ହଜିଗଲା ମାନବିକତା: କୁକୁର ଉପରେ କାର୍‌ ଚଢ଼ାଇ ଦେଲେ ଡାକ୍ତର; ଥାନାରେ ମାମଲା

ଭୁବନେଶ୍ୱର,୨୪ା୫(ବ୍ୟୁରୋ): ରାଜଧାନୀରେ ଜଣେ ଡାକ୍ତରଙ୍କ ଅମାନବିକତା ଦେଖିବାକୁ ମିଳିଛି। ହର୍ନ ବଜାଇବା ସତ୍ତ୍ୱେ ରାସ୍ତାରୁ କୁକୁର ଛୁଆ ନ ଉଠିବାରୁ ତା’ ଉପରେ ସମ୍ପୃକ୍ତ ଡାକ୍ତର କାର୍‌ ( ନଂ. ଓଡି ୦୨ ବିଜି୧୮୮୨) ଚଢାଇ ମାରିଦେଇଛନ୍ତି। ଶୁକ୍ରବାର ବଡଗଡ଼ ଥାନା ଅଧୀନ ତାରା ଆପାର୍ଟମେଣ୍ଟ ନିକଟରେ ଏହି ଘଟଣା ଘଟିଛି। କୁକୁରକୁ ମାରିଦେବା ପରେ ବି ସମ୍ପୃକ୍ତ ଡାକ୍ତରଙ୍କ ଅହଂକାର କମି ନ ଥିଲା। ମୋର କେହି କିଛି କରିପାରିବେ ନାହିଁ ବୋଲି ସେ କହୁଥିବା ଶୁଣିବାକୁ ମିଳିଥିଲା। ତେବେ ଶନିବାର ଏ ନେଇ ସ୍ପିକ୍‌ ଅଫ୍‌ ଆନିମଲ୍‌ ଅଧ୍ୟକ୍ଷ କୁଶଲ ବିଶ୍ୱାଳ ଥାନାରେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ପୋଲିସ ବଡ଼ଗଡ଼ ଥାନାରେ ଆଇପିସି ଦଫା ୪୨୯, ଆନିମଲ ଆକ୍ଟ ୧୧ (୧) (ଏ)ରେ ଏକ ମାମଲା (ନଂ. ୧୩୮/୨୦) ରୁଜୁ କରି ତଦନ୍ତ ଜାରି ରଖିଛି। ଏଥିସହ ପୋଲିସ ମୃତ କୁକୁର ଛୁଆକୁ ପୋଷ୍ଟମର୍ଟମ ପାଇଁ ପଠାଇଥିବା ଜଣାପଡ଼ିିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ରର ସମସ୍ତ ଲୋକ ସଭା ଆସନରେ ମହିଳାଙ୍କ ପାଇଁ ରହିବ ସ୍ବତନ୍ତ୍ର ମତଦାନ କେନ୍ଦ୍ର

ମୁମ୍ବାଇ,୨୮।୩: ଆସନ୍ତା ମାସରେ ହେବାକୁ ଥିବା ଲୋକ ସଭା ନିର୍ବାଚନରେ ମହିଳାମାନଙ୍କୁ ଅଧିକ ମାତ୍ରାରେ ସାମିଲ କରିବା ଲାଗି ମହାରାଷ୍ଟ୍ର ସରକାର ଏକ ଅଭିନବ ଉପାୟ...

ଆଜି ରାଜ୍ୟରେ ଦିନିକିଆ ଶୋକ ପାଳନ

ଭୁବନେଶ୍ୱର,୩।୬(ବ୍ୟୁରୋ): ବାଲେଶ୍ୱର ଜିଲା ବାହାନଗା ଷ୍ଟେଶନ ନିକଟରେ ଘଟିଥିବା ଟ୍ରେନ ଦୁର୍ଘଟଣାକୁ ନେଇ ନେଇ ସାରା ଦେଶରେ ଶୋକର ଲହରୀ ଖେଳିଯାଇଛି। ତେବେ ରାଜ୍ୟରେ ଶନିବାର...

ନାଗରିକତ୍ୱ ସଂଶୋଧନ ବିଧେୟକକୁ ସମର୍ଥନ କଲା ବିଜେଡି

ଭୁବନେଶ୍ୱର,୯ା୧୨:(ବ୍ୟୁରୋ): ସୋମବାର ପାର୍ଲାମେଣ୍ଟରେ ନାଗରିକତ୍ୱ ସଂଶୋଧନ ବିଧେୟକ-୨୦୧୯ ଆଗତ ହୋଇଛି। ପୂର୍ବାହ୍ନରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଲୋକ ସଭାରେ ବିବାଦୀୟ ନାଗରିକତ୍ୱ ସଂଶୋଧନ ବିଧେୟକ...

ବିଭିନ୍ନ ଧର୍ମର ତୀର୍ଥସ୍ଥଳୀ ବିକାଶ ପାଇଁ ୨୩ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ରାଜ୍ୟର ବିଭିନ୍ନ ଧର୍ମର ୨୩ଟି ତୀର୍ଥସ୍ଥଳୀର ବିକାଶ ପାଇଁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୩ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ଏହି ଅର୍ଥ...

ବିଧାନସଭାରେ କାର୍ଯ୍ୟକାରୀ ହେବ ଜାତୀୟ ଇ-ବିଧାନ ଆପ୍ଲିକେସନ୍‌

ଭୁବନେଶ୍ୱର,୧୩।୬(ବ୍ୟୁରୋ)- ଓଡ଼ିଶା ବିଧାନସଭାରେ ଜାତୀୟ ଇ-ବିଧାନ ଆପ୍ଲେକେସନ କାର୍ଯ୍ୟକାରୀ କରାଯିବ। ଗତ ୧୧ ତାରିଖରେ ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଷ୍ପତ୍ତି...

ମହିଳା ଭେଣ୍ଡିଂ ଜୋନ୍‌ ଆଶା ମଉଳିଲା

ଭୁବନେଶ୍ୱର,୬।୧୨(ବ୍ୟୁରୋ):ବକେୟା ବିଲ୍‌ ପାଉ ନ ଥିବାରୁ ଠିକା ସଂସ୍ଥାଗୁଡ଼ିକ ମନଇଚ୍ଛା କାମ କରୁଛନ୍ତି। ଫଳରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ବହୁ ପ୍ରକଳ୍ପ ଆଗେଇ ପାରୁନାହିଁ।...

ପର୍ଯ୍ୟଟକଙ୍କ ଆକର୍ଷଣ ତାରାତାରିଣୀଙ୍କ ଭବ୍ୟ ଆଦିପୀଠ

ଜିତେନ୍ଦ୍ର କୁମାର ନାୟକ ତାରାତାରିଣୀ ପୀଠ, ୧୮।୫: ଶିବ ପୁରାଣରେ ବର୍ଣ୍ଣନା କରାଯାଇଛି ଯେ, ସତୀଙ୍କ ମୃତଦେହକୁ ଶିବ କାନ୍ଧରେ ପକାଇ ସମଗ୍ର ଭାରତ ବୁଲୁଥିବା...

୪ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି!

ଭୁବନେଶ୍ୱର,୧।୭(ବ୍ୟୁରୋ): ଉତ୍ତର ଓଡ଼ିଶା ଓ ତା’ର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଆସନ୍ତା ୪ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର...

Advertisement
Archives

Model This Week