ସ୍ବଚ୍ଛ ଭାରତ ମିଶନ ବାଟବନା: ପାଇଖାନାରେ ରହୁଛନ୍‌ ଛେଲ୍‌, କୁକ୍‌ରା

ଲାଞ୍ଜିଗଡ଼, ୨୬।୧୨ (ଡି.ଏନ୍‌.ଏ.)- ସ୍ବଚ୍ଛ ଭାରତ ମିଶନ ତରଫୁ ସବୁ ପରିବାରକେ ପାଇଖାନା ତିଆର କରବାର ଲାଗି ଟଁକା ଦିଆଯାଉଛେ। ସେନ୍‌ତା ଲୁକ୍‌କୁ ପାଇଖାନା ବେଭାର କରବାକେ ସଚେତନ କରବାର ଲାଗି ସବୁ ପଁଚେତ୍‌ରେ ୩ରୁ ୪ ଝନ୍‌ ତାଲିମ ନେଇଥିବାର ମୋଟିଭେଟର କାମ୍‌ କରୁଛନ୍‌। ସେ ହିସାବେ ଲାଞ୍ଜିଗଡ଼ ବ୍ଲକର ୨୬ଟା ପଁଚେତ୍‌ରେ ୧୦୮ ଝନ୍‌ ମୋଟିଭେଟର କାଯ୍‌ କରୁଛନ୍‌। ହେଲେ ବଡ଼ଭାଗି ମୋଟିଭେଟର ସରକାରକଁରନୁ ଟଁକା ପାଇ ମୂଲ କାମ୍‌ ଛାଡ଼ି ଉନିଅଁା କାମ୍‌ କରୁଥିବାର ଅଭିଯୋଗ ହେଉଛେ। ଯେନ୍‌ଥିରଲାଗି ବ୍ଲକର ୮୦ ଭାଗ ଲୋକ୍‌ ପାଇଖାନା ବେଭାର ନାଇଁ କରବାର, ଖୁଲାରେ ଝାଡ଼ାଝପଟ ଯାଉଛନ୍‌।
ଲାଞ୍ଜିଗଡ଼ ବ୍ଲକ ଗୁଟେ ଆଦିବାସୀ ବହୁଲ ଅତଡ଼ିଆ ଅଂଚଲ। ଇଠାନେ ଜନସାଧାରନକର ଭିତରେ ସଚେତନତା ସୁରୁଷ୍‌ଟି କରବାର ନିହାତି ଦରକାର। ବ୍ଲକର ଭିନେ ଭିନେ ଗଁାରେ ସ୍ବଚ୍ଛ ଭାରତ ମିଶନ ଯୋଜନାରେ ପାଇଖାନା ତିଆର କରାଯାଇଛେ ସତ୍‌। ହେଲେ ଅନେକ ଲୋକ୍‌ ଇ ପାଇଖାନା କେନ୍‌ଥେଇ ବେଭାର କରବେ ସେଟା ନାଇଁ ଜାନି। ଇଆଡ଼େ ପାଇଖାନାର ଲାଗି ଆଏଜ୍‌ତକ ପାଏନ୍‌ର ବେବସ୍‌ତା ନାଇଁ କରାଯାଇ। ସେନ୍‌ତା ବ୍ଲକର ୮ଟା ପଁଚେତ୍‌ର ଅନେକ ଗଁାରେ ଲୋକ୍‌ ପାଇଖାନାର ବେଭାର ନାଇଁ ଜାନିକରି ପାଇଖାନାକେ ଛେଲ୍‌ ଗୁହାଲ, କୁକ୍‌ରା ଗୁଡ଼ା ହିସାବେ ବେଭାର କରୁଥିବାର ଦେଖ୍‌ବାକେ ମିଲୁଛେ। ଅନେକ୍‌ ଲୋକ୍‌ ପାଇଖାନାକେ ଗୁଦାମ୍‌ ଘର ହିସାବେ ବି ବେଭାର କରୁଛନ୍‌। ବ୍ଲକର ବିଜେପୁର, କାନକୁଟ୍ରୁ, ମାଳିଯୁବାଙ୍ଗ, ବେନଗଁା, ପାହାଡ଼ପଦର, ଲାଞ୍ଜି, ବେଡ଼ାଗଁା, କୁମଖାଲ, ବନ୍ଧପାରୀ ଲେଖେଁ ପଁଚେତର ଅନେକ ଗଁାର ଲୋକ ବଁଧ୍‌ଖଁଡ଼ି, ରାସ୍‌ତା ତରେ, ନାଲ୍‌ ନଲିଆ ତରେ ଝାଡ଼ାଝପଟ କରୁଛନ୍‌। ସଚେତନତା ଅଭାବୁ ଗଁାଗଁଲିରେ ବାସ କରୁଥିବାର ଲୋକ୍‌ ପାଇଖାନାର ସଠିକ୍‌ ବେଭାର ଜାନି ନାଇଁପାରବାର। ଏନ୍‌ତାଥି ସେମାନେ ପାଇଖାନା ଘରେ ଜାଲେନି କାଠ୍‌, ଖରସି, ଭଂଗା ଦଦ୍‌ରା ସାମାନ ରଖୁଛନ୍‌। ଇ ଦିଗେ ବିଭାଗୀୟ ଅଧ୍‌କାରୀ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ବୁଧିଜୀବୀ ମହଲରେ ଦାବି ହେଉଛେ। ଇ ବାବ୍‌ଦେ ଆରଡବ୍ଲ୍ୟୁଏସ୍‌ଏସ୍‌ର ଯନ୍ତ୍ରୀ ଯଶମନ୍ତ ମାଝିକୁଁ ପଚ୍‌ରାଲାରୁ ପଁଚେତ୍‌ମାନ୍‌କେ ମୋଟିଭେଟରମାନେ ନିଜର କାମ୍‌ ନାଇଁ କରବାର ସେଥିରଲାଗି ଆମେ ତାକର ଦରମା ବଁଦ୍‌ କରିଛୁଁ। ଅଂଲରେ ଲୁକ୍‌କୁ ସଚେତନ କରବାର ଦରକାର ଅଛେ। ଇଥିରଲାଗି କାଣା କରାଯାଇପାରବା ଆମେ ଆଲୋଚନା କରି ପଦକ୍ଷେପ ନେମୁ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଦ ବିରୋଧରେ ତାତିଲେ ମହିଳା: ଦୋକାନରେ ପକାଇଲେ ତାଲା

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାଙ୍କୀଛନ୍ଦା ଗ୍ରାମରେ ବେଆଇନ ଦେଶୀ ଓ ବିଦେଶୀ ମଦ ଦୋକାନରେ ମହିଳା ଗୋଷ୍ଠୀ ମଙ୍ଗବଳାର ତାଲା ପକାଇ…

ବ୍ରିଟିଶ ଗଣ୍ଡ ପୋତିବା ପାଇଁ ଗଦା ହୋଇଛି ଆସ୍‌ପଣ୍ଡ: ଜମିରେ ମାଡ଼ୁଛି ବିଷାକ୍ତ ପାଣି

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ – ମାର୍ଶାଘାଇ ମୁଖ୍ୟ କେନାଲ ବ୍ରିଟିଶ ଗଣ୍ଡ ପୋତିବା ପାଇଁ ପାହାଡ଼ ଭଳି…

କଟକରେ ଚାଞ୍ଚଲ୍ୟ: ଘରୋଇ କଲେଜରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ

କଟକ,୯।୯(ପ୍ରଭୁ କଲ୍ୟାଣ ପାଲ୍‌): କଟକର ସିଡିଏ ଅଞ୍ଚଳରେ ଚାଞ୍ଚଲ୍ୟ। ଏକ ଘରୋଇ କଲେଜରେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଝୁଲନ୍ତା ଅବସ୍ଥାରେ ମିଳିଛି ଛାତ୍ରଙ୍କ ମୃତଦେହ। ସିଡିଏ…

ସିକନ୍ଦରାବାଦରୁ ଓଡ଼ିଆ ଶ୍ରମିକ ନିଖୋଜ: ସୁପରଫାଷ୍ଟ ଟ୍ରେନରେ ଗାଁକୁ ଫେରୁଥିବାବେଳେ ବାଟରୁ ଉଭାନ୍‌

ଦିଗପହଣ୍ଡି,୯।୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ନନ୍ଦ ଗାଁ ର ସମୀର ଗୌଡ଼(୨୬) ଦାଦନ ଶ୍ରମିକ ଭାବେ ମହାରାଷ୍ଟ୍ରର ପୁଣେ ନିକଟ…

ଓଭରବ୍ରିଜ ନିର୍ମାଣ ଦାବି: ଗମନାଗମନରେ ଲୋକେ ହେଉଛନ୍ତି ହନ୍ତସନ୍ତ

କେସିଙ୍ଗା,୯।୯(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଡୁମେରମୁଣ୍ଡା ଗ୍ରାମ ଦେଇ କେସିଙ୍ଗା ସହରକୁ ଯାଇଥିବା…

ଦୁର୍ବିଷହ ହୋଇପଡ଼ିଛି ଭୂଷଣଙ୍କ ଜୀବନ: ସହାୟତା ପାଇଁ ଜିଲାପାଳଙ୍କୁ ଫେରାଦ ହେଲେ ଦିବ୍ୟାଙ୍ଗ

ବରଗଡ଼,୯।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡେନ୍‌ ବ୍ଲକ ରେମଣ୍ଡା ହରିଜନପଡ଼ା ନିବାସୀ ଭୂଷଣ ଭାଏନାଙ୍କ ଜୀବନଯାପନ ଦୁର୍ବିଷହ ହୋଇ ପଡ଼ିଛି। ସେ ୨୦୨୪ରେ ସଂକ୍ରମଣ ହେବା କାରଣରୁ ତାଙ୍କ…

ଶିଶୁ ପୁତ୍ରକୁ ଛାଡ଼ି ଦୌଡ଼ି ପଳାଉଥିଲେ ମା’: ଆଉ ତା’ପରେ ଘଟିଲା…

ବାରଙ୍ଗ,୯ା୯(ଲିଙ୍ଗରାଜ ରାଉତ):ବାରଙ୍ଗ ଥାନା ଅଧୀନ ନରାଜମାର୍ଥାପୁର ରେଳଷ୍ଟେଶନ୍‌ ବାହାରୁ ଜଣେ ମହିଳା ତା’ର ଶିଶୁ ପୁତ୍ରକୁ ଛାଡ଼ି ପଳାଇଯାଉ ଥିବାବେଳେ ମଙ୍ଗଳବାର ରାତିରେ ସ୍ଥାନୀୟ ଲୋକେ ଧରି…

ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର: ପୀଡ଼ିତା ୪ ମାସର ଗର୍ଭବତୀ, ଓ୍ବାଚ୍‌ମ୍ୟାନ୍‌…

କେନ୍ଦ୍ରାପଡ଼ା,୯ା୯(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲାର ଏକ ସରକାରୀ ଅନୁଦାନପ୍ରାପ୍ତ ଶିଶୁ ଯତ୍ନ ଅନୁଷ୍ଠାନ (ସିସିଆଇ)ରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri