ସ୍ମୃତିର ଅବଧି ୨ ଘଣ୍ଟା

ଶିକାଗୋ: ମିଷ୍ଟର ପରଫେକ୍ସୋନିଷ୍ଟ ଆମୀର ଖାନ୍‌ଙ୍କ ଅଭିନୀତ ବ୍ଲକବଷ୍ଟର ଫିଲ୍ମ ‘ଗଜନୀ’। ଖଳନାୟକ ଗଜନୀଙ୍କ ମରଣାନ୍ତକ ଆକ୍ରମଣରେ ଚଳଚ୍ଚିତ୍ରର ନାୟକ ସଞ୍ଜୟ ସିଙ୍ଘାଣିଆ ଓରଫ୍‌ ଆମୀର ଶିକାର ହୁଅନ୍ତି ଜଟିଳ ‘ଆଣ୍ଟ୍ରୋଗ୍ରେଡ୍‌ ଆମ୍ନେସିଆ’ରେ। ନାୟକଙ୍କ ନିକଟରେ ଦେଖିବାକୁ ମିଳେ ଏକ ଅଜବ ବ୍ୟତିକ୍ରମ। ତାଙ୍କ ସ୍ମୃତିଶକ୍ତିର ଅବଧି ମାତ୍ର ୫ ମିନିଟ ହୋଇଯାଏ, ଯାହାକୁ ଇଂଲିଶରେ କୁହାଯାଏ ‘ଶର୍ଟ ଟର୍ମ ମେମୋରି ଲସ୍‌’। ଏହା ପରର ଘଟଣା ହିଁ ଫିଲ୍ମଟିକୁ ଦେଶ ବିଦେଶରେ ଦେଇଥିଲା ଅଜସ୍ର ସଫଳତା। ଏପରି ନିଆରା ଚଳଚ୍ଚିତ୍ରକୁ ବେଶ୍‌ ପସନ୍ଦ କରିଥିଲେ ଦର୍ଶକ।
ଏପରି ଏକ ଘଟଣାର ପୁନରାବୃତ୍ତି ହୋଇଛି ଆମେରିକାରେ। ମୁଣ୍ଡରେ ଆଘାତ ଲାଗିବା ଯୋଗୁ ବଦଳି ଯାଇଛି ୧୬ ବର୍ଷୀୟା କିଶୋରୀ ରିଲେ ହାର୍ନରଙ୍କ ଜୀବନ। ୨୦୧୯ ଜୁନ୍‌ ୨୧। ଫ୍ୟୁଚର ଫାର୍ମସ ଅଫ୍‌ ଆମେରିକା (ଏଫ୍‌ଏଫ୍‌ଏ) କନ୍‌ଭେନଶନରେ ଚାଲିଥିଲା ଡ୍ୟାନ୍ସ ପ୍ରୋଗ୍ରାମ। ଏହି ସମୟରେ ଘଟିଗଲା ଦୁର୍ଘଟଣା। ଅସାବଧାନତାରୁ ରିଲେଙ୍କ ମୁଣ୍ଡରେ ଲାଗିଲା ଗଭୀର ଆଘାତ। ଏହାପରେ ତାଙ୍କ ଜୀବନ ଆଉ ସ୍ବାଭାବିକ ହୋଇ ରହିନାହିଁ। ପ୍ରତି ୨ ଘଣ୍ଟାରେ ତାଙ୍କ ସହ ଘଟିଥିବା ସମସ୍ତ ଘଟଣାକୁ ସେ ଭୁଲିଯାଉଛନ୍ତି। କାହା ସହିତ ମିଶିଛନ୍ତି, କ’ଣ କଥା ହୋଇଛନ୍ତି, କ’ଣ ଖାଇଛନ୍ତି, କ’ଣ ପିଇଛନ୍ତି ଏପରି ଛୋଟମୋଟ ଘଟଣା ବି ତାଙ୍କର ମନେରହୁନି। କହିବାକୁ ଗଲେ ତାଙ୍କ ଜୀବନ ମାତ୍ର ୨ ଘଣ୍ଟା ମଧ୍ୟରେ ସୀମିତ ହୋଇ ରହିଯାଇଛି। ଆଘାତପ୍ରାପ୍ତ ହେବାପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଚିକିତ୍ସା ମଧ୍ୟ କରାଗଲା। ହେଲେ ତାଙ୍କ ନିକଟରେ ଡାକ୍ତର ଖୋଜିପାଇଲେନି କୌଣସି ରୋଗର ଲକ୍ଷଣ। ଯେଉଁଠି ରୋଗ ହିଁ ଜଣାପଡୁନାହିଁ, ସେଠି ଚିକିତ୍ସା କିପରି କରାଯିବ ସେ ନେଇ ଏବେ ଚିନ୍ତାରେ ପଡ଼ିଛନ୍ତି ବିଶେଷଜ୍ଞ। ନିଜର ଅନୁଭୂତି ବଖାଣି ରିଲେ କୁହନ୍ତି, କୌଣସି କଥା ତାଙ୍କର ମନେରହୁନି। ଏହା ତାଙ୍କ ଭିତରେ ଭୟ ସୃଷ୍ଟି କରୁଛି। ଏଥିପାଇଁ ତାଙ୍କ ମା’ ବେଶ୍‌ ପରିଶ୍ରମ କରୁଛନ୍ତି। ଦୈନନ୍ଦିନ ଜୀବନଚର୍ଯ୍ୟା ସମ୍ପର୍କରେ ତାଙ୍କ ପ୍ରକୋଷ୍ଠରେ କ୍ୟାଲେଣ୍ଡର ରୁଟିନ୍‌ ଟଙ୍ଗାଯାଇଛି। କ୍ୟାଲେଣ୍ଡରରେ କୌଣସି ଏକ ପର୍ବପର୍ବାଣି ବିଷୟରେ ଲେଖା ହୋଇଥିବା ଦେଖିଲେ ମନ ଆପଣାଛାଏ ଖୁସି ହୋଇଯାଏ। ହେଲେ ପରବର୍ତ୍ତୀ ମୁହୂର୍ତ୍ତରେ ସବୁ କିଛି ପୁଣି ବଦଳିଯାଏ। ମୁଣ୍ଡରେ ଆଘାତ ଲାଗିବା ପରେ ଜୀବନ ଅଟକି ଯାଇଛି। ଯଦି କିଛି ମନେ ଅଛି ତାହା ହେଲା ଜୁନ୍‌ ୨୧।
ରିଲେଙ୍କ ମା’ ସାରା କୁହନ୍ତି, ଡାକ୍ତର କହୁଛନ୍ତି ସମୟକ୍ରମେ ଝିଅ ସ୍ବାଭାବିକ ଜୀବନ ଫେରିପାଇବ। ହେଲେ ଏଯାଏ ସେମିତି କିଛି ଘଟୁନାହିଁ। ବେଳେବେଳେ ଲାଗୁଛି, ରିଲେଙ୍କ ସ୍ବାସ୍ଥ୍ୟାବସ୍ଥାରେ ଆଉ କେବେ ସୁଧାର ଆସିବନି। ଝିଅର ଇଚ୍ଛା ଥିଲା ମେଡିକାଲରେ କ୍ୟାରିୟର କରିବା। ହେଲେ ଏବେ ତା’ର ଏମିତି ଅବସ୍ଥାରେ ଭଲ ଚାକିରି ଖଣ୍ଡେ ମିଳିବା ବି ମୁସ୍କିଲ। ରିଲେଙ୍କ ପରି ଆମେରିକାର କେଟାଲିନ୍‌ ଲିଟର ମଧ୍ୟ ସମାନ ଧରଣର ଜଟିଳ ବ୍ୟାଧିର ଶିକାର। ୨୦୧୭ରେ କେଟାଲିନ୍‌ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଏହା ପରେ ତାଙ୍କ ନିକଟରେ ମଧ୍ୟ ସ୍ମୃତିଶକ୍ତି ହରାଇବା ଲକ୍ଷଣ ଦେଖିବାକୁ ମିଳିଛି। ରିଲେଙ୍କ କ୍ଷେତ୍ରରେ ଯାହା ୨ ଘଣ୍ଟାରେ ଘଟୁଛି, ସମାନ ଘଟଣା ୧୨ ଘଣ୍ଟାରେ ଭୋଗୁଛନ୍ତି କେଟାଲିନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ କଲେଜରେ ଆନ୍ତର୍ଜାତୀୟ ଯୋଗ ଦିବସ

ଗଞ୍ଜାମ, ୨୧।୬ (ବିଦ୍ୟାଧର ସାହୁ): ଗଞ୍ଜାମ କଲେଜ ପରିସରରେ ରବିବାର ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା। କଲେଜର ଅଧ୍ୟକ୍ଷା ଡ଼. ସ୍ମରଣିକା ହୋତାଙ୍କ ସମେତ ୮୦ରୁ…

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦିନିକିଆ ଦଳ ଘୋଷଣା: ବିରାଟଙ୍କ ପ୍ରତ୍ୟାବର୍ତ୍ତନ, ଯଶସ୍ୱୀ ବାଦ୍

ନୂଆଦିଲ୍ଲୀ,୨୧।୬: ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ରବିବାର, ୨୧ ଜୁନ୍‌ରେ ୧୫ ଜଣିଆ ଭାରତୀୟ ଦିନିକିଆ (ODI) ଦଳ ଘୋଷଣା କରିଛି।…

କେସିଙ୍ଗା -ଟିଟିଲାଗଡ ରାସ୍ତା, ତେଲନଦୀ ବ୍ରିଜର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ, ଭାରୀଯାନ ଚଳାଚଳ ଯୋଗୁ ବ୍ରିଜ୍‌ ଭାଙ୍ଗିବାର…

କେସିଙ୍ଗା,୨୧।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ସ୍ଥିତ ସିଟିଜେନ ଫୋରମ ପକ୍ଷରୁ କେସିଙ୍ଗା -ଟିଟିଲାଗଡ ରାସ୍ତା ଓ ତେଲନଦୀ ବ୍ରିଜ୍‌କୁ ନେଇ ଏକ ଖବରଦାତା ସମ୍ମିଳନୀ…

ଶରୀରକୁ ସୁସ୍ଥ, ମନକୁ ସନ୍ତୁଳିତ କରେ ଯୋଗ

ରାଇକିଆ,୨୧।୬(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ସ୍ଥାନରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଯୋଗ ଶରୀରକୁ ସୁସ୍ଥ ରଖେ। ଏଥିସହିତ…

ବ୍ଲକସ୍ତରୀୟ ସୁଭଦ୍ରା ଶକ୍ତି ସମାବେଶ: ଲକ୍ଷପତି ଦିଦିଙ୍କୁ କରାଗଲା ସମ୍ବର୍ଦ୍ଧିତ, ଅଙ୍ଗନଓ୍ବାଡି କର୍ମୀଙ୍କୁ ମିଳିଲା ସ୍ମାର୍ଟଫୋନ

ଥୁଆମୂଳ ରାମପୁର,୨୧।୬ (ଦୁର୍ଗା କୀର୍ତ୍ତି): ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଥୁଆମୂଳ ରାମପୁର ଠାରେ ବ୍ଲକ ସ୍ତରୀୟ ‘ସୁଭଦ୍ରା…

ବରଗଡ଼ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ: ସାମିଲ ହେଲେ ବିଧାୟକ-ଜିଲାପାଳ

ବରଗଡ଼,୨୧।୬(ପ୍ରେମାନନ୍ଦ ଖମାରୀ): ଅନ୍ତର୍ଜାତୀୟ ଯୋଗ ଦିବସ ରବିବାର ବରଗଡ଼ ଜିଲାର ସମସ୍ତ ବ୍ଲକ ଓ ଗ୍ରାମପଞ୍ଚାୟତ ମୁଖ୍ୟାଳୟ ତଥା ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ଉତ୍ସାହ…

ଦିଗପହଣ୍ଡି ମିନି ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗଦେଲେ ବିଧାୟକ ସିଦ୍ଧାନ୍ତ     

ଦିଗପହଣ୍ଡି,୨୧|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ଥାନୀୟ ଏନଏସି ପ୍ରଶାସନ ପକ୍ଷରୁ ଆୟୋଜିତ…

ଯୋଗ ଦିବସ,ସୁସ୍ଥ ରହିବା ପାଇଁ ଯୋଗ ନିହାତି ଆବଶ୍ୟକ : ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ

ଭଞ୍ଜନଗର, ୨୧।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗରସ୍ଥିତ ବେଲେଶ୍ୱର ପୀଠରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri