ସ୍ବାମୀଙ୍କ ମୃତ୍ୟୁକୁ ଦୁଇ ବର୍ଷ ବିତିଥିଲେ ସୁଦ୍ଧା ସାଏବାନିଙ୍କୁ ମିଳିନି ବିଧବା ଭତ୍ତା

ଭତ୍ତାଲାଠୋର,(ଡି.ଏନ୍‌.ଏ.):୧୯।୬: ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଆଁଝର ପଞ୍ଚାୟତ ଅଧୀନ ଚାଉଲଡିଆ ଗ୍ରାମର ସାଏବାନି ରଣା (୫୫)ଙ୍କୁ ବିଧବା ଭତ୍ତା ମିଳି ନ ଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ଦୁଇ ବର୍ଷ ପୂର୍ବେ ସାଏବାନିଙ୍କ ସ୍ବାମୀଙ୍କ ଯକ୍ଷ୍ମାରେ ମୃତ୍ୟୁ ଘଟିଥିଲା। ମାତ୍ର ଏଯାବତ୍‌ ତାଙ୍କୁ ସାମାଜିକ କଲ୍ୟାଣ ଯୋଜନାରେ ସାମିଲ୍‌ କରି ଭତ୍ତା ପ୍ରଦାନ କରାଯାଇ ନ ଥିବା ସେ ଅଭିଯୋଗ କରିଛନ୍ତି। ଏ ନେଇ ଆବଶ୍ୟକୀୟ କାଗଜପତ୍ର ଏକତ୍ରିତ କରି ପଞ୍ଚାୟତଠାରୁ ବ୍ଲକ ପର୍ଯ୍ୟନ୍ତ ଯାଇଥିଲେ ହେଁ ତାଙ୍କୁ ଭତ୍ତା ମିଳି ନାହିଁ। ସେ ଗରୀବ ଶ୍ରେଣୀର ହୋଇଥିବାରୁ କୌଣସି ଉପାୟ ନ ପାଇ ମଜୁରୀ ଲାଗୁଛନ୍ତି। ଏନେଇ କରୁଆଁଝର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପୃଥୀରାଜ ରାଉତଙ୍କୁ ଯୋଗାଯୋଗ କରିବାରୁ ସେ କୁହନ୍ତି, ତାଙ୍କର କାଗଜ ପତ୍ର ଦେଖି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ। ତେବେ ଯଥା ଶୀଘ୍ର ତାଙ୍କୁ ଭତ୍ତା ଯୋଗାଇ ଦେବା ପାଇଁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ଲାଇସେନ୍ସ ରଦ୍ଦ ମାମଲା : ପକ୍ଷ ଶୁଣିବାକୁ ଏନ୍‌ଏଚ୍‌ଆର୍‌ସିଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ଅଫିସ,୧୩ା୯: ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ଲାଇସେନ୍ସ ରଦ୍ଦ ପାଇଁ ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି)ଙ୍କ ନିର୍ଦ୍ଦେଶ ଉପରେ ଗୁରୁବାର ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ଏନ୍‌ଏଚ୍‌ଆର୍‌ସିଙ୍କ...

ଖାଦ୍ୟ ବିଷାକ୍ତରୁ ୩ ଭାଇଭଉଣୀଙ୍କ ଜୀବନ ଗଲା, ଦୁଇ ଗୁରୁତର

ମାଲକାନଗିରି,୧୫ା୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା କଚେଲି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଖାଦ୍ୟ ବିଷାକ୍ତରୁ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ...

ଜୀବିକା ପାଇଁ ଜୀବନ ବିପଦ

ମହାକାଳପଡ଼ା,୨୩।୩ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମହାନଦୀ, ଲୁଣା, ପାଇକା, ଗୋବରୀ ଆଦି ନଦୀ ରହିଛି। ଗଭୀର ନଦୀରେ ବୁଡି ଶ୍ରମିକମାନେ ପେଟ ପାଟଣା...

ଶିକ୍ଷକଙ୍କ ଘରେ କଳାକନା ବୁଲାଇଲେ ଚୋର, ନେଇଗଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର

ବ୍ରହ୍ମପୁର ଅଫିସ,୧୩।୩: ଶୁକ୍ରବାର ବିଳମ୍ବିତ ରାତିରେ ସଦର ଥାନା ଅନ୍ତର୍ଗତ ନିମଖଣ୍ଡି ରଘୁନାଥ ମନ୍ଦିର ସାହିରେ ରହୁଥିବା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୀମାଞ୍ଚଳ ସାସମଲଙ୍କ ଘରେ...

ପୂର୍ବ ଭାରତ ବିକାଶର ରୋଡ୍‌ ମ୍ୟାପ୍‌ରେ ଓଡ଼ିଶା:  ମୋଦି ସରକାରଙ୍କ ଦ୍ୱିତୀୟଥର ପ୍ରଥମବର୍ଷର ସଫଳତା ବଖାଣିଲେ କେନ୍ଦ୍ରମନ୍ତ୍ରୀ

ବାଲେଶ୍ୱର ଅଫିସ,୪।୬- କେନ୍ଦ୍ରରେ ମୋଦି ସରକାରଙ୍କର ଦ୍ୱିତୀୟ ପାଳିର ପ୍ରଥମବର୍ଷ ପୂରଣ ହୋଇଛି। ଗୋଟିଏ ବର୍ଷରେ କେନ୍ଦ୍ରୀୟସ୍ତରରେ ହୋଇଥିବା ନିଷ୍ପତ୍ତି ଭାରତ ଇତିହାସର କେବେବି ସମ୍ଭବ...

ସ୍ମାର୍ଟ ହେଲ୍‌ଥ କାର୍ଡ ଖାଲି ମନ୍ତ୍ରୀ ବାଣ୍ଟିବେ, ଆଉ ଆମେ..

ଉମରକୋଟ, ୨୯।୧୧(ସ୍ବ.ପ୍ର.): ସ୍ମାର୍ଟ ହେଲ୍‌ଥ କାର୍ଡ ଖାଲି ମନ୍ତ୍ରୀ ବାଣ୍ଟିବେ, ଆମେ କ’ଣ ଲୋକ ପ୍ରତିନିଧି ନୁହଁ। ଦିନ ରାତି ଲୋକଙ୍କ ପାଇଁ ଖଟୁଛୁ। ମନ୍ତ୍ରୀ...

ମୃତଦେହ ପାଖକୁ ଆସିଲେନି ଘର ଲୋକେ

କେନ୍ଦୁଝର,୧୪।୫(ସ୍ବ.ପ୍ର/ଡି.ଏନ୍‌.ଏ.): କରୋନାରେ ଆକ୍ରାନ୍ତ ହୋଇ ହୋମ୍‌ ଆଇସୋଲେଶନରେ ଥିବା କେନ୍ଦୁଝର ଜିଲା ଶୁଆକାଟୀର ପ୍ରହଲ୍ଲାଦ ସେଠୀଙ୍କ ଗୁରୁବାର ଅପରାହ୍ନରେ ମୃତ୍ୟୁ ଘଟିଥିଲା। ହେଲେ ତାଙ୍କ ମୃତ୍ୟୁ...

ମାସେ ହେଲା ମଣ୍ଡିରୁ ଉଠୁନି ଧାନ

କେସିଙ୍ଗା, ୧୩।୨ (ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରେ ଦୀର୍ଘ ମାସେ ହେଲା ଧାନ ପଡିରହିଛି। ଚାଷୀମାନେ ଶୀତ କାକରରେ ଦିନରାତି ମଣ୍ଡିରେ ଜଗି...

Advertisement
Archives

Model This Week