Posted inଖେଳ

ହଂକଂ ଅଧିନାୟକ ପଦ ଛାଡ଼ିଲେ ଓଡ଼ିଆ ଖେଳାଳି ଅଂଶୁମାନ

ନୂଆଦିଲ୍ଲୀ, ୧୨।୯- ଭାରତ ପକ୍ଷରୁ ଖେଳିବା ସ୍ବପ୍ନରେ ଓଡ଼ିଆ ପୁଅ ଅଂଶୁମାନ ରଥ ଗୁରୁବାର ହଂକଂ ଜାତୀୟ କ୍ରିକେଟ୍‌ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ଆଗାମୀ ଦିନରେ ଭାରତରେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଖେଳିବାକୁ ଯୋଜନା ରଖିଥିବା ଅଂଶୁମାନ ଏଥିସହ ହଂକଂ ଜାତୀୟ ଦଳ ସିଲେକ୍ସନ ପ୍ରକ୍ରିୟାରୁ ମଧ୍ୟ ନିଜକୁ ଦୂରେଇ ନେଇଛନ୍ତି। ‘ଗତ କିଛି ବର୍ଷ ହେବ ମୋତେ ସମସ୍ତ ପ୍ରକାର ସମର୍ଥନ ଓ ସହଯୋଗ କରିଥିବାରୁ କ୍ରିକେଟ୍‌ ହଂକଂକୁ ଧନ୍ୟବାଦ ଦେବାକୁ ଚାହୁଁଛି। ୧୨ବର୍ଷ ବୟସରୁ ହଂକଂ କ୍ରିକେଟ୍‌ ସହ ଜଡ଼ିତ ହୋଇଆସିଛି, ଯାହାକି ବହୁତ ସ୍ମରଣୀୟ ରହିବ। ଏବେ କିନ୍ତୁ ପରିବର୍ତ୍ତନର ସମୟ ଆସିଛି ବୋଲି ଭାବୁଛି। ସମସ୍ତ ସାଥୀ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ଧନ୍ୟବାଦ୍‌ ଦେବା ସହ ଭବିଷ୍ୟତ ପାଇଁ ଶୁଭେଚ୍ଛା’ ବୋଲି ଭୁବନେଶ୍ୱର ନିବାସୀ ଅଂଶୁମାନ ଇମର୍ଜିଂ କ୍ରିକେଟ୍‌କୁ ଏକ ସାକ୍ଷାତ୍‌କାର ଅବସରରେ କହିଛନ୍ତି। ରଥ ହଂକଂ ପକ୍ଷରୁ ୧୮ ଦିନିକିଆ ମ୍ୟାଚ୍‌ ଖେଳି ଗୋଟିଏ ଶତକ ଓ ୭ ଅର୍ଦ୍ଧଶତକ ସହ ୮୨୪ ରନ୍‌ ସଂଗ୍ରହ କରିଛନ୍ତି। ୧୪୩ ରନର ଅପରାଜିତ ଶତକୀୟ ଇନିଂସ ତାଙ୍କର ଶ୍ରେଷ୍ଠ ସ୍କୋର ରହିଛି। ସେହିଭଳି ୨୦ ଟି୨୦ ମ୍ୟାଚ୍‌ରୁ ସେ ୧୮.୯ ଆଭରେଜରେ ୩୨୧ରନ୍‌ କରିଛନ୍ତି। ସେହିଭଳି ଦିନିକିଆ ଓ ଟି୨୦ରେ ସେ ଯଥାକ୍ରମେ ୧୪ ଓ ୫ ଉଇକେଟ୍‌ ହାସଲ କରିଛନ୍ତି। ଭାରତୀୟ ପାର୍ସପୋର୍ଟର ଅଧିକାରୀ ଥିବା ଅଂଶୁମାନ ସ୍ଥାନୀୟ ‘ଅନ୍‌କ୍ୟାପଡ୍‌’ ଖେଳାଳି ଭାବେ ଆଇପିଏଲ୍‌ ୨୦୨୦ ଖେଳାଳି ନିଲାମିରେ ସାମିଲ ହେବାର ମଧ୍ୟ ସମ୍ଭାବନା ସୃଷ୍ଟି ହୋଇଛି। ଭାରତ ପକ୍ଷରୁ ଖେଳିବା ଲକ୍ଷ୍ୟ ରହିଛି ବୋଲି ଏହି ବାମହାତୀ ଓପନିଂ ବ୍ୟାଟ୍ସମ୍ୟାନ ସାକ୍ଷାତ୍‌କାର ଅବସରରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ ଜିତିଲା ଭାରତ, ବ୍ୟାଟିଂ ନିଷ୍ପତ୍ତି

ଚେନ୍ନାଇ,୧୩।୨: ସ୍ଥାନୀୟ ଏମ୍‌.ଏ. ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଶନିବାର ଭାରତ-ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଶନିବାର ଆରମ୍ଭ ହୋଇଛି। ଏଥିରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍‌...

କିଶୋର ଭିମାନୀଙ୍କ ପରଲୋକ

କୋଲକାତା, ୧୬ା୧୦ (ପି.ଟି.)-ଭେଟେରାନ କ୍ରୀଡ଼ା ଜର୍ନାଲିଷ୍ଟ ତଥା କ୍ରିକେଟ ଭାଷ୍ୟକାର କିଶୋର ଭିମାନୀଙ୍କ ପରଲୋକ ହୋଇଯାଇଛି। ତାଙ୍କ ୮୦ବର୍ଷ ହୋଇଥିଲା। ସେ ଅସୁସ୍ଥ ଥିବାରୁ କିଛି...

ଇଣ୍ଡିଆନ ସୁପର ଲିଗ୍‌: ଇଷ୍ଟ ବେଙ୍ଗଲ- କେରଳ ମ୍ୟାଚ୍‌ ଡ୍ର

ଭାସ୍କୋ,୧୬।୧: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ରେ ଶୁକ୍ରବାର ଇଷ୍ଟ ବେଙ୍ଗଲ୍‌ ଓ କେରଳ ବ୍ଲାଷ୍ଟର୍ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ ୧-୧ ଗୋଲରେ ଅମୀମାଂସିତ ରହିଛି। କଡ଼ା...

ପଡିଆରେ ପାକିସ୍ତାନ ଖେଳାଳିଙ୍କ ପାଇଁ ଗୀତ ଗାଉଥିଲେ ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍‌

‘କୌନ ବନେଗା କରୋଡପତି’ ଶୋ’ର ଏକ ଏପିସୋଡ ଭାରତୀୟ ଖେଳାଳିଙ୍କ ନାଁରେ ରହିଛି। ଏହି ଏପିସୋଡରେ ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗ, ଦୁଇ...

ଆଇସିସି ଉପରେ କୋହଲି ଖପ୍ପା: କଥାରେ କଥାରେ ଦେଲେ ଚେତାବନୀ; କହିଲେ ଏହା ଉପରେ ବିଚାର କରିବା…

ସାଉଥାମ୍ପଟନ,୨୪।୬: ଭାରତୀୟ କ୍ରିକେଟ ଟିମ୍‌ର ମୁଖ୍ୟ ପ୍ରଶିକ୍ଷକ ରବିଶାସ୍ତ୍ରୀଙ୍କ ସ୍ବରରେ ସ୍ବର ମିଳାଇଛନ୍ତି ଅଧିନାୟକ ବିରାଟ କୋହଲି। ଦୁନିଆର ସର୍ବଶ୍ରେଷ୍ଠ ଟେଷ୍ଟ ଦଳକୁ ଗୋଟିଏ ଫାଇନାଲ...

ଆଇପିଏଲ୍‌ ଫାଇନାଲରେ ସିଏସ୍‌କେ ସହ ଲଢ଼ିବ ଆର୍‌ସିବି: ଆକାଶ ଚୋପ୍ରା

ନୂଆଦିଲ୍ଲୀ,୧୪।୯: ସେପ୍ଟେମ୍ବର ୧୯ରୁ ଆଇପିଏଲ୍‌ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ମ୍ୟାଚ୍‌ ପାଇଁ ୮ଟିମ୍‌ ୟୁଏଇରେ ପହଞ୍ଚିଛନ୍ତି। ଚଳିତ ଥର ଟୁର୍ନାମେଣ୍ଟ କିଏ...

କାର୍ତ୍ତିକଙ୍କୁ ଉଇକେଟକିପିଂ ଦାୟିତ୍ୱ ଦେଇ ଫିଲ୍ଡିଂ କଲେ ଧୋନୀ

ଲଣ୍ଡନ,୨୬।୫- ବର୍ତ୍ତମାନ କ୍ରିକେଟର ଶ୍ରେଷ୍ଠ ତଥା ଦ୍ରୁତତମ ଉଇକେଟକିପର ମହେନ୍ଦ୍ର ସିଂ ଧୋନୀ, ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳର ଗୁରୁତ୍ୱପୂର୍ଣ୍ଣ ଅଂଶ। ଏଠାରେ ନ୍ୟୁଜିଲାଣ୍ଡ...

ଓଡ଼ିଶା ଓମେନ୍ସ ଲିଗ୍‌: ରାଇଜିଂ ଷ୍ଟୁଡେଣ୍ଟ ଚାମ୍ପିୟନ, ଆଇଡବ୍ଲ୍ୟୁଏଲ୍‌ ଲାଗି ଯୋଗ୍ୟତା ହାସଲ

ଭୁବନେଶ୍ୱର,୨୮।୩(ସ୍ପୋର୍ଟ୍ସ ବ୍ୟୁରୋ): ଓଡ଼ିଶା ଓମେନ୍ସ ଲିଗ୍‌ ଶନିବାର ଉଦ୍‌ଯାପିତ ହୋଇଛି। ରାଇଜିଂ ଷ୍ଟୁଡେଣ୍ଟ କ୍ଲବ ଏହି ଫୁଟ୍‌ବଲ ଲିଗ୍‌ରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି।...

Advertisement
Ten Cric Info


Archives

Model This Week