Posted inଜାତୀୟ

ସ୍ମୃତି ଇରାନୀଙ୍କ ଘନିଷ୍ଠ ସହଯୋଗୀଙ୍କୁ ହତ୍ୟା ଘଟଣା: ୩ ଗିରଫ, ୨ ଫେରାର

ଲକ୍ଷ୍ନୌ, ୨୭।୫: ଆମେଠିର ନବନିର୍ବାଚିତ ଭାଜପା ଏମ୍‌ପି ସ୍ମୃତି ଇରାନୀଙ୍କର ଘନିଷ୍ଠ ସହଯୋଗୀ ସୁରେନ୍ଦ୍ର ସିଂହଙ୍କୁ ହତ୍ୟା ଘଟଣାରେ ପୋଲିସ ୩ ଜଣଙ୍କ ଗିରଫ କରିଛି। ଆଉ ଦୁଇଜଣ ଅଭିଯୁକ୍ତ ଖସି ପଳେଇଛନ୍ତି ବୋଲି ପୋଲିସ ସୂଚନା ଦେଇଛି। ଏହି ହତ୍ୟା ଘଟଣାରେ କଂଗ୍ରେସ ନେତା ସମ୍ପୃକ୍ତ ଅଛନ୍ତି ବୋଲି ସୁରେନ୍ଦ୍ରଙ୍କ ପୁଅ ଅଭିଯୋଗ କରିବା ପରେ ପୋଲିସ ୭ଜଣ ସଂଦିଗ୍ଧଙ୍କୁ ଧରି ପଚରାଉଚରା କରଥିଲା। ସୂଚନାଯୋଗ୍ୟ, ଶନିବାର ବିଳମ୍ବିତ ରାତିରେ ସୁରେନ୍ଦ୍ର ତାଙ୍କ ଘର ବାହାରେ ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ସୁରେନ୍ଦ୍ର ଆମେଠିର ବରୌଲିଆ ଗାଁର ପୂର୍ବତନ ମୁଖିଆ। ଏହି ଘଟଣା ପରେ ବରୌଲିଆ ଗାଁ ସହିତ ଆଖପାଖ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ନିର୍ବାଚନବେଳେ ସ୍ମୃତି ଇରାନୀଙ୍କ ପ୍ରଚାରରେ ସୁରେନ୍ଦ୍ର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ରୋଗୀଙ୍କୁ ଧରିବା ପାଇଁ ପୋଲିସ ନେଲା ଏମିତି ପଦକ୍ଷେପ, ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଭୋପାଳ,୪।୮:କରୋନା ଜୀବାଣୁ ବୃଦ୍ଧି ପାଉଥିବା ଯୋଗୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଏହାକୁ ରୋକିବା ପାଇଁ ସଂକ୍ରମିତ ରୋଗୀଙ୍କଠୁ ଦୂରେଇ ରହିବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମଧ୍ୟପ୍ରଦେଶର...

୧୦୦ କିଲୋ ଓଜନର କଇଁଛକୁ ଗଭୀର ସମୁଦ୍ରରେ ଛଡ଼ାଗଲା

ରାମନାଥପୁରମ୍‌, ୧୨।୧୦: ତାମିଲନାଡୁ ରାମନାଥପୁରମ୍‌ ଜିଲାର ସମୁଦ୍ର କୂଳରୁ ୧୦୦ କିଲୋ ଓଜନର ଏକ ବୃହତ କଇଁଛକୁ ଉଦ୍ଧାର କରାଯାଇଛି। କଇଁଛଟି ମାଣ୍ଡାପମ୍‌ର ସମୁଦ୍ରକୂଳରେ ଲାଗିଥିଲା।...

୩ ରାଜ୍ୟରେ ସ୍କୁଲ-କଲେଜ ବନ୍ଦ…

ନୂଆଦିଲ୍ଲୀ, ୨।୧ : ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ...

ଆଜିଠାରୁ ଏମ୍‌ଏନ୍‌ପି ଲାଗି ନୂଆ ନିୟମ

ନୂଆଦିଲ୍ଲୀ,୧୬ା୧୨: ଉପଭୋକ୍ତାଙ୍କୁ ନିଜ ମୋବାଇଲ ନମ୍ବର ପୋର୍ଟେବିଲିଟି (ଏମ୍‌ଏନ୍‌ପି) କରିବା ପାଇଁ ସପ୍ତାହେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ନାହିଁ। ଟେଲିକମ୍‌ ରେଗୁଲେଟୋରୀ ଅଥରିଟି ଅଫ୍‌...

ମେ’ ୩୧ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌, ଯୁଦ୍ଧ ଏବେ ବି ରହିଛି ବାକି, କହିଲେ ମୁଖ୍ୟମନ୍ତ୍ରୀ..

ନୂଆଦିଲ୍ଲୀ,୨୩।୫: ଦିଲ୍ଲୀରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ତୀବ୍ରବେଗରେ ବ୍ୟାପିବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ପକ୍ଷରୁ ଲକ୍‌ଡାଉନ୍‌ ସମୟ...

ଆତଙ୍କବାଦକୁ ମୂଳପୋଛ କରିବାକୁ ଆମେରିକା ଭଳି ମଡେଲ ଆପଣେଇବାକୁ ପଡିବ: ବିପିନ ରାଓ୍ବତ

ନୂଆଦିଲ୍ଲୀ,୧୬।୧: ରାୟସିନା ଡାଏଲଗର ତୃତୀୟ ଦିନରେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌(ସିଡିଏସ୍‌) ଗୁରୁବାର ଦିଲ୍ଲୀରେ ଆୟୋଜିତ ଏକ ସଭାରେ ଉଦ୍‌ବୋଧନ ଦେବା ସମୟରେ ଆତଙ୍କବାଦକୁ ନେଇ...

ପୁରା ଦେଶ ଲକ୍‌ଡାଉନ୍‌

ନୂଆଦିଲ୍ଲୀ,୨୪ା୩(ପି.ଟି.)- ଘାତକ କରୋନା ଭୂତାଣୁର ସଂକ୍ରମଣ ସାରା ବିଶ୍ୱକୁ କବଳିତ କରିଛି। ଏହାକୁ ରୋକିବା ପାଇଁ ଦେଶବ୍ୟାପୀ ୩ ସପ୍ତାହ ପାଇଁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରାଯିବ।...

ବିବାଦରେ ବିଚାରପତି

ନୂଆଦିଲ୍ଲୀ/ମୁମ୍ବାଇ, ୩୧ା୧: ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ପୋକ୍ସୋ ଆଇନକୁ ନେଇ ଗୋଟିଏ ପରେ ଗୋଟିଏ ବିବାଦୀୟ ରାୟ ଦେବା ଜଣେ...

Advertisement
Archives

Model This Week