Posted inଖେଳ

ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ନେଭିଲେଙ୍କ ହୋଟେଲ ଫ୍ରି

ଲଣ୍ଡନ, ୧୯।୩- ମାରାତ୍ମକ କରୋନା ଭାଇରସ୍‌ ବିଶ୍ୱରେ ଏହାର କାୟା ବିସ୍ତାର କରି ଚାଲିଛି। ଏଭଳି ଏକ ଦୁର୍ଦ୍ଦିନ ସମୟରେ ଇଂଲଣ୍ଡ ତଥା ମାଞ୍ଚେଷ୍ଟର ୟୁନାଇଟେଡ୍‌ର ପୂର୍ବତନ ଫୁଟ୍‌ବଲ ଖେଳାଳି ଗ୍ୟାରୀ ନେଭିଲେ ସହାୟତାର ହାତ ବଢ଼ାଇଛନ୍ତି। ନ୍ୟାଶନାଲ ହେଲ୍‌ଥ ସର୍ଭିସ (ଏନ୍‌ଏଚ୍‌ଏସ୍‌) ଷ୍ଟାଫ୍‌ଙ୍କ ଲାଗି ନେଭିଲେ ମାଞ୍ଚେଟରରେ ଥିବା ନିଜର ୨ଟି ହୋଟେଲରେ ମାଗଣା ରହିବା ବ୍ୟବସ୍ଥା ଉପଲବ୍ଧ କରିଛନ୍ତି। ଏହି ହୋଟେଲ ୨ଟି ଏବେ ସାଧାରଣ ଲୋକଙ୍କ ପାଇଁ ବନ୍ଦ ହୋଇଯାଇଛି। ଦୁଇଟି ଯାକ ହୋଟେଲରେ ୧୭୬ ବେଡ୍‌ ରହିଛି, ଯେଉଁଥିରେ ଏନ୍‌ଏଚ୍‌ଏସ୍‌ ଓ ଅନ୍ୟ ମେଡିକାଲ ଷ୍ଟାଫ୍‌ ମାଗଣାରେ ରହିପାରିବେ ବୋଲି ଏହି ଡିଫେଣ୍ଡର ଖେଳାଳି ଘୋଷଣା କରିଛନ୍ତି। ସାଧାରଣଙ୍କ ଲାଗି ହୋଟେଲ ବନ୍ଦ ହୋଇଯାଇଥିଲେ ମଧ୍ୟ ଏହାର କର୍ମଚାରୀ ସେଠାରେ ରହି ଡାକ୍ତର, ନର୍ସ, ମେଡିକାଲ ଷ୍ଟାଫ୍‌ଙ୍କୁ ସର୍ଭିସ ଯୋଗାଇବେ। ‘ଏହା ଏଭଳି ଏକ ସମୟ ଯେତେବେଳେ କି ସମଗ୍ର ଉଦ୍ଦ୍ୟୋଗ ଜଗତ ଏକଜୁଟ ହେବା ଆବଶ୍ୟବ ରହିଛି। ସେହି ଲୋକମାନଙ୍କ ପାଇଁ ଯେଉଁମାନେ ଆଗାମୀ ଦିନରେ ଅଧିକ ଆବାସ ଆବଶ୍ୟକ କରିବେ’ ବୋଲି ନେଭିଲେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ପୂର୍ବତନ ସାଥୀ ଖେଳାଳି ର଼୍ୟାନ୍‌ ଗିଜିଙ୍କ ସହ ମିଶି ନେଭିଲେ ଏହି ୨ଟି ହୋଟେଲ ପ୍ରତିଷ୍ଠା କରିଛନ୍ତି। ଓଲ୍ଡ ଟ୍ରାଫୋର୍ଡରେ ‘ହୋଟେଲ ଫୁଟ୍‌ବଲ’ ଏବଂ ସିଟି ସେଣ୍ଟରରେ ‘ଦି ଷ୍ଟାକ୍‌ ଏକ୍ସଚେଞ୍ଜ ହୋଟେଲ’ ନାମରେ ଏହି ୨ଟି ହୋଟେଲ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କାନାଡା ବିପକ୍ଷରୁ ଭାରତର ଅଭିଯାନ

ନୂଆଦିଲ୍ଲୀ, ୨୪।୬ (ପି.ଟି.): ଚିଲି ରାଜଧାନୀ ସାଣ୍ଟିଆଗୋଠାରେ ନଭେମ୍ବର ୨୯ରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ ଅନୁଷ୍ଠିତ ହେବ। ଏହି...

ଐତିହାସିକ ପିଙ୍କ୍‌ବଲ ଟେଷ୍ଟ ଆରମ୍ଭ; ଈଶାନ୍ତ, ଉମେଶଙ୍କ ଚମତ୍କାର ବୋଲିଂ

କୋଲକାତା, ୨୨।୧୧- କୋଲକାତାର ଇଡେନ ଗାର୍ଡେନରେ ଶୁକ୍ରବାର ଆରମ୍ଭ ହୋଇଛି ଐତିହାସିକ ଦିବାରାତ୍ର (ପିଙ୍କ୍‌ବଲ୍‌) କ୍ରିକେଟ ଟେଷ୍ଟ। ଚଳିତ ଭାରତ-ବାଂଲାଦେଶ କ୍ରିକେଟ ସିରିଜର ଏହା ହେଉଛି...

‘ଆମେ ଖେଳିବାକୁ ଆସିଛୁ’

ଜୟପୁର,୧୫।୧୧: ଆସନ୍ତା ୧୭ ତାରିଖରୁ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌। ବର୍ତ୍ତମାନ ନୂଆଦିଲ୍ଲୀ ଭଳି...

ଆଜି କଟକ ଆସିବେ ରାଇନା ଓ ପ୍ରଜ୍ଞାନ

କଟକ ଅଫିସ,୧୫।୨: ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ସୁରେଶ ରାଇନା ଏବଂ ପ୍ରଜ୍ଞାନ ଓଝା ବୁଧବାର କଟକ ଆସିବେ। ଗୁରୁଡିଝାଟିଆର କପୁରସିଂହ ଖେଳ ପଡ଼ିଆରେ ଏମଜିଏମ ସ୍କୁଲ...

ଖେଳରତ୍ନ ଚାନୁଙ୍କ ନାମ ଅର୍ଜୁନ ପାଇଁ ସୁପାରିସ

ନୂଆଦିଲ୍ଲୀ, ୨୮ା୫(ପି.ଟି.)- ଦେଶର ସର୍ବୋଚ୍ଚ ଖେଳରତ୍ନ କ୍ରୀଡ଼ା ପୁରସ୍କାର ପାଇ ସାରିଥିଲେ ହେଁ ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଭାରତୀୟ ଭାରୋତ୍ତୋଳନ ସଂଘ (ଆଇଡବ୍ଲ୍ୟୁଏଲଏଫ)ପକ୍ଷରୁ ତାରକା ଭାରୋତ୍ତୋଳିକା...

ଗୋକୁଳମ୍‌ କେରଳ ଜିତିଲା ଡୁରାଣ୍ଡ୍‌ କପ୍‌

କୋଲକାତା, ୨୫।୮ (ପି.ଟି.)- ଟାଇଟଲ୍‌ ଫେଭରାଇଟ୍‌ ମୋହନ ବାଗାନକୁ ପରାସ୍ତ କରି ଗୋକୁଳମ୍‌ କେରଳ ଏଫ୍‌ସି ସମ୍ମାନଜନକ ଡୁରାଣ୍ଡ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ୧୨୯ତମ ସଂସ୍କରଣରେ...

ଓଡ଼ିଶା ଏଫ୍‌ସି ସହ ଶୁଭମଙ୍କ ଚୁକ୍ତି ମିଆଦ ବୃଦ୍ଧି

ଭୁବନେଶ୍ୱର, ୩୦ା୪(କ୍ରୀଡ଼ା ପ୍ରତିନିଧି)-ଯାହା ଆଶା କରାଯାଉଥିଲା ତାହା ହିଁ ହେଲା। ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଗତ ସିଜନଠାରୁ ଭୁବନେଶ୍ୱର ଭିତ୍ତିକ ହୋଇଥିବା ଫ୍ରାଞ୍ଚାଇଜ୍‌ ଓଡ଼ିଶା...

ରୋହିତ-କୋହଲିଙ୍କ ମଧ୍ୟରୁ କାହାକୁ ମିଳେ କେତେ ପାରିଶ୍ରମିକ

ନୂଆଦିଲ୍ଲୀ.୧୦।୧୨: ଭାରତୀୟ କ୍ରିକେଟ ଦଳକୁ ଆଗକୁ ନେବା ଦାୟିତ୍ୱ ଏବେ ରୋହିତ ଶର୍ମାଙ୍କ କାନ୍ଧକୁ ଆସିଛି। ମୁମ୍ବାଇର ଏହି ତାରକା ଖେଳାଳିଙ୍କୁ ଭାରତୀୟ ଦିନିକିଆ ଏବଂ...

Advertisement
Archives

Model This Week