ହୋମ୍‌ମେଡ୍‌ ମାସ୍କର ପ୍ରସ୍ତୁତି ଶିଖାଇଲେ ବିଦ୍ୟା

ମୁମ୍ବାଇ: ଦେଶରେ କରୋନା ଭାଇରସ୍‌ର ସଂକ୍ରମଣ ମହାରାଷ୍ଟ୍ରରେ ସର୍ବାଧିକ ରହିଛି। ସବୁଆଡ଼େ ଏହି ମହାମାରୀ କାୟା ବିସ୍ତାର କରି ଚାଲିଥିବା ବେଳେ ଦେଶରୁ ମାସ୍କ ଏବଂ ସାନିଟାଇଜର୍‌ କମିବାରେ ଲାଗିଛି। ବଜାରରେ ଏହା ପର୍ଯ୍ୟାପ୍ତ ପରିମାଣର ଉପଲବ୍ଧ ହୋଇପାରୁ ନାହିଁ। ସେଥିଲାଗି ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲନ୍‌ ଏହି ସମସ୍ୟାର ସମାଧାନ ତାଙ୍କ ଫ୍ୟାନ୍‌ମାନଙ୍କୁ କହିଛନ୍ତି। ଏଥିଲାଗି ଘରୁ ନ ବାହାରି ମଧ୍ୟ ମାସ୍କ ପ୍ରସ୍ତୁତ କରାଯାଇପାରିବ। ଏହା ବହୁତ ସହଜ ବୋଲି ବିଦ୍ୟା ପ୍ରକାଶ କରିିଛନ୍ତି। ଏହାକୁ ବନେଇବାକୁ ସିଲେଇର ଦରକାର ପଡ଼ିବ ନାହିଁ। ସେ ଏହି ମାସ୍କ ପ୍ରସ୍ତୁତିର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଭିଡିଓଟି ବିଦ୍ୟା ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ୍‌ରେ ଶେୟାର କରିଛନ୍ତି। ବିଦ୍ୟା ଏଥିରେ ଏକ ବ୍ଲାଉଜ୍‌ ପିସ୍‌ ଏବଂ ଦୁଇଟି ହେୟାର ବ୍ୟାଣ୍ଡ୍‌ ମାଧ୍ୟମରେ ସିଲେଇ ନ କରି ସୁନ୍ଦର ମାସ୍କ ବନେଇ ଦେଉଛନ୍ତି। ସେ ଏହାକୁ ଶେୟାର କରି କହିଛନ୍ତି ଯେ, କରୋନାରୁ ସୁରକ୍ଷିତ ରହିବାକୁ ହେଲେ ମାସ୍କ ପିନ୍ଧିବା ନିତାନ୍ତ ଜରୁରି। ଏବେ ସବୁଆଡ଼େ ମାସ୍କର ଅଭାବ ଦେଖାଦେଇଛି। ବିଦ୍ୟା ବ୍ଲାଉଜ୍‌ ପିସ୍‌ରେ ମାସ୍କ ପ୍ରସ୍ତୁତ କରି ଲେଖିଛନ୍ତି ଯେ, ‘ଆମ ଦେଶ, ଆମର ମାସ୍କ’। ଏକ ପୁରୁଣା ଶାଢ଼ିରେ ଆମେ ବହୁତ ସାରା ମାସ୍କ ତିଆରି କରିପାରିବା। ବିଦ୍ୟାଙ୍କ ଏହି ଉପାୟକୁ ବଲିଉଡ୍‌ ଇଣ୍ଡଷ୍ଟ୍ରିର ବହୁ ଅଭିନେତା ଅଭିନେତ୍ରୀ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଚିତ୍ରପୁର ଜଙ୍ଗଲରେ ବିରଳ ପ୍ରଜାତିର ଜୀବ: ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼

ଭୋଗରାଇ, ୮।୯ (ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସମୁଦ୍ରକୂଳକୁ ଲାଗିଥିବା ବିଚିତ୍ରପୁର ଜଙ୍ଗଲରୁ ୫ଟି ଅଜଣା ଜୀବ ଉଦ୍ଧାର ହୋଇଛି। ଏକାଥରେ ୫ଟି ବିରଳ…

ଅଧା ଦାମ୍‌ରେ ମିଳିବ ପେଟ୍ରୋଲ-ଡିଜେଲ୍‌: ବଡ଼ ଘୋଷଣା କଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୮।୯: ଇରାନ ସହିତ ଉତ୍ତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। ସେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ କରିବାକୁ…

ଘୋଷଣାରେ ସୀମିତ ଶିଳ୍ପ ପ୍ରତିଷ୍ଠା: ଷ୍ଟିଲ ପ୍ଲାଣ୍ଟ ନୁହେଁ, ଜାହଜ ନିର୍ମାଣ ଚିନ୍ତା

ମହାକାଳପଡ଼ା, ୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ ):ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ପ୍ରତିଷ୍ଠା ସ୍ବପ୍ନ ଭଳି ମନେହେଉଛି। ମହାକାଳପଡ଼ା ବ୍ଲକ୍‌ ଉପକୂଳ ଅଞ୍ଚଳରେ ପୂର୍ବ ବିଜେଡି ସରକାର ସମୟରେ…

ହଷ୍ଟେଲରେ ଝୁଲିପଡ଼ିଲେ ଇଞ୍ଜିନିୟରିଂ ଛାତ୍ରୀ: ମା’ଙ୍କୁ ଫୋନ୍‌ କରି କହିଲେ…

ବାହାନଗା,୮।୯(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ଘରୋଇ ଇଞ୍ଜିନିୟରିଂ କଲେଜ ବିସିଇଟି (ବାଲେଶ୍ବର କଲେଜ ଅଫ ଇଞ୍ଜିନିୟରିଙ୍ଗ ଏଣ୍ଡ ଟେକ୍ନୋଲୋଜି )ର ମହିଳା ଛାତ୍ରବାସରେ ଜଣେ ଛାତ୍ରୀଙ୍କ…

ଭଙ୍ଗାଘରେ ଅସୁରକ୍ଷିତ ଜୀବନ: ଆବାସ ଯୋଜନାରୁ ବଞ୍ଚିତ ଉର୍ବଶୀ

ଲୋଇସିଂହା,୮।୯(ସୁଶାନ୍ତ ବାରିକ):ଆଉ କିଛିଦିନ ପରେ ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଅଁାଖାଇ। ଏଥିପାଇଁ ଗାଁଠାରୁ ସହର ସବୁଠି ଆରମ୍ଭ ହୋଇଛି ପ୍ରସ୍ତୁତି। ଘରେ ଘରେ ଖୁସି ଓ…

ଗାଁ ସାଥୀ ସଂଘର ୬ ଦଫା ଦାବିପତ୍ର: ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ଭବାନୀପାଟଣା,୮ା୯(ଉତ୍ତମ କୁମାର ଦାଶ):ରାଜ୍ୟ ସଂଘର ଆହ୍ବାନ କ୍ରମେ କଳାହାଣ୍ଡି ଗାଁ ସାଥୀ (ମେଟ) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୋମବାର ୬ ଦଫା ଦାବି ନେଇ…

ଘରେ ଷଣ୍ଢ, ପଦାରେ ଛେଳି

ବିଶ୍ୱ ମାନଚିତ୍ରରେ ମହାଦେଶଗୁଡ଼ିକର ଆପେକ୍ଷିକ ଆକାରରେ ଥିବା ବିଭିନ୍ନ ତ୍ରୁଟିକୁ ସୁଧାରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ସାଧାରଣ ସଭା(ୟୁଏନ୍‌ଜିଏ) ପକ୍ଷରୁ ୪ ସେପ୍ଟେମ୍ବରରେ ଏକ ସଂକଳ୍ପ ଅଣାଯାଇଥିଲା।…

ଆରାବଳୀ ମାମଲାରେ ସୁପ୍ରିମକୋର୍ଟଙ୍କ ଚେତାବନୀ, ନଭେମ୍ବର ୩୦ ସୁଦ୍ଧା ରିପୋର୍ଟ ନଦେଲେ…

ନୂଆଦିଲ୍ଲୀ,୮ା୯(ପି.ଟି.): ଆରାବଳୀ ପର୍ବତମାଳାର ସଂଜ୍ଞା ଏବଂ ସୁରକ୍ଷା ଉପରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବା ପାଇଁ ଉଚ୍ଚସ୍ତରୀୟ କମିଟି ଏହାର ସମୟସୀମାକୁ ୬ ମାସ ବଢ଼ାଇବା ନିମନ୍ତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri