ସ୍ଥିତାବସ୍ଥା ବଜାୟ ରଖିଛି କଂଗ୍ରେସ

ଯାଜପୁର ଅଫିସ,୧-୧:ଗତ ସାଧାରଣ ନିର୍ବାଚନରେ କୋରେଇ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଆଶାତୀତ ଭାବେ ସଫଳତା ଅର୍ଜନ କରିଥିଲା। କଂଗ୍ରେସ ପ୍ରାର୍ଥତ୍ନୀ ବନ୍ଦିତା ପରିଡା ୩୦ହଜାରରୁ ଊର୍ଦ୍ଧ୍ୱ ଭୋଟ ପାଇ ଉଭୟ ବିଜେଡି ଓ ଭାଜପା ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲେ ବୋଲି କୋରେଇ ନିର୍ବାଚନ ମଣ୍ଡଳୀର ୩୭ ଗ୍ରାମ ପଞ୍ଚାୟତ ଓ ବ୍ୟାସନଗର ଅଞ୍ଚଳର କଂଗ୍ରେସ କର୍ମକର୍ତ୍ତାଙ୍କ ଏକ ବନ୍ଧୁ ମିଳନ ବୈଠକରେ ମତ ପ୍ରକାଶ ପାଇଛି। କୋରେଇ ବ୍ଲକ କଂଗ୍ରେସ କମିଟିର ସଭାପତି ମଧୁସୁଦନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ କୋରେଇ ବିଧାନସଭା ଆସନର କଂଗ୍ରେସ ବିଧାୟିକା ପ୍ରାର୍ଥତ୍ନୀ ତଥା ଓଡ଼ିଶା ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଆଗାମୀ ପୌର ନିର୍ବାଚନରେ ଅଧ୍ୟକ୍ଷା ପଦବୀ ହାତେଇବାକୁ ସଂଗଠନକୁ ସୁଦୃଢ କରିବାକୁ ପଡ଼ିବ ବୋଲି ଆହ୍ବାନ ଦେଇଥିଲେ। ଅର୍ଥବଳ, କ୍ଷମତାବଳ ନ ଥିବା ସତ୍ତ୍ବେ କଂଗ୍ରେସ ନିଜର ଭୋଟ ବ୍ୟାଙ୍କକୁ ବଜାୟ ରଖିବାକୁ ସମର୍ଥ ହୋଇଥିବାରୁ ଆସନ୍ତା ପୌରନିର୍ବାଚନରେ ସଫଳତା ନିଶ୍ଚିତ ବୋଲି ସେ କର୍ମୀମାନଙ୍କୁ ଉସତ୍ାହିତ କରିଥିଲେ। ଏହାବାଦ ନିର୍ବାଚନମଣ୍ଡଳୀର ସମସ୍ତ ପଞ୍ଚାୟତର ସାଂଗଠନିକ ନିର୍ବାଚନ, ଗ୍ରାମ ପଞ୍ଚାୟତ ସଭାପତି ଚୟନ ଆସନ୍ତା ଫେବୃୟାରୀ ୧୫ ତାରିଖ ସୁଦ୍ଧା ଶେଷ କରିବାକୁ କହିଥିଲେ। କେନ୍ଦ୍ରରେ ଭାଜପା ସରକାରଙ୍କ ଜନମାରଣ ନୀତି ଫଳରେ ସମ୍ବିଧାନ ପ୍ରତି ବିପଦ ସୃଷ୍ଟି ହେଉଛି। ଦରଦାମ ନିୟନ୍ତ୍ରଣରେ ବିଫଳ, ଶିକ୍ଷିତ ବେକାରୀ ଯୁବତୀଯୁବକ ନିଯୁକ୍ତି ଆଶାରେ ବସିଛନ୍ତି, ଭୁଲ ନୀତି ଫଳରେ ଦେଶରେ ଆର୍ଥିକ ମାନ୍ଦାବସ୍ଥା ପାଇଁ କଳକାରଖାନାରେ ଛଟେଇ ଏକ ମସ୍ତବଡ଼ ସମସ୍ୟା ହୋଇଛି। ଏପରିକି ଆର୍ଥିକ ମାନ୍ଦାବସ୍ଥା ଯୋଗୁ ଶିଳ୍ପଜଗତ ସଙ୍କଟରେ ରହିଛି। କେନ୍ଦ୍ର ସରକାରଙ୍କୁ ରାଜ୍ୟରେ ଶାସନାଧିନ ବିଜେଡି ସବୁକ୍ଷେତ୍ରରେ ସମର୍ଥନ ଦେଇ ଆସୁଛି। କୋରେଇରେ ରାଜନୈତିକତା ଅସ୍ଥିତରତା ପାଇଁ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ନ କରି ବ୍ୟାସନଗର ତହସିଲଦାର ଓ କୋରେଇ ବ୍ଲକ ବିଡିଓଙ୍କ ବଦଳି ଫଳରେ ସରକାରୀ ଯୋଜନା ଠପ ହୋଇ ପଡିଛି। ବ୍ଲକଗୁଡ଼ିକରେ ଦୁର୍ନୀତି ଚରମସୀମାରେ ପହଞ୍ଚତ୍ଲାଣି। କଂଗ୍ରେସ କୋରେଇବାସୀଙ୍କ ମୌଳିକ ସୁବିଧା ପାଇଁ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ରାଜ୍ୟ ଅସଂଗଠିତ ଶ୍ରମିକ କଂଗ୍ରେସ ସଭାପତି ବିଦ୍ୟାଧର ମହାନ୍ତି, ପୂର୍ବତନ ନଗରପାଳ ରସାନନ୍ଦ ମହାନ୍ତି ପ୍ରମୁଖ କଂଗ୍ରେସର ତୃଣମୃଣସ୍ତରରେ ସଂଗଠନକୁ ଆହୁରି ଶକ୍ତିଶାଳୀ କରିବାକୁ ଆହ୍ବାନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ

ପୁରୀ,୧୮ା୪(ଅଜିତ ମହାନ୍ତି)ପବିତ୍ର ରାମନବମୀ ଅବସରରେ ବୁଧବାରଠାରୁ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ ହୋଇଛି। ସହିଯାତ ପାଇଁ ଉତ୍ସବମୁଖର ହୋଇପଡ଼ିଛି ଶ୍ରୀକ୍ଷେତ୍ର। ଶ୍ରୀରାମଙ୍କ ଜନ୍ମଲୀଳାଠାରୁ ଆରମ୍ଭ...

ପୁଣି କର୍ମଚାରୀ ଛଟେଇ କଲା ଗୁଗ୍‌ଲ

କାଲିଫର୍ନିଆ, ୧୮।୪: ବଡ ଆଇଟି କମ୍ପାନୀଗୁଡିକ ଆଜିକାଲି ଏକ ସମ୍ଭାବ୍ୟ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛନ୍ତି। ଖର୍ଚ୍ଚ ହ୍ରାସ କରିବାକୁ ଏହି କମ୍ପାନୀଗୁଡିକ କର୍ମଚାରୀଙ୍କ ଉପରେ ଛଟେଇ...

ଅପରାଜିତାଙ୍କ ବିପକ୍ଷରେ ୨ ଯୁବନେତା

ଖୋର୍ଦ୍ଧା,୧୮।୪(ପ୍ରଭାତ ପାଣିଗ୍ରାହୀ)ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ଭାଜପା ଅପରାଜିତା ଷଡ଼ଙ୍ଗୀ, ବିଜେଡି ମନ୍ମଥ ରାଉତରାୟ ଏବଂ କଂଗ୍ରେସ ୟାସିର ନୱାଜଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଦୁଇ...

ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପଚାର ଠପ୍‌

ଭବାନୀପାଟଣା,୧୮।୪(ଉତ୍ତମ କୁମାର ଦାଶ)କଳାହାଣ୍ଡିବାସୀ ମେଡ଼ିକାଲ କଲେଜ ଆରମ୍ଭ ହେବାରୁ ଖୁସୀ ହୋଇଥିଲେ। ହେଲେ ଜିଲା ହସ୍ପିଟାଲ ଓ ଶହୀଦ ରେଣ୍ଡୋ ମାଝି ମେଡ଼ିକାଲ କଲେଜ ମଧ୍ୟରେ...

ସ୍ବାସ୍ଥ୍ୟ, ଶିକ୍ଷା, ବିଜୁଳି ସାତସପନ

ନୂଆପଡ଼ା,୧୮।୪(ମକାରୁ ବେମାଲ)ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଲୋକେ ମୌଳିକ ସୁବିଧାରୁ ବଞ୍ଚତ୍ତ। କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଯୋଜନା କରୁଥିଲେ ମଧ୍ୟ ଲୋକ...

ଶିକ୍ଷିତ ଯୁବବର୍ଗଙ୍କ ନିଯୁକ୍ତି ବ୍ୟବସ୍ଥାରେ ଢିଲା

ରାଉରକେଲା,୧୮ା୪(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ଜିଲା ନିଯୁକ୍ତି ନିୟୋଜନ କାର୍ଯ୍ୟାଳୟ ସ୍ଥାପନ ହେବାର ଆଜକୁ ୬୩ ବର୍ଷ ପୂରିଲା। ବିଭାଗ ହାତରେ ଜିଲାର ୧୭ ବ୍ଲକର ଶିକ୍ଷିତ...

ଚର୍ଚ୍ଚାରେ ସମୀରଙ୍କ ଭାଇରାଲ ଫଟୋ

ନିମାପଡ଼ା,୧୮।୪ (ରଞ୍ଜନ କୁମାର ପଟ୍ଟନାୟକ)ବିଜେଡି ବିଧାୟକ ସମୀର ରଞ୍ଜନ ଦାଶ ହାତ ଧରିବା ନେଇ ଆଲୋଚନା ହେଉଛି। ବୁଧବାର ସମୀରଙ୍କ ସହିତ ରାହୁଲ ଗାନ୍ଧୀଙ୍କ ଭାଇରାଲ...

ନୂଆ ରୂପରେ ସଜେଇ ହେଲା ଭାଗବତ ଟୁଙ୍ଗି

ବେଗୁନିଆ,୧୮ା୪(ହରପ୍ରସନ୍ନ ପଣ୍ଡା)ବେଗୁନିଆ ବ୍ଲକ ପୋଡ଼ାଡିହ ପଞ୍ଚାୟତ ଅନ୍ତର୍ଗତ ତଳଗଡ଼ ଗାଁରେ ବୁଧବାର ପବିତ୍ର ରାମନବମୀରେ ଆଧ୍ୟାତ୍ମିକ ଭାବଧାରା ଦେଖିବାକୁ ମିଳିଛି। ବିଶ୍ୱାଳସାହିସ୍ଥିତ ଭାଗବତ ଦେବଙ୍କ ନୂତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri