ସ୍ବାଭାବିକ ହେଉଛି, ଭିଡ଼ ବି ବଢୁଛି

ଭୁବନେଶ୍ୱର,୧୨ା୫(ବ୍ୟୁରୋ): ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ରାଜଧାନୀ ଭୁବନେଶ୍ୱର ଏବେ ବି ରେଡ୍‌ ଜୋନ୍‌ରେ ରହିଛି। ସଂକ୍ରମଣକୁ ଯଥାସମ୍ଭବ ରୋକିବା ପାଇଁ ପୋଲିସ ଓ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ପରିବର୍ତ୍ତିତ କଟକଣା ଲାଗୁ କରାଯାଇଛି। ହେଲେ ଜୀବନ ଜୀବିକା ଓ ଆର୍ଥିକ ବ୍ୟବସ୍ଥା ବିଗୁଡୁଥିବାରୁ ସ୍ଥିତିକୁ ଦୃଷ୍ଟିରେ ରଖି ନିୟମରେ କିଛିଟା କୋହଳ କରାଯାଇଛି। ଫଳରେ କଟକଣା ସହ ରାଜଧାନୀର ସ୍ଥିତି ଧୀରେ ଧୀରେ ସ୍ବାଭାବିକ ହେବାରେ ଲାଗିଛି। ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ କେତେକ ଶିଳ୍ପ ପ୍ରତିଷ୍ଠାନଠାରୁ ଆରମ୍ଭ କରି ଦୋକାନ ବଜାର ଖୋଲିବା ଆରମ୍ଭ କରିଥିବାବେଳେ ରାସ୍ତାରେ ଗାଡିମୋଟର ସଂଖ୍ୟା ବଢ଼ିଲାଣି। ସେହିଭଳି ସାଧାରଣ ଲୋକଙ୍କ ଚଳପ୍ରଚଳ ଦେଖିବାକୁ ମିଳୁଥିବାବେଳେ ହାଟ, ବଜାରରେ ବି ଗହଳି ଜମିଲାଣି।
ରହୁନି ସାମାଜିକ ଦୂରତ୍ୱ
କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତ୍ୱ ହେଉଛି ପ୍ରମୁଖ ଅସ୍ତ୍ର। ଏହାକୁ ଗୁରୁତ୍ୱ ଦିଆଯିବା ସହ କଟକଣାରେ କେତେକ କୋହଳ କରାଯାଇଛି। ହେଲେ ସାଧାରଣ ଲୋକ ହୁଅନ୍ତୁ କି ବ୍ୟବସାୟୀ ଅବ ଅନ୍ୟ କେହି ଏହି ସୁଯୋଗରେ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳୁଛି। ହାଟ ଓ ଦୋକାନରେ ଲୋକେ ଭିଡ଼ ଜମାଇ କିଣାବିକା କରୁଥିବା ଦେଖିବାକୁ ମିଳୁଛି। ବିଶେଷକରି ଆମିଷ ବଜାରରେ ଅଧିକ ଭିଡ଼ ରହୁଛି। ଫଳରେ ରାଜଧାନୀର କରୋନା ସ୍ଥିତି ପୁଣି ବିଗିଡିଯିବା ଆଶଙ୍କା ପ୍ରକାଶ ପାଇଛି।
ଅମାନିଆ ଗାଡ଼ି ଚାଳକ ନେଇଯିବେ ଜୀବନ
କେତେକ ସ୍ଥାନରେ ବ୍ୟାରିକେଡ ରହିଥିବାବେଳେ ଅନେକ ଛକରେ ଟ୍ରାଫିକ ପୋଲିସ ନାହାନ୍ତି। ଏହାର ସୁଯୋଗ ନେଇ ଜାତୀୟ ରାଜପଥଠାରୁ ଆରମ୍ଭ କରି ସହରର ପ୍ରମୁଖ ଓ କଲୋନୀ ରାସ୍ତାରେ ଗାଡ଼ିଗୁଡିକ ଦ୍ରୁତଗତିରେ ଯିଏ ଯୁଆଡେ ପାରୁଛି ଯିବାଆସିବା କରୁଛନ୍ତି। ଫଳରେ କିଛିଦିନ ହେବ ଦୁର୍ଘଟଣା ନ ଥିବା ରାଜଧାନୀ ରାସ୍ତାରେ ଅମାନିଆଙ୍କ ଦ୍ରୁତ ଗାଡ଼ିଚାଳନା ପୁଣି ଜୀବନ ନେବ ବୋଲି କୁହାଯାଉଛି। ସେହିପରି ଅନେକ ବାରିକେଡ଼ରେ ରେଡ଼ିୟମ୍‌ ଲାଗି ନ ଥିବାରୁ ଗାଡ଼ି ଚାଳକ ଅନ୍ଧାରରେ ଜାଣି ନ ପାରି ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି।
ଫ୍ୟାନ୍‌, ଏସି ପାଇଁ ଲାଗିଲାଣି ଭିଡ଼
ଲକ୍‌ଡାଉନ୍‌ ଯୋଗୁ ଲୋକେ ଘରେ ରହୁଛନ୍ତି। ସେଥିପାଇଁ ଘରର ପଙ୍ଖା,ଏସି ଓ କୁଲର ଆଦି ଖରାପ ହୋଇଯାଇଛି। ଏବେ ରାଜଧାନୀରେ ଖରାତାତି ଅତ୍ୟଧିକ ରହୁଥିବାରୁ ଗରମରେ ଲୋକେ ଘରେ ରହିବା କଷ୍ଟକର ହୋଇପଡୁଛି। ତେଣୁ ଏସବୁ ସାମଗ୍ରୀ ପାଇଁ ଦୋକାନରେ ଭିଡ଼ ଜମାଇବା ସହ ଘରକୁ କିଣି ନେଉଥିବା ଦେଖିବାକୁ ମିଳୁଛି।
ଥାନାକୁ ବିପଦ ବସ୍ତି
କମିଶନରେଟ ପୋଲିସରେ ଥିବା ବସ୍ତି ଏବେ ଥାନା ପାଇଁ ଅଡୁଆ ଆଣିଛି। କାରଣ ଏବେ ବସ୍ତିରେ ଅଧିକ ଛୋଟବଡ଼ ଗଣ୍ଡଗୋଳ ହେଉଛି। ଗୋଟିଏ ଘଟଣା ଘଟିଲେ ଥାନାକୁ ଦଳଦଳ ହୋଇ ବସ୍ତିର ଲୋକେ ଆସୁଛନ୍ତି। ପୋଲିସ ସେମାନଙ୍କୁ ବୁଝାଇଲେ ମଧ୍ୟ କିଛି ନ ଶୁଣି ଥାନା ଭିତରକୁ ପଶି ଏଠିସେଠି ସ୍ପର୍ଶ କରୁଛନ୍ତି। ଯାହାକୁ ନେଇ ଥାନାରେ କାର୍ଯ୍ୟରତ ପୋଲିସ କର୍ମଚାରୀ ନିଜକୁ ସୁରକ୍ଷିତ ମଣୁନାହାନ୍ତି।

ବ୍ୟାରିକେଡ୍‌ ଉଠିବା ନେଇ ୪ ଦିନରେ ନିଷ୍ପତ୍ତି

ନିୟମ କୋହଳହେବା ପରେ ବିଭିନ୍ନ ଛକରେ ଥିବା ବ୍ୟାରିକେଡ଼ ଉଠିବ କି ନାହିଁ ତାହକୁ ନେଇ ଏବେ ଆଲୋଚନା ଚାଲିଛି। ଲକ୍‌ଡାଉନ୍‌ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରହିଛି। ବ୍ୟାରିକେଡ୍‌ ଉଠାଇଦେଲେ ବା ପୂରା କୋହାଳ କରିଦେଲେ ଲୋକେ ରାଜରାସ୍ତାକୁ ପଳାଇ ଆସି ଭିଡ଼ ଜମାଇବେ। ତେଣୁ ବାରିକେଡ୍‌ ଉଠାଯାଇନି। ଆସନ୍ତା ୪ଦିନ ଭିତରେ ଏ ନେଇ ନିଷ୍ପତ୍ତି ହେବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପାଲଟିଲା ଜନସମୁଦ୍ର

ବାଲେଶ୍ୱର ଅଫିସ,  ୨୨।୧ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗତ ୧୭ତାରିଖରୁ ଆରମ୍ଭ ହୋଇଥିବା ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟାର ଶୁକ୍ରବାର ଶେଷ ହୋଇଛି। ଶେଷ ଦିନରେ...

ଭକ୍ତଙ୍କ ପାଇଁ ଖୋଲିଲା ଭୁବନେଶ୍ୱରର ସମସ୍ତ ଧାର୍ମିକ ଅନୁଷ୍ଠାନ

ଭୁବନେଶ୍ୱର,୧୨।୨(ବ୍ୟୁରୋ): ଆଜିଠାରୁ ଭୁବନେଶ୍ୱରରେ ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲାଯାଇଛି । କୋଭିଡ କଟକଣା ପାଳନ ସହ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଛି। ଧାର୍ମିକ ଅନୁଷ୍ଠାନ...

ମିଳିମିଶି କାମକଲେ ରୋଗ ରୋକିପାରିବା

ଢେଙ୍କାନାଳ ଅଫିସ,୧୭।୫ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସୋମବାର ଭିଡିଓ କନଫରେନି୍ସଂ ଜରିଆରେ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି। ଏଥିରେ ଜିଲା ମୁଖ୍ୟ...

ଶ୍ରୀନଗର ବିମାନବନ୍ଦରରେ ୟେଚୁରୀ, ଡି.ରାଜାଙ୍କୁ ଅଟକ ପ୍ରସଙ୍ଗ: ଓଡ଼ିଶା ରାଜ୍ୟ କମିଟିର ପ୍ରତିବାଦ

ଭୁବନେଶ୍ୱର,୯।୮(ବ୍ୟୁରୋ): ସିପିଆଇ(ଏମ୍‌) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଏବଂ ସିପିଆଇ ସାଧାରଣ ସମ୍ପାଦକ ଡି.ରାଜାଙ୍କୁ ଶ୍ରୀନଗର ବିମାନବନ୍ଦରରେ ଅଟକ ରଖିବାକୁ ବିରୋଧ କରିଛି ଦଳର ଓଡ଼ିଶା...

ନୂଆ କରୋନା ଅଇନ ନେଇ ଲୋକଙ୍କ ପକ୍ଷରୁ ପ୍ରଦର୍ଶନ…

ଆମେଷ୍ଟରଡମ୍‌,୨୦।୧୧: ନେଦରଲାଣ୍ଡରେ ଟତକାକରଣ କରାଯାଇ ନ ଥିବା ଲୋକଙ୍କୁ କେତେକ ସ୍ଥାନରେ ପ୍ରବେଶ କରିବାକୁ ବାରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ଯୋଜନା କରାଯାଇଛି। ଏହି...

୧୭୦ ଆଦିବାସୀ ସମ୍ପ୍ରଦାୟ ଜନଜାତି ମାନ୍ୟତାରୁ ବଞ୍ଚିତ

ଭୁବନେଶ୍ୱର,୧୬ା୫(ବ୍ୟୁରୋ): ଜନଜାତି ମାନ୍ୟତା ପ୍ରସଙ୍ଗରେ ରାଜ୍ୟ ସରକାର ସହଯୋଗ କରୁନାହାନ୍ତି। ଏଥିଯୋଗୁ ରାଜ୍ୟର ୧୭୦ ଆଦିବାସୀ ସମ୍ପ୍ରଦାୟ ଜନଜାତି ମାନ୍ୟତା ପାଇନାହାନ୍ତି। ରବିବାର ଭାଜପା ରାଜ୍ୟ...

୫୪ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ

ଭୁବନେଶ୍ୱର,୨୧।୨(ବ୍ୟୁରେ)- ରାଜଧାନୀରେ ବ୍ରାଉନସୁଗାର କାରବାରରେ ରୋକ ଲଗାଇବା ନେଇ କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ ଜାରି ରହିଛି। ବୁଧବାର କମିଶନରେଟ ପୋଲିସର ଡ୍ରଗ ଟାକ୍ସ ଫୋର୍ସ...

ରାଜ୍ୟରେ ବଢ଼ୁଛି ସର୍ପଦଂଶନ ମୃତ୍ୟୁ

ଭୁବନେଶ୍ୱର, ୮।୨(ବ୍ୟୁରୋ): ରାଜ୍ୟରେ ସର୍ପଦଂଶନଜନିତ ମୃତ୍ୟୁସଂଖ୍ୟାରେ ରୋକ ଲାଗିପାରୁନାହିଁ। ୨୦୧୫ ମସିହାରେ ରାଜ୍ୟରେ ୫୨୨ଜଣ ଲୋକଙ୍କର ସାପକାମୁଡ଼ାରେ ମୃତ୍ୟୁ ଘଟିଥିବା ପଞ୍ଜୀକୃତ ହୋଇଥିବା ବେଳେ ୨୦୨୧ରେ...

Advertisement
Archives

Model This Week