ହୋମଗାର୍ଡଙ୍କ ଉପରେ ଚଢେଇ ଦେଲେ ଗଞ୍ଜେଇ ବୋଝେଇ ଟ୍ରାକ୍ଟର

ଚିତ୍ରକୋଣ୍ଡା,୨୮।୧(ଡି.ଏନ.ଏ.): ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଗୁଣ୍ଠାୱାଡା ପଞ୍ଚାୟତ ଅଞ୍ଚଳରେ ଜଣେ ହୋମଗାର୍ଡଙ୍କ ଉପରେ ଟ୍ରାକ୍ଟର ଚଢିଯାଇଛି। ଫଳରେ ସେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ସୋମବାର ରାତିରେ ଚିତ୍ରକୋଣ୍ଡା ପୋଲିସ ପାଟ୍ରୋଲିଂ ପାଇଁ ଗୁଣ୍ଠାଓ୍ବାଡା ଯାଇଥିଲା। ହଂସଗୁଡା ଆଡକୁ ଆସୁଥିବା ଏକ ଟ୍ରାକ୍ଟର ଉପରେ ସନ୍ଦେହ ହେବାରୁ ପୋଲିସ ତାକୁ ରୋକିବାକୁ ଚେଷ୍ଟା କରିଥିଲା। କିନ୍ତୁ ଟ୍ରାକ୍ଟର ଡ୍ରାଇଭର ଗାଡିକୁ ନ ରଖି ଦ୍ରୁତ ଗତିରେ ଚଲାଇଥିଲେ। ଫଳରେ ପୋଲିସ ଟ୍ରାକ୍ଟରକୁ ପିଛା କରିଥିଲା। ହୋମଗାର୍ଡ ଟୁନା ବୈରାଗୀ ଗାଡିରୁ ଓହ୍ଲାଇ ଟ୍ରାକ୍ଟରକୁ ରୋକିବାକୁ ତା ଆଗରେ ଛିଡା ହୋଇପଡିଥିଲେ। କିନ୍ତୁ ଡ୍ରାଇଭର ଜଣଙ୍କ ଗାଡିକୁ ନ ରଖି ଟୁନାଙ୍କ ଉପରେ ଚଢାଇ ଦେଇଥିଲେ। ଫଳରେ ତାଙ୍କ ଅଣ୍ଟା ଚାପି ହୋଇଯାଇଥିଲା। କ୍ଷତାକ୍ତ ଅବସ୍ଥାରେ ତାଙ୍କୁ ଚିତ୍ରକୋଣ୍ଡା ମେଡିକାଲକୁ ନିଆଯାଇଛି। ସୂଚନାଯୋଗ୍ୟ, ଉକ୍ତ ଟ୍ରାକ୍ଟରରେ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ବୋଝେଇ ହୋଇଆସୁଥିଲା। ପୋଲିସ ଟ୍ରାକ୍ଟର ବସିଥିବା ଦୁଇଜଣକୁ କାବୁ କରିଥିବାବେଳେ ଅନ୍ୟମାନେ ଖସି ପଳାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ: ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୭।୧୦(ବ୍ୟୁରୋ): ଏକ ଘରୋଇ ସଂସ୍ଥାରେ ଚାକିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ କରିବା ଅଭିଯୋଗରେ ନୟାପଲ୍ଲୀ ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ...

ରେଡ୍‌ ମଡ୍‌ର ସଦୁପଯୋଗ ଲାଗି ଆସିବ ଟେକ୍ନୋଲୋଜି

ଭୁବନେଶ୍ୱର,୧।୪: ବକ୍ସାଇଟରୁ ଆଲୁମିନିୟମ ବାହାର କରିବା ସମୟରେ ନିର୍ଗତ ହେଉଥିବା ବକ୍ସାଇଟ ରେସିଡ୍ୟୁ (ରେଡ୍‌ ମଡ୍‌)କୁ ସୁଦୁପଯୋଗ କରାଯିବ। ଏଥିଲାଗି ଟେକ୍ନୋଲୋଜି ବିକଶିତ କରିବାକୁ ପଦକ୍ଷେପ...

ଭୟାବହ ଅଗ୍ନିକାଣ୍ଡ: ୨୦ ମେଣ୍ଢା ଜୀବନ୍ତ ଦଗ୍ଧ

ଅନୁଗୋଳ ଅଫିସ୍‌/ବନ୍ତଳା,୧୧।୨(ଡି.ଏନ୍‌ଏ):ଅନୁଗୋଳ ଜିଲା ବନ୍ତଳା ଥାନା ସଙ୍ଖପୁର ପଞ୍ଚାୟତ ଖାଲଙ୍ଗାରେ ବୁଧବାର ମଧ୍ୟରାତ୍ରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଖବର ପାଇ...

କୋଭିଡ୍‌ ସ୍ଥିତି ନେଇ ବସିବ ସମୀକ୍ଷା ବୈଠକ

ଭୁବନେଶ୍ୱର,୧୮।୧(ବ୍ୟୁରୋ) : ରାଜ୍ୟରେ କୋଭିଡ୍‌ ସଂକ୍ରମଣ ବଢିଚାଲିଛି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ସ୍ଥିତି ନେଇ ମଙ୍ଗଳବାର ଅପରାହ୍ନ ୫ଟାରେ ସମୀକ୍ଷା ବୈଠକ କରିବେ...

ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୩୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୩ା୩(ବ୍ୟୁରୋ): ରାଜ୍ୟରୁ ଗୁରୁବାର ଆଉ ୩୩୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୧୨,୭୪,୭୫୬ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ସରକାରୀ କ୍ୱାର୍ଟର୍ସ ପଛରୁ ୨ ବୋମା ଜବତ

ଭୁବନେଶ୍ୱର, ୨୧।୫(ବ୍ୟୁରୋ): ଖାରବେଳନଗର ଥାନା ଅନ୍ତର୍ଗତ ୟୁନିଟ୍‌-୯ସ୍ଥିତ ଗୋପବନ୍ଧୁ ସ୍କୁଲ ନିକଟ ସରକାରୀ କ୍ୱାର୍ଟର୍ସ ନଂ.୨ଆରଏ୨୫ ପଛରୁ ପୋଲିସ ଦୁଇଟି ଅଫୁଟା ବୋମା ଜବତ କରିଛି।...

ସହରରେ ଘୋଷଣା ପୂର୍ବରୁ ଲକ୍‌ଡାଉନ୍‌: ଭୟଭୀତ ଅବସ୍ଥାରେ ଲୋକେ

କେନ୍ଦୁଝର, ୨୪।୩ (ସ୍ବ.ପ୍ର.): କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କେନ୍ଦୁଝର ସହରରେ ସୋମବାରଠାରୁ ଅଘୋଷିତ ଲକ୍‌ଡାଉନ୍‌ ଲାଗୁ ହୋଇଛି। ଫଳରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡିଛି।...

ନଦୀ ତୁଠରେ ପଡ଼ିରହିଛି କୁଡ଼କୁଡ଼ ବ୍ୟବହୃତ ପିପିଇ କିଟ୍‌

ବାରିପଦା ଅଫିସ, ୧୪।୫: ମୟୂରଭଞ୍ଜ ଜିଲା ବାରିପଦା ସହରର ୱାର୍ଡ ନଂ.୧୪ କବରଖାନା ନିକଟରେ ଦେଇ ଯାଇଥିବା ସରାଳି ନଦୀ ଗାଧୁଆ ତୁଠରେ ପଡ଼ିରହିଛି କୁଡକୁଡ...

Advertisement
Archives

Model This Week