ମହାପ୍ରଭୁଙ୍କ ସେବାରେ ସାନପଦର ବୁଣାକାର: ପହଣ୍ଡି, ଅଣସର ଗାମୁଛା ପ୍ରସ୍ତୁତିରେ ଲାଗିଛନ୍ତି

ଖୋର୍ଦ୍ଧା ଅଫିସ,୨୪ା୫: ପବିତ୍ର ଅକ୍ଷୟ ତୃତୀୟାରେ ଶ୍ରୀମନ୍ଦିର ପରିସରରେ ବିଧି ମୁତାବକ ରଥକାମ ଅନୁକୂଳ ହୋଇଥିଲା। ୧୧ଦିନ ବିଳମ୍ବରେ ହେଲେ ମଧ୍ୟ ରଥକାମ ଆଗେଇ ଚାଲିଛି। ଆଗକୁ ସ୍ନାନ ପୂର୍ଣ୍ଣିମା ଏବଂ ଅଣସର। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତୁତି ଚାଲିଛି। ମହାପ୍ରଭୁଙ୍କ ଅଣସର ଏବଂ ପହଣ୍ଡି ଗାମୁଛା ପ୍ରସ୍ତୁତିରେ ଲାଗି ପଡିଛନ୍ତି ଖୋର୍ଦ୍ଧା ଜିଲା ବୋଲଗଡ ବ୍ଲକ ସାନପଦର ଗ୍ରାମର ବୁଣାକାର। ମା’ ଦୁର୍ଗା ଟେକ୍ସଟାଇଲ୍‌ ଆଣ୍ଡ ଡାଇଙ୍ଗ ଓ୍ବାର୍କସ୍‌ ବୁଣାକାର ସଂସ୍ଥାର ସ୍ବତ୍ୱାଧିକାରୀ ପ୍ରଭାସ ନାୟକଙ୍କ ତତ୍ତ୍ୱାବଧାନରେ ୧୬ଜଣ ବୁଣାକାର ଏହି କାର୍ଯ୍ୟରେ ଲାଗିଛନ୍ତି। ମହାପ୍ରଭୁଙ୍କ ଅଣସର ଏବଂ ପହଣ୍ଡି ଲାଗି ଗାମୁଛା ବୟନିକା ଯୋଗାଇଥାଏ। ଗତ ୨୦୧୮ ମସିହାରୁ ପ୍ରଭାସ ବୟାନିକା ଠାରୁ ଏହି ଅର୍ଡର ପାଇ ମହାପ୍ରଭୁଙ୍କ ଲାଗି ହାତ ତିଆରି ଗାମୁଛା ପ୍ରସ୍ତୁତି କରୁଛନ୍ତି। ସ୍ନାନଯାତ୍ରା ପୂର୍ବରୁ ବୟନିକାକୁ ଏହା ହସ୍ତାନ୍ତର କରିଥାନ୍ତି। ୭୦ପ୍ରତିଶତ କାର୍ଯ୍ୟ ସରିଲାଣି। ମେ’ ମାସ ଶେଷ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ ବୋଲି ପ୍ରଭାସ କହିଛନ୍ତି।

ସେବାରୁ ମିଳୁଛି ଆନନ୍ଦ
ମହାପ୍ରଭୁଙ୍କ ସେବାରେ ନିୟୋଜିତ ହୋଇଥିବାରୁ ନିଜକୁ ଧନ୍ୟ ମନେକରୁଛି। ଏଭଳି ସେବା କରିବାର ସୁଯୋଗ ମିଳୁଥାଉ ବୋଲି ପ୍ରଭାସ କହିଛନ୍ତି। ଲକ୍‌ଡାଉନ୍‌ ଲାଗି ମାସ୍କ ପରିଧାନ ଏବଂ ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦିଆଯାଉଛି। ଗୋଟିଏ ତନ୍ତ ଠାରୁ ଅନ୍ୟ ଏକ ତନ୍ତ ୨ଫୁଟ ବ୍ୟବଧାନ ରହିଛି। ବୁଣାକାରମାନେ ହାତ ସାନିଟାଇଜ ସହ ସଜାଗ ରହିଛନ୍ତି।
ବୟନିକା ଯୋଗାଏ କଞ୍ଚାମାଲ
ଅକ୍ଷୟ ତୃତୀୟାଠାରୁ କାମ ଆରମ୍ଭ ହୋଇଥାଏ। ଚଳିତ ବର୍ଷ ବୟନିକା ଠାରୁ ଏପ୍ରିଲ ୧୮ ତାରିଖରେ ଅର୍ଡର ମିଳିଥିଲା। ଅର୍ଡର ପାଇବା ପରେ କାମ ଆରମ୍ଭ ହୋଇଥିଲା। ସୂତାଲୁଗା ପ୍ରସ୍ତୁତି ଲାଗି ବୟନିକା କଞ୍ଚାମାଲ ଯୋଗାଇଥାଏ। ଲକ୍‌ଡାଉନ୍‌ ଲାଗି କଞ୍ଚାମାଲ ଆଣିବାରେ ବିଳମ୍ବ ହୋଇଥିଲା। ସ୍ଥାନୀୟ ପୋଲିସ ଠାରୁ ଯାତାୟତ ଲାଗି ଅନୁମତି ମିଳିବା ପରେ କଞ୍ଚାମାଲ ଆଣି କାମ ଆରମ୍ଭ ହୋଇଛି।

ତ୍ୱରିତ ଗତିରେ ଚାଲିଛି କାମ
ମହାପ୍ରଭୁଙ୍କ ଅଣସର ଲାଗି ୧୮୫ଟି ୬ହାତି ଲମ୍ବର ଗାମୁଛା ଏବଂ ପହଣ୍ଡି ଲାଗିି ୧୮୫ଟି ୫ହାତି ଗାମୁଛା ବୁଣା ଚାଲିଛ। ପ୍ରଭୁଙ୍କ ଏହି ଗାମୁଛାକୁ ଅଧିକ ଆକର୍ଷଣୀୟ କରିବା ଲାଗି ଅଣସର ଗାମୁଛା ଧଳାରଙ୍ଗର ହୋଇଥିବା ବେଳେ କୁମ୍ଭପକା(ଡିଜାଇନ) ଥାଇ ପାଢିର ରଙ୍ଗ କମଳା ଏବଂ ପହଣ୍ଡି ଗାମୁଛାର ରଙ୍ଗ କମଳା ହୋଇଥିବା ବେଳେ କୁମ୍ଭ ଥାଇ ପାଢିର ରଙ୍ଗର ସବୁଜ ରଖାଯାଇଥାଏ ବୋଲି ପ୍ରଭାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?