ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୩ା୪(ବ୍ୟୁରୋ): ରାଜ୍ୟବାସୀଙ୍କ ପାଇଁ ଏକ ଭଲ ଖବର ଆସିଛି। କ୍ୟାପିଟାଲ ହସ୍ପିଟାଲରୁ ଶୁକ୍ରବାର ପୂର୍ବାହ୍ନରେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଡିସ୍‌ଚାର୍ଜ ହୋଇଛନ୍ତି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ସଂପୃକ୍ତ ଯୁବକ ଜଣକ ବିଦେଶରୁ ଫେରିବା ପରେ ତାଙ୍କଠାରେ କରୋନା ଲକ୍ଷଣ ଦେଖାଦେବାରୁ ସେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଥିବା ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ସୂଚନା ମଧ୍ୟ ଦେଇଥିଲା। ତେବେ ହସ୍ପିଟାଲରେ ଦୁଇ ଦୁଇଥର ରିପୋର୍ଟ ନେଗେଟିଭ୍‌ ଆସିବା ପରେ ସେ ଡିସ୍‌ଚାର୍ଜ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ଟୁଇଟ୍‌ କରି କହିଛି।
ସୂଚନାଯୋଗ୍ୟ, ରାଜ୍ୟରେ ୫ ଜଣ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିଲେ। ପୂର୍ବରୁ ଦ୍ୱିତୀୟ କରୋନା ଆକ୍ରାନ୍ତ ଏମ୍‌ସ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଥିଲେ। ବର୍ତ୍ତମାନ ଆଉ ୩ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କମୁଛି ସାମୁଦ୍ରିକ ମାଛ ଉତ୍ପାଦନ

ବାସୁଦେବପୁର,୨୮।୨(ଡି.ଏନ.ଏ.)-ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ। ଏହି ବ୍ଲକର ୩୬ ପଞ୍ଚାୟତ ମଧ୍ୟରୁ ୧୫ରୁ ଊର୍ଦ୍ଧ୍ୱ ପଞ୍ଚାୟତ ଓ ପୌରପାଳିକାର ୨ଟି ୱାର୍ଡ...

ରାଜ୍ୟରେ ୬୭ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୨।୧(ବ୍ୟୁରୋ): ରାଜ୍ୟରେ କରୋନାର ‘ଓମିକ୍ରନ’ ଭାରିଆଣ୍ଟ ଚିନ୍ତା ବଢାଉଛି। ରାଜ୍ୟରେ ବୁଧବାର ପୁଣି ଆଉ ୬୭ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ଆଇଏଲଏସ୍‌...

୭୫୧୬ ଜରୁରୀ ସେବା ପ୍ରଦାନ କରିଛି ଭିକ୍ଟର କଣ୍ଟ୍ରୋଲ ରୁମ୍‌

ଭୁବନେଶ୍ୱର,୮।୨(ବ୍ୟୁରୋ): ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲାରେ ଅପରାଧ, ଦୁର୍ଘଟଣା ଭଳି ଜରୁରୀକାଳୀନ ପରିସ୍ଥିତିରେ ଜନସାଧାରଣଙ୍କୁ ତ୍ୱରିତ ସହାୟତା ଦେବା ପାଇଁ କମିଶନରେଟ ପୋଲିସ ପକ୍ଷରୁ କାର୍ଯ୍ୟ...

ପାଟକୁରା ବିଧାନସଭା ନିର୍ବାଚନ: ପ୍ରଚାର ସରଗରମ, ନେତାଙ୍କ ସ୍ବର ନରମ

କେନ୍ଦ୍ରାପଡ଼ା ଅଫିସ, ୧୬ା୭- ପାଟକୁରା ନିର୍ବାଚନ ପ୍ରଚାର ପାଇଁ ଆଉ ମାତ୍ର ୪ ଦିନ ରହିଛି ା ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ୧୮ ତାରିଖ...

ଅଭିଯୁକ୍ତ ଛାତ୍ରଙ୍କୁ ୩ ଦିନ ରିମାଣ୍ଡ

ନୟାଗଡ଼ ଅଫିସ,୨୩ା୧୨: ଏସ୍‌ଆଇଟି ସୋମବାର ଗିରଫ କରିଥିବା କଲେଜ ଛାତ୍ରଙ୍କୁ କୋର୍ଟରେ ହାଜର କରିବା ସହ ରିମାଣ୍ଡ ପାଇଁ ଆବେଦନ କରିଥିଲା। ଏଥିପାଇଁ କୋର୍ଟ ୩...

ପରୀକ୍ଷାରେ ଅନୁପସ୍ଥିତ ଥିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୯।୫(ବ୍ୟୁରୋ): ମାଟ୍ରିକ ପରୀକ୍ଷାରେ ଛାତ୍ରୀଛାତ୍ର ଅନୁପସ୍ଥିତ ଥିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସେ କହିଛନ୍ତି, ପ୍ରାୟ ୪୬ ହଜାର...

ମାନସିକ ବିକୃତ ବୃଦ୍ଧଙ୍କ ଉନ୍ମତ୍ତ କାଣ୍ଡ: ୨ ସ୍ତ୍ରୀଙ୍କୁ ହତ୍ୟା ପରେ କଲେ ଆତ୍ମହତ୍ୟା

ବାରିପଦା ଅଫିସ,୨୨।୫: ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଧୀନ ସଂଖାଭଙ୍ଗା ପଞ୍ଚାୟତ ତାଡ଼କିଶୋଲ ଗ୍ରାମର ଗୋଟିଏ ପରିବାରର ୨ ମହିଳା ଓ ଜଣେ ବୃଦ୍ଧଙ୍କ...

ଆଜି ଆରୋଗ୍ୟରେ ରେକର୍ଡ: ରାଜ୍ୟରେ ସୁସ୍ଥ ହେଲେ ୧,୪୦୯ ଆକ୍ରାନ୍ତ, ଅଛନ୍ତି ଗଞ୍ଜାମର ସର୍ବାଧିକ

ଭୁବନେଶ୍ୱର,୪।୮(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ରେକର୍ଡ ସଂଖ୍ୟକ ୧୪୦୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୨୪,୪୮୨କୁ ବୃଦ୍ଧି ପାଇଛି।...

Advertisement
Archives

Model This Week