ସ୍ଥିତାବସ୍ଥା ବଜାୟ ରଖିଛି କଂଗ୍ରେସ

ଯାଜପୁର ଅଫିସ,୧-୧:ଗତ ସାଧାରଣ ନିର୍ବାଚନରେ କୋରେଇ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଆଶାତୀତ ଭାବେ ସଫଳତା ଅର୍ଜନ କରିଥିଲା। କଂଗ୍ରେସ ପ୍ରାର୍ଥତ୍ନୀ ବନ୍ଦିତା ପରିଡା ୩୦ହଜାରରୁ ଊର୍ଦ୍ଧ୍ୱ ଭୋଟ ପାଇ ଉଭୟ ବିଜେଡି ଓ ଭାଜପା ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲେ ବୋଲି କୋରେଇ ନିର୍ବାଚନ ମଣ୍ଡଳୀର ୩୭ ଗ୍ରାମ ପଞ୍ଚାୟତ ଓ ବ୍ୟାସନଗର ଅଞ୍ଚଳର କଂଗ୍ରେସ କର୍ମକର୍ତ୍ତାଙ୍କ ଏକ ବନ୍ଧୁ ମିଳନ ବୈଠକରେ ମତ ପ୍ରକାଶ ପାଇଛି। କୋରେଇ ବ୍ଲକ କଂଗ୍ରେସ କମିଟିର ସଭାପତି ମଧୁସୁଦନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ କୋରେଇ ବିଧାନସଭା ଆସନର କଂଗ୍ରେସ ବିଧାୟିକା ପ୍ରାର୍ଥତ୍ନୀ ତଥା ଓଡ଼ିଶା ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଆଗାମୀ ପୌର ନିର୍ବାଚନରେ ଅଧ୍ୟକ୍ଷା ପଦବୀ ହାତେଇବାକୁ ସଂଗଠନକୁ ସୁଦୃଢ କରିବାକୁ ପଡ଼ିବ ବୋଲି ଆହ୍ବାନ ଦେଇଥିଲେ। ଅର୍ଥବଳ, କ୍ଷମତାବଳ ନ ଥିବା ସତ୍ତ୍ବେ କଂଗ୍ରେସ ନିଜର ଭୋଟ ବ୍ୟାଙ୍କକୁ ବଜାୟ ରଖିବାକୁ ସମର୍ଥ ହୋଇଥିବାରୁ ଆସନ୍ତା ପୌରନିର୍ବାଚନରେ ସଫଳତା ନିଶ୍ଚିତ ବୋଲି ସେ କର୍ମୀମାନଙ୍କୁ ଉସତ୍ାହିତ କରିଥିଲେ। ଏହାବାଦ ନିର୍ବାଚନମଣ୍ଡଳୀର ସମସ୍ତ ପଞ୍ଚାୟତର ସାଂଗଠନିକ ନିର୍ବାଚନ, ଗ୍ରାମ ପଞ୍ଚାୟତ ସଭାପତି ଚୟନ ଆସନ୍ତା ଫେବୃୟାରୀ ୧୫ ତାରିଖ ସୁଦ୍ଧା ଶେଷ କରିବାକୁ କହିଥିଲେ। କେନ୍ଦ୍ରରେ ଭାଜପା ସରକାରଙ୍କ ଜନମାରଣ ନୀତି ଫଳରେ ସମ୍ବିଧାନ ପ୍ରତି ବିପଦ ସୃଷ୍ଟି ହେଉଛି। ଦରଦାମ ନିୟନ୍ତ୍ରଣରେ ବିଫଳ, ଶିକ୍ଷିତ ବେକାରୀ ଯୁବତୀଯୁବକ ନିଯୁକ୍ତି ଆଶାରେ ବସିଛନ୍ତି, ଭୁଲ ନୀତି ଫଳରେ ଦେଶରେ ଆର୍ଥିକ ମାନ୍ଦାବସ୍ଥା ପାଇଁ କଳକାରଖାନାରେ ଛଟେଇ ଏକ ମସ୍ତବଡ଼ ସମସ୍ୟା ହୋଇଛି। ଏପରିକି ଆର୍ଥିକ ମାନ୍ଦାବସ୍ଥା ଯୋଗୁ ଶିଳ୍ପଜଗତ ସଙ୍କଟରେ ରହିଛି। କେନ୍ଦ୍ର ସରକାରଙ୍କୁ ରାଜ୍ୟରେ ଶାସନାଧିନ ବିଜେଡି ସବୁକ୍ଷେତ୍ରରେ ସମର୍ଥନ ଦେଇ ଆସୁଛି। କୋରେଇରେ ରାଜନୈତିକତା ଅସ୍ଥିତରତା ପାଇଁ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ନ କରି ବ୍ୟାସନଗର ତହସିଲଦାର ଓ କୋରେଇ ବ୍ଲକ ବିଡିଓଙ୍କ ବଦଳି ଫଳରେ ସରକାରୀ ଯୋଜନା ଠପ ହୋଇ ପଡିଛି। ବ୍ଲକଗୁଡ଼ିକରେ ଦୁର୍ନୀତି ଚରମସୀମାରେ ପହଞ୍ଚତ୍ଲାଣି। କଂଗ୍ରେସ କୋରେଇବାସୀଙ୍କ ମୌଳିକ ସୁବିଧା ପାଇଁ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ରାଜ୍ୟ ଅସଂଗଠିତ ଶ୍ରମିକ କଂଗ୍ରେସ ସଭାପତି ବିଦ୍ୟାଧର ମହାନ୍ତି, ପୂର୍ବତନ ନଗରପାଳ ରସାନନ୍ଦ ମହାନ୍ତି ପ୍ରମୁଖ କଂଗ୍ରେସର ତୃଣମୃଣସ୍ତରରେ ସଂଗଠନକୁ ଆହୁରି ଶକ୍ତିଶାଳୀ କରିବାକୁ ଆହ୍ବାନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଶୁଭାରମ୍ଭ; ଜଳ କଳସଯାତ୍ରାରେ ସହସ୍ରାଧିକ ଶ୍ରଦ୍ଧାଳୁ ସାମିଲ, ସୋମବାରଠୁ ଶତରୁଦ୍ର ମହାଯଜ୍ଞ 

ଦିଗପହଣ୍ଡି,୨୪।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା  ଦିଗପହଣ୍ଡି ସହର ଉପକଣ୍ଠ  କୁଶପଡ଼ା ଗ୍ରାମ ନିକଟ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଓ ଶତରୁଦ୍ର…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

ବଲାଙ୍ଗୀରରୁ ବରଗଡ଼କୁ ହେଉଥିଲା କଫସିରପ ଚାଲାଣ, ୭୩୩ ବୋତଲ ଜବତ କଲା ଗାଇସିଲେଟ୍‌ ପୋଲିସ

ବରଗଡ଼/ଗାଇସିଲେଟ୍‌,୨୪।୫(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ):  ବରଗଡ଼ ଜିଲା ପୋଲିସ ନିଶା କାରବାର ଧରପଗଡ଼ ଅଭିଯାନକୁ ଜୋରଦାର୍‌ କରିଛି । ଶନିବାର ଜିଲାର ଗାଇସିଲେଟ୍‌ ଥାନା ପୋଲିସ ୭୩୩ ବୋତଲ…

ଅଗ୍ନିକାଣ୍ଡ ପରେ ବିଦ୍ୟୁତ୍‌ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ: ଜାଲାପୁଟ କ୍ୟାମ୍ପ ସମେତ ଏକାଧିକ ଗାଁ ଏବେ ଅନ୍ଧାରରେ

ନନ୍ଦପୁର,୨୪ା୫(ତୁଷାର କାନ୍ତ ମହାନ୍ତି): ମାଛକୁଣ୍ଡ ଜଳ ବିଦ୍ୟୁତ୍‌ ପ୍ରକଳ୍ପରେ ଅଗ୍ନିକାଣ୍ଡ ଯୋଗୁ କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତରେ ଥିବା ଜୋଲାପୁଟ ରିଜର୍ଭର ନିକଟ କ୍ୟାମ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri