Posted inଖେଳ

ସ୍ନାଇଡରଙ୍କ ସହ ଲଢ଼ିବେ ବିଜେନ୍ଦର

ନ୍ୟୁଆର୍କ, ୧୩ା୭ (ପି.ଟି.)-ଏକ ବର୍ଷ ପରେ ପ୍ରଫେଶନାଲ ବକ୍ସିଂକୁ ଫେରିବେ ଭାରତୀୟ ବକ୍ସିଂ ଷ୍ଟାର ବିଜେନ୍ଦର ସିଂ। ଶନିବାର ସେ ଏଠାରେ ଆମେରିକାର ମାଇକ୍‌ ସ୍ନାଇଡରଙ୍କ ସହିତ ୮ ରାଉଣ୍ଡ ବିଶିଷ୍ଟ ସୁପରମିଡଲଓ୍ବେଟ୍‌ ମୁକାବିଲା କରିବେ। ଡବ୍ଲ୍ୟୁବିଓ ଓରିଏଣ୍ଟାଲ ଏବଂ ଏସିଆ ପ୍ୟାସିଫିକ୍‌ ସୁପର ମିଡଲଓ୍ବେଟ୍‌ ଚାମ୍ପିୟନ ବିଜେନ୍ଦରଙ୍କର ୧୦-୦ (୭ ନକ୍‌ଆଉଟ୍‌) ରେକର୍ଡ ରହିଛି। ମୁକାବିଲା ପୂର୍ବରୁ ଏକ ଖବରଦାତା ସମ୍ମିଳନୀରେ ବିଜେନ୍ଦର କହିଛନ୍ତି, ସ୍ନାଇଡରଙ୍କ ସହିତ ଲଢେଇ ପାଇଁ ମୁଁ ପ୍ରସ୍ତୁତ। ମୁଁ ଇତିମଧ୍ୟରେ ଟ୍ରେନର ଲି’ ବିୟର୍ଡଙ୍କ ସମେତ ମୋ ଟିମ୍‌ ସହିତ ରଣକୌଶଳ ସମ୍ପର୍କରେ ଆଲୋଚନା କରିସାରିଛି। ଆମେରିକୀୟ ବକ୍ସରଙ୍କୁ ପ୍ରାରମ୍ଭିକ ରାଉଣ୍ଡରେ ମୁଁ ନକ୍‌ଆଉଟ୍‌ କରିବା ଲାଗି ଯୋଜନା କରିଛି। ଅନ୍ୟପକ୍ଷରେ ଭାରତୀୟ ବକ୍ସରଙ୍କୁ ପରାସ୍ତ କରିବାରେ ସେ ସଫଳ ହେବେ ବୋଲି ସ୍ନାଇଡର ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ମୋ ଟ୍ରେନରମାନେ ବିଜେନ୍ଦରଙ୍କ ବହୁ ଫାଇଟ୍‌ ଉପରେ ନଜର ପକାଇଛନ୍ତି। ତାଙ୍କ ଦୁର୍ବଳତାରୁ କିପରି ଫାଇଦା ଉଠାଇ ହେବ ତାହା ସେମାନେ ବତାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫାଇନାଲ୍‌ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଝଟ୍‌କା

ଲଣ୍ଡନ,୯।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ପୂର୍ବରୁ ନ୍ୟୁଜିଲାଣ୍ଡର ଦଳ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳୁଛି। ପ୍ରଥମ ଟେଷ୍ଟ ଡ୍ର ଥିଲା ଏବଂ ଦ୍ୱିତୀୟ...

ବିଜୟ ହଜାରେ ଟ୍ରଫି: ଓଡ଼ିଶାର କ୍ରମାଗତ ଦ୍ୱିତୀୟ ପରାଜୟ

ଭୁବନେଶ୍ୱର, ୨୩।୨(କ୍ରୀଡ଼ା ପ୍ରତିନିଧି): ବେଙ୍ଗାଲୁରୁର ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଚାଲିଥିବା ବିଜୟ ହଜାରେ ଟ୍ରଫି ଏକଦିବସୀୟ ଘରୋଇ କ୍ରିକେଟ ଟୁର୍ନାମେଣ୍ଟର ସୋମବାର ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା...

କରୋନା ଭାଇରସ୍‌ ଟେଷ୍ଟରେ କ୍ରିକେଟର ପଜିଟିଭ୍‌

ଜୋହାନ୍ସବର୍ଗ,୮।୫(ପି.ଟି.): ଦକ୍ଷିଣ ଆଫ୍ରିକା ପ୍ରଥମଶ୍ରେଣୀ କ୍ରିକେଟର ସୋଲୋ ଏନ୍‌କ୍ୱେନି କରୋନା ଭାଇରସ୍‌ ଟେଷ୍ଟରେ ପଜିଟିଭ୍‌ ବୋଲି ଜଣାପଡିଛି। ୨୫ ବର୍ଷୀୟ ଏହି କ୍ରିକେଟର ମଧ୍ୟ ଏକାଧିକ...

ଟୋକିଓ ଅଲିମ୍ପିକ୍ସ: ୧୦୦ ଦିନିଆ କାଉଣ୍ଟ ଡାଉନ୍‌ ଆରମ୍ଭ

ଟୋକିଓ,୧୫।୪(ଏପି): ଆଗାମୀ ଟୋକିଓ ଅଲିମ୍ପିକ୍ସର ୧୦୦ ଦିନିଆ କାଉଣ୍ଟ ଡାଉନ ବା ଅବଗଣନା ବୁଧବାର ଆରମ୍ଭ ହୋଇଛି। କୋଭିଡ୍‌-୧୯ ପାଇଁ ଏହି ମେଗା ଇଭେଣ୍ଟ ଗୋଟିଏ...

କୋଟଲା ଷ୍ଟାଣ୍ଡ୍‌ରୁ ନା ହଟେଇଲେ ଆଇନର ଆଶ୍ରୟ ନେବି: ବିଶନ ସିଂ ବେଦୀ

ନୂଆଦିଲ୍ଲୀ,୨୭।୧୨: ସ୍ଥାନୀୟ ଫିରୋଜ ଶାହ କୋଟଲା ଗ୍ରାଉଣ୍ଡର ଦର୍ଶକଙ୍କ ଷ୍ଟାଣ୍ଡ୍‌ରୁ ତୁରନ୍ତ ନାମ ହଟାଇବା ପାଇଁ ଦାବି କରିଛନ୍ତି ସ୍ପିନ କିମ୍ବଦନ୍ତୀ ବିଶନ ସିଂ ବେଦୀ।...

ଇଂଲଣ୍ଡ ୨-୦ରେ ସିରିଜ ବିଜୟୀ

ଗାଲେ, ୨୬ା୧- ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟକୁ ଇଂଲଣ୍ଡ ୬ ଉଇକେଟରେ ଜିତି ନେଇଛି। ଏହା ଦ୍ୱାରା ଦଳ ୨ ମ୍ୟାଚ ବିଶିଷ୍ଟ ସିରିଜକୁ...

ୟୁଏସ୍‌ ଆମେଚର ଗଲ୍ଫରେ ଭାଗ ନେବେ ଅନିକା

ନୂଆଦିଲ୍ଲୀ,୧୮।୭(ପି.ଟି.): ଭାରତୀୟ ଉଦୀୟମାନ ମହିଳା ଆମେଚର ଗଲ୍ଫର ଅନିକା ବର୍ମା ଏବେ ଏକ ବିଶ୍ୱସ୍ତରୀୟ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଅଗଷ୍ଟ ୬ରୁ ୯ ତାରିଖ...

ରିଚାର୍ଡଶନ ଓହରିଲେ, ଟାଏ ସାମିଲ

ସିଡ୍‌ନୀ, ୧୯।୧୧(ପି.ଟି.)- ଭାରତ ବିପକ୍ଷ ଏକଦିବସୀୟ ଓ ଟି୨୦ କ୍ରିକେଟ ସିରିଜରୁ ଅଷ୍ଟ୍ରେଲିଆ ଦ୍ରୁତ ବୋଲର କେନ୍‌ ରିଚାର୍ଡଶନ ଓହରି ଯାଇଛନ୍ତି। ତାଙ୍କ ସ୍ଥାନରେ ଆଣ୍ଡ୍ର୍ୟୁ...

Ten Cric Info
Advertisement


Archives

Model This Week

Why Dharitri