ହିନ୍ଦୋଳରେ ନିର୍ବାଚନୀ ଉଷ୍ମତା: ସବୁ ଦଳର ଜୋର୍‌ଦାର ପ୍ରଚାର

ହିନ୍ଦୋଳ, ୧୭।୪(ଡି.ଏନ.ଏ.)- ହିନ୍ଦୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ୩ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଏପ୍ରିଲ ୨୩ରେ ମତଦାନ ହେବ।  ଏହାକୁ ମାତ୍ର ସପ୍ତାହେ ବାକି ଥିବାବେଳେ ଗଁା ଗଁାରେ ଚାଲିଛି ରୋଡ୍‌ ଶୋ, ଶୋଭାଯାତ୍ରା, ନିର୍ବାଚନୀ ସଭାସମିତି। ପ୍ରାର୍ଥୀମାନେ ଭୋଟରଙ୍କ ନିକଟତର ହେବାକୁ ଦିନରାତି ଏକ୍‌ କରିଦେଇଛନ୍ତି। ନିର୍ବାଚନ ବୈତରଣୀ ପାର ହେବାକୁ ସବୁଦଳ କସରତ ଆରମ୍ଭ କରିଦେଇଥିବାବେଳେ ମାରାଥନ ପ୍ରଚାର ଅଞ୍ଚଳର ରାଜନୈତିକ ବାତାବରଣରେ ଉଷ୍ମତା ଭରିଛି।

୨୦୧୪ ନିର୍ବାଚନରେ ବିଜୟୀ ହୋଇଥିବା ବିଧାୟିକା ସୀମାରାଣୀ ନାୟକଙ୍କୁ ବିଜେଡି ପୁଣିଥରେ ଟିକେଟ ଦେଇଛି। ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତି, ଜିଲା ପରିଷଦ ସଭାନେତ୍ରୀ ମିନତି ନାୟକ, ଏନଏସି ଅଧ୍ୟକ୍ଷା ରୀନା ବେହେରା, ଓଡ଼ାପଡ଼ା ବ୍ଲକ ଅଧ୍ୟକ୍ଷା ସସ୍ମିତା ମହାନ୍ତିଙ୍କ ସମେତ ଦଳୀୟ ସରପଞ୍ଚ, ସମିତିସଭ୍ୟଙ୍କୁ ନେଇ ସେ ପ୍ରଚାର ଚଳାଇଛନ୍ତି। ହକ୍‌ ମାଗୁଛି ଓଡ଼ିଶା, ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ସର୍ବୋପରି ନବୀନ ପଟ୍ଟନାୟକ ବଳିଷ୍ଠ ନେତୃତ୍ୱକୁ ମାଧ୍ୟମ କରି ସୀମାରାଣୀ ଭୋଟରଙ୍କ ଶ୍ରଦ୍ଧାଭାଜନ ହେବାକୁ ଚେଷ୍ଟା କରୁଛନ୍ତି।

ଭାଜପା ପ୍ରାର୍ଥୀ ଅଶୋକ ନାୟକ ମୋଦି ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମକୁ ଆଧାରରେ ପ୍ରଚାର କାର୍ଯ୍ୟ ଜାରି ରଖିଛନ୍ତି। ଅଶୋକଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ତାଙ୍କ ବଡ଼ ଭଉଣୀ ତଥା ବିଜେଡିରୁ ବହିଷ୍କୃତ ହୋଇଥିବା ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା। ଅଞ୍ଜଳିଙ୍କ ବ୍ୟକ୍ତିଗତ ସମ୍ପର୍କରେ ଥିବା କେତେଜଣ କର୍ମୀଙ୍କୁ ମଧ୍ୟ ଶୋଭାଯାତ୍ରା, ସଭାସମିତିରେ ଦେଖିବାକୁ ମିଳୁଛି। ବିଜେଡିର ଅସନ୍ତୁଷ୍ଟ କର୍ମୀଙ୍କୁ ନିଜ ସପକ୍ଷକୁ ନେବାକୁ ଉଭୟେ ଉଦ୍ୟମ କରୁଛନ୍ତି। ତେବେ ଭାଜପାରେ ଦେଖାଦେଇଥିବା ଅନ୍ତର୍ନ୍ଦ୍ୱନ୍ଦ୍ୱ ଏବେ ଅଶୋକଙ୍କ ସମସ୍ୟା ବଢ଼ାଇଛି। ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ କରି ପ୍ରତିଦିନ କର୍ମୀମାନେ ଭାଜପା ଛାଡୁଛନ୍ତି। ସେମାନେ ବିଜେଡି ଶିବିରରେ ଯୋଗଦେଉଛନ୍ତି, ଯାହା ଏବେ ଭାଜପା ପାଇଁ ଚିନ୍ତାର କାରଣ ହୋଇଛି।

କଂଗ୍ରେସ ପ୍ରାର୍ଥୀ ତ୍ରିନାଥ ବେହେରା ମଧ୍ୟ ନିଜ ସମର୍ଥକଙ୍କୁ ନେଇ ଗଁା ଗଁା ବୁଲି ଭୋଟ ଭିକ୍ଷା କରୁଛନ୍ତି। ହେଲେ ପ୍ରଚାର ମଇଦାନରେ ଭାଜପା ପରି କଂଗ୍ରେସ ମଧ୍ୟ ସମାନ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଟିକେଟ ଲବିରେ ଥିବା ଦଳୀୟ ଆଶାୟୀ ତ୍ରିନାଥଙ୍କଠାରୁ ନିଜକୁ ଦୂରେଇ ରଖୁଛନ୍ତି। ପୂର୍ବରୁ ତ୍ରିନାଥ ୨ଥର କଂଗ୍ରେସରୁ ଟିକେଟ ପାଇଥିଲେ। ସେ ଖୁବ୍‌ କମ୍‌ ବ୍ୟବଧାନରେ ପରାସ୍ତ ହୋଇଥିଲେ। ଗତ ନିର୍ବାଚନରେ ସେ ‘ଆମ ଓଡ଼ିଶା’ ଦଳରୁ ଲଢ଼ି ମାତ୍ର ୨୦୦୦ ଭୋଟ ପାଇଥିଲେ। ଚଳିତ ନିର୍ବାଚନରେ କଂଗ୍ରେସ ତାଙ୍କୁ ପୁଣି ଟିକେଟ ଦେଇଥିବାରୁ ସେ ଜିତିବାକୁ ଆଶାବାଦୀ ଅଛନ୍ତି।

୧୮ ତାରିଖ ପରେ ହେଭିଓ୍ବେଟ ନେତା ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ପ୍ରମୁଖ ଦଳ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri