ଏହା ପର୍ଯ୍ୟାପ୍ତ ପରିମାଣର ଉପଲବ୍ଧ ହୋଇପାରୁ ନାହିଁ। ସେଥିଲାଗି ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲନ୍‌ ଏହି ସମସ୍ୟାର ସମାଧାନ ତାଙ୍କ ଫ୍ୟାନ୍‌ମାନଙ୍କୁ କହିଛନ୍ତି। ଏଥିଲାଗି ଘରୁ ନ ବାହାରି ମଧ୍ୟ ମାସ୍କ ପ୍ରସ୍ତୁତ କରାଯାଇପାରିବ। ଏହା ବହୁତ ସହଜ ବୋଲି ବିଦ୍ୟା ପ୍ରକାଶ କରିିଛନ୍ତି। ଏହାକୁ ବନେଇବାକୁ ସିଲେଇର ଦରକାର ପଡ଼ିବ ନାହିଁ। ସେ ଏହି ମାସ୍କ ପ୍ରସ୍ତୁତିର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଭିଡିଓଟି ବିଦ୍ୟା ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ୍‌ରେ ଶେୟାର କରିଛନ୍ତି। ବିଦ୍ୟା ଏଥିରେ ଏକ ବ୍ଲାଉଜ୍‌ ପିସ୍‌ ଏବଂ ଦୁଇଟି ହେୟାର ବ୍ୟାଣ୍ଡ୍‌ ମାଧ୍ୟମରେ ସିଲେଇ ନ କରି ସୁନ୍ଦର ମାସ୍କ ବନେଇ ଦେଉଛନ୍ତି। ସେ ଏହାକୁ ଶେୟାର କରି କହିଛନ୍ତି ଯେ, କରୋନାରୁ ସୁରକ୍ଷିତ ରହିବାକୁ ହେଲେ ମାସ୍କ ପିନ୍ଧିବା ନିତାନ୍ତ ଜରୁରି। ଏବେ ସବୁଆଡ଼େ ମାସ୍କର ଅଭାବ ଦେଖାଦେଇଛି। ବିଦ୍ୟା ବ୍ଲାଉଜ୍‌ ପିସ୍‌ରେ ମାସ୍କ ପ୍ରସ୍ତୁତ କରି ଲେଖିଛନ୍ତି ଯେ, ‘ଆମ ଦେଶ, ଆମର ମାସ୍କ’। ଏକ ପୁରୁଣା ଶାଢ଼ିରେ ଆମେ ବହୁତ ସାରା ମାସ୍କ ତିଆରି କରିପାରିବା। ବିଦ୍ୟାଙ୍କ ଏହି ଉପାୟକୁ ବଲିଉଡ୍‌ ଇଣ୍ଡଷ୍ଟ୍ରିର ବହୁ ଅଭିନେତା ଅଭିନେତ୍ରୀ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପିକାଙ୍କୁ ନେଇ ଖୁସି ଥିବା କହିଲେ ରଣବୀର

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର ସିଂହ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଯୋଡିକୁ ବେଶ୍‌ ପସନ୍ଦ କରନ୍ତି ଦର୍ଶକ। ନିକଟରେ ଉଭୟଙ୍କ ପ୍ରେମ କାହାଣୀଠାରୁ ଆରମ୍ଭ...

ମା’ ହେବା ପରେ ଏହି ଫିଲ୍ମରେ ନଜର ଆସିବେ ଆଲିଆ

ମୁମ୍ବାଇ: ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସଫଳତା ଆଲିଆଙ୍କ ଗର୍ଭଧାରଣ ଖୁସିକୁ ଦ୍ୱିଗୁଣିତ କରିଦେଇଛି। ମା’ ହେବା ପୂର୍ବରୁ ‘ବ୍ରହ୍ମାସ୍ତ୍ର’ରୁ ଭଲ ରୋଜଗାର କରିଛନ୍ତି ଆଲିଆ। ବର୍ତ୍ତମାନ ଆଲିଆ...

ସଫଳତା ପାଇଁ ମାୟାନାଗରୀ ମୁମ୍ବାଇରେ ସଂଘର୍ଷ କରିଥିଲେ ରାଜୁ, ଚାଲାଇଥିଲେ ଅଟୋ

ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ବୁଧବାର ପରଲୋକ ହୋଇଛି। ଅଗଷ୍ଟ ୧୦ରେ ରାଜୁ ଜିମରେ ବ୍ୟାୟାମ ସମୟରେ ହୃଦଘାତର ଶିକାର ହୋଇଥିଲେ। ଏହା ପରେ...

ମୁହଁ ଲୁଚାଇ ସାରାଙ୍କ ହାତ ଧରି ବୁଲୁଛନ୍ତି କାର୍ତ୍ତିକ, ଫଟୋ ଭାଇରାଲ

ମୁମ୍ବାଇ: ସୈଫ ଲଳନା ସାରା ଅଲ୍ଲି ଖାନ୍‌ ‘କଫି ଉଇଥ୍‌ କରନ୍‌’ ଶୋ’ରେ କାର୍ତ୍ତିକ ଆର୍ୟନଙ୍କୁ ନେଇ ନିଜର ମନକଥା କହିବା ଦିନଠାରୁ ଚର୍ଚ୍ଚାରେ ରହିଆସୁଛନ୍ତି।...

କରୋନାକୁ ନେଇ ଭବିଷ୍ୟବାଣୀ କରିଥିଲେ ମାଇକେଲ ଜ୍ୟାକସନ!

ଲସ୍‌ ଆଞ୍ଜେଲସ୍‌,୨୯।୩: କରୋନା ଭାଇରସ ଏବେ ସାରା ବିଶ୍ୱର ମୁଣ୍ଡ ବିଗାଡିଥିବା ବେଳେ ଏହାକୁ ନେଇ ବିଭିନ୍ନ କଥା ଶୁଣିବାକୁ ପଡିଛି। ତେବେ ପପ୍‌ ଗାୟକ...

ଆଇସିୟୁରେ ଗାୟକ ବାଲସୁବ୍ରମଣ୍ୟମ

ଚେନ୍ନାଇ,୧୪।୮: ଗାୟକ ତଥା ଅଭିନେତା ଏସ୍‌ ପି ବାଲାସୁବ୍ରମଣ୍ୟମଙ୍କ ସ୍ବାସ୍ଥାବସ୍ଥା ଧୀରେ ଧୀରେ ବିଗିଡିବାରେ ଲାଗିଛି। ଚଳିତମାସ ଆରମ୍ଭରେ ସେ କରୋନା ଭାଇରସ ଦ୍ୱାରା ସଂକ୍ରମିତ...

ସ୍ବାମୀଙ୍କୁ କ୍ଷମା କରିଦେଲେଣି ଶିଳ୍ପା ! ଭାଇରାଲ ହେଉଛି…

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ଅଶ୍ଳୀଳ ଫିଲ୍ମ ମାମଲାରେ ଗିରଫ ହୋଇ ଜେଲରେ ପାଖାପାଖି ଦୁଇ...

‘ଗଦର-୨’ ହିଟ୍‌ ପରେ ସନି ଫି’ ବଢ଼ାଇବା ଚର୍ଚ୍ଚା

ମୁମ୍ବାଇ: ସନି ଦେଓଲଙ୍କ ଫିଲ୍ମ ‘ଗଦର-୨’ ଏପରି ବ୍ୟବସାୟ କରିଛି ଯେ, ଏହା ୨୦୨୩ର ଏକ ବ୍ଲକ୍‌ବଷ୍ଟର  ହୋଇଛି। ଏହି ଫିଲ୍ମ ହିଟ୍‌ ହେବା ପରେ...

Advertisement
Archives

Model This Week