ସ୍ବାସ୍ଥ୍ୟକେନ୍ଦ୍ରରେ ସୁଧୁରୁନି ସେବା

ପରଜଙ୍ଗ, ୧୫ା୧୦(ଡି.ଏନ.ଏ.)ଦୀର୍ଘ ଦିନ ହେବ ବିଭିନ୍ନ ସମସ୍ୟା ଘେରରେ ଢେଙ୍କାନାଳ ଜିଲା ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର। ଡାକ୍ତର କର୍ମଚାରୀଙ୍କ ଅଭାବ, ନିଯୁକ୍ତ ଡାକ୍ତରଙ୍କ ମନମୁଖି ସେବା, ଆବଶ୍ୟକ ଶଯ୍ୟା ଅଭାବ, ପାନୀୟ ଜଳ ବ୍ୟବସ୍ଥା ନ ଥିବା ଭଳି ବହୁ ସମସ୍ୟା ଲାଗି ରହିଥିବାରୁ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ଲୋକେ ବହୁ ହଇରାଣ ହେଉଛନ୍ତି। ସ୍ବାସ୍ଥ୍ୟସେବାରେ ତୁରନ୍ତ ସୁଧାର ଆଣିବାକୁ ଦାବି କରି ସୋମବାର ସ୍ଥାନୀୟ ଇଗଲ କ୍ଲବ ତରଫରୁ ୯ ଦଫା ସମ୍ବଳିତ ଦାବିପତ୍ର ସିଡିଏମଓଙ୍କୁ ପ୍ରଦାନ କରାଯାଇଛି। ମାସେ ମଧ୍ୟରେ ଦାବି ପୂରଣ ନ ହେଲେ ଡାକ୍ତରଖାନା ପରିସରରେ ଅନଶନ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ଅଭିଯୋଗ ମୁତାବକ, ପରଜଙ୍ଗ ବ୍ଲକରେ ଗୋଟିଏ ସ୍ବାସ୍ଥ୍ୟକେନ୍ଦ୍ର ଥିବା ବେଳେ ସେଠାରେ ୨ ଜଣ ଏମବିବିଏସ ଡାକ୍ତର ନିଯୁକ୍ତ ହୋଇଛନ୍ତି। ଏଥିସହ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ୪ ଜଣ ଆୟୁଷ ଡାକ୍ତର ପାଳିକରି କାର୍ଯ୍ୟ କରୁଛନ୍ତି। ଫଳରେ ଡାକ୍ତର ଅଭାବରୁ ଅନେକ ସମୟରେ ରୋଗୀ ଚିକିତ୍ସା ନ ପାଇ ହଇରାଣ ହେଉଛି। ତେଣୁ ତୁରନ୍ତ ଆବଶ୍ୟକ ଡାକ୍ତର ନିଯୁକ୍ତ ଦେବା, ବହିର୍ବିଭାଗରେ ୨୪ ଘଣ୍ଟିଆ ସେବା, ବିଭିନ୍ନ ଟେଷ୍ଟର ସୂଚନା ଫଳକ ଲଗାଯିବା, ନୂତନ ଶଯ୍ୟା ପକାଯିବା, ଏକ୍ସ-ରେ ମେଶିନ ସୁବିଧା ଉପଲବ୍ଧ କରାଯିବା, ରୋଗୀମାନଙ୍କ ନିମନ୍ତେ ଶୌଚାଳୟ ନିର୍ମାଣ ପାଇଁ ଦାବି କରାଯାଇଛି। ଦାବିପତ୍ର ପ୍ରଦାନବେଳେ କ୍ଲବ କର୍ମକର୍ତ୍ତା ଶୁଭେନ୍ଦୁ ଦଳବେହେରା, ସଚ୍ଚିଦାନନ୍ଦ କବି, ଚନ୍ଦନ ବିଶ୍ୱାଳ, ସ୍ମୃତିରଞ୍ଜନ ଦଳବେହେରା, ସନ୍ଦୀପ ସାହୁ, ରାଜେଶ ମିଶ୍ର, ଭଗବାନ ସାହୁ, ବଦ୍ରିନାରାୟଣ ଦଳବେହେରା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣର ମାଧ୍ୟମ ପାଲଟିଛି ଟ୍ରେନ୍‌

ଭୁବନେଶ୍ୱର, ୨।୪ (ବ୍ୟୁରୋ): ରାଜ୍ୟରେ ଗଞ୍ଜେଇ ଚୋରାଚାଲାଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗଞ୍ଜେଇ ବେପାରିମାନେ ନୂଆ ନୂଆ କୌଶଳ ଅବଲମ୍ବନ କରି ରାଜ୍ୟ ତଥା...

ଝୁଲି ରହିଛି ୩ କଏଦୀଙ୍କ ଓଡ଼ିଶା ସ୍ଥାନାନ୍ତର ନିଷ୍ପତ୍ତି

ତ୍ରିନାଥ ମହାନ୍ତି ଭୁବନେଶ୍ୱର, ୬ା୫(ବ୍ୟୁରୋ): କେତେକ ମାମଲାରେ ୩ଜଣ ଓଡ଼ିଆ କଏଦୀ ଏବେ ତାମିଲନାଡୁ ଜେଲରେ ଅଛନ୍ତି। ସେମାନେ ଓଡ଼ିଶା ସ୍ଥାନାନ୍ତର ପାଇଁ ବାରମ୍ବାର ଆବେଦନ...

୨ ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା, ଜଗନ୍ନାଥପ୍ରସାଦ ଶଟ୍‌ଡାଉନ୍‌

ଜଗନ୍ନାଥପ୍ରସାଦ,୨୫ା୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଅଞ୍ଚଳରେ କାର୍ଯ୍ୟରତ ୨ଜଣ ପୁରୁଷ ସ୍ବାସ୍ଥ୍ୟକର୍ମୀଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ଶନିବାର ରାତିରେ ରିପୋର୍ଟ...

ସେକ୍ସ ର଼୍ୟାକେଟ ଠାବ: ଦମ୍ପତିଙ୍କ ସହ ୨ ଯୁବକ ଗିରଫ,୨ ଯୁବତୀ ଉଦ୍ଧାର

ରାୟଗଡ଼ା ଅଫିସ,୨୩।୯- ରାୟଗଡ଼ା ପୋଲିସ ସୋମବାର ସ୍ଥାନୀୟ ଗାୟତ୍ରୀ ନଗର ୪ର୍ଥ ଲାଇନରେ ଚାଲିଥିବା ସେକ୍ସ ର଼୍ୟାକେଟକୁ ଠାବ କରିଛି। ଘର ମାଲିକଙ୍କ ସହ ୨...

ଅର୍ଥନୈତିକ ସର୍ଭେ ରିପୋର୍ଟରେ ବିଫଳତା ଲୁଚାଯାଇଛି: ଭାଜପା

ଭୁବନେଶ୍ବର,୨୫ା୨(ବ୍ୟୁରୋ): ମିଥ୍ୟା ତଥ୍ୟର ଦସ୍ତାବିଜ ହେଉଛି ଗୁରୁବାର ଉପସ୍ଥାପିତ ହୋଇଥିବା ୨୦୨୨-୨୩ର ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ। ଅର୍ଦ୍ଧସତ୍ୟ, ଗୋଲାପୀ ସ୍ବପ୍ନ ଆଧାରିତ ଏହି ରିପୋର୍ଟରେ...

ଆସନ୍ତା ଜାନୁୟାରୀ ୨୦ରୁ ଭୁବନେଶ୍ୱର-ସୁରଟ ମଧ୍ୟରେ ଉଡିବ ବିମାନ

ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ଆସନ୍ତା ଜାନୁୟାରୀ ୨୦ ତାରିଖରୁ ଭୁବନେଶ୍ୱର-ସୁରଟ ମଧ୍ୟରେ ବିମାନ ଚଳାଚଳ ହେବ। ଏୟାର ଇଣ୍ଡିଆ ପକ୍ଷରୁ ଏହି ସେବା ଯୋଗାଇ ଦିଆଯିବ। ସୋମବାର ଓ...

୪ ଦିନ ହେଲା ବଢୁଛି ତେଲ ଦର: ପେଟ୍ରୋଲ ୭,ଡିଜେଲ ୨୦ ପଇସା

ଭୁବନେଶ୍ୱର,୨୪।୧୧: ଲଗାତର ୪ ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଘଟୁଛି। ସୋମବାର ଭୁବନେଶ୍ୱରରେ ପେଟ୍ରୋଲ ୭ ପଇସା ବଢି ଲିଟର ପିଛା...

ସନ୍ତାନ ନ ହେବାରୁ ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା

କପ୍ତିପଦା,୩୦।୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଶରତ ଥାନା ଅଧୀନ କଳମଗଡ଼ିଆ ପଞ୍ଚାୟତ ଶାରିସୁଆ ଗ୍ରାମରେ ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ କାଟି...

Advertisement
Archives

Model This Week