ହୃଦ୍‌ରୋଗୀ ଓ ଶୀତଦିନ

ଶୀତଦିନେ ପରିବେଶ ଥଣ୍ଡା ରହିଥାଏ। ବେଳେବେଳେ କେତେକ ସ୍ଥାନରେ ତାପମାତ୍ରା ଶୂନ ଡିଗ୍ରୀ ତଳକୁ ଖସିଯାଏ। ଏହି ଋତୁରେ ବିଶେଷଭାବରେ ହୃଦ୍‌ରୋଗୀ ଅଧିକ ସତର୍କ ରହିବା ଆବଶ୍ୟକ। କାରଣ ପ୍ରବଳ ଶୀତ ଯୋଗୁ ଶରୀରରେ ଥିବା ଶିରାପ୍ରସିରାଗୁଡ଼ିକ ସଙ୍କୁଚିତ ହୋଇଯାଏ। ଏହାଦ୍ୱାରା ରକ୍ତ ପ୍ରବାହ ବାଧାପ୍ରାପ୍ତ ହୋଇଥାଏ। ତେଣୁ ଶୀତଦିନେ ହୃଦ୍‌ରୋଗୀ ଏ ନେଇ ଧ୍ୟାନଦେବା ଜରୁରୀ। ଏହି ସମୟରେ ସେମାନେ ଏପରି ପୋଷାକ ପିନ୍ଧନ୍ତୁ ଯେମିତି ଶରୀର ଉଷ୍ମ ରହିବ। ବାହାରକୁ ଗଲେ ସ୍ବେଟର, ଜ୍ୟାକେଟ ପିନ୍ଧିବା ସହ ମୁଣ୍ଡରେ ଟୋପି ପିନ୍ଧନ୍ତୁ। ତା’ସହ ଏହି ଋତୁରେ ସେମାନେ ଖାଦ୍ୟପେୟ ପ୍ରତି ସତର୍କ ରୁହନ୍ତୁ। ଶୀତଋତୁରେ ଅଧିକ ଫ୍ୟାଟ୍‌ ଏବଂ ଲବଣଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ସବୁଠାରୁ ଖାସ୍‌ କଥା ହେଲା, ନିଶାଦ୍ରବ୍ୟ ସେବନଠାରୁ ଦୂରେଇରହନ୍ତୁ। ସକାଳୁ ହାଲ୍‌କା ସୂର୍ଯ୍ୟକିରଣରେ କିଛି ସମୟ ବସିଲେ ତାହା ଶରୀର ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏହାସହ ପ୍ରତିଦିନ ମର୍ନିଂଓ୍ବାକ୍‌ କରିବାକୁ ଭୁଲନ୍ତୁ ନାହିିଁ।

ଶୀତଦିନେ ମଧ୍ୟ ଆମ ଶରୀରରେ ଜଳୀୟ ଅଂଶ ସନ୍ତୁଳିତ ରହିବା ନିହାତି ଜରୁରୀ। ତେଣୁ ଏହି ଦିନରେ ପ୍ରଚୁର ପାଣି ପିିଇବା ସହ ତଟକା ଫଳ ଜୁସ୍‌ ପିଅନ୍ତୁ।
ଶୀତଦିନେ ବ୍ରେକ୍‌ଫାଷ୍ଟରେ କମଳା ଜୁସ୍‌ ସାମିଲ କରନ୍ତୁ
ଖାଦ୍ୟ ତାଲିକାରେ ଖଟାଜାତୀୟ ଖାଦ୍ୟ ରଖିପାରନ୍ତି। ଏପରି କି ମଧ୍ୟାହ୍ନ ଭୋଜନ ସମୟରେ ଖଟା ଜାତୀୟ ଖାଦ୍ୟ ଖାଇବା ସହ ଜୁସ୍‌ ପିଇପାରନ୍ତି।
ରସୁଣରେ ଥିବା ‘ଏଲିନ୍‌’ ନାମକ ଫ୍ଲେବରିଂ ତତ୍ତ୍ୱ ଶୀତଦିନେ ଆମ ଶରୀର ପାଇଁ ବେଶ୍‌ ଉପକାରୀ। ଏହା ଥଣ୍ଡାଜନିତ ସମସ୍ୟା ଦୂରକରିଥାଏ। ଏହାବ୍ୟତୀତ ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଶରୀର ପାଇଁ ବେଶ୍‌ ଲାଭପ୍ରଦ।
ଶୀତଦିନେ ଅଦାମିଶ୍ରିତ ଚା’ ପିଇଲେ ଥଣ୍ଡାରୁ ଆରାମ ଲାଗିଥାଏ। ଅଦାମିଶ୍ରିତ ପାଣି ମଧ୍ୟ ଶରୀର ପାଇଁ ବେଶ୍‌ ଉପକାରୀ।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମନିର୍ଭରଶୀଳ ଗୃହିଣୀ

ଜଣେ ଗୃହିଣୀ ଦିନ ସାରା ପରିବାରର ପ୍ରତ୍ୟେକ କାର୍ଯ୍ୟ କରିଥାଏ। ହେଲେ ଏହି ଅବିରତ ଶ୍ରମ ବଦଳରେ ତାକୁ ନା ମିଳିଥାଏ କୌଣସି ପାରିଶ୍ରମିକ ନା...

ବ୍ୟବହାର କରନ୍ତୁ ଏଭଳି ସାନିଟାଇଜର

କରୋନା ଭାଇରସ ସାରା ବିଶ୍ୱରେ ବ୍ୟାପିଯିବା ପରେ ଏବେ ସାନିଟାଇଜର ଆମ ନିତିଦିନ ଜୀବନର ଏକ ମୁଖ୍ୟ ଉପାଦାନ ପାଲଟି ଯାଇଛି । ଛୋଟଠାରୁ ବଡ...

ଉପକାରୀ ନିମ୍ବ ଜୁସ୍‌

ନିମ୍ବର ସ୍ବାଦ ପିତା। ହେଲେ ଏହି ଗଛର ବଳ୍କଳ ଏବଂ ପତ୍ର ଆମ ଶରୀର ପାଇଁ ବେଶ୍‌ ଉପକାରୀ। କେତେକ ଆୟୁର୍ବେଦୀୟ ଔଷଧ ପ୍ରସ୍ତୁତ କରିବା...

କଟକଣାରେ ୱେଡ୍‌ଲକ୍‌

ବାହାଘର। ସମସ୍ତଙ୍କ ବ୍ୟକ୍ତିଗତ ଜୀବନର ସବୁଠୁ ବଡ଼ ଉତ୍ସବ। ଏକଥା ଉଠିବା ମାତ୍ରେ ମନକୁ ଚାଲିଆସେ ଏକ ସୁନ୍ଦର ଭବ୍ୟ ଆୟୋଜନଭରା ବିଶାଳ ସେଲିବ୍ରେଶନ୍‌। ଖାସ୍‌...

କାର୍ଡିଗାନ୍‌ ଫ୍ୟାଶନ୍‌

କାର୍ଡିଗାନ୍‌ ଏକପ୍ରକାର ସ୍ବେଟର୍‌, ଯାହାର ଲୁକ୍‌ ପ୍ରାୟତଃ ଜ୍ୟାକେଟ୍‌ ପରି। କିଛି କାର୍ଡିଗାନ୍‌ର ଫ୍ରଣ୍ଟରେ ବଟନ୍‌ ଥାଏ ତ କିଛି ଥାଏ ସମ୍ପୂର୍ଣ୍ଣ ଓପନ୍‌। ବିଭିନ୍ନ...

ଜାଣନ୍ତୁ କରୋନା ଟିକା ନେବା ପରେ କ’ଣ କରିବା ଉଚିତ୍‌

ନୂଆଦିଲ୍ଲୀ,୧୬।୧: ଏବେ କରୋନା ବିରୋଧରେ ଆରମ୍ଭ ହୋଇଛି ଜୋରଦାର ଲଢ଼େଇ। ଦୀର୍ଘଦିନ ପ୍ରଚେଷ୍ଟା ପରେ ଶନିବାରଠାରୁ ସମଗ୍ର ଦେଶରେ ଆରମ୍ଭ ହୋଇଛି ଟିକାକରଣ। ଟିକା ଆସିବା...

ସ୍କିନ୍‌ ରହିବ ସ୍ପଟ୍‌ଲେସ୍‌

ମୁହଁ ଯେତେ ସୁନ୍ଦର ହୋଇ ଥାଉ ନା କାହିଁକି ସେଥିରେ ଦାଗ ଥିଲେ ତାହାର ଆକର୍ଷଣ କମିଯାଏ। ଆଉ ଏପରି ନ ହେବା ଲାଗି ଅନେକେ...

କାଜୁ କଟ୍‌ଲି

କାଜୁ-୨କପ୍‌,ଚିନି-୧କପ୍‌ ପାଣି-ଅଧା କପ୍‌,ଘିଅ-୧ଚାମଚ ଗୁଜୁରାତି ଗୁଣ୍ଡ-୧/୪ଚାମଚ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ୨କପ୍‌ କାଜୁ ନେଇ ଭଲଭାବେ ଗ୍ରାଇଣ୍ଡିଂ କରନ୍ତୁ, ଯେପରି ଖଦଡ଼ିଆ ନ ରହେ ଧ୍ୟାନ...

Advertisement
Archives

Model This Week