Posted inଜାତୀୟ

ହିନ୍ଦୁ ଶରଣାର୍ଥୀଙ୍କୁ ଅଧା ଦାମ୍‌ରେ ଜମି ଯୋଗାଇ ଦେଲେ ରାଜସ୍ଥାନ ସରକାର

ଜୟପୁର,୧୮।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଏପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହାରି ଭିତରେ କିନ୍ତୁ ରାଜସ୍ଥାନର ଅଶୋକ ଗେହଲଟ ସରକାର ପାକିସ୍ତାନରୁ ଆସିଥିବା ହିନ୍ଦୁ ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରିଛନ୍ତି। କେବଳ ସେତିକି ନୁହେଁ ଏମାନଙ୍କୁ ରାଜସ୍ଥାନର କଂଗ୍ରେସ ସରକାର ରିହାତି ଦରରେ ଜମି ମଧ୍ୟ ଯୋଗାଇ ଦେଇଛନ୍ତି। ପାକିସ୍ତାନରୁ ଆସିଥିବା ପ୍ରାୟ ଶହେ ହିନ୍ଦୁ ପରିବାରଙ୍କୁ ୫୦ ପ୍ରତିଶତ ରିହାତି ଦରର ଗେହଲଟ ସରକାର ଜମି ଯୋଗାଇ ଦେଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଭାରତୀୟ ଜନତା ପାର୍ଟି(ଭାଜପା) ହିନ୍ଦୁ ଶରଣାର୍ଥୀଙ୍କ ମଧ୍ୟରେ କଂଗ୍ରେସକୁ ଯେଭଳି ଭାବେ ଖଳନାୟକ ବୋଲି ପରିଚୟ ଦେଉଛି, ଏହାକୁ ନଜରରେ ରଖି ରାଜସ୍ଥାନରେ ଗେହଲଟ ସରକାର ପାକିସ୍ତାନରୁ ଆସିଥିବା ହିନ୍ଦୁ ଶରଣାର୍ଥୀଙ୍କୁ ନିଜର କରିବା କାମ ଆରମ୍ଭ କରି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓୱାଇସିଙ୍କୁ କାହିଁକି ଧନ୍ୟବାଦ ଦେଲେ ବରୁଣ ଗାନ୍ଧୀ

ନୂଆଦିଲ୍ଲୀ,୧୪ ।୬: ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ବରୁଣ ଗାନ୍ଧ ବେକାରୀ ଓ ଯୁବବର୍ଗଙ୍କ ବିଭିନ୍ନ ସମସ୍ୟାକୁ ନେଇ ଲଗାତାର ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ...

ପାଣିଘେରରେ ୧୪୬ ଗାଁ

ଗୁଆହାଟୀ,୧୯ା୬: ଦକ୍ଷିଣ ପୂର୍ବାଞ୍ଚଳ ରାଜ୍ୟ ଆସାମରେ ଲଗାଣ ବର୍ଷା ଯୋଗୁ ବ୍ରହ୍ମପୁତ୍ର ସମେତ ବିଭିନ୍ନ ନଦୀରେ ପ୍ରଳଙ୍କରୀ ବନ୍ୟା ସୃଷ୍ଟି ହୋଇଛି। ଫଳରେ ୧୩ ଜିଲାର...

ଜିନ୍ଦାବାଦ୍‌ ଭିଡ଼ରେ ମୁର୍ଦ୍ଦାବାଦ ସ୍ବର

ନୂଆଦିଲ୍ଲୀ,୨୧ା୩: ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଶୁକ୍ରବାର ଭୋର୍‌ ଠିକ୍‌ ୫ଟା ୩୦ରେ ଫାଶୀ ଖୁଣ୍ଟରେ ଝୁଲାଯିବା ମାତ୍ରେ ଦିଲ୍ଲୀର ତିହାର...

୪ ଓ୍ବାଣ୍ଟେଡ୍‌ ଆତଙ୍କବାଦୀଙ୍କ ପୋଷ୍ଟର ଲଗାଇଲା ଏନ୍‌ଆଇଏ, ମୁଣ୍ଡପିଛା ୧୦ ଲକ୍ଷର ପୁରସ୍କାର ଘୋଷଣା

ନୂଆଦିଲ୍ଲୀ,୧୦।୧୨: ନ୍ୟାସନାଲ ଇନ୍‌ଭେଷ୍ଟିଗେସନ ଏଜେନ୍ସି(ଏନ୍‌ଆଇଏ) ଲଶ୍କର-ଇ-ତାଇବାର ୪ ଆତଙ୍କାବାଦୀଙ୍କ ବିଷୟରେ ସୂଚନା ଲାଗି ପୋଷ୍ଟର ଜାରି କରିଛି। ପୁଲଓ୍ବାମା ଏବଂ ଅନ୍ୟ ସହରରେ ଏହି ପୋଷ୍ଟର...

କଂଗ୍ରେସକୁ ‘ବ୍ୟାଣ୍ଡ-ବାଜା’ ପାର୍ଟି କହିଲେ ଓୱାଇସି

କୋଲକାତା,୩୧ ।୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇ ନ ଥିବା ବେଳେ ଏବେଠାରୁ କିନ୍ତୁ ରାଜନୈତିକ ପାଣିପାଗ ସରଗରମ ହେଲାଣି । ଏଆଇଏମ୍‌ଆଇଏମ୍...

ଭାରତରେ ରାମରାଜ୍ୟ ପ୍ରତିଷ୍ଠା କରିବା ଭାଜପାର ଲକ୍ଷ୍ୟ: ଗଡ଼କରୀ

ଲକ୍ଷ୍ନୌ,୬।୧: ଭଗବାନ ରାମ ଦେଶର ସାଂସ୍କୃତିକ ଐତିହ୍ୟର ପ୍ରତୀକ। ଭାରତରେ ରାମ ରାଜ୍ୟ ପ୍ରତିଷ୍ଠା କରିବା ଭାଜପାର ଲକ୍ଷ୍ୟ ବୋଲି କହିଛନ୍ତି କେନ୍ଦ୍ର ସଡ଼କ ପରିବହନ...

ରତନ ଟାଟାଙ୍କୁ ମିଳିଲା ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନ

ନୂଆଦିଲ୍ଲୀ,୨୫।୪: ଶିଳ୍ପପତି ତଥା ଟାଟା ଗ୍ରୁପର ଚେୟାରମ୍ୟାନ ରତନ ଟାଟା ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଇଛି। ଅଷ୍ଟ୍ରେଲିଆର ରାଷ୍ଟ୍ରଦୂତ ଟୁଇଟରରେ କହିଛନ୍ତି, ରତନ...

ମୁମ୍ବାଇ ବୀଭତ୍ସ ହତ୍ୟା ଘଟଣା: ସରସ୍ବତୀଙ୍କୁ ବିବାହ କରିଥିଲେ ଅଭିଯୁକ୍ତ ମନୋଜ

ମୁମ୍ବାଇ, ୯ା୬: ମହାରାଷ୍ଟ୍ର ପୁଣେର ମୀରା ରୋଡ୍‌ସ୍ଥିତ ଗୀତାନଗରରେ ଗୁରୁବାର ଏକ ବୀଭତ୍ସ ହତ୍ୟାକାଣ୍ଡ ସାମନାକୁ ଆସିଥିଲା। ୫୬ ବର୍ଷୀୟ ମନୋଜ ସାନେ ତାଙ୍କ ଲିଭ୍‌-ଇନ୍‌...

Advertisement
Archives

Model This Week