ସ୍ବତନ୍ତ୍ର ପୋକ୍ସୋ ଅଦାଲତ ଉଦ୍‌ଘାଟିତ

ଅନୁଗୋଳ ଅଫିସ୍‌, ୨୯।୨ – ଅନୁଗୋଳ ଜିଲା କୋର୍ଟର ଦ୍ୱିତୀୟ ମହଲାରେ ଥିବା ଅତିରିକ୍ତ ଜିଲା ଓ ଦୌରାଜଜ୍‌ଙ୍କ କୋର୍ଟରେ ଶୁକ୍ରବାର ଏକ ସ୍ବତନ୍ତ୍ର ପୋକ୍ସୋ ଅଦାଲତ ଉଦ୍‌ଘାଟିତ ହୋଇଯାଇଛି। ଜିଲା ଓ ଦୌରାଜଜ୍‌ ଅଶାନ୍ତ କୁମାର ଦାସ ଏହି ଅଦାଲତକୁ ଉଦ୍‌ଘାଟନ କରିଥିଲେ। ଶିଶୁମାନଙ୍କ ଉପରେ ହେଉଥିବା ଯୌନ ଉତ୍ପୀଡ଼ନ, ଯୌନ ନିର୍ଯାତନା ଭଳି ଅପରାଧ ଏହି ଅଦାଲତରେ ବିଚାର କରାଯିବ। ପୂର୍ବରୁ ଅତିରିକ୍ତ ଜିଲା ଓ ଦୌରାଜଜ୍‌ଙ୍କ କୋର୍ଟରେ ଏହି ମାମଲା ସମେତ ଅନ୍ୟାନ୍ୟ ମାମଲାର ବିଚାର କରାଯାଉଥିଲା। ସରକାରଙ୍କ ନିର୍ଦ୍ଦେଶକ୍ରମେ ଏହି କୋର୍ଟରେ ଏବେ ସ୍ବତନ୍ତ୍ର ଭାବେ କେବଳ ପୋକ୍ସୋ ମକଦ୍ଦମାର ବିଚାର କରାଯିବ। ଫଳରେ ବିଭିନ୍ନ ପୋକ୍ସୋ ମକଦ୍ଦମାର ଶୀଘ୍ର ବିଚାର କରାଯାଇ ତ୍ୱରିତ ନ୍ୟାୟ ପ୍ରଦାନ କରାଯାଇପାରିବ ବୋଲି ଜିଲା ଓ ଦୌରାଜଜ୍‌ କହିଛନ୍ତି। ଏହି କୋର୍ଟ ଉଦ୍‌ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲା ଓ ଦୌରାଜଜ୍‌ ତଥା ସ୍ବତନ୍ତ୍ର ବିଚାରପତି (ଭିଜିଲାନ୍ସ) ରୂପଶ୍ରୀ ଚୌଧୁରୀ, ପରିବାର ଅଦାଲତର ବିଚାରପତି ସୌମେନ୍ଦ୍ର ରାଜଗୁରୁ, ଅତିରିକ୍ତ ଜିଲା ଓ ଦୌରାଜଜ ତଥା ସ୍ବତନ୍ତ୍ର ବିଚାରପତି (ପୋକ୍ସୋ) ପ୍ରଭାକର ଗଣ୍ଠିଆ, ଅତିରିକ୍ତ ଜିଲା ଓ ଦୌରାଜଜ୍‌ (ଏଲ୍‌ଆର୍‌ ଓ ଏଲ୍‌ଟିଭି) ସୌମ୍ୟକ ପାତ୍ର, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ବାସୁଦେବ ପାତ୍ର, ବରିଷ୍ଠ ଦେୱାନୀ ବିଚାରପତି (ଏଲ୍‌ଆର୍‌ ଓ ଏଲ୍‌ଟିଭି) ସଙ୍ଗୀତା ସାହୁ, ଜିଲା ଆଇନ ସେବା ପ୍ରାଧିକରଣର ସଚିବ ଅଭିନନ୍ଦିତା ପଣ୍ଡା, ଏସ୍‌ଡିଜେଏମ୍‌ ବିଶ୍ୱଜିତ ନାୟକ, ଜେଏମ୍‌ଏଫ୍‌ସି ସଞ୍ଜୀବ ପଣ୍ଡା, ତାରିଣୀ ପ୍ରସାଦ ସାହୁ ଓ ଶ୍ରୁତି ସ୍ବରୂପା ସାହୁ, କୋର୍ଟ ମ୍ୟାନେଜର ସୁମନ କୁମାର ଆଚାର୍ଯ୍ୟ, ବାର୍‌ ଆସୋସିଏଶନ ସଭାପତି ଜିତେନ୍ଦ୍ର ସାହୁ ଓ ସମ୍ପାଦକ ହିମାଂଶୁ ସାମଲଙ୍କ ସମେତ ଅନ୍ୟ ସଦସ୍ୟା ସଦସ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ବଳାତ୍କାର ପୋଲିସ ବାବୁଙ୍କୁ ପଡ଼ିଲା ମହଙ୍ଗା: ଶରଣକୂଳ ଥାନା ପୂର୍ବତନ ଆଇଆଇସି ନିଲମ୍ବିତ

ନୟାଗଡ଼,୨୨।୬(ଲୋକନାଥ ମିଶ୍ର):ନୟାଗଡ଼ ଜିଲା ଶରଣକୂଳ ଥାନାର ପୂର୍ବତନ ଆଇଆଇସି ସୁଜିତ କୁମାର ଦାସ ନିଲମ୍ବିତ। ଆଇଆଇସି ସୁଜିତ ଦାସଙ୍କୁ ନିଲମ୍ବନ କଲେ ଡିଜିପି। ଆଇଆଇସିଙ୍କ ବିରୋଧରେ ଯୌନ…

ଜୁନ ୨୯ରୁ ଶିମିଳିପାଳ ବନ୍ଦ: ଜାଣନ୍ତୁ କାହିଁକି

ବାରିପଦା,୨୨ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକ ଓ ଭ୍ରମଣକାରୀଙ୍କ ନିମନ୍ତେ ଜୁନ ୨୯ରୁ ବନ୍ଦ ରହିବ । ଏନେଇ ଶିମିଳିପାଳ ବ୍ୟାଘ୍ର…

ଜର୍ମାନୀକୁ ବଡ଼ ଝଟ୍‌କା: ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲେ ଏହି ଡିଫେଣ୍ଡର

ଇଙ୍ଗଲଉଡ୍‌,୨୨ା୬- ଜର୍ମାନୀର ଡିଫେଣ୍ଡର ନିକୋ ସ୍କଲଟରବେକ ଚଳିତ ବିଶ୍ୱକପ୍‌ ଅବଶିଷ୍ଟାଂଶରୁ ବାଦ୍‌ ପଡ଼ିଛନ୍ତି। ଗତ ରବିବାର ଆଇଭରୀ କୋଷ୍ଟ ବିପକ୍ଷ ମ୍ୟାଚ୍‌ରେ ତାଙ୍କ ବାମ ଆଙ୍କଲରେ ଆଘାତ…

ଆଦିବାସୀଙ୍କ ପାରମ୍ପରିକ ସଡ୍ରା ପର୍ବ

ମୋହନା, ୨୩/୬/୨୬ (ମନ୍ମଥ ମିଶ୍ର): କୁଇ କନ୍ଧ ଆଦିବାସୀ ସମ୍ପ୍ରଦାୟର ନିଆରା ତଥା ପାରମ୍ପରିକ ସଡ୍ରା ପର୍ବ ଗଜପତି ଜିଲାର ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ଭାଲିଆଗୁଡ଼ା…

ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ସମାବେଶ

ରିଷିଡା, ୨୨/୬ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସ୍ଥିତ ସୁଭଦ୍ରା ଶକ୍ତି କେନ୍ଦ୍ରଠାରେ ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

କୂଅରେ ପଡ଼ି ଚାଲିଗଲା ଜୀବନ

ବୁଗୁଡା,୨୨ା୬(କାଳୀଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ନଗୁଡୁ ଗ୍ରାମରେ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। କୂଅରେ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ…

କୋଚିଂ ସେଣ୍ଟରରେ ୧୫ ଛାତ୍ର ଜୀବନ୍ତ ଦଗ୍ଧ ଘଟଣା: ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ,୨୨।୬: ଲକ୍ଷ୍ନୌର ଆଲିଗଞ୍ଜ ଅଞ୍ଚଳରେ ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଚାରି ଜଣ ଆହତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି…

ଲକ୍ଷ୍ମୀପୁର ଗାଁରେ ପହଞ୍ଚିଲେ ସାଂସଦ, ବିଧାୟକ; ବର୍ଷା ସତ୍ତ୍ୱେ ଆନନ୍ଦ ବଜାରରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ, ୨୨।୬(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ଲକ୍ଷ୍ମୀପୁର ଗ୍ରାମଠାରେ ଆସନ୍ତା ୧୯ରୁ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri