ସ୍ବଚ୍ଛତାରେ ତଳକୁ ଖସିପାରେ ଭୁବନେଶ୍ୱର ରେଳଷ୍ଟେଶନ

ଭୁବନେଶ୍ୱର,୨୬ା୮(ବ୍ୟୁରୋ) : ସ୍ବଚ୍ଛତା ପାରାମିଟର ପର୍ଯ୍ୟବେକ୍ଷଣ ଲାଗି ରବିବାର କ୍ୱାଲିଟି କାଉନ୍‌ସିଲ ଅଫ୍‌ ଇଣ୍ଡିଆ (କ୍ୟୁସିଆଇ)ର ଦୁଇଜଣିଆ ଟିମ୍‌ ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେଶନରେ ପହଞ୍ଚତ୍ଛି। ଷ୍ଟେଶନରେ ସଫେଇ, ବର୍ଜ୍ୟବସ୍ତୁ ପରିଚାଳନା, ମଇଳା ପାଣି ପରିଚାଳନା, ଗ୍ରୀନ୍‌ ସାର୍ଟିଫିକେଟ, ଶକ୍ତି ସଂରକ୍ଷଣ, ଆଇଏସ୍‌ଓ ସାର୍ଟିଫିକେଟ ଓ ସ୍ବଚ୍ଛତା ସମ୍ବନ୍ଧୀୟ ବିଭିନ୍ନ ବିଷୟକୁ ନେଇ ପର୍ଯ୍ୟବେକ୍ଷଣ ଆରମ୍ଭ କରିଛି। କ୍ୟୁସିଆଇ ଟିମ୍‌ ଦେଶର ସମସ୍ତ ରେଳ ଷ୍ଟେଶନକୁ ଯାଇ ଏସବୁ ସ୍ଥିତି ଅନୁଧ୍ୟାନ କରୁଛି। ଯାତ୍ରୀଙ୍କ ସହ ଆଲୋଚନା କରି ପ୍ରତିକ୍ରିୟା ଓ ପରାମର୍ଶ ଗ୍ରହଣ କରୁଛି। ଆସନ୍ତା ମାସକ ମଧ୍ୟରେ ଏ ସଂକ୍ରାନ୍ତ ରିପୋର୍ଟ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ଗତବର୍ଷ ସ୍ବଚ୍ଛ ସର୍ବେକ୍ଷଣ ତାଲିକାରେ ଭୁବନେଶ୍ୱର ରେଳ ଷ୍ଟେଶନକୁ ସର୍ବଭାରତୀୟ ସ୍ତରରେ ୯ମ ସ୍ଥାନ ମିଳିଥିଲା। କିନ୍ତୁ ଚଳିତବର୍ଷର ସ୍ବଚ୍ଛତା କାର୍ଯ୍ୟକ୍ରମ ରିପୋର୍ଟ କାର୍ଡ ଦେଖିଲେ ଭୁବନେଶ୍ୱର ରେଳ ଷ୍ଟେଶନ କ୍ୟୁସିଆଇ ନିର୍ଦ୍ଧାରଣ କରିଥିବା ମାନଦଣ୍ଡ ମଧ୍ୟରୁ ଅର୍ଦ୍ଧାଧିକ ପୂରଣ କରିବା କଷ୍ଟକର ହେବ। ସ୍ବଚ୍ଛତା ସର୍ବେକ୍ଷଣ ତାଲିକାରେ ଏଥର ତଳକୁ ଖସିଯିବ ବୋଲି ଆଶଙ୍କା କରାଯାଉଛି।
ସୂଚନାଯୋଗ୍ୟ, ଭୁବନେଶ୍ୱର ରେଳ ଷ୍ଟେଶନ ‘ଏ’ କ୍ଲାସରେ ଅନ୍ତର୍ଭୁକ୍ତ। କିନ୍ତୁ ଗତବର୍ଷ ଅପେକ୍ଷା ଚଳିତଥର ଷ୍ଟେଶନର ନିଜସ୍ବ ସ୍ବଚ୍ଛତା କାର୍ଯ୍ୟକ୍ରମ ମନ୍ଥର ଗତିରେ ଚାଲିଛି। ଏପରିକି ସ୍ବଚ୍ଛତା ନେଇ କଟକଣା ମଧ୍ୟ ସେପରି ନ ଥିବା ଦେଖିବାକୁ ମିଳୁଛି। ଅପରିଷ୍କାର କରୁଥିବା ବ୍ୟକ୍ତିଙ୍କଠାରୁ ଜରିମାନା ଆଦାୟ ଲାଗି ରେଳପଥ ପକ୍ଷରୁ ତିନୋଟି ବିଭାଗକୁ ଦାୟିତ୍ୱ ଦିଆଯାଇଛି। ରେଳପଥ ସ୍ବାସ୍ଥ୍ୟ ବିଭାଗ, ବାଣିଜି୍ୟକ ବିଭାଗ ଓ ଆର୍‌ପିଏଫ୍‌। ସ୍ବଚ୍ଛତା ନିଶ୍ଚିତ କରିବା ହେଉଛି ସ୍ବାସ୍ଥ୍ୟ ବିଭାଗର ନିଜସ୍ବ ଦାୟିତ୍ୱ। କିନ୍ତୁ ଏ କ୍ଷେତ୍ରରେ ସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟ ସଂକ୍ରାନ୍ତ ରିପୋର୍ଟ ଅତ୍ୟନ୍ତ ନୈରାଶ୍ୟଜନକ। ୨୦୧୭ରୁ ଏଯାବତ୍‌ ବିଭାଗ ମାତ୍ର ତିନୋଟି ମାମଲାରେ ୩୦୦ ଟଙ୍କା ଜରିମାନା ଆଦାୟ କରିଛି। ପୁଣି ଏହି ଜରିମାନା କାର୍ଯ୍ୟକ୍ରମ ଆରମ୍ଭ ବର୍ଷର। ସେହିପରି ବାଣିଜି୍ୟକ ବିଭାଗ ୨୦୧୭ ଅକ୍ଟୋବରରୁ ଜୁଲାଇ ଶେଷ ସୁଦ୍ଧା ୪୫୯ ମାମଲାରେ ୪୯ ହଜାର ଟଙ୍କା ଜରିମାନା ଆଦାୟ କରିଛି। ଆର୍‌ପିଏଫ୍‌ ୨୦୧୮ରେ ୨୩୪୭ ମାମଲାରେ ୨ଲକ୍ଷ ୪୦ ହଜାର ୪ଶହ ଟଙ୍କା ଓ ୨୦୧୯ ଜୁଲାଇ ଶେଷସୁଦ୍ଧା ୪୮୦ ମାମଲାରେ ୫୧ ହଜାର ୨ଶହ ଟଙ୍କା ଜରିମାନା ଆଦା କରିଛି। ଅପରପକ୍ଷରେ ଷ୍ଟେଶନରେ ଆବଶ୍ୟକ ପରିମାଣରେ ଶୌଚାଳୟ ବି ନାହଁି। ଯାହା ରହିଛି ସେସମ୍ପର୍କରେ ଯାତ୍ରୀମାନେ ଜାଣିପାରୁ ନ ଥିବାରୁ ଏଠିସେଠୀ ପରିସ୍ରା ଓ ମଳତ୍ୟାଗ କରୁଛନ୍ତି। ଅନ୍ୟପକ୍ଷରେ ଷ୍ଟେଶନ ପରିସର ସଫା ରଖିବା ଲାଗି କର୍ତ୍ତୃପକ୍ଷ ସେମିତି କିଛି ବଡ଼ ପଦକ୍ଷେପ ନେଇ ନାହାନ୍ତି। କେବଳ ପ୍ରତି ସପ୍ତାହ ଓ ମାସରେ ବିଭାଗ ଓ୍ବାରୀ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ତା’ସହ ଷ୍ଟେଶନର ଭିତ୍ତିଭୂମି ମଧ୍ୟ ଦୁର୍ବଳ ରହିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?