ସ୍ତ୍ରୀଙ୍କୁ ଅଫିସ ଛାଡିବାକୁ ଯାଇ ସ୍ବାମୀ ଗଣିଲେ ଜରିମାନା

ଭଞ୍ଜନଗର,୨୦।୪(ଡି.ଏନ.ଏ.)- ଭଞ୍ଜନଗର ଉପଖଣ୍ଡର ଜଣେ ମହିଳା ଯନ୍ତ୍ରୀ ନିଜ ଘରୁ ସୋମବାର ଅଫିସ ଅଭିମୁଖେ ବାହାରିଥିଲେ। ଯନ୍ତ୍ରୀଙ୍କୁ ଗାଡ଼ି ଚଳାଇବା ଆସୁ ନ ଥିବା ଯୋଗୁ ତାଙ୍କ ସ୍ବାମୀ ସ୍କୁଟିରେ ବେଲଗୁଣ୍ଠା ରାସ୍ତାରେ ଯାଉଥିଲେ। ବାଟରେ ତନରଡ଼ା ଠାରେ ଯାଞ୍ଚ ଦାୟିତ୍ୱରେ ଥିବା କିଛି କର୍ମଚାରୀ ଯନ୍ତ୍ରୀଙ୍କ ଗାଡ଼ିକୁ ଅଟକାଇଥିଲେ। ଗୋଟିଏ ସ୍କୁଟିରେ ଏକାଧିକ ବ୍ୟକ୍ତି ଯାଇପାରିବେ ନାହିଁ, ଏହାଦ୍ୱାରା ସାମାଜିକ ଦୂରତ୍ୱ ଆଇନ ଉଲ୍ଲଘଂନ ହେଉଛି ବୋଲି କର୍ମଚାରୀମାନେ କହିଥିଲେ। ଯନ୍ତ୍ରୀଙ୍କ ସ୍ବାମୀ ଏହାର ପ୍ରତିବାଦ କରିଥିଲେ। ପରେ ତହସିଲ, ବ୍ଲକ ଏବଂ ଥାନା କର୍ମଚାରୀ ଆସି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ସମାଧାନ ହୋଇ ପାରି ନ ଥିଲା। ଶେଷରେ ଉପ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉପଖଣ୍ଡ ପଞ୍ଚାୟତ ଅଧିକାରୀ ପ୍ରହଲ୍ଲାଦ ପ୍ରଧାନ ଘଟଣାସ୍ଥଳକୁ ଯାଇ ଜରିମାନା କାଟିବାକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଯନ୍ତ୍ରୀ ୫ଶହ ଟଙ୍କା ଜରିମାନା ଦେଇଥିବା ଜଣାପଡ଼ିଛି। ଯେଉଁ ମହିଳା କର୍ମଚାରୀଙ୍କୁ ଗାଡ଼ି ଚଳାଇବା ଆସୁନାହିଁ ସେମାନେ କିଭଳି କର୍ମକ୍ଷେତ୍ରକୁ ଯିବେ ତାହା ଏବେ ଚିନ୍ତାର ବିଷୟ। ଅପରପକ୍ଷେ ଗୋଟିଏ କାରରେ ଚାଳକ ସମେତ ଆଉଜଣେ ଯାଇପାରିବ ବୋଲି ନିୟମ ଥିବାବେଳେ ଅଧିକାଶଂ ସରକାରୀ ଗାଡ଼ିରେ ଏକାଧିକ କର୍ମଚାରୀ ଯିବାଆସିବା କରୁଛନ୍ତି। ଏନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୌନ ଶୋଷଣ ଅଭିଯୋଗ ମାମଲା: ଝରିଗାଁ ବିଧାୟକଙ୍କୁ ଗିରଫ ଦାବି ତେଜୁଛି

ଉମରକୋଟ,୯ା୫(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବିଧାୟକ ପ୍ରକାଶ ମାଝିଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ ତାଙ୍କୁ ଗିରଫ ଦାବି ତେଜୁଛି। ନବରଙ୍ଗପୁର ଜିଲାର...

ରାତି ଅଧରେ ବୁଲିଲେ ପ୍ରବାସୀ

ମାହାଙ୍ଗା,୧୫ା୫(ସ୍ବ.ପ୍ର.): ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀଙ୍କୁ ସରକାର ସଙ୍ଗରୋଧ କେନ୍ଦ୍ରରେ ରଖିବା ବ୍ୟବସ୍ଥା କରିଛନ୍ତି। ଏପରି କି ଏହି ପ୍ରବାସୀମାନେ ଆସିବା ପରେ କରୋନା ସଂକ୍ରମିତ...

ଓଡ଼ିଶାରେ ସର୍ବାଧିକ ୨୩ ସଂକ୍ରମିତ ସ୍ଥାନ

ଯାଜପୁର ଅଫିସ,୨୮ା୩: କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ତଥ୍ୟ ଅନୁସାରେ ଦେଶରେ ମୋଟ ୧୧୨ ସଂକ୍ରମିତ ଅଞ୍ଚଳ ରହିଛି। ସେଥିରୁ ଓଡ଼ିଶାରେ ଟକ୍ସିକ ଓ...

ଅର୍ଥ ଅଛି, ଅନୁମତି ନାହିଁ

ବଇଣ୍ଡା, ୨୫ା୮(ଡି.ଏନ୍‌.ଏ.)ବହୁ ଆପତ୍ତି ଅଭିଯୋଗ ପରେ ୨ ବ୍ଲକକୁ ଯୋଡ଼ୁଥିବା ୯.୪ କିଲୋମିଟର ସଡ଼କକୁ ପକ୍କା କରିବା ପାଇଁ ସରକାର ଅର୍ଥ ଯୋଗାଇ ଦେଇଛନ୍ତି। ପୂର୍ତ୍ତ...

ବଳାକତ୍।ର ଅଭିଯୋଗରେ ଯୁବକ ଗିରଫ

ବୁଗୁଡ଼ା,୨୮।୭(ଡି.ଏନ.ଏ.)-ଜନୈକା ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖିବା ଏବଂ ତାଙ୍କର ଅଶ୍ଳୀଳ ଭିଡିଓକୁ ଭାଇରାଲ କରିବା ଅଭିଯୋଗରେ ବୁଗୁଡ଼ା ପୋଲିସ ରବିବାର ଜଣେ...

ଜଙ୍ଗଲରୁ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ସମ୍ପର୍କୀୟ ବୋହୂ ନିଖୋଜ

ବଡ଼ବିଲ,୧୦ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ବଳିତା ଗାଁ ନିକଟ ଜଙ୍ଗଲରୁ ଜଣେ ବୃଦ୍ଧାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଉଛନ୍ତି ଯୋଡ଼ା...

ବାବା ମୁକ୍ତେଶର ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

କେନ୍ଦୁଝର,୨୧।୨(ସ୍ବ.ପ୍ର.): କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନରେ ଥିବା ଶୈବପୀଠରେ ଜାଗରଯାତ୍ରା ଧୁମଧାମରେ ପାଳନ ହେଉଛି। ବିଭିନ୍ନ ଶୈବପୀଠରେ ସକାଳୁ ଭକ୍ତଙ୍କ ଭିଡ଼ ଜମିଥିଲା। ଝୁମ୍ପୁରା ବ୍ଲକ...

ଦାଦନ ଶ୍ରମିକଙ୍କ ମୃତ୍ୟୁ

ଭଞ୍ଜନଗର,୧୪।୧୧(ଡି.ଏନ.ଏ)-ତାମିଲନାଡ଼ୁରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ସରନୂଆପଲ୍ଲୀର ସନ୍ତୋଷ ଗୌଡ଼ ପକ୍ଷାଘାତରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କୁ ଘରକୁ ଅଣାଯାଉଥିବା ବେଳେ...

Advertisement
Archives

Model This Week