ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କୁ ସୁପ୍ରିମକୋର୍ଟରୁ ଜାମିନ

ବାଲିଗୁଡା,୬ା୧୨(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଜଲେଶପଟ୍ଟା ଆଶ୍ରମରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ୨୦୦୮, ଅଗଷ୍ଟ ୨୩ରେ ହତ୍ୟା କରାଯାଇଥିଲା। ଏହି ମାମଲାରେ ୫ ଅଭିଯୁକ୍ତଙ୍କୁ ଫୁଲବାଣୀ ଜିଲା କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଫଳରେ ଅଭିଯୁକ୍ତମାନେ ଜେଲ୍‌ରେ ଥିଲେ। ଏବେ ସେମାନଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଛି। ଦୁର୍ଯ୍ୟୋଧନ ସୁନାମାଝି, ଭାସ୍କର ସୁନାମାଝି ଓ ମୁଣ୍ଡା ବଡମାଝି ମୁକୁଳିଛନ୍ତି। ଅନ୍ୟ ୨ଜଣ ବୁଦ୍ଧଦେବ ନାୟକ ଭଞ୍ଜନଗର ଜେଲ୍‌ ଓ ସନାତନ ବଡ଼ମାଝି ଏମ୍‌. ରାମପୁର ଜେଲରୁ ମୁକୁଳିବେ। ଅଭିଯୁକ୍ତମାନେ ହତ୍ୟା ମାମଲାରେ ଆଜୀବନ ସଜା କାଟୁଥିବା ବେଳେ ରାଜ୍ୟ ମିଥ୍ୟା ମୋକଦ୍ଦମା ବିରୋଧୀ ଅଭିଯାନ ଓ ଖବରଦାତାଙ୍କ ପକ୍ଷରୁ ଉଭୟ ରାଜ୍ୟ ଓ ଜାତୀୟସ୍ତରରେ ଏମାନଙ୍କୁ ମୁକ୍ତି ଦେବାକୁ ପ୍ରୟାସ କରାଯାଇଥିଲା। ଗତ ୨୬ ତାରିଖ ସମ୍ବିଧାନ ଦିବସରେ ସୁପ୍ରିମକୋର୍ଟ ଏହି ୫ ଅଭିଯୁକ୍ତଙ୍କୁ ଜାମିନ ଦେଇଥିଲେ। ଗୁରୁବାର ବାଲିଗୁଡା ଉପଖଣ୍ଡ କାରାଗାରରେ ସଜା କାଟୁଥିବା ଦୁର୍ଯ୍ୟୋଧନ, ଭାସ୍କର ଓ ମୁଣ୍ଡା ମୁକୁଳିଛନ୍ତି। ଅନ୍ୟ ୨ଜଣ ବୁଦ୍ଧଦେବ ଓ ସନାତନ ମୁକୁଳିବେ ବୋଲି ଜଣାପଡିଛି । ଦୀର୍ଘ ୧୧ ବର୍ଷ ପରେ ଜାମିନ ପାଇଥିବାରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ବାଗତ କରିବା ସହ ଆଗାମୀ ଦିନରେ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବେ ବୋଲି ପ୍ରତିକ୍ରିୟାରେ ଦୁର୍ଯ୍ୟୋଧନ, ଭାସ୍କର ଓ ମୁଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ବିମାନ ସେବା ପାଇଁ ବୁକିଂ ଆରମ୍ଭ କଲା ଏୟାର ଏସିଆ

ଭୁବନେଶ୍ୱର, ୨୩-୧୦(ବ୍ୟୁରୋ):ଏୟାର ଏସିଆ ଭୁବନେଶ୍ୱରରୁ ବେଙ୍ଗାଲୁରୁ, କଲିକତା ଓ ହାଇଦ୍ରାବାଦକୁ ନୂଆ ବିମାନ ଉଡ଼ାଇବ। ଆସନ୍ତା ନଭେମ୍ବର ୧୫ରୁ ଆରମ୍ଭ ହେବାକୁ ଥିବା ଏହି ସେବା...

ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଡିଜିପି ଅଭୟ

ପୁରୀ ଅଫିସ,୧୩।୧୨: ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ ସିଂ ଶୁକ୍ରବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଫେରିଛନ୍ତି। ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବା...

୪୮ ଘଣ୍ଟାରେ ଓଡ଼ିଶା ଛୁଇଁପାରେ ମୌସୁମୀ

ଭୁବନେଶ୍ୱର,୧୫।୬(ବ୍ୟୁରୋ): ଆଗାମୀ ୪୮ ଘଣ୍ଟା ଭିତରେ ଓଡ଼ିଶା ଛୁଇଁପାରେ ମୌସୁମୀ। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।...

ପୁଞ୍ଜିଲାଲଙ୍କ ଅଡୁଆ ବଢ଼ିଲା

କଟକ ଅଫିସ,୧୮ା୧: ବଲାଙ୍ଗୀର ଜିଲା ପାଟଣାଗଡ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ପାଇଁ ଅଡୁଆ ବଢିଛି। ପୁଞ୍ଜିଲାଲଙ୍କ ଜାମିନ ପାଇଁ ତାଙ୍କ...

ରାଜ୍ୟରେ ୨ ହଜାର ତଳେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା

ଭୁବନେଶ୍ୱର,୨୭।୭(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛିି। ମଙ୍ଗଳବାର ରାଜ୍ୟରେ ୧,୬୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୯୩୯...

୫ ବର୍ଷରେ ୪,୫୮୧ ନାମ ପଞ୍ଜୀକରଣ: ନିଯୁକ୍ତି ଶୂନ

ପାରାଦୀପ,୨୪ା୬ (ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପ ବନ୍ଦର ସହରରେ ଅଛି ୧୫ଟି ବୃହତ୍‌ ଶିଳ୍ପ। ଏହା ବ୍ୟତୀତ ଶତାଧିକ କ୍ଷୁଦ୍ରଶିଳ୍ପ, ଠିକା ସଂସ୍ଥା, ପାରାଦୀପ ବନ୍ଦର,...

ଦାରିଙ୍ଗବାଡ଼ିରେ ଶୀତ ଅବ୍ୟାହତ: ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ

ଦାରିଙ୍ଗବାଡ଼ି,୨୫।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଶୀତ ଅବ୍ୟାହତ ରହିଛି। ପାଗ ଶୁଖିଲା ରହିବା ସହ ବୁଧବାର ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ତଳକୁ ଖସିଆସିଥିବା ବ୍ଲକ...

ଏଣିକି ସ୍ବାଧୀନତା ସଂଗ୍ରାମୀମାନଙ୍କୁ ‘ମାନ୍ୟବର’ ସମ୍ବୋଧନ

ଭୁବନେଶ୍ୱର,୧୪।୮(ବ୍ୟୁରୋ): ଏଣିକି ସ୍ବାଧୀନତା ସଂଗ୍ରାମୀମାନଙ୍କୁ ‘ମାନ୍ୟବର’ ସମ୍ବୋଧନ କରାଯିବ। ସ୍ବାଧୀନତା ସଂଗ୍ରାମରେ ସେମାନଙ୍କ ମହନୀୟ ଅବଦାନକୁ ସମ୍ମାନ ଜଣାଇ ରାଜ୍ୟ ସରକାର ସ୍ବାଧୀନତା ସଂଗ୍ରାମୀମାନଙ୍କୁ ସଭାସମିତିରେ...

Advertisement
Archives

Model This Week