ହୋନେମାରାଡୁ

ଦୁଃସାହସିକ କାର୍ଯ୍ୟକୁ ପସନ୍ଦ କରୁଥିବା ତଥା ଜଳକ୍ରୀଡ଼ାରେ ରୁଚି ରଖୁଥିବା ପର୍ଯ୍ୟଟକଙ୍କ ନିମନ୍ତେ ହୋନେମାରାଡୁ ହେଉଛି ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। କାରଣ ଏଠାରେ ଦେଖିବା
ନିମନ୍ତେ ରହିଛି ଜଙ୍ଗଲ ପରିବେଷ୍ଟିତ ଅନେକ ପାହାଡ଼,
ଝରଣା, ଜଳାଶୟ, ଦ୍ୱୀପ ଇତ୍ୟାଦି।
ଏଥିସହିତ ବୋଟିଂ,
କାୟାକିଂ, ଟ୍ରେକିଂ
ପାଇଁ ବି ଏଠାରେ
ସୁବିଧା ରହିଛି…

କର୍ନାଟକର ସାଗର ନାମକ ସହର ନିକଟରେ ରହିଛି ହୋନେମାରାଡୁ ନାଁରେ ଏକ ପର୍ଯ୍ୟଟନସ୍ଥଳୀ। ପ୍ରକୃତପକ୍ଷେ ଏହା ହେଉଛି ସ୍ଥାନୀୟ ଏକ ଗାଁ। ଶାରାବତୀ ନଦୀକୂଳରେ ଗଢ଼ିଉଠିଥିବା ଏହି ଗାଁକୁ ଲାଗିରହିଛି ଜଙ୍ଗଲ ପରିବେଷ୍ଟିତ ଏକ ପାହାଡ, ଯଦ୍ଦ୍ବାରା ଏଠାକାର ପ୍ରାକୃତିକ ପରିବେଶ ହୋଇଥାଏ ବେଶ୍‌ ମନଛୁଆଁ। ତା’ଛଡ଼ା ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ଏଠାରେ ରହିଛି ଅନେକ କିଛି। ତନ୍ମଧ୍ୟରୁ ଗୋଟିଏ ହେଉଛି ଲିଙ୍ଗନମାକ୍କି ଜଳାଶୟ; ଯାହା ପରବର୍ତ୍ତୀ ସମୟରେ ହୋନେମାରାଡୁ ଜଳାଶୟ ନାମରେ ବି ପରିଚିତ। ସେହିପରି ଏହି ଜଳାଶୟର ଠିକ୍‌ ମଧ୍ୟବର୍ତ୍ତୀ ଅଞ୍ଚଳରେ ରହିଛି ଏକ ଛୋଟିଆ ଦ୍ୱୀପ, ଯାହାର ଆକର୍ଷଣରେ ଆକର୍ଷିତ ହୋଇ ଅନେକ ପର୍ଯ୍ୟଟକ ବୋଟ୍‌ ଯୋଗେ ଯାଇ ସେଠାରେ ପିକ୍‌ନିକ୍‌ କରିଥାନ୍ତି। କେବଳ ଏତିକି ନୁହେଁ, ହୋନେମାରାଡୁରେ ଆହୁରି ଅନେକ କିଛି ଅଛି ଦେଖିବାକୁ। ଯେମିତିକି:
*ଯୋଗ ଜଳପ୍ରପାତ: ଶାରାବତୀ ନଦୀଦ୍ୱାରା ସୃଷ୍ଟି ହୋଇଥିବା ଏହି ଜଳପ୍ରପାତଟି ପ୍ରାୟ ୨୮୯ ଫୁଟ ଉଚ୍ଚତା ବିଶିଷ୍ଟ ଏକ ପାହାଡ ଉପରୁ ଝରିବାର ଅପୂର୍ବ ଦୃଶ୍ୟ ହୋନେମାରାଡୁରେ ଦେଖିବାକୁ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ସେଥିପାଇଁ ପ୍ରାୟତଃ ପର୍ଯ୍ୟଟକଙ୍କର ଭିଡ଼ ଏଠାରେ ଦେଖିବାକୁ ମିଳିଥାଏ।
*ଡାବେ ଜଳପ୍ରପାତ: ଯୋଗ ଜଳପ୍ରପାତଠାରୁ ପ୍ରାୟ ୩୦ କି.ମି. ଦୂରରେ ରହିଛି ଏହି ଜଳପ୍ରପାତଟି। ଏହା ହୋସାଗଡ୍ଡେ ନାମକ ଏକ ପାହାଡ଼ ଉପରୁ ଝରୁଥାଏ, ଯାହା ଦେଖିବାକୁ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ଯୋଗ ଜଳପ୍ରପାତ ପରି ଏହା ମଧ୍ୟ ହେଉଛି ହୋନେମାରାଡ଼ୁର ଅନ୍ୟତମ ଆକର୍ଷଣ।
ଦୁଃସାହସିକ କ୍ରୀଡ଼ାର ଆନନ୍ଦ
ହୋନେମାରାଡୁରେ ଯେହେତୁ ପାହାଡ଼ ଓ ଜଳାଶୟ ଆଦି ରହିଛି, ତେଣୁ ଏଠାରେ ଟ୍ରେକିଂ, ବୋଟିଂ ତଥା କାୟାକିଂ ଭଳି ଦୁଃସାହସିକ କ୍ରୀଡ଼ାର ବେଶ୍‌ ଭଲ ସୁବିଧା ଉପଲବ୍ଧ ଅଛି। ଏଥିରେ ରୁଚି ରଖୁଥିବା ପର୍ଯ୍ୟଟକ ଏହି ସବୁ କ୍ରୀଡ଼ାର ଭରପୂର ଆନନ୍ଦ ନେଇପାରିବେ। ତା’ଛଡ଼ା ଏଠାରେ ଏହିସବୁ କ୍ରୀଡ଼ା ଉପରେ ଗାଇଡ୍‌ମାନଙ୍କ ଦ୍ୱାରା ତାଲିମ ଦେବାର ବ୍ୟବସ୍ଥା ବି ରହିଛି। ହେଲେ ଧ୍ୟାନଦେବେ ଏଠାରେ କାହାରିକୁ ପହଁରିବା ପାଇଁ ଅନୁମତି ଦିଆଯାଏ ନାହିଁ।
ପକ୍ଷୀ ଦେଖିବାର ସୁଯୋଗ
ଜଙ୍ଗଲିଆ ପରିବେଶ ସାଙ୍ଗକୁ ଜଳାଶୟ ଥିବାରୁ ଏଠାରେ ବିଭିନ୍ନ ପକ୍ଷୀମାନଙ୍କୁ ଦେଖିବାର ସୁଯୋଗ ମିଳିଥାଏ। ଖାସ୍‌ କରି ଶୀତଦିନ ହେଲେ ଦେଶ ବିଦେଶରୁ ବହୁ ସଂଖ୍ୟାରେ ପକ୍ଷୀ ଏଠାକୁ ଆସିଥାନ୍ତି। କେବଳ ପକ୍ଷୀ ନୁହନ୍ତି ଏଠାରେ ନାନା ଜାତିର ପ୍ରଜାପତିଙ୍କୁ ବି ଦେଖିବାର ସୁବିଧା ରହିଛି।
ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ମନୋରମ ଦୃଶ୍ୟ
ଶାରାବତୀ ନଦୀତଟରେ ବସି ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ମନୋରମ ଶୋଭାକୁ ଦେଖିବାର ମଜା ହୋନେମାରାଡୁରେ ବେଶ୍‌ ନିଆରା ଲାଗିଥାଏ। ସେଥିପାଇଁ ବର୍ଷର ଅଧିକାଂଶ ସମୟରେ ଏଠାରେ ପର୍ଯ୍ୟଟକ ନିରୋଳାରେ ବସି ଖାସ୍‌ ଏହି ଦୃଶ୍ୟକୁ ଉପଭୋଗ କରିବା ପାଇଁ ଧାଇଁ ଆସିଥାନ୍ତି।
କେବେ ଓ କେମିତି ଯିବେ
ବର୍ଷର ଯେ କୌଣସି ସମୟରେ ଏଠାକୁ ଯିବାର ସୁବିଧା ଥିଲେ ହେଁ, ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ରର ମତାନୁଯାୟୀ, ନଭେମ୍ବରରୁ ମାର୍ଚ୍ଚ ହେଉଛି ହୋନେମାରାଡୁକୁ ଯିବା ପାଇଁ ସବୁଠୁ ଉପଯୁକ୍ତ ସମୟ। କାରଣ ଏହି ସମୟରେ ଏଠାକାର ପାଣିପାଗ ବୁଲାବୁଲି କରିବାକୁ ବେଶ୍‌ ଅନୁକୂଳ ଥାଏ। ତା’ସହିତ ଏହି ସମୟରେ ଏଠାକୁ ଗଲେ ଅନେକ ପକ୍ଷୀଙ୍କୁ ଦେଖିହୁଏ। ସେହିପରି ହୋନେମାରାଡୁକୁ ଯିବା ପାଇଁ ଗମନାଗମନର ବି ବେଶ୍‌ ସୁବିଧା ରହିଛି। ଟ୍ରେନ୍‌ ହେଉ ଅବା ବସ୍‌, ପର୍ଯ୍ୟଟକ ଯେଉଁଥିରେ ସୁବିଧା ସେଥିରେ ଆରାମରେ ଯାଇ ହୋନେମାରାଡୁରେ ପହଞ୍ଚତ୍ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri