Posted inଖେଳ

ହକି ପ୍ରୋ-ଲିଗ୍‌ ସିଜନ-୨ ବର୍ଷେ ଘୁଞ୍ଚତ୍ଲା

ଲାଉସାନେ, ୨୫ା୪ (ପି.ଟି.)- ମର୍ଯ୍ୟାଦାପୂର୍ଣ୍ଣ ପ୍ରୋ-ଲିଗ୍‌ ଦ୍ୱିତୀୟ ସଂସ୍କରଣକୁ ଏକ ବର୍ଷ ଅର୍ଥାତ ୨୦୨୧ ଜୁନ୍‌ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। କୋଭିଡ୍‌-୧୯ ମହାମାରୀ ଯୋଗୁ କେତୋଟି ମ୍ୟାଚ୍‌ ସ୍ଥଗିତ ରଖାଯିବା ପରେ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ଶୁକ୍ରବାର ଏହି ନିଷ୍ପତ୍ତି ନେଇଛି। ସିଜନ-୨ ୨୦୨୦ ଜାନୁୟାରୀରୁ ଜୁନ୍‌ ପର୍ଯ୍ୟନ୍ତ ହେବାର କାଯର୍ର୍‌ୟକ୍ରମ ରହିଥିଲା। ମାର୍ଚ୍ଚ ପ୍ରଥମ ଭାଗ ସୁଦ୍ଧା ଏକ ତୃତୀୟାଂଶ ମ୍ୟାଚ ଶେଷ ହୋଇଯାଇଥିଲା। ମାତ୍ର କୋଭିଡ୍‌-୧୯ ଯୋଗୁ ପ୍ରତିଯୋଗିତାର ପରବର୍ତ୍ତୀମ୍ୟାଚ ଗୁଡ଼ିକର ଆୟୋଜନ ସମ୍ଭବ ନ ଥିଲା। ଭାରତ ସମେତ ଅଂଶଗ୍ରହଣକାରୀ ୧୧ଟି ଦେଶର ହକି ଆସୋସିଏଶନ ସହିତ ଏକ ରାଜିନାମା ପରେ ଏଫଆଇଏଚ୍‌ ଏହି ନିଷ୍ପତ୍ତି ନେଇଛି। ବର୍ତ୍ତମାନ ହକି ର଼୍ୟାଙ୍କିଙ୍ଗ ତାଲିକାରେ ଭାରତ ୧୦ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି। ଦଳ ଇତିମଧ୍ୟରେ ଦୁଇଟି ମ୍ୟାଚରେ ବିଜୟ ହାସଲ କରିଥିବାବେଳେ ଅନ୍ୟ ଦୁଇଟି ପରାଜିତ ହୋଇଥିଲା। ର଼୍ୟାଙ୍କିଙ୍ଗ ତାଲିକାରେ ଦଳ ଯଥାକ୍ରମେ ବେଲଜିୟମ, ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ୍ସ ପଛକୁ ରହିଛି। କୋଭିଡ୍‌-୧୯ ଯୋଗୁ ବିଶ୍ୱରେ ସ୍ବାସ୍ଥ୍ୟଗତ ଅନିଶ୍ଚିତତା ଦେଖାଦେଇଛି। ଏଥିଲାଗି ହକି ପ୍ରୋ-ଲିଗ୍‌ ସିଜନ-୨କୁ ଏହା ପୂର୍ବରୁ ଦୁଇଥର ସସ୍‌ପେଣ୍ଡ କରାଯାଇଥିଲା। ପ୍ରଥମେ ଏପ୍ରିଲ ୧୫ ପୂର୍ବରୁ ସମସ୍ତ ମ୍ୟାଚ ସ୍ଥଗିତ ରଖାଯାଇଥିଲା। ପରେ ଏହାର ମିଆଦକୁ ଏଫ୍‌ଆଇଏଚ୍‌ ମେ ୧୭କୁ ବୃଦ୍ଧି କରିଥିଲା। ରାଜିନାମା ଅନୁସାରେ ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ର ସିଜନ ୩ ସେପ୍ଟେମ୍ବର ୨୦୨୧ରୁ ଜୁନ୍‌ ୨୦୨୨ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ: ଭିଏତ୍‌ନାମଠାରୁ ହାରିଲା ଭାରତ

ନୂଆଦିଲ୍ଲୀ, ୪।୧୧(ପି.ଟି.)- ବିଶ୍ୱ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫା ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ୦-୩ ଗୋଲ ବ୍ୟବଧାନରେ ଭିଏତ୍‌ନାମଠାରୁ ପରାସ୍ତ ହୋଇଛି। ରବିବାର...

ଗଙ୍ଗାରେ ସ୍ନାନ କଲେ ଜଣ୍ଟି ରୋଡ୍ସ

ନୂଆଦିଲ୍ଲୀ,୫ା୩- ପୂର୍ବତନ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର ଜଣ୍ଟି ରୋଡ୍ସ ରିଶିକେଶଠାରେ ପବୀତ୍ର ନଦୀ ଗଙ୍ଗାରେ ସ୍ନାନ କରିଛନ୍ତି। ଏହାର ଏକ ଫଟୋ ସେ ନିଜ ଟୁଇଟରରେ...

ଫାଇନାଲରେ ଇଣ୍ଡିଆ କ୍ୟାପିଟାଲ୍ସ

ଯୋଧପୁର,୩ା୧୦(ପି.ଟି.): ଲିଜେଣ୍ଡ୍ସ ଲିଗ୍‌ ଟି-୨୦ କ୍ରିକେଟ ଟୁର୍ନାମେଣ୍ଟରେ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି ଇଣ୍ଡିଆ କ୍ୟାପିଟାଲ୍ସ। ପ୍ରଥମ କ୍ୱାଲିଫାୟରରେ କଡ଼ା ସଂଘର୍ଷପୂର୍ଣ୍ଣ ମ୍ୟାଚରେ...

ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲେ ହାର୍ଦ୍ଦିକ

ଭୁବନେଶ୍ୱର,୨୨ା୧: ହକି ବିଶ୍ୱକପ୍‌ରେ ଭାରତକୁ ଲାଗିଛି ବଡ଼ ଝଟକା। ଶନିବାର ଭାରତର ଆଟାକିଂ ମିଡ୍‌ଫିଲ୍ଡର ହାର୍ଦ୍ଦିକ୍‌ ସିଂ ଆହତ ହୋଇ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛନ୍ତି। ରବିବାର...

ଟରଣ୍ଟୋ ଡବ୍ଲ୍ୟୁଟିଏ ଫାଇନାଲରେ ସେରେନା

ଟରଣ୍ଟୋ,୧୧।୮(ଏଏଫପି): ଆମେରିକାର ଅଭିଜ୍ଞ ମହିଳା ଖେଳାଳି ଏଠାରେ ଚାଲିଥିବା ଟରଣ୍ଟୋ ଡବ୍ଳ୍ୟୁଟିଏ ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ ସେମିଫାଇନାଲରେ ଅଷ୍ଟମ ସିଡ୍‌...

ଭାରତ ୨୪୪ ରନ୍‌ରେ ଅଲଆଉଟ୍‌

ଆଡିଲେଡ୍‌,୧୮।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଦିବାରାତ୍ର ଟେଷ୍ଟର ଦ୍ୱିତୀୟ ଦିନରେ ଭାରତ ପ୍ରଥମ ଇନିଂସରେ ୨୪୪ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ପ୍ରଥମ ଦିନ ୬...

ଇଞ୍ଜେକସନ୍‌ ନେଇ ବ୍ୟାଟିଂ କରିବେ ଜାଡେଜା!

ସିଡନୀ,୧୦।୧: ଭାରତୀୟ ଦଳ ପାଇଁ ବଡ଼ ଆଶ୍ୱସ୍ତିକର ଖବର ଆସିଛି। ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟର ଚତୁର୍ଥ ଇନିଂସରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ବ୍ୟାଟିଂ କରିବେ।...

ପାକିସ୍ତାନକୁ ହରାଇ ବ୍ରୋଞ୍ଜ ଜିତିଲା ଭାରତ

ଢାକା,୨୨।୧୨: ଅଲିମ୍ପିକ୍‌ ବ୍ରୋଞ୍ଜ ପଦକ ହାତେଇଥିବା ଭାରତ ଚଳିତ ଏସିଆ ଚାମ୍ପିୟନଶିପ୍‌ ଟ୍ରଫି ହକି ଟୁର୍ନାମେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛି। ତାହା ପୁଣି ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ...

Advertisement
Archives

Model This Week