Posted inଖେଳ

ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ନୋଟିସ୍‌: ଏଥିକ୍ସ ଅଫିସରଙ୍କ ଆଗରେ ହାଜର ହେବେ, କପିଳ ଦେବ, ଗାଏକ୍ୱାଡ୍‌

ଏଥିକ୍ସ ଅଫିସରଙ୍କ ଆଗରେ ହାଜର ହେବେ, କପିଳ ଦେବ, ଗାଏକ୍ୱାଡ୍‌
ନୂଆଦିଲ୍ଲୀ, ୧୭ା୧୨ (ପି.ଟି.)- ଚଳିତ ମାସର ପରବର୍ତ୍ତୀ ଭାଗରେ ଭାରତୀୟ କ୍ରିକେଟ କଣ୍ଟ୍ରେଲ ବୋର୍ଡ(ବିସିସିଆଇ) ଏଥିକ୍ସ ଅଫିସର ଡି.କେ. ଜୈନଙ୍କ ନିକଟରେ କପିଳ ଦେବ ଏବଂ ଅଂଶୁମାନ ଗାଏକ୍ୱାଡଙ୍କୁ ହାଜର ହେବାକୁ ପଡ଼ିବ। ଉଭୟେ ଯଦିଓ କ୍ରିକେଟ ଉପଦେଷ୍ଟା କମିଟି (ସିଏସି)ରୁ ସେମାନଙ୍କ ଇସ୍ତଫା ଦେଇ ସାରିଛନ୍ତି ସେମାନଙ୍କ ବିରୋଧରେ ଅଣାଯାଇଥିବା ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଅଭିଯୋଗ ସମ୍ପର୍କରେ ସଫେଇ ଦେବାକୁ ପଡ଼ିବ। ସେପ୍ଟେମ୍ବରରେ ମଧ୍ୟ ପ୍ରଦେଶ କ୍ରିକେଟ ଆସୋସଏଶନ (ଏମପିସିଏ)ର ଆଜୀବନ ସଦସ୍ୟ ସଞ୍ଜୀବ ଗୁପ୍ତା ଙ୍କ ଅଭିଯୋଗ ପରେ କିପଳ ଦେବ ଏବଂ ଗାଏକ୍ୱାଡ ସିଏସିରୁ ସେମାନଙ୍କର ଇସ୍ତଫା ଦେଇଥିଲେ। ସିଏସିର ଅନ୍ୟ ଜଣେ ସଦସ୍ୟ ଥିଲେ ଶାନ୍ତା ରାଙ୍ଗାସ୍ବାମୀ। ଦୁଇଜଣଙ୍କ ଇସ୍ତଫା ଦ୍ୱାରା ସିଏସି ଅସ୍ଥିତ୍ୱ ହରାଇଥିଲା। ପଦ ତ୍ୟାଗ କରିଥିଲେ ସୁଦ୍ଧା ଏଥିକ୍ସ ଅଫିସର କପିଳ ଦେବ ଏବଂ ଗାଏକ୍ୱାଡଙ୍କୁ ଠାରୁ କେତେକ ବିଷୟରେ ସଫେଇ ଚାହିଁଛନ୍ତି। ଡିସେମ୍ବର ୨୭ ଓ ୨୮ରେ ଉଭୟଙ୍କୁ ବ୍ୟକ୍ତିଗତ ଭାବେ ଏଥିକ୍ସ ଅଫିସରଙ୍କ ନିକଟରେ ହାଜର ହେବାକୁ ପଡ଼ିବ। ବିସିସିଆଇ କର୍ମଚାରୀ ମୟଙ୍କ ପାରିଖଙ୍କ ବିରୋଧରେ ମଧ୍ୟ ସ୍ବାଥର୍‌ବ ନିହିତ ଦ୍ୱନ୍ଦ୍ୱ ଅଭିଯୋଗ ଆସିଛି। ତାଙ୍କୁ ଡିସେମ୍ବର ୨୭ରେ ହାଜର ହେବାକୁ କୁହାଯାଇଛି। ସେ ବିସିସିଆଇର ମ୍ୟାନେଜମେଣ୍ଟ ଟିମ୍‌ରେ ରହିଛନ୍ତି। ଏହାଛଡ଼ା ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମସିଏ)ରେ ତାଙ୍କର ଭୋଟ ଦେବା ଅଧିକାର ସହ ବିଭିନ୍ନ କ୍ଲବ ସହିତ ସମ୍ପୃକ୍ତି ରହିଛି। କପିଳ ଦେବଙ୍କ ନେତୃତ୍ୱରେ ସିଏସି କାର୍ଯ୍ୟକରୁଥିବାବେଳେ ପୁରୁଷ ଓ ମହିଳା ଅଧିନାୟକ ନିଯୁକ୍ତି ହୋଇଥିଲା। ବିଶ୍ୱକପ୍‌ ବିଜୟୀ ଅଧିନାୟକ ପୂର୍ବରୁ ସଫେଇ ଦେଇ କହିଥିଲେ, ଯେହେତୁ ସେ ଏକ ଅବୈତନିକ ପଦବୀରେ ଅଛନ୍ତି ଏକ୍ଷେତ୍ରରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ପ୍ରଜୁଯ୍ୟ ନୁହେଁ। ଗାଏକ୍ୱାଡ ଏହି କଥାକୁ ସମର୍ଥନ କରିଥିଲେ। ଭାରତୀୟ କ୍ରିକେଟରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଏକ ଜଟିଳ ପ୍ରସଙ୍ଗ। ଏହି ବିଷୟରେ ବୋର୍ଡ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଚାହିଁଥିଲା। ବର୍ତ୍ତମାନ ପ୍ରଚଳିତ ସମ୍ବିଧାନ ଅନୁସାରେ ଜଣେ ବ୍ୟକ୍ତି ଏକ ସମୟରେ ଦୁଇଟି ପଦବୀରେ ରହି ପାରିବେ ନାହିଁ। ଗୁପ୍ତାଙ୍କ ଅଭିଯୋଗ ଥିଲା କିପଳ ଦେବ ଓ ଗାଏକ୍ୱାଡଙ୍କର କ୍ରିକେଟରେ ଏକାଧିକ ଭୂମିକା ରହିଛି। ୧୯୮୩ ବିଶ୍ୱକପ୍‌ ବିଜୟୀ ଅଧିନାୟକ କପିଳ ଦେବ ସିଏସିର ଅଂଶବିଶେଷ ବ
ବ୍ୟତୀତ ଏକଧାରାରେ ଜଣେ ଭାଷ୍ୟକାର, ଫ୍ଲଡଲାଇଟ କମ୍ପାନୀର ମାଲିକ, ଇଣ୍ଡିଆନ କ୍ରିକେଟର୍ସ ଆସୋସିଏଶନର ନିର୍ଦ୍ଦେଶକ ଥିଲେ। ସେହିପରି ଗୁପ୍ତା ଅଭିଯୋଗ କରିଥିଲେ ଗାଏକ୍ୱାଡଙ୍କର ନିଜସ୍ବ ଏକ ଏକାଡେମୀ ରହିଛି। ସେ ବିିସିସିଆଇ ଆଫିଶେଶନ କମିଟିର ଜଣେ ସଦସ୍ୟ ମଧ୍ୟ ଅଛନ୍ତି। ଅଭିଯୋଗକୁ ଭିତି କରି ଏଥିକ୍ସ ଅଫିସର ନୋଟିସ ଜାରି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗ୍ରାଣ୍ଡସ୍ଲାମରୁ ସାନିଆଙ୍କ ବିଦାୟ

ମେଲବୋର୍ନ,୨୮ା୧(ପି.ଟି.): ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଟେନିସ୍‌ ଟୁର୍ନାମେଣ୍ଟର ମିକ୍ସଡ ଡବଲ୍ସ ବର୍ଗରେ ରନର୍ସ ଅପ୍‌ ହେବା ସହିତ ଗ୍ରାଣ୍ଡସ୍ଲାମ କ୍ୟାରିୟରକୁ ବିଦାୟ ଜଣାଇଛନ୍ତି ଭାରତୀୟ ଟେନିସ...

ବୃହତ୍‌ ବିଜୟ ସହ ଖୋଲିଲା ପଏଣ୍ଟ ଖାତା

ଆବୁଧାବି,୩।୧୧: ଲଗାତାର ଦୁଇ ପରାଜୟ ପରେ ଚଳିତ ଟି୨୦ ବିଶ୍ୱକପ୍‌ରେ ବିଜୟ ସ୍ବାଦ ଚାଖିଛି ଭାରତୀୟ ଦଳ। ବୁଧବାର ଖେଳାଯାଇଥିବା ସୁପର-୧୨ ପର୍ଯ୍ୟାୟର ମ୍ୟାଚ୍‌ରେ ବିରାଟ...

ମଜୁରି ଲାଗୁଥିବା କୁସ୍ତିଯୋଦ୍ଧାଙ୍କ ସହାୟତା ପାଇଁ ହାତ ବଢ଼ାଇଲା କ୍ରୀଡ଼ା ମନ୍ତ୍ରଣାଳୟ

ନୂଆଦିଲ୍ଲୀ, ୫।୨ – ମଜୁରିଆ ଭାବେ କାର୍ଯ୍ୟ କରୁଥିବା ମଧ୍ୟପ୍ରଦେଶର ଜଣେ କୁସ୍ତିଯୋଦ୍ଧା ସନ୍ନି ଯାଦବଙ୍କୁ କ୍ରୀଡ଼ା ମନ୍ତ୍ରଣାଳୟ ୨.୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ...

ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ୍‌ ପରାଜୟ ପଛରେ ବିସିସିଆଇ ମେଡିକାଲ ଅଫିସର

ନୂଆଦିଲ୍ଲୀ,୧୩।୮: ଗତ ମାସରେ ଟି୨୦ ସିରିଜ୍‌ରେ ଶ୍ରୀଲଙ୍କା ଠାରୁ ୧-୨ରେ ପରାସ୍ତ ହୋଇଥିଲା ଭାରତୀୟ ଦଳ। ଏହାର କାରଣ ଅନ୍ତିମ ଦୁଇ ମ୍ୟାଚ୍‌ ଲାଗି ଟିମ୍‌...

ଡୋପିଂ: ନିଜକୁ ନିର୍ଦ୍ଦୋଷ ବୋଲି ପ୍ରମାଣ କରିବେ ଜ୍ୟାକ୍‌

ମେଲବୋର୍ନ,୨୮ା୭ (ଏଏଫ୍‌ପି)-ରିଲେ ବିଶ୍ୱରେକର୍ଡ ଅଧିକାରିଣୀ ଶାୟନା ଜ୍ୟାକ୍‌ ନିଜକୁ ଦୋଷମୁକ୍ତ ବୋଲି ପ୍ରମାଣ କରିବେ ବୋଲି କହିଛନ୍ତି। ଅଷ୍ଟ୍ରେଲିଆର ଏହି ଆଥଲେଟ୍‌ ଏକ ନିଷିଦ୍ଧ ଦ୍ରବ୍ୟଯୁକ୍ତ...

କରୋନା ଭାଇରସ୍‌: ସେଫିଲ୍ଡ ସିଲ୍ଡ୍‌ ଫାଇନାଲ ରାଉଣ୍ଡ ବାତିଲ

ମେଲବୋର୍ନ, ୧୫।୩(ପି.ଟି.)- ଅଷ୍ଟ୍ରେଲିଆର ଶ୍ରେଷ୍ଠ ପ୍ରଥମ ଶ୍ରେଣୀ ଲିଗ୍‌ ଭାବେ ଜଣାଶୁଣା ଥିବା ସେଫିଲ୍ଡ ସିଲ୍ଡର ପାଇନାଲ ରାଉଣ୍ଡକୁ ବାତିଲ କରିବାକୁ କ୍ରିକେଟ ଅଷ୍ଟ୍ରେଲିଆ (ସିଏ)...

ଲଞ୍ଚ୍‌ ପର୍ଯ୍ୟନ୍ତ ଭାରତର ସ୍କୋର ୧/୮୨

କାନପୁର,୨୫।୧୧: ଶୁଭମନ ଗିଲଙ୍କ ଅର୍ଦ୍ଧଶତକୀୟ ଇନିଂସ ଆଧାରରେ ଭାରତ ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ମଧ୍ୟାହ୍ନ ଭୋଜନ ବିରତି ପର୍ଯ୍ୟନ୍ତ ଗୋଟିଏ ଉଇକେଟ ହରାଇ...

ବେଲ୍‌ଜିଆନ ଗ୍ରାଁ ପ୍ରି ଜିତିଲେ ହାମିଲଟନ

ସ୍ପା-ଫ୍ରାଙ୍କୋରଚାମ୍ପ୍ସ, ୩୦ା୮ (ଏପି)-ମର୍ସିଡିଜ୍‌ର ଲୁଇସ୍‌ ହାମିଲଟନ ବେଲ୍‌ଜିଆନ ଫର୍ମୁଲା ଓ୍ବାନ୍‌ ମୋଟର ରେସ୍‌ ଜିତିଛନ୍ତି। ଏହା ହେଉଛି ତାଙ୍କ କ୍ୟାରିୟରର ୮୯ତମ ଟାଇଟଲ। ଫର୍ମୁଲା ଓ୍ବାନ...

Advertisement
Archives

Model This Week