ହେଲ୍‌ମେଟ ଚେକ୍‌ ଆଳରେ ଜୟପୁର ପୋଲିସର ଦବଙ୍ଗଗିରି: ଭିଡିଓ ଭାଇରାଲ

ଜୟପୁର, ୧୮।୬(ନି.ପ୍ର.): କୋରାପୁଟ ଜିଲା ଜୟପୁର ୨୦ ନମ୍ବର ଜାତୀୟ ରାଜପଥ ଟାଉନ ଥାନା ସମ୍ମୁଖରେ ମଙ୍ଗଳବାର ପୋଲିସର ଦବଙ୍ଗଗିରି ଦେଖିବାକୁ ମିଳିଛି। ହେଲ୍‌ମେଟ ଚେକ ଆଳରେ ପୋଲିସ ବାଇକ୍‌ଆରୋହୀଙ୍କୁ କିପରି ନିସ୍ତୁକ ମାଡ଼ ମାରୁଛନ୍ତି ତାହା ସମ୍ମୁଖକୁ ଆସିଛି। ଏଥିରେ ବହୁ ଲୋକେ ଆହତ ମଧ୍ୟ ହୋଇଛନ୍ତି। ପୋଲିସ ଏସ୍‌ଆଇ ଜିତେନ୍ଦ୍ର ନାୟକ ଓ ଷ୍ଟୁଡେଣ୍ଟ ଟ୍ରାଫିକ ଭଲ୍ୟୁଣ୍ଟାରି ମେମ୍ବର ଏପରି କାର୍ଯ୍ୟ କରିଥିବା ଜଣାପଡ଼ିଛି। ଏହାର ଭିଡ଼ିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।
ପ୍ରକାଶ ଯେ, ଏସ୍‌ଆଇ ନାୟକ ମଙ୍ଗଳବାର ହେଲମେଟ୍‌ ଚେକ୍‌ କରୁଥିଲେ। ଏହି ସମୟରେ ସେ ଉତ୍ତ୍ୟକ୍ତ ହୋଇ ଲୋକଙ୍କୁ ମାଡ଼ ମାରିଥିଲେ। ଏଥିରେ ବରିଷ୍ଠ ନାଗରିକ ମଧ୍ୟ ବର୍ତ୍ତି ନାହାନ୍ତି। ମାତ୍ର ସେହି ସମୟରେ ଜଣେ ପୋଲିସ ଅଧିକାରୀ ବିନା ହେଲ୍‌ମେଟରେ ଉକ୍ତ ରାସ୍ତାଦେଇ ଯାଉଥିବା ବେଳେ ତାଙ୍କୁ କାର୍ଯ୍ୟରତ ପୋଲିସ କର୍ମଚାରୀ ଛାଡ଼ି ଦେଇଥିଲେ। ଏହାକୁ ଦେଖି ଦେଖେଣାହାରୀ ଅବାକ୍‌ ହୋଇଯାଇଥିଲେ। ଏମିତିକି ସ୍କୁଟିରେ ଯାଉଥିବା କଲେଜ ଛାତ୍ରୀଙ୍କୁ ମଧ୍ୟ ପୋଲିସ ମାଡ଼ ମାରିଥିବା ଭିଡ଼ିଓରେ ଦେଖିବାକୁ ମିଳିଛି।
ଗତ କିଛି ଦିନ ତଳେ ଟାଉନ ଥାନାରେ ଜଣେ ଏଏସ୍‌ଆଇ ନିରିହ ଲୋକଙ୍କୁ ମାଡ଼ମାରି ବଦଳି ହୋଇଥିବା ମାମଲା ମାନାବାଧିକାର କମିଶନ ନିକଟରେ ପହଞ୍ଚିଛି। ପୁଣିଥରେ ଜୟପୁର ପୋଲିସର ଦବଙ୍ଗଗିରିି ବନ୍ଦ କରିବା ସହ ଉକ୍ତ ଏସ୍‌ଆଇଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜୟପୁରବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଣାସରେ ୭୦ ଦିନ ଧରି ଡାକ ସେବା ଅଚଳ

କଣାସ, ୧୨।୭(ସ୍ବ.ପ୍ର.): କଣାସ ମୁଖ୍ୟ ପୋଷ୍ଟଅଫିସ୍‌ ୭୦ଦିନ ଧରି ଅଚଳ ହୋଇ ପଡିଛି। ଫଳରେ ପୋଷ୍ଟଅଫିସ୍‌ରେ ଟଙ୍କା ଜମା କରିବା, ଟଙ୍କା ଉଠାଇବା, ରେଜେଷ୍ଟ୍ରି ଚିଠି,...

କରୋନାକୁ ରୋକିବାରେ ଆଦର୍ଶ ଭୂମିକା ନେବ ଓଡ଼ିଶା; ଲଢ଼ିବା ପାଇଁ ପ୍ରସ୍ତୁତ ରୁହ: ରାଜ୍ୟପାଳ

ଭୁବନେଶ୍ୱର, ୧୮।୩(ବ୍ୟୁରୋ): କରୋନା ପାଇଁ ଭୟଭୀତ ନ ହୋଇ ଲଢ଼ିବା ପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟପାଳ ପ୍ରଫେସର ଗେଣେଶୀ ଲାଲ ବୁଧବାର ପରାମର୍ଶ ଦେଇଛନ୍ତି। ସୁରକ୍ଷୀତ...

ପୋଲିସ ଡରରେ ପୋଡ଼ିଦେଲେ କାର

ମାଲକାନଗିରି,୨୦ା୧: ମାଲକାନଗିରି ଜିଲା ଚଲାଣଗୁଡ଼ା ପଞ୍ଚାୟତ ଅଧୀନ ରେଙ୍ଗାବନ୍ଧ ଗ୍ରାମ ନିକଟରେ ବୁଧବାର  ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗଞ୍ଜେଇ ଚାଲାଣହେଉଥିବା ଏକ କାର...

୩ ଲକ୍ଷ ୨୫ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ନକଲି ନୋଟ ଜବତ: ଜଣେ ଗିରଫ

କୋରାପୁଟ,୨୬।୧୧(ସ୍ବ.ପ୍ର.): କୋରାପୁଟ ଜିଲାର ସୁନାବେଡ଼ା ଥାନା ଅଞ୍ଚଳରୁ ବୁଧବାର ବିଳମ୍ବିତ ରାତ୍ରରେ ଏସ୍‌ଟିଏଫ ଦ୍ୱାରା ଜଣେ ବ୍ୟକ୍ତିଠାରୁ ୩ ଲକ୍ଷ ୨୮ ହଜାର ୩ ଶହ...

ସୁନ୍ଦରବନ ଛୁଇଁବ ବୁଲ୍‌ବୁଲ୍‌

ଭୁବନେଶ୍ୱର,୯।୧୧(ବ୍ୟୁରୋ): ସାମୁଦ୍ରିକ ଝଡ଼ ‘ବୁଲବୁଲ୍‌’ ଉଗ୍ରରୂପ ଧାରଣ କରିଛି। ଏହା ଅଧିକରୁ ଅଧିକ ବଳ ଗୋଟାଇ ଉତ୍ତର ଦିଗକୁ ମାଡ଼ି ଚାଲିଛି। ଘଣ୍ଟା ପ୍ରତି ଏହା...

ଫାଇଲ ଭିତରେ ଚପିଯାଇଛି ମୌଳିକ ଦାବି

ବେଗୁନିଆ,୨।୨(ଡି.ଏନ୍‌.ଏ.): ସରକାରୀ ଯୋଜନାକୁ ଲୋକାଭିମୁଖୀ କରିବା ସହ ସାଧାରଣ ଲୋକଙ୍କ ବିକାଶଧାରାକୁ ତ୍ୱରାନ୍ବିତ କରିବା ପାଇଁ ରାଜ୍ୟ ସରକାରଙ୍କ ମହତ୍‌ ଉଦ୍ଦେଶ୍ୟଟି ସାଧିତ ହୋଇପାରୁ ନାହିଁ।...

ଜୋତା ଶୋ’ରୁମ୍‌ରେ ବୋମାମାଡ

ଭୁବନେଶ୍ୱର,୨୬।୧୨(ବ୍ୟୁରୋ): ଭୁବନେଶ୍ୱରରେ ଏକ ଜୋତା ଶୋ’ରୁମ୍‌ରେ ବୋମା ମାଡ ହୋଇଛି। ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌...

ଚିନ୍ତା ବଢ଼ାଇଲାଣି ଯାଜପୁର: ପୁଣି ଜଣେ ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୯କୁ ବୃଦ୍ଧି

ଭୁବନେଶ୍ୱର,୬।୫(ବ୍ୟୁରୋ): ଯାଜପୁର ଜିଲାରେ ପୁଣି ଜଣେ କରୋନା ପଜିଟିଭ୍‌ ବୁଧବାର ଅପରାହ୍ନରେ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି। ସେହିଭଳି...

Advertisement
Archives

Model This Week