ସ୍ମୃତି @ ୬୦

ଡ. ରଜନୀ ରଞ୍ଜନ। ପେସା ଅଧ୍ୟାପନା, ହେଲେ ନିଶା ସଂଳାପ ରଚନା। ଓଲିଉଡ୍‌ର ଜଣେ ଆଗଧାଡ଼ିର ସଂଳାପକାର ଭାବରେ ସାଉଁଟିଛନ୍ତି ଅନେକ ପ୍ରଶଂସା। ଚଳିତ ମାସ ୨୨ରେ ସେ ୬୦ବର୍ଷ ବୟସରେ ପ୍ରଦାର୍ପଣ କରୁଛନ୍ତି। ୧୯୯୩ରେ ତାଙ୍କର ଓଡ଼ିଆ ସିନେମାରେ ସଂଳାପ ରଚନା ଆରମ୍ଭ ହୋଇଥିଲା ଆଉ ଚଳଚ୍ଚିତ୍ରଟି ଥିଲା ‘ମୋ ଭାଇ ଜଗା’। ୟା ଭିତରେ ସେ ୬୧ଟି ଚଳଚ୍ଚିତ୍ରର ସଂଳାପ ରଚନା କରି ନିଜ କ୍ୟାରିୟରରେ ଆଉ ଏକ ସ୍ମରଣୀୟ ଫର୍ଦ୍ଦ ଯୋଡିଛନ୍ତି। ଓଡ଼ିଆ ସିନେମାରେ ଦୀର୍ଘ ୨୬ ବର୍ଷ ଧରି ସେ ନିଜକୁ ଜଡ଼ିତ ରଖିଛନ୍ତି। କେବଳ ସେତିକି ନୁହେଁ ବେଶ୍‌ କେତୋଟି ସିନେମାର ସଂଳାପ ତାଙ୍କୁ ଚର୍ଚ୍ଚିତ ମଧ୍ୟ କରାଇଛି। ଏ ସମ୍ପର୍କରେ ବର୍ତ୍ତମାନ ଏକ କଲେଜର ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଥିବା ରଜନୀ କହନ୍ତି, ‘ମୋର ପ୍ରତିଟି ସିନେମାର ସଂଳାପରେ ମୁଁ ଏକ୍ସପେରିମେଣ୍ଟ କରିଥାଏ। ‘ପିଲାଟା ବିଗିଡ଼ି ଗଲା’, ଜୟ ଜଗନ୍ନାଥ’, ‘ଲୋଫର’, ‘ସଞ୍ଜୁ ଆଉ ସଞ୍ଜନା’, ‘ପହିଲି ରଜ’, ‘ଗୁଡବୟ’, ‘ପ୍ରେମ ରୋଗୀ’କୁ ଉଦାହରଣ ଭାବରେ ନେଇପାରନ୍ତି। ଏ ସବୁର ସଂଳାପ କେତେ ପ୍ରଭାବଶାଳୀ ତାହା ପ୍ରମାଣିତ ହୋଇସାରିଛି। କେବଳ ସଂଳାପ ନୁହେଁ, ଗୀତ ରଚନା ମୋର ଆଉ ଏକ ଅଭ୍ୟାସ। ମୋଟ ଉପରେ କହିବାକୁ ଗଲେ ଗୀତ ମୋ ପ୍ରେମିକା ଆଉ ସଂଳାପ ମୋ ସ୍ତ୍ରୀ। ମୋର ମନେ ପଡୁଛି ସବ୍ୟସାଚୀ ମହାପାତ୍ରଙ୍କ ‘ବୋଉ’ ସିନେମାର ଟାଇଟଲ ଗୀତ ‘ମମତା ନଈରେ ସୁନା ବୋଇତ, ଆକାଶଠୁ ବଡ ଯା’ର ପଣତ’ ରଚନା କରିବା ସମୟର କଥା। ଗୀତଟି ରଚନା କରିବା ବେଳେ କେମିତି ଆରମ୍ଭ କରିବି ଜାଣିପାରି ନ ଥିଲି। ସେହିଦିନ ରାତିରେ ଶୋଇଥିବା ବେଳେ ମୋ ବୋଉ ସ୍ବପ୍ନରେ ଆସି ମୋ ମୁଣ୍ଡ ଆଉଁଶି ଆଶୀର୍ବାଦ କରିଥିଲା। ଆଉ ତା’ପରଦିନ ମୁ ଁ ଗୀତଟିକୁ ଲେଖିବାରେ ସଫଳ ହୋଇଥିଲି। ନିକଟରେ ମୁଁ ଚାକିରିରୁ ଅବସର ନେବା ପରେ ଓଡ଼ିଆ ସିନେମା ସହ ଆହୁରି ନିଜକୁ ଜଡିତ ରଖିବି।’ ରଜନୀଙ୍କ ସଂଳାପକୁ ଆଧାର କରି ଏବେ ୬ଟି ସିନେମା-‘ଶହୀଦ ରଘୁ ସର୍ଦ୍ଦାର’, ‘ତୁ ମୋ ଡାର୍ଲିଂ’, ‘ତୁ ମୋର ନିହାତି ଦରକାର’, ‘ଲୈଲା ମଜ୍‌ନୁ’, ‘ଟିକେ ଲଭ୍‌ ଟିକେ ଟ୍ବିଷ୍ଟ’ ଏବଂ ‘ତୁ ମୋ ଧଡକନ୍‌’ ରିଲିଜ ଅପେକ୍ଷାରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧ୍ୟାପକ ନିଯୁକ୍ତି ଓ ବିଭିନ୍ନ ଦାବିରେ କଲେଜ ଫାଟକରେ ତାଲା: ଧାରଣାରେ ୫ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର

ପାଟଣା, ୯/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ୱାମପାଟଣାରେ ଅଧ୍ୟାପକ ନିଯୁକ୍ତି ସହ କଲେଜର ବିଭିନ୍ନ ସମସ୍ୟାର ସମାଧାନ…

ମାରୁତି ସୁଜୁକି ନୂଆ ବାଲେନୋର ବଜାର ପ୍ରବେଶ

ଭୁବନେଶ୍ୱର,୯ା୯: ମାରୁତି ସୁଜୁକି ଇଣ୍ଡିଆ ପ୍ରସ୍ତୁତ ବାଲେନୋର ନୂତନ ଭର୍ସନ ମଙ୍ଗଳବାର ରାଜଭବନ ନିକଟସ୍ଥ ନେକ୍ସା(ନାରାୟଣୀ ମୋଟର୍ସ) ଏବଂ ହଂସପାଳ ଶୋ’ରୁମ୍‌ରେ ଉନ୍ମୋଚନ କରାଯାଇଛି। ଏହି ନୂତନ…

ଓମ୍‌ଫେଡ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଦୁଗ୍ଧଚାଷୀଙ୍କୁ ଲିଟର ପ୍ରତି ୨ ଟଙ୍କା ଅଧିକ ମିଳିବ

ଭୁବନେଶ୍ୱର,୯ା୯: ରାଜ୍ୟର ଦୁଗ୍ଧଚାଷୀମାନଙ୍କ ଜୀବିକା, ଆୟ ଓ ସ୍ବାର୍ଥକୁ ପ୍ରାଥମିକତା ଦେଇ ଓମ୍‌ଫେଡ୍‌ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୧ ତାରିଖରୁ ଚାଷୀମାନଙ୍କଠାରୁ ଦୁଗ୍ଧ…

ମଦ ନିଶାରେ ବାପାଙ୍କୁ ପିଟି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ପୁଅ

ପାଟଣା, ୯/୯ (ବୀର କିଶୋର ଦାଶ): ପାରିବାରିକ କଳହକୁ କେନ୍ଦ୍ର କରି କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନୁଆଖମଣ ଗ୍ରାମରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି।…

ବିବାହ ପରେ ଏହି ୨ ରାଶିଙ୍କର ଖୋଲେ ଭାଗ୍ୟର ତାଲା, ହୁଅନ୍ତି କୋଟିପତି! ଜୀବନରେ ଆସେ ଧନ-ଐଶ୍ୱର୍ଯ୍ୟ

ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟେକ ରାଶିର ନିଜସ୍ବ ଗୁଣ ଓ ଗ୍ରହ ପ୍ରଭାବ ରହିଛି। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ, କିଛି ରାଶିର ଲୋକଙ୍କ ପାଇଁ ବିବାହ ପରେ ଧନ,…

ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ି ଘଟଣାକୁ ୧୭ ବର୍ଷ ପୂରିଲା: କାରଣ ଏବେବି ଅସ୍ପଷ୍ଟ

ପାରାଦୀପ, ୯।୯(ଶରତ ରାଉତ):ପାରାଦୀପ ବନ୍ଦରରୁ ଚାଇନା ଅଭିମୁଖେ ଯାଉଥିବା ଏମ୍‌ଭି ବ୍ଲାକରୋଜ୍‌ ଜାହାଜ ବୁଡ଼ିବା ଘଟଣାକୁ ଇତିମଧ୍ୟରେ ୧୭ ବର୍ଷ ପୂରିଗଲାଣି। ଉକ୍ତ ବ୍ଲାକରୋଜ୍‌ ବୁଡ଼ି ଘଟଣାକୁ…

୪୮ ଘଣ୍ଟା ପରେ ବଦଳିବ ଗ୍ରହଙ୍କ ଚଳନ: ଫେବୃଆରୀ ୨୦୨୭ ଯାଏ ବୃଷ ସମେତ ୪ ରାଶିଙ୍କୁ ମିଳିବ ଅପ୍ରତ୍ୟାଶିତ ଲାଭ, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ୟୁରେନସ୍‌କୁ ଅରୁଣ ଗ୍ରହ ବୋଲି କୁହାଯାଏ। ଆଧୁନିକ ଏବଂ ପାଶ୍ଚାତ୍ୟ ଜ୍ୟୋତିଷରେ ଏହି ଗ୍ରହକୁ ଅଚାନକ ପରିବର୍ତ୍ତନ, ନୂଆ ପରିସ୍ଥିତି ଓ ଅପ୍ରତ୍ୟାଶିତ…

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୫ ଓରାଙ୍ଗଉଟାନ: ଦେଖନ୍ତୁ…

ଭୁବନେଶ୍ୱର,୯।୯: ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଛନ୍ତି। ଉଦୟପୁର ଫରେଷ୍ଟ ଅଫିସରୁ ଏହି ୫ଟି ଓରାଙ୍ଗଉଟାନଙ୍କୁ ନନ୍ଦନକାନନକୁ ଅଣାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri