Posted inଖେଳ

ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ନୋଟିସ୍‌: ଏଥିକ୍ସ ଅଫିସରଙ୍କ ଆଗରେ ହାଜର ହେବେ, କପିଳ ଦେବ, ଗାଏକ୍ୱାଡ୍‌

ଏଥିକ୍ସ ଅଫିସରଙ୍କ ଆଗରେ ହାଜର ହେବେ, କପିଳ ଦେବ, ଗାଏକ୍ୱାଡ୍‌
ନୂଆଦିଲ୍ଲୀ, ୧୭ା୧୨ (ପି.ଟି.)- ଚଳିତ ମାସର ପରବର୍ତ୍ତୀ ଭାଗରେ ଭାରତୀୟ କ୍ରିକେଟ କଣ୍ଟ୍ରେଲ ବୋର୍ଡ(ବିସିସିଆଇ) ଏଥିକ୍ସ ଅଫିସର ଡି.କେ. ଜୈନଙ୍କ ନିକଟରେ କପିଳ ଦେବ ଏବଂ ଅଂଶୁମାନ ଗାଏକ୍ୱାଡଙ୍କୁ ହାଜର ହେବାକୁ ପଡ଼ିବ। ଉଭୟେ ଯଦିଓ କ୍ରିକେଟ ଉପଦେଷ୍ଟା କମିଟି (ସିଏସି)ରୁ ସେମାନଙ୍କ ଇସ୍ତଫା ଦେଇ ସାରିଛନ୍ତି ସେମାନଙ୍କ ବିରୋଧରେ ଅଣାଯାଇଥିବା ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଅଭିଯୋଗ ସମ୍ପର୍କରେ ସଫେଇ ଦେବାକୁ ପଡ଼ିବ। ସେପ୍ଟେମ୍ବରରେ ମଧ୍ୟ ପ୍ରଦେଶ କ୍ରିକେଟ ଆସୋସଏଶନ (ଏମପିସିଏ)ର ଆଜୀବନ ସଦସ୍ୟ ସଞ୍ଜୀବ ଗୁପ୍ତା ଙ୍କ ଅଭିଯୋଗ ପରେ କିପଳ ଦେବ ଏବଂ ଗାଏକ୍ୱାଡ ସିଏସିରୁ ସେମାନଙ୍କର ଇସ୍ତଫା ଦେଇଥିଲେ। ସିଏସିର ଅନ୍ୟ ଜଣେ ସଦସ୍ୟ ଥିଲେ ଶାନ୍ତା ରାଙ୍ଗାସ୍ବାମୀ। ଦୁଇଜଣଙ୍କ ଇସ୍ତଫା ଦ୍ୱାରା ସିଏସି ଅସ୍ଥିତ୍ୱ ହରାଇଥିଲା। ପଦ ତ୍ୟାଗ କରିଥିଲେ ସୁଦ୍ଧା ଏଥିକ୍ସ ଅଫିସର କପିଳ ଦେବ ଏବଂ ଗାଏକ୍ୱାଡଙ୍କୁ ଠାରୁ କେତେକ ବିଷୟରେ ସଫେଇ ଚାହିଁଛନ୍ତି। ଡିସେମ୍ବର ୨୭ ଓ ୨୮ରେ ଉଭୟଙ୍କୁ ବ୍ୟକ୍ତିଗତ ଭାବେ ଏଥିକ୍ସ ଅଫିସରଙ୍କ ନିକଟରେ ହାଜର ହେବାକୁ ପଡ଼ିବ। ବିସିସିଆଇ କର୍ମଚାରୀ ମୟଙ୍କ ପାରିଖଙ୍କ ବିରୋଧରେ ମଧ୍ୟ ସ୍ବାଥର୍‌ବ ନିହିତ ଦ୍ୱନ୍ଦ୍ୱ ଅଭିଯୋଗ ଆସିଛି। ତାଙ୍କୁ ଡିସେମ୍ବର ୨୭ରେ ହାଜର ହେବାକୁ କୁହାଯାଇଛି। ସେ ବିସିସିଆଇର ମ୍ୟାନେଜମେଣ୍ଟ ଟିମ୍‌ରେ ରହିଛନ୍ତି। ଏହାଛଡ଼ା ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମସିଏ)ରେ ତାଙ୍କର ଭୋଟ ଦେବା ଅଧିକାର ସହ ବିଭିନ୍ନ କ୍ଲବ ସହିତ ସମ୍ପୃକ୍ତି ରହିଛି। କପିଳ ଦେବଙ୍କ ନେତୃତ୍ୱରେ ସିଏସି କାର୍ଯ୍ୟକରୁଥିବାବେଳେ ପୁରୁଷ ଓ ମହିଳା ଅଧିନାୟକ ନିଯୁକ୍ତି ହୋଇଥିଲା। ବିଶ୍ୱକପ୍‌ ବିଜୟୀ ଅଧିନାୟକ ପୂର୍ବରୁ ସଫେଇ ଦେଇ କହିଥିଲେ, ଯେହେତୁ ସେ ଏକ ଅବୈତନିକ ପଦବୀରେ ଅଛନ୍ତି ଏକ୍ଷେତ୍ରରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ପ୍ରଜୁଯ୍ୟ ନୁହେଁ। ଗାଏକ୍ୱାଡ ଏହି କଥାକୁ ସମର୍ଥନ କରିଥିଲେ। ଭାରତୀୟ କ୍ରିକେଟରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଏକ ଜଟିଳ ପ୍ରସଙ୍ଗ। ଏହି ବିଷୟରେ ବୋର୍ଡ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଚାହିଁଥିଲା। ବର୍ତ୍ତମାନ ପ୍ରଚଳିତ ସମ୍ବିଧାନ ଅନୁସାରେ ଜଣେ ବ୍ୟକ୍ତି ଏକ ସମୟରେ ଦୁଇଟି ପଦବୀରେ ରହି ପାରିବେ ନାହିଁ। ଗୁପ୍ତାଙ୍କ ଅଭିଯୋଗ ଥିଲା କିପଳ ଦେବ ଓ ଗାଏକ୍ୱାଡଙ୍କର କ୍ରିକେଟରେ ଏକାଧିକ ଭୂମିକା ରହିଛି। ୧୯୮୩ ବିଶ୍ୱକପ୍‌ ବିଜୟୀ ଅଧିନାୟକ କପିଳ ଦେବ ସିଏସିର ଅଂଶବିଶେଷ ବ
ବ୍ୟତୀତ ଏକଧାରାରେ ଜଣେ ଭାଷ୍ୟକାର, ଫ୍ଲଡଲାଇଟ କମ୍ପାନୀର ମାଲିକ, ଇଣ୍ଡିଆନ କ୍ରିକେଟର୍ସ ଆସୋସିଏଶନର ନିର୍ଦ୍ଦେଶକ ଥିଲେ। ସେହିପରି ଗୁପ୍ତା ଅଭିଯୋଗ କରିଥିଲେ ଗାଏକ୍ୱାଡଙ୍କର ନିଜସ୍ବ ଏକ ଏକାଡେମୀ ରହିଛି। ସେ ବିିସିସିଆଇ ଆଫିଶେଶନ କମିଟିର ଜଣେ ସଦସ୍ୟ ମଧ୍ୟ ଅଛନ୍ତି। ଅଭିଯୋଗକୁ ଭିତି କରି ଏଥିକ୍ସ ଅଫିସର ନୋଟିସ ଜାରି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା’ପରେ…

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା…

୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର

ବେଙ୍ଗାଲୁରୁ,୩୦ା୫: କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ଶନିବାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଜୁନ୍‌ ୩ରେ ସେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri