ହୋନେମାରାଡୁ

ଦୁଃସାହସିକ କାର୍ଯ୍ୟକୁ ପସନ୍ଦ କରୁଥିବା ତଥା ଜଳକ୍ରୀଡ଼ାରେ ରୁଚି ରଖୁଥିବା ପର୍ଯ୍ୟଟକଙ୍କ ନିମନ୍ତେ ହୋନେମାରାଡୁ ହେଉଛି ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। କାରଣ ଏଠାରେ ଦେଖିବା
ନିମନ୍ତେ ରହିଛି ଜଙ୍ଗଲ ପରିବେଷ୍ଟିତ ଅନେକ ପାହାଡ଼,
ଝରଣା, ଜଳାଶୟ, ଦ୍ୱୀପ ଇତ୍ୟାଦି।
ଏଥିସହିତ ବୋଟିଂ,
କାୟାକିଂ, ଟ୍ରେକିଂ
ପାଇଁ ବି ଏଠାରେ
ସୁବିଧା ରହିଛି…

କର୍ନାଟକର ସାଗର ନାମକ ସହର ନିକଟରେ ରହିଛି ହୋନେମାରାଡୁ ନାଁରେ ଏକ ପର୍ଯ୍ୟଟନସ୍ଥଳୀ। ପ୍ରକୃତପକ୍ଷେ ଏହା ହେଉଛି ସ୍ଥାନୀୟ ଏକ ଗାଁ। ଶାରାବତୀ ନଦୀକୂଳରେ ଗଢ଼ିଉଠିଥିବା ଏହି ଗାଁକୁ ଲାଗିରହିଛି ଜଙ୍ଗଲ ପରିବେଷ୍ଟିତ ଏକ ପାହାଡ, ଯଦ୍ଦ୍ବାରା ଏଠାକାର ପ୍ରାକୃତିକ ପରିବେଶ ହୋଇଥାଏ ବେଶ୍‌ ମନଛୁଆଁ। ତା’ଛଡ଼ା ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ଏଠାରେ ରହିଛି ଅନେକ କିଛି। ତନ୍ମଧ୍ୟରୁ ଗୋଟିଏ ହେଉଛି ଲିଙ୍ଗନମାକ୍କି ଜଳାଶୟ; ଯାହା ପରବର୍ତ୍ତୀ ସମୟରେ ହୋନେମାରାଡୁ ଜଳାଶୟ ନାମରେ ବି ପରିଚିତ। ସେହିପରି ଏହି ଜଳାଶୟର ଠିକ୍‌ ମଧ୍ୟବର୍ତ୍ତୀ ଅଞ୍ଚଳରେ ରହିଛି ଏକ ଛୋଟିଆ ଦ୍ୱୀପ, ଯାହାର ଆକର୍ଷଣରେ ଆକର୍ଷିତ ହୋଇ ଅନେକ ପର୍ଯ୍ୟଟକ ବୋଟ୍‌ ଯୋଗେ ଯାଇ ସେଠାରେ ପିକ୍‌ନିକ୍‌ କରିଥାନ୍ତି। କେବଳ ଏତିକି ନୁହେଁ, ହୋନେମାରାଡୁରେ ଆହୁରି ଅନେକ କିଛି ଅଛି ଦେଖିବାକୁ। ଯେମିତିକି:
*ଯୋଗ ଜଳପ୍ରପାତ: ଶାରାବତୀ ନଦୀଦ୍ୱାରା ସୃଷ୍ଟି ହୋଇଥିବା ଏହି ଜଳପ୍ରପାତଟି ପ୍ରାୟ ୨୮୯ ଫୁଟ ଉଚ୍ଚତା ବିଶିଷ୍ଟ ଏକ ପାହାଡ ଉପରୁ ଝରିବାର ଅପୂର୍ବ ଦୃଶ୍ୟ ହୋନେମାରାଡୁରେ ଦେଖିବାକୁ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ସେଥିପାଇଁ ପ୍ରାୟତଃ ପର୍ଯ୍ୟଟକଙ୍କର ଭିଡ଼ ଏଠାରେ ଦେଖିବାକୁ ମିଳିଥାଏ।
*ଡାବେ ଜଳପ୍ରପାତ: ଯୋଗ ଜଳପ୍ରପାତଠାରୁ ପ୍ରାୟ ୩୦ କି.ମି. ଦୂରରେ ରହିଛି ଏହି ଜଳପ୍ରପାତଟି। ଏହା ହୋସାଗଡ୍ଡେ ନାମକ ଏକ ପାହାଡ଼ ଉପରୁ ଝରୁଥାଏ, ଯାହା ଦେଖିବାକୁ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ଯୋଗ ଜଳପ୍ରପାତ ପରି ଏହା ମଧ୍ୟ ହେଉଛି ହୋନେମାରାଡ଼ୁର ଅନ୍ୟତମ ଆକର୍ଷଣ।
ଦୁଃସାହସିକ କ୍ରୀଡ଼ାର ଆନନ୍ଦ
ହୋନେମାରାଡୁରେ ଯେହେତୁ ପାହାଡ଼ ଓ ଜଳାଶୟ ଆଦି ରହିଛି, ତେଣୁ ଏଠାରେ ଟ୍ରେକିଂ, ବୋଟିଂ ତଥା କାୟାକିଂ ଭଳି ଦୁଃସାହସିକ କ୍ରୀଡ଼ାର ବେଶ୍‌ ଭଲ ସୁବିଧା ଉପଲବ୍ଧ ଅଛି। ଏଥିରେ ରୁଚି ରଖୁଥିବା ପର୍ଯ୍ୟଟକ ଏହି ସବୁ କ୍ରୀଡ଼ାର ଭରପୂର ଆନନ୍ଦ ନେଇପାରିବେ। ତା’ଛଡ଼ା ଏଠାରେ ଏହିସବୁ କ୍ରୀଡ଼ା ଉପରେ ଗାଇଡ୍‌ମାନଙ୍କ ଦ୍ୱାରା ତାଲିମ ଦେବାର ବ୍ୟବସ୍ଥା ବି ରହିଛି। ହେଲେ ଧ୍ୟାନଦେବେ ଏଠାରେ କାହାରିକୁ ପହଁରିବା ପାଇଁ ଅନୁମତି ଦିଆଯାଏ ନାହିଁ।
ପକ୍ଷୀ ଦେଖିବାର ସୁଯୋଗ
ଜଙ୍ଗଲିଆ ପରିବେଶ ସାଙ୍ଗକୁ ଜଳାଶୟ ଥିବାରୁ ଏଠାରେ ବିଭିନ୍ନ ପକ୍ଷୀମାନଙ୍କୁ ଦେଖିବାର ସୁଯୋଗ ମିଳିଥାଏ। ଖାସ୍‌ କରି ଶୀତଦିନ ହେଲେ ଦେଶ ବିଦେଶରୁ ବହୁ ସଂଖ୍ୟାରେ ପକ୍ଷୀ ଏଠାକୁ ଆସିଥାନ୍ତି। କେବଳ ପକ୍ଷୀ ନୁହନ୍ତି ଏଠାରେ ନାନା ଜାତିର ପ୍ରଜାପତିଙ୍କୁ ବି ଦେଖିବାର ସୁବିଧା ରହିଛି।
ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ମନୋରମ ଦୃଶ୍ୟ
ଶାରାବତୀ ନଦୀତଟରେ ବସି ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ମନୋରମ ଶୋଭାକୁ ଦେଖିବାର ମଜା ହୋନେମାରାଡୁରେ ବେଶ୍‌ ନିଆରା ଲାଗିଥାଏ। ସେଥିପାଇଁ ବର୍ଷର ଅଧିକାଂଶ ସମୟରେ ଏଠାରେ ପର୍ଯ୍ୟଟକ ନିରୋଳାରେ ବସି ଖାସ୍‌ ଏହି ଦୃଶ୍ୟକୁ ଉପଭୋଗ କରିବା ପାଇଁ ଧାଇଁ ଆସିଥାନ୍ତି।
କେବେ ଓ କେମିତି ଯିବେ
ବର୍ଷର ଯେ କୌଣସି ସମୟରେ ଏଠାକୁ ଯିବାର ସୁବିଧା ଥିଲେ ହେଁ, ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ରର ମତାନୁଯାୟୀ, ନଭେମ୍ବରରୁ ମାର୍ଚ୍ଚ ହେଉଛି ହୋନେମାରାଡୁକୁ ଯିବା ପାଇଁ ସବୁଠୁ ଉପଯୁକ୍ତ ସମୟ। କାରଣ ଏହି ସମୟରେ ଏଠାକାର ପାଣିପାଗ ବୁଲାବୁଲି କରିବାକୁ ବେଶ୍‌ ଅନୁକୂଳ ଥାଏ। ତା’ସହିତ ଏହି ସମୟରେ ଏଠାକୁ ଗଲେ ଅନେକ ପକ୍ଷୀଙ୍କୁ ଦେଖିହୁଏ। ସେହିପରି ହୋନେମାରାଡୁକୁ ଯିବା ପାଇଁ ଗମନାଗମନର ବି ବେଶ୍‌ ସୁବିଧା ରହିଛି। ଟ୍ରେନ୍‌ ହେଉ ଅବା ବସ୍‌, ପର୍ଯ୍ୟଟକ ଯେଉଁଥିରେ ସୁବିଧା ସେଥିରେ ଆରାମରେ ଯାଇ ହୋନେମାରାଡୁରେ ପହଞ୍ଚତ୍ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କେତନଙ୍କୁ ହତ୍ୟା କରିବା ପରେ ଅନୁତାପର ପ୍ରଶ୍ନ ନାହିଁ, ଗଣମାଧ୍ୟମକୁ ଅଶ୍ଳୀଳ ଇଙ୍ଗିତ କରି ଚର୍ଚ୍ଚାରେ ସିୟା…Video ଭାଇରାଲ ପରେ… 

ପୁଣେ,୩।୭: ପୁଣେର ପ୍ରସିଦ୍ଧ ବ୍ୟବସାୟୀ ବିଶାଲ ଅଗ୍ରୱାଲଙ୍କ ପୁଅ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପ୍ରତିଦିନ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି, ଯାହା ସମାଜକୁ ସ୍ତବ୍ଧ…

ଗାଁ ନିକଟରୁ ମଦ ଦୋକାନ ସ୍ଥାନାନ୍ତର ଦାବି:ଏକଜୁଟ ହେଲେ ମହିଳା

ପାଟଣା,୩ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସାଧୁପଡ଼ା ଗାଁ ନିକଟରେ ଶୁକ୍ରବାର ନୂତନ କରି ଖୋଲିଥିବା ସରକାରୀ ମଦ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଡ. ଅଜିତ କୁମାର ଶାସନୀ

କୋରାପୁଟ/ସୁନାବେଡ଼ା,୩ା୭(ଅମିତାଭ ବେହେରା/କୃତ୍ତିବାସ ପ୍ରଧାନ)-କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)ର ନୂତନ କୁଳପତି ଭାବେ ଡ. ଅଜିତ କୁମାର ଶାସନୀଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡିଛି। ଭାରତର ରାଷ୍ଟ୍ରପତି…

ମୃତ ଯୁବକଙ୍କ ମିଳିଲା ପରିଚୟ: ସେଲଫି ନେବା ହେଲା କାଳ

କୋକସରା,୩।୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକର ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାର ଡୋକରୀଦର ଝରଣା ନିକଟରେ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଶୁକ୍ରବାର ସକାଳୁ…

ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଡ଼ମପେଟାକୁ ନିଷିଦ୍ଧାଞ୍ଚଳ ଘୋଷଣା

ଗଞ୍ଜାମ/ ଛତ୍ରପୁର,୩।୭ (/ଅନାଥ ତରାଇ/ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୋଡମପେଟାରେ ସମୁଦ୍ର କୂଳ କ୍ଷୟ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେବାରେ ଲାଗିଛି। ସମୁଦ୍ର ଦ୍ରୁତ…

ଦାଦନ ଖଟି ଯାଇଥିଲେ, ଫେରିଲା ମୃତଦେହ: ତେଲେଙ୍ଗାନାରେ ବିଦ୍ୟୁତ ଆଘାତରେ ଗଜପତିର ଶ୍ରମିକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,୩।୭(ଗିରିଧାରୀ ପରିଛା): ଗଜପତି ଜିଲାରେ ଦାଦନ ଦୁଃଖର କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି। ସ୍ଥାନୀୟ ଅଞ୍ଚଳରେ କାମର ଅଭାବ ଯୋଗୁ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ…

ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ରୋଗୀସେବା ବ୍ୟାହତ: ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସା ନ ମିଳିବାରୁ ବୁର୍ଲା ସ୍ଥାନାନ୍ତର

ବରଗଡ଼,୩।୭(ପ୍ରେମାନନ୍ଦ ଖମାରୀ)- ରାଜ୍ୟରେ ଡାକ୍ତରମାନଙ୍କ ବିଭିନ୍ନ ଦାବିକୁ ନେଇ ଚାଲିଥିବା ଆନ୍ଦୋଳନ ଯୋଗୁ ସାଧାରଣ ସ୍ୱାସ୍ଥ୍ୟସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଡାକ୍ତରଖାନା ଗୁଡ଼ିକରେ ରୋଗୀସେବା ତଥା…

ଯୌତୁକ ପାଇଁ ନିର୍ଯ୍ୟାତନା ପରେ  ସ୍ତ୍ରୀଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା ଉଦ୍ୟମ: ସ୍ବାମୀ ଗଲେ ଜେଲ 

ଦିଗପହଣ୍ଡି,୩|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଶୁଣ୍ଡିପଲ୍ଲୀ ଗ୍ରାମର ବର୍ଷା ସିଂ(୨୦)ଙ୍କୁ ଯୌତୁକ ପାଇଁ ଶ୍ବଶୁର ଘର ଲୋକେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri