ସ୍ବାସ୍ଥ୍ୟସେବା ବନ୍ଦ ପ୍ରତିବାଦରେ ତହସିଲ ଅଫିସ ଘେରାଉ

ଜଳେଶ୍ୱର, ୨୦।୮-ବାଲେଶ୍ୱର ଜିଲା ଜଳେଶ୍ୱର ଜିକେଭଟ୍ଟର ହସ୍‌ପିଟାଲରେ ଗତ ୧୫ତାରିଖଠାରୁ ଅଦ୍ୟାବଧି ସ୍ବାସ୍ଥ୍ୟସେବା ବନ୍ଦ ପ୍ରତିବାଦରେ ସୋମବାର ପୂର୍ବାହ୍ନ ୧୦ଟାରୁ ଶତାଧିକ ଜନସାଧାରଣ ଜଳେଶ୍ୱର ତହସିଲ କାର୍ଯ୍ୟାଳୟକୁ ଘେରାଉ କରି ଧାରଣାରେ ବସିଥିଲେ। କମଳ ଚକ୍ରବର୍ତ୍ତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଜଳେଶ୍ୱର ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ ସ୍ବାସ୍ଥ୍ୟ ସେବା ବନ୍ଦକୁ ବିରୋଧ କରିବା ସହ ଜଣେ ବ୍ୟକ୍ତିର ମୌଳିକ ଅଧିକାର ସ୍ବାସ୍ଥ୍ୟସେବାକୁ ପୂରଣ କରିବା ପାଇଁ ସରକାର ବାଧ୍ୟ ବୋଲି କହିଥିଲେ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ଘୋଷଣା କରିଥିଲେ। ସଭାରେ ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫୁଲ୍ଲ ପାଠୀ, ଡ. ଈଶ୍ୱର ଚନ୍ଦ୍ର ଜେନା, ଡ. ରମାକାନ୍ତ ଭଞ୍ଜ, ରମାନାଥ ଗିରି, ଅରୁଣ ବେଜ, ଜଗଦୀଶ ନନ୍ଦୀ, ଶରତ ଚନ୍ଦ୍ର ପରିଡା, ସେକ୍‌ ମୋତିଲାଲ, ସୁଧୀର ପାତ୍ର, ରମେଶ ଚନ୍ଦ୍ର ପାତ୍ର, ସୁଦାମ ପାତ୍ର, ବନମାଳୀ ଧଳ, ସଞ୍ଜୟ ମହାନ୍ତି, ମଧୁସୂଦନ ଦତ୍ତ, ଶ୍ରୀକଣ୍ଠ ମହାନ୍ତି, ପଦ୍ମଲୋଚନ ବେହେରା, ସୁଜିତ ପ୍ରଧାନ, ଶମ୍ଭୁନାଥ ଦାସ ପ୍ରମୁଖ ବକ୍ତବ୍ୟ ଦେଇଥିଲେ। ଧାରଣାସ୍ଥଳରେ ବାଲେଶ୍ୱର ଉପଜିଲାପାଳ ନୀଲୁ ମହାପାତ୍ର ପହଞ୍ଚତ୍ ଆନ୍ଦୋଳନକାରୀମାନଙ୍କ ସହ ଆଲୋଚନା କରି ତୁରନ୍ତ ୩ଜଣ ଡାକ୍ତର ହସ୍‌ପିଟାଲରେ ଯୋଗଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ସମ୍ପୃକ୍ତ ଡାକ୍ତରମାନେ ଜଳେଶ୍ୱର ହସ୍‌ପିଟାଲରେ ଯୋଗଦେବେ ନାହିଁ ବୋଲି ଜଣାପଡ଼ିବା ପରେ ଆନ୍ଦୋଳନକାରୀମାନେ ତହସିଲ କାର୍ଯ୍ୟାଳୟ ଛାଡ଼ି ନିକଟସ୍ଥ ୬୦ନମ୍ବର ଜାତୀୟ ରାଜପଥରେ ରାସ୍ତାରୋକୋ କରି ଧାରଣାରେ ବସିବା ଫଳରେ ଉଭୟ ପଟରୁ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ପୁଣି ଉପଜିଲାପାଳ ଜାତୀୟ ରାଜପଥରେ ପହଞ୍ଚତ୍ ନୂତନ ୩ଜଣ ଡାକ୍ତରଙ୍କୁ ଭଟ୍ଟର ହସପିଟାଲରେ ଅବସ୍ଥାପିତ କରାଯିବାର ନିର୍ଭର ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫-ଟି’କୁ ନୀତି ଆୟୋଗର ପ୍ରଶଂସା

ଭୁବନେଶ୍ୱର, ୨୪।୧୧(ବ୍ୟୁରୋ): ରାଜ୍ୟ ସରକାର ପ୍ରଶାସନକୁ ଅଧିକ ସରଳ ଏବଂ ଲୋକାଭିମୁଖୀ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି। ଗତ ଅକ୍ଟୋବର ୨ରୁ ‘ମୋ ସରକାର’...

ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ବଡବିଲ, ୨୩।୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ଥାନା ସେଡିଂ ଅଞ୍ଚଳର ସୁଜାତା କାରୁଆ ନାମ୍ନୀ ଜଣେ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଯୌତୁକ ନିର୍ଯାତନା ସହି...

ମାସେ ବଢ଼ିଲା ପୁରୀ ସ୍ବର୍ଗଦ୍ୱାର କଟକଣା

ପୁରୀ ଅଫିସ,୧ା୯: ମହାମାରୀ କରୋନା ସଂକ୍ରମଣକୁ ନଜରରେ ରଖି ସ୍ବର୍ଗଦ୍ୱାରରେ ପୁରୀ ଜିଲା ବାହାର ମୃତଦେହ ଦାହ ଉପରେ କଟକଣା ଲଗାଯାଇଛି । ଗତ ଜୁଲାଇ...

‘ଛପାକ୍‌’ର ଓଡ଼ିଶା ଲିଙ୍କ୍‌

ଭୁବନେଶ୍ୱର,୧୩ା୧(ବ୍ୟୁରୋ): ନିକଟରେ ରିଲିଜ ହୋଇଥିବା ଦୀପିକା ପାଦୁକୋନଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ଛପାକ୍‌’ର ରହିଛି ଓଡ଼ିଶା ଲିଙ୍କ୍‌। ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କ ଜୀବନର ସଂଘର୍ଷପୂର୍ଣ୍ଣ...

କୋର୍ଟଙ୍କ ନିର୍ଦ୍ଦେଶର ୧ ବର୍ଷକ ପରେ ରାସ୍ତାକଡ଼ରୁ ହଟିଲା ଜବରଦଖଲ

ଜଳେଶ୍ୱର, ୧୧।୧୨(ସ୍ବ.ପ୍ର.)-ଜଳେଶ୍ୱର ମ୍ୟୁନିସିପାଲିଟି ଅଧୀନ ପଞ୍ଚୁଘଣ୍ଟା ଗ୍ରାମ ମଧ୍ୟରେ ଜଣେ ବ୍ୟକ୍ତିଙ୍କ ଯାତାୟାତ ରାସ୍ତା ଅବରୋଧ କରାଯାଇଥିବାରୁ ସେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। କୋର୍ଟଙ୍କ...

ଟ୍ରାଫିକ ନିୟମକୁ ନେଇ ମୁହଁ ଖୋଲିଲେ ସୁର, ଜବାବ ରଖିଲେ ପଦ୍ମନାଭ

ଭୁବନେଶ୍ୱର, ୨।୩(ବ୍ୟୁରୋ): ଟ୍ରାଫିକ ନିୟମ ଆଳରେ ବିଜେଡି ସରକାର ଆତଙ୍କରାଜ ଚଳାଇଛି। ଗାଡ଼ିମୋଟର ଯାଞ୍ଚ ନାଁରେ ପୋଲିସ ଓ ଆର୍‌ଟିଓ କର୍ମଚାରୀ ଲୋକଙ୍କ ଉପରେ ଜୁଲୁମ୍‌...

ସିଏଏ ନେଇ ବୁଝାଇବା ବେଳ ଗଲାଣି, ଆଗରୁ ବୁଝାଇଥିଲେ ଭଲ ହୋଇଥାନ୍ତା: ପ୍ରତାପ

ଭୁବନେଶ୍ୱର,୨୭।୨(ବ୍ୟୁରୋ): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ନେଇ ବିଜେଡି ମୁଖପାତ୍ର ପ୍ରତାପ ଦେବ ପ୍ରତିକ୍ରିୟା ରଖିଛନ୍ତି। ଓଡ଼ିଶାରେ ଲୋକଙ୍କୁ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିଷୟରେ...

ମାଲକାନଗିରି ଜିଲା ଚିଠି: ପ୍ରହସନ ପାଲଟିଛି ଶିଶୁ ସୁରକ୍ଷା, ଶିଶୁ ଶ୍ରମିକ ଉଦ୍ଧାର ଯୋଜନା; କାହା ପାଖରେ ତଥ୍ୟ ନାହିଁ

ଦେଶରେ ଶିଶୁମାନଙ୍କ ସୁରକ୍ଷା, ଯତ୍ନ, ଖାଦ୍ୟପେୟ, ଶିକ୍ଷାଦାନ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି। ଜିଲାରେ ଶିଶୁମାନଙ୍କ ସୁରକ୍ଷା ପାଇଁ ଚାଇଲ୍ଡଲାଇନ୍‌,...

Coronavirus Update


Archives

Model This Week

Why Dharitri