ମାଲକାନଗିରି,୧୫।୧(ଡି.ଏନ୍.ଏ.)- ଦେଶ ସ୍ବାଧୀନ ହେବାର ଦୀର୍ଘ ୭୨ ବର୍ଷ ବିତିଗଲାଣି। ମାଲକାନଗିରି ସଦର ମହକୁମାଠାରୁ ୩୦ କିଲୋମିଟର ଦୂର ଛତିଶଗଡ଼କୁ ଲାଗି ରହିଛି ଏକ ପୁରାତନ ଗ୍ରାମ, କତାମାଟେରୁ। ଆଦିବାସୀ କୋୟା ସମ୍ପ୍ରଦାୟର ୧୫୦ ପରିବାର ବସବାସ କରୁଥିବା ଏହି ଗ୍ରାମକୁ ଏଯାଏ ରାସ୍ତା ନାହିଁ। ଏଠାରେ ୧୯୫୯ରୁ ପ୍ରତିଷ୍ଠା ହୋଇଥିବା ଆଶ୍ରମ ବିଦ୍ୟାଳୟରେ ପଢୁଛନ୍ତି ୩୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ା ଗ୍ରାମକୁ ରାସ୍ତା ନିର୍ମାଣ ପାଇଁ ୨୦ ବର୍ଷ ହେଲା ମାଟାପାକା ସରପଞ୍ଚ ଏବଂ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନ ନିକଟରେ ଦାବି କରି ଆସୁଛନ୍ତି, ମାତ୍ର ସେମାନଙ୍କ କଥା କେହି ଶୁଣୁନାହାନ୍ତି। ପଞ୍ଚାୟତ ବୈଠକରେ ରେଜୁଲେଶନ ଗୃହୀତ ହୋଇ ପ୍ରଶାସନ ନିକଟରେ ଉପସ୍ଥାପିତ କରାଯାଇଥିଲେ ମଧ୍ୟ କିଛି ସୁଫଳ ଏଯାଏଁ ମିଳିନାହିଁ। ମାଲକାନଗିରି ସଦର ବ୍ଲକଠାରୁ ୬ କିଲୋମିଟର ଦୂର ସାବେରୀ ନଦୀକୂଳରେ ରହିଛି କତାମାଟେରୁ ଗ୍ରାମ। ବର୍ଷାଦିନେ ମାଟାପାକାରୁ କତାମାଟେରୁ ଯିବାପାଇଁ ଅନେକ ସମସ୍ୟା ଉପୁଜିଥାଏ। ଛାତ୍ରୀଛାତ୍ର ଓ ଗ୍ରାମବାସୀ ମାଲକାନଗିରିରୁ ଘର ପାଇଁ ବିଭିନ୍ନ ସାମଗ୍ରୀ କାନ୍ଧରେ ବୋହି ନେଇଥାନ୍ତି। ଗତ ଜୁଲାଇ ମାସରେ ଗ୍ରାମବାସୀ ଏହି ରାସ୍ତାରେ କାଦୁଅରେ ଧାନ ରୋଇ ଏକ ଅଭିନବ ପ୍ରତିବାଦ ଜଣାଇଥିଲେ। ଆଶା ଥିଲା, ଏହା ପରେ ପ୍ରଶାସନର ନିଦ ଭାଙ୍ଗିବ; ମାତ୍ର କିଛି ହେଲାନି। ପୁରୁଣାକାଳିଆ ମାଟି ରାସ୍ତାରେ ୫ଟି କଲ୍ଭର୍ଟ ନିର୍ମାଣ ହୋଇ ସେତିକିରେ ଅଟକିଛି ରାସ୍ତା ନିର୍ମାଣ। ଫଳରେ ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟ ସହ ମାଲକାନଗିରିକୁ ବିଭିନ୍ନ କାର୍ଯ୍ୟରେ ଯିବାକୁ ବର୍ଷବର୍ଷ ଧରି ଅସୁବିଧା ଭୋଗୁଛନ୍ତି। ଗ୍ରାମଠାରୁ ମାତ୍ର ୨ କିଲୋମିଟର ଦୂରରେ ରହିଛି ଛତିଶଗଡ଼ ସୀମାନ୍ତ। ଗ୍ରାମଠାରୁ ପଡ଼ୋଶୀ ଛତିଶଗଡ଼ ସୁକୁମା ଜିଲା ସଦର ମହକୁମାର ଦୂରତା ହେଉଛି ୮ କିଲୋମିଟର ା ଗ୍ରାମକୁ ରାସ୍ତା ନ ଥିବାରୁ ଗ୍ରାମବାସୀ ସୁକୁମା ଜିଲା ସଦର ମହକୁମା ଉପରେ ନିର୍ଭର କରନ୍ତି। ଗୁରୁତର ଅବସ୍ଥାରେ ଗର୍ଭବତୀ ରୋଗୀଙ୍କୁ ଡାକ୍ତରଖାନା ନେବାକୁ ହେଲେ ଖଟରେ ୬ କିଲୋମିଟର ବୋହି ମାଟାପାକା ପଞ୍ଚାୟତକୁ ଅଣାଗଲେ ସେଠାରୁ ଡାକ୍ତରଖାନା ଯାଇଥାଉ ବୋଲି କହିଛନ୍ତି ଗ୍ରାମବାସୀ। ଦୀର୍ଘ ବର୍ଷ ଧରି ମୌଳିକ ସୁବିଧାରୁ ବଞ୍ଚତ୍ତ ଏହି ଗ୍ରାମବାସୀ ମଙ୍ଗଳବାର ଏକ ବୈଠକ କରି ଛତିଶଗଡ଼ରେ ମିଶିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ସୋମବାର ସେମାନେ ସୁକୁମା ଯାଇ ଜିଲାପାଳଙ୍କୁ ଭେଟି ସେମାନଙ୍କୁ ଛତିଶଗଡ଼ରେ ମିଶାଇବା ପାଇଁ ଅନୁରୋଧ କରିବେ ବୋଲି କହିଛନ୍ତି ଗ୍ରାମର ଭିମା ମାଡ଼କାମି, ଦେବା ବେଟି, ଜଗା ମାଡ଼କାମି, ଜଗା କଞ୍ଜାମି, ରାଜା ମାଡି, ଭଇମା ମାଡି, ଭିମା କାର୍ତ୍ତାମି, ଇର୍ମା ସୋଡି, କେଶା ସୋଡି, ଆଡମା ପଡିଆମି, କାନା ପଡିଆମି, କଶା ମାଡକାମି, ଆଇତା ପଡିଆମି, ରାମା ମାଢ଼ି, ଦୁଲା ସୋଡି ଓ କଶା କବାସୀ ପ୍ରମୁଖ।
Posted inଆମ ଜିଲା ଖବର, ମାଲକାନଗିରି View All
ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…
ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…
ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…
ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…
ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…
ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…
ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର
ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…
‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’
ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…
ସ୍ୱାଧୀନତା ଦିବସ ପରେଡ୍ରେ ବାଧକ ସାଜିଲା ଲଘୁଚାପ ବର୍ଷା
ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…
ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…
ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…
ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍, ନିମ୍ନମାନର ନିର୍ମାଣ ନେଇ…
ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…
Archives

