Posted inଜାତୀୟ

ହିଲ୍‌ ଷ୍ଟେଶନ୍‌ ଓଲିରେ ରାଜକୀୟ ବିବାହ: ଅତିଥିଙ୍କୁ ନେବା ଆଣିବାରେ ନିୟୋଜିତ ହେବ ୨ଶହ ହେଲିକପ୍ଟର

ଡେରାଡୁନ୍‌, ୧୦।୬: ଉତ୍ତରାଖଣ୍ଡ ହିଲ୍‌ ଷ୍ଟେଶନ୍‌ ଓଲିରେ ଗୁପ୍ତା ବଦର୍ସଙ୍କ ପୁଅ ବିବାହ ମହାଆଡମ୍ବରରେ ଆୟୋଜିତ ହେଉଛି। ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଏଥିରେ ୨ ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ଅତିଥିଙ୍କୁ ଦିଲ୍ଲୀରୁ ନେବା ଆଣିବାରେ ୨ ଶହ ହେଲିକପ୍ଟର ନିୟୋଜିତ ହେବ ବୋଲି କୁହାଯାଉଛି। ଓଲିରେ ଥିବା ସମସ୍ତ ହୋଟେଲ ଏବଂ ରେଷ୍ଟୁରାଣ୍ଟକୁ ଏହି ରାଜକୀୟ ବିବାହ ପାଇଁ ବୁକ୍‌ କରାଯାଇଛି। ସାଜସଜ୍ଜା ପାଇଁ ୫ କୋଟିର ଫୁଲ ସୁଇଜରଲାଣ୍ଡ୍‌ ଅଣାଯିବାର ଯୋଜନା ରହିଛି। ବିବାହ ପାଇଁ ଶହେ ଜଣ ପଣ୍ଡିତଙ୍କୁ ବୁକ୍‌ କରାଯାଇଛି। ଅତିଥିଙ୍କୁ ନିମନ୍ତ୍ରଣ ଲାଗି କରାଯାଇଥିବା କାର୍ଡରେ ସାଢ଼େ ୪ କିଗ୍ରା ରୂପା ବ୍ୟବହୃତ ହୋଇଛି। ଅତିଥିଙ୍କ ପାଇଁ ୪ ଶହ ପ୍ରକାର ଖାଦ୍ୟର ଆୟୋଜନ କରାଯାଇଥିବା କୁହାଯାଉଛି। ୩ ଭାଇ ଅଜୟ ଗୁପ୍ତା, ଅତୁଲ ଗୁପ୍ତା ଏବଂ ରାଜେଶ ଗୁପ୍ତାଙ୍କ ଦ୍ୱାରା ଗୁପ୍ତା ବଦର୍ସ କମ୍ପାନୀ ଗଠିତ ହୋଇଛି। ଦକ୍ଷିଣ ଆଫ୍ରିକାରେ ୩ ଭାଇଙ୍କର ବିଶାଳ ବ୍ୟବସାୟ ସାମ୍ରାଜ୍ୟ ରହିଛି। ଅଜୟ ଗୁପ୍ତାଙ୍କ ପୁଅ ସୂର୍ଯ୍ୟକାନ୍ତଙ୍କ ବିବାହ ଜୁନ୍‌ ୧୮-୨୦ ମଧ୍ୟରେ ଅନୁଷ୍ଠିତ ହେବ। ସେହିପରି ଅତୁଲ ଗୁପ୍ତାଙ୍କ ପୁଅ ଶଶାଙ୍କଙ୍କ ବିବାହ ଜୁନ୍‌ ୨୦-୨୨ ମଧ୍ୟରେ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମନୋଜ ପାଣ୍ଡେ ହେବେ ପରବର୍ତ୍ତୀ ସ୍ଥଳସେନା ଉପମୁଖ୍ୟ

ନୂଆଦିଲ୍ଲୀ,୧୮।୧: ଦେଶର ପରବର୍ତ୍ତୀ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ନିଯୁକ୍ତି ଅଟକି ରହିଛି। ମାତ୍ର ମଙ୍ଗଳବାର ସରକାର ପୂର୍ବାଞ୍ଚଳ ସେନା କମାଣ୍ଡର ଲ୍ୟୁଟ୍‌ନାଣ୍ଟ ଜେନେରାଲ...

ପ୍ରତିଦିନ ଗୋମୁତ୍ର ପିଇଲେ ହେବନି କରୋନା: ସାଧ୍ୱୀ ପ୍ରଜ୍ଞା

ଭୋପାଳ,୧୭।୫: ନିଜ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ମଧ୍ୟପ୍ରଦେଶ ଭୋପାଳର ଭାଜପା ଏମ୍‌ପି ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଏବେ କରୋନାକୁ ନେଇ ଏକ...

୪ଦିନିଆ ଚେନ୍ନାଇ ଗସ୍ତରେ ରାଷ୍ଟ୍ରପତି

ଚେନ୍ନାଇ,୨।୮: ସୋମବାର ଚେନ୍ନାଇରେ ପହଞ୍ଚିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ୪ଦିନିଆ ତାମିଲନାଡୁରେ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି କୋବିନ୍ଦ। ସୋମବାର ସେ ତାମିଲନାଡୁ ବିଧାନସଭାର ଶତବାର୍ଷିକୀ ଉତ୍ସବରେ...

ଜଣେ ପୂର୍ବତନ ବିଧାୟକଙ୍କ ଜୀବନ ଗାଥା

କାନପୁର: ମନ୍ଦିର-ମସ୍‌ଜିଦକୁ ନେଇ ଆମ ଦେଶରେ ଅନେକ ବିବାଦ ଦେଖାଦିଏ। କିନ୍ତୁ ଈଶ୍ୱର ମନ୍ଦିର କି ମସ୍‌ଜିଦରେ ନାହାନ୍ତି , କର୍ମ ଓ ସଂସ୍କାରରେ ଅଛନ୍ତି...

ଭାଜପାରୁ ବହିଷ୍କୃତ ହେଲେ ଅଭିଯୁକ୍ତ ବିଧାୟକ କୁଲଦୀପ ସେନ୍‌ଗାର

ଲକ୍ଷ୍ନୌ,୧।୮: ଉନ୍ନାଓ ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଭାଜପା ବିଧାୟକ କୁଲଦୀପ ସିଂ ସେନ୍‌ଗାରଙ୍କୁ ଭାଜପାରୁ ବହିଷ୍କାର କରାଯାଇଛି। ସୂଚନା ଅନୁଯାୟୀ, ଭାଜପାର ପ୍ରଦେଶ ଅଧ୍ୟକ୍ଷ...

ବିଜୟ ଜ୍ୟୋତି ସହ ଦ୍ରାସ୍‌ରେ ଦୌଡିଲେ କାରଗିଲ୍‌ ହିରୋ

ନୂଆଦିଲ୍ଲୀ: କାରଗିଲ୍‌ ଯୁଦ୍ଧରେ ପାକିସ୍ତାନୀ ସେନାର ମୋର୍ଟାର ଆକ୍ରମଣରେ ଡାହାଣ ଗୋଡ଼ ହରାଇଥିଲେ ମେଜର ଦେବେନ୍ଦ୍ର ପାଲ୍‌ ସିଂହ। କାରଗିଲ୍‌ ବିଜୟ ଦିବସ ଉପଲକ୍ଷେ ବିଜୟ...

୨୦୨୫ ସୁଦ୍ଧା ୨୫ ସହରରେ ମେଟ୍ରୋ ଟ୍ରେନ୍‌: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୮ା୧୨- ଆଗାମୀ ୨୦୨୫ ସୁଦ୍ଧା ଦେଶର ମେଟ୍ରୋ ଟ୍ରେନ ସେବା ୨୫ଟି ସହର ଛୁଇଁବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ...

ହ୍ବାଟସ୍‌ ଆପ୍‌ ଗ୍ରୁପ୍‌ରେ ସଦସ୍ୟ ଆପତ୍ତିଜନକ ପୋଷ୍ଟ୍‌ କଲେ ଦାୟୀ ନୁହନ୍ତି ଆଡମିନିଷ୍ଟ୍ରେଟର, ହାଇକୋର୍ଟ…

ଚେନ୍ନାଇ, ୨୭।୧୨: ହ୍ବାଟସ୍‌ ଆପ୍‌ ଗ୍ରୁପ୍‌ରେ ସଦସ୍ୟଙ୍କ ଦ୍ୱାରା କରାଯାଉଥିବା ଆପତ୍ତିଜନକ ପୋଷ୍ଟ୍‌ ପାଇଁ ଆଡମିନିଷ୍ଟ୍ରେଟର ଦାୟୀ ହେବେ ନାହିଁ। ମାଡ୍ରାସ୍‌ ହାଇକୋର୍ଟ ଏକ ମାମଲାର...

Advertisement
Archives

Model This Week