ହୋନେମାରାଡୁ

ଦୁଃସାହସିକ କାର୍ଯ୍ୟକୁ ପସନ୍ଦ କରୁଥିବା ତଥା ଜଳକ୍ରୀଡ଼ାରେ ରୁଚି ରଖୁଥିବା ପର୍ଯ୍ୟଟକଙ୍କ ନିମନ୍ତେ ହୋନେମାରାଡୁ ହେଉଛି ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। କାରଣ ଏଠାରେ ଦେଖିବା
ନିମନ୍ତେ ରହିଛି ଜଙ୍ଗଲ ପରିବେଷ୍ଟିତ ଅନେକ ପାହାଡ଼,
ଝରଣା, ଜଳାଶୟ, ଦ୍ୱୀପ ଇତ୍ୟାଦି।
ଏଥିସହିତ ବୋଟିଂ,
କାୟାକିଂ, ଟ୍ରେକିଂ
ପାଇଁ ବି ଏଠାରେ
ସୁବିଧା ରହିଛି…

କର୍ନାଟକର ସାଗର ନାମକ ସହର ନିକଟରେ ରହିଛି ହୋନେମାରାଡୁ ନାଁରେ ଏକ ପର୍ଯ୍ୟଟନସ୍ଥଳୀ। ପ୍ରକୃତପକ୍ଷେ ଏହା ହେଉଛି ସ୍ଥାନୀୟ ଏକ ଗାଁ। ଶାରାବତୀ ନଦୀକୂଳରେ ଗଢ଼ିଉଠିଥିବା ଏହି ଗାଁକୁ ଲାଗିରହିଛି ଜଙ୍ଗଲ ପରିବେଷ୍ଟିତ ଏକ ପାହାଡ, ଯଦ୍ଦ୍ବାରା ଏଠାକାର ପ୍ରାକୃତିକ ପରିବେଶ ହୋଇଥାଏ ବେଶ୍‌ ମନଛୁଆଁ। ତା’ଛଡ଼ା ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ଏଠାରେ ରହିଛି ଅନେକ କିଛି। ତନ୍ମଧ୍ୟରୁ ଗୋଟିଏ ହେଉଛି ଲିଙ୍ଗନମାକ୍କି ଜଳାଶୟ; ଯାହା ପରବର୍ତ୍ତୀ ସମୟରେ ହୋନେମାରାଡୁ ଜଳାଶୟ ନାମରେ ବି ପରିଚିତ। ସେହିପରି ଏହି ଜଳାଶୟର ଠିକ୍‌ ମଧ୍ୟବର୍ତ୍ତୀ ଅଞ୍ଚଳରେ ରହିଛି ଏକ ଛୋଟିଆ ଦ୍ୱୀପ, ଯାହାର ଆକର୍ଷଣରେ ଆକର୍ଷିତ ହୋଇ ଅନେକ ପର୍ଯ୍ୟଟକ ବୋଟ୍‌ ଯୋଗେ ଯାଇ ସେଠାରେ ପିକ୍‌ନିକ୍‌ କରିଥାନ୍ତି। କେବଳ ଏତିକି ନୁହେଁ, ହୋନେମାରାଡୁରେ ଆହୁରି ଅନେକ କିଛି ଅଛି ଦେଖିବାକୁ। ଯେମିତିକି:
*ଯୋଗ ଜଳପ୍ରପାତ: ଶାରାବତୀ ନଦୀଦ୍ୱାରା ସୃଷ୍ଟି ହୋଇଥିବା ଏହି ଜଳପ୍ରପାତଟି ପ୍ରାୟ ୨୮୯ ଫୁଟ ଉଚ୍ଚତା ବିଶିଷ୍ଟ ଏକ ପାହାଡ ଉପରୁ ଝରିବାର ଅପୂର୍ବ ଦୃଶ୍ୟ ହୋନେମାରାଡୁରେ ଦେଖିବାକୁ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ସେଥିପାଇଁ ପ୍ରାୟତଃ ପର୍ଯ୍ୟଟକଙ୍କର ଭିଡ଼ ଏଠାରେ ଦେଖିବାକୁ ମିଳିଥାଏ।
*ଡାବେ ଜଳପ୍ରପାତ: ଯୋଗ ଜଳପ୍ରପାତଠାରୁ ପ୍ରାୟ ୩୦ କି.ମି. ଦୂରରେ ରହିଛି ଏହି ଜଳପ୍ରପାତଟି। ଏହା ହୋସାଗଡ୍ଡେ ନାମକ ଏକ ପାହାଡ଼ ଉପରୁ ଝରୁଥାଏ, ଯାହା ଦେଖିବାକୁ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ଯୋଗ ଜଳପ୍ରପାତ ପରି ଏହା ମଧ୍ୟ ହେଉଛି ହୋନେମାରାଡ଼ୁର ଅନ୍ୟତମ ଆକର୍ଷଣ।
ଦୁଃସାହସିକ କ୍ରୀଡ଼ାର ଆନନ୍ଦ
ହୋନେମାରାଡୁରେ ଯେହେତୁ ପାହାଡ଼ ଓ ଜଳାଶୟ ଆଦି ରହିଛି, ତେଣୁ ଏଠାରେ ଟ୍ରେକିଂ, ବୋଟିଂ ତଥା କାୟାକିଂ ଭଳି ଦୁଃସାହସିକ କ୍ରୀଡ଼ାର ବେଶ୍‌ ଭଲ ସୁବିଧା ଉପଲବ୍ଧ ଅଛି। ଏଥିରେ ରୁଚି ରଖୁଥିବା ପର୍ଯ୍ୟଟକ ଏହି ସବୁ କ୍ରୀଡ଼ାର ଭରପୂର ଆନନ୍ଦ ନେଇପାରିବେ। ତା’ଛଡ଼ା ଏଠାରେ ଏହିସବୁ କ୍ରୀଡ଼ା ଉପରେ ଗାଇଡ୍‌ମାନଙ୍କ ଦ୍ୱାରା ତାଲିମ ଦେବାର ବ୍ୟବସ୍ଥା ବି ରହିଛି। ହେଲେ ଧ୍ୟାନଦେବେ ଏଠାରେ କାହାରିକୁ ପହଁରିବା ପାଇଁ ଅନୁମତି ଦିଆଯାଏ ନାହିଁ।
ପକ୍ଷୀ ଦେଖିବାର ସୁଯୋଗ
ଜଙ୍ଗଲିଆ ପରିବେଶ ସାଙ୍ଗକୁ ଜଳାଶୟ ଥିବାରୁ ଏଠାରେ ବିଭିନ୍ନ ପକ୍ଷୀମାନଙ୍କୁ ଦେଖିବାର ସୁଯୋଗ ମିଳିଥାଏ। ଖାସ୍‌ କରି ଶୀତଦିନ ହେଲେ ଦେଶ ବିଦେଶରୁ ବହୁ ସଂଖ୍ୟାରେ ପକ୍ଷୀ ଏଠାକୁ ଆସିଥାନ୍ତି। କେବଳ ପକ୍ଷୀ ନୁହନ୍ତି ଏଠାରେ ନାନା ଜାତିର ପ୍ରଜାପତିଙ୍କୁ ବି ଦେଖିବାର ସୁବିଧା ରହିଛି।
ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ମନୋରମ ଦୃଶ୍ୟ
ଶାରାବତୀ ନଦୀତଟରେ ବସି ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ମନୋରମ ଶୋଭାକୁ ଦେଖିବାର ମଜା ହୋନେମାରାଡୁରେ ବେଶ୍‌ ନିଆରା ଲାଗିଥାଏ। ସେଥିପାଇଁ ବର୍ଷର ଅଧିକାଂଶ ସମୟରେ ଏଠାରେ ପର୍ଯ୍ୟଟକ ନିରୋଳାରେ ବସି ଖାସ୍‌ ଏହି ଦୃଶ୍ୟକୁ ଉପଭୋଗ କରିବା ପାଇଁ ଧାଇଁ ଆସିଥାନ୍ତି।
କେବେ ଓ କେମିତି ଯିବେ
ବର୍ଷର ଯେ କୌଣସି ସମୟରେ ଏଠାକୁ ଯିବାର ସୁବିଧା ଥିଲେ ହେଁ, ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ରର ମତାନୁଯାୟୀ, ନଭେମ୍ବରରୁ ମାର୍ଚ୍ଚ ହେଉଛି ହୋନେମାରାଡୁକୁ ଯିବା ପାଇଁ ସବୁଠୁ ଉପଯୁକ୍ତ ସମୟ। କାରଣ ଏହି ସମୟରେ ଏଠାକାର ପାଣିପାଗ ବୁଲାବୁଲି କରିବାକୁ ବେଶ୍‌ ଅନୁକୂଳ ଥାଏ। ତା’ସହିତ ଏହି ସମୟରେ ଏଠାକୁ ଗଲେ ଅନେକ ପକ୍ଷୀଙ୍କୁ ଦେଖିହୁଏ। ସେହିପରି ହୋନେମାରାଡୁକୁ ଯିବା ପାଇଁ ଗମନାଗମନର ବି ବେଶ୍‌ ସୁବିଧା ରହିଛି। ଟ୍ରେନ୍‌ ହେଉ ଅବା ବସ୍‌, ପର୍ଯ୍ୟଟକ ଯେଉଁଥିରେ ସୁବିଧା ସେଥିରେ ଆରାମରେ ଯାଇ ହୋନେମାରାଡୁରେ ପହଞ୍ଚତ୍ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସିଙ୍ଗଲ ରହିବାର ୬ଟି ସୁବିଧା: ଜାଣିଲେ ଆପଣ ବି କହିବେ ସାରା ଜୀବନ ରହିଯିବି ଏକା

ଏହା ସତ୍ୟ ଯେ, କାହା ସହିତ ରହିବା ଜୀବନକୁ ଖୁସି ଦେଇଥାଏ। ମାତ୍ର ଏକାକୀ ମଧ୍ୟ ଏତେ ଖରାପ ନୁହେଁ। ଏକାକୀ ଆପଣଙ୍କୁ ନିଜ ବିଷୟରେ...

ଏହି ୫ ଗୁଣ ସ୍ତ୍ରୀଙ୍କ ପାଖରେ ଥିଲେ ଭାଗ୍ୟଶାଳୀ ହୋଇଥାନ୍ତି ପୁରୁଷ; ଜାଣନ୍ତୁ କ’ଣ କୁହନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନକୁ ସଫଳ କରିବା ପାଇଁ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଯେଉଁ ବ୍ୟକ୍ତି ଏହାକୁ ଅନୁସରଣ କରେ ତାର ଜୀବନରୁ...

ସମାଜସେବାରୁ ମିଳୁଛି ଆତ୍ମତୃପ୍ତି

‘ଗୋଟିଏ ପଟେ ସମାଜସେବା ଅନ୍ୟପଟରେ ସାରସ୍ବତ ସାଧନା-ଏ ଦୁଇଟିକୁ ବେଶ୍‌ ସମାନ୍ତରାଳ ଭାବରେ ଆଗେଇନେବାରେ ସକ୍ଷମ ହୋଇଛନ୍ତି ଏହି ମହିଳା। ନିଜର କାମ ପାଇଁ ପ୍ରଶଂସା...

ଲୋ ବ୍ଲଡ୍‌ପ୍ରେସର

ସାଧାରଣତଃ ବ୍ଲଡ୍‌ପ୍ରେସର ଦୁଇ ପ୍ରକାର- ଲୋ ଏବଂ ହାଇ। ଲୋ ବ୍ଲଡ୍‌ପ୍ରେସର ଥିଲେ କେତେକ ବିଷୟ ପ୍ରତି ଯଥେଷ୍ଟ ଧ୍ୟାନ ଦେବାକୁ ପଡିଥାଏ। ଖାଦ୍ୟ ତାଲିକାରେ...

ଆଇକ୍ୟାଚି ଲାଗିବ ଲାପ୍‌ଟପ୍‌

ଆଜିକାଲି ପ୍ରାୟ ଯୁବପିଢ଼ି ଲାପଟପ୍‌ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ବିଶେଷକରି କରୋନା ପରଠୁ ଅନ୍‌ଲାଇନ୍‌ କ୍ଲାସ୍‌ ହେଉ କିମ୍ବା ଜବ୍‌ ପାଇଁ ଏହାର ବ୍ୟବହାର...

ଏହି ୪ ରାଶିରେ ଜନ୍ମିତ ଯୁବତୀ କରିଥାନ୍ତି ପ୍ରେମ ବିବାହ ! ଦେଖନ୍ତୁ ଆପଣ ଏଥିରେ…

ଦିନ ଥିଲା ଲୋକେ ପରିବାରର ଇଚ୍ଛା ଅନୁସାରେ ଜୀବନସାଥୀଙ୍କ ମୁହଁ ନ ଦେଖି ବିବାହ କରିନେଉଥିଲେ। ହେଲେ ବର୍ତ୍ତମାନ ସମୟରେ ଜୀବନସାଥୀ ବାଛିବା ପୂର୍ବରୁ ଲୋକେ...

ହାର୍ଟଆଟାକ୍‌ରୁ ଦୂରେଇ ରହିବା ପାଇଁ ଶୀତଦିନେ ଖାଆନ୍ତୁ ଏହି ଶାଗ…

ଶୀତଦିନେ ପରିବେଶ ଥଣ୍ଡା ରହିଥାଏ। ଏହାର ପ୍ରଭାବ ରକ୍ତ ସଞ୍ଚାଳନ ପ୍ରକ୍ରିୟା ଉପରେ ପଡ଼ିଥାଏ। ଥଣ୍ଡାରୁ ରକ୍ଷା ପାଇବା ଲାଗି ଲୋକେ ଅଧିକ ଚର୍ବି ଜାତୀୟ...

ଆରିସା ପିଠା

ଆବଶ୍ୟକ ସାମଗ୍ରୀ – ଚାଉଳ ୧ କିଗ୍ରା, ଗୁଡ଼ ୭୫୦ ଗ୍ରାମ୍‌, ଘିଅ କିମ୍ବା ତେଲ ୧ ଲିଟର। ପ୍ରସ୍ତୁତି- ଚାଉଳକୁ ୪ରୁ ୫ ଘଣ୍ଟା...

Advertisement
Archives

Model This Week