ସ୍କୁଲ ଛାତ୍ରଙ୍କୁ ବହି ବୁହାଇବା ପଡ଼ିଲା ମହଙ୍ଗା: ପ୍ରଧାନଶିକ୍ଷକ ନିଲମ୍ବିତ

ବସ୍ତା,୧୭।୨(ଡି.ଏନ.ଏ): ସ୍କୁଲ ଛାତ୍ରଙ୍କୁ ସାଇକେଲରେ ବହି ବୁହାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏ ନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ହରିପଦ ଜେନାଙ୍କୁ ନିଲମ୍ବିତ କରାଯାଇଛି। ବସ୍ତା ବ୍ଲକ ମୂଳିଦା ସତ୍ୟବାଦୀ ଉ.ପ୍ରା. ବିଦ୍ୟାଳୟର ପ୍ରଧାନଶିକ୍ଷକ ହରିପଦ ଜେନା ବିଦ୍ୟାଳୟର ୩ଜଣ ପିଲାଙ୍କ ଦ୍ବାରା ୨ ପ୍ୟାକେଟ ବହି ବୁହାଇଥିବାରୁ ବସ୍ତା ବିଇଓ ପ୍ରାଚୀତନୟା ଗିରି ଚିଠି ନଂ.୪୦୧/୧୭ା୨ା୨୦୨୦ରେ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ, ଗତ ଶନିବାର ୩ ଜଣ ସ୍କୁଲ ପିଲା ବସ୍ତାରେ ଶହୀଦ ହୋଇଥିବା ସୈନିକଙ୍କ ମରଶରୀର ଦେଖିବାକୁ ଆସିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ତାଙ୍କୁ ସ୍କୁଲର ବହି ଦେଖିବାକୁ କହି ସାଇକେଲରେ ବହି ବୁହାଇଥିଲେ। ଏ ସମ୍ପର୍କରେ ଅଭିଯୋଗ ପାଇ ବିଇଓ ଏହି କାର୍ଯ୍ୟାନୁଷ୍ଠାନ ସହ ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ଓ୍ବାଚ୍‌ ଟାଓ୍ବାରରେ ଚଢି ଫଟୋ ଉଠାଇଲେ ବିଦେଶିନୀ, ଭିଡିଓ ଭାଇରାଲ

ପୁରୀ ଅଫିସ,୨୯।୧୨: ନୂଆବର୍ଷ ପାଇଁ ପୁରୀ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି ହୋଇଥିବା କୁହାଯାଉଛି। ହେଲେ ଶ୍ରୀମନ୍ଦିର ସୁରକ୍ଷା...

ଘରଘର ବୁଲି ଭୋଟ୍‌ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଗଞ୍ଜାମ,୯ା୩(ଡି.ଏନ୍‌.ଏ.): ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ନିର୍ବାଚନ ତାତି ସେତିକି ବଢୁଛି l ବୁଧବାର ପ୍ରାର୍ଥିପତ୍ର ଯାଞ୍ଚ ପରେ ବିଜେଡି ପ୍ରଥମେ ଦାମୋଦରପୁରରୁ ପ୍ରଚାର...

ମକଡ଼ଦମପଡ଼ାରେ କିଡ଼୍‌ନୀ ରୋଗ୍‌ ଆତଁକ୍‌

ସିନାପାଲି,୨୦।୫ (ଡି.ଏନ.ଏ)-  ନୂଆପଡା ଜିଲା ସିନାପାଲି ବ୍ଲକ ଲିଟିଗୁଡା ପଁଚେତ୍‌ ମକଡଦମପଡା ଗାଁବାସୀ ନିରମଲ ପାଏନ୍‌ ଅଭାବୁ ଫ୍ଲୋରାଇଡ୍‌ ମିଶା ପାଏନ୍‌ ପିଇ ଅନେକ ଲୋକ୍‌...

ଅହିରାଜକୁ କାମୁଡ଼ି ଘାଇଲା କଲା ନେଉଳ: ଭିଡିଓ ଦେଖିଲେ…

ସଜନାଗଡ଼,୧୩।୨(ଡି.ଏନ୍‌.ଏ.): ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ନୀଳଗିରି ପଞ୍ଚଲିଙ୍ଗେଶ୍ୱର ଠାରେ ଏକ ବିରାଟକାୟ ଅହିରାଜ ସାପ ସହିତ ଏକ ନେଉଳର ଘମାଘୋଟ ଲଢ଼େଇ ହୋଇଥିବା ଦେଖାଯାଇଛି।...

ଅନୁଗୋଳକୁ ଡରାଇଲାଣି ସ୍ବାଇନ ଫ୍ଲୁ: ଦୁଇ ଜୀବନ ଗଲା ପରେ ଖୋଲିଲା ସ୍ବତନ୍ତ୍ର ୱାର୍ଡ

ଅନୁଗୋଳ ଅଫିସ, ୨୬।୪-  ଅନୁଗୋଳକୁ ଡରାଇଲାଣି ସ୍ବାଇନ ଫ୍ଲୁ। ହଠାତ୍‌ ଏଭଳି ମାରାତ୍ମକ ରୋଗ ଆସିବା ଓ ଦୁଇ ଜଣଙ୍କ ଜୀବନ ନେବା ପରେ ସହରବାସୀ...

ଗଞ୍ଜାମର ୧୦ ବ୍ଲକରେ ଆଜି ଟିକାକରଣ ବନ୍ଦ

ଛତ୍ରପୁର,୨୪ା୬(ଡି.ଏନ୍‌.ଏ): ଗଞ୍ଜାମ ଜିଲାରେ ଗତ ୩ ଦିନ ହେଲା ମେଗା କରୋନା ଟିକାକାରଣ ଚାଲିଥିଲା। ତେବେ ଟିକା ଅଭାବ ଯୋଗୁ ଜିଲାର ୨୨ ବ୍ଲକ ମଧ୍ୟରୁ...

କଟକରେ ଦୂଷିତ ଖାଦ୍ୟକୁ ନେଇ ଚିନ୍ତା: ଗୁପଚୁପ୍‌ ପଟିରେ ଚଢ଼ାଉ

କଟକ ଅଫିସ,୨୮।୫: ନକଲି ହବ୍‌ କଟକରେ ଏବେ ଦୂଷିତ ଖାଦ୍ୟକୁ ନେଇ ଚିନ୍ତା। ଖାଲି ସାଧାରଣ ଲୋକ ନୁହଁନ୍ତି, ଏ ନେଇ ପ୍ରଶାସନର ମୁଣ୍ଡବିନ୍ଧିବାର କାରଣ...

ନକଲି ଭିଡିଓ ଭାଇରାଲ ମାମଲା: ଅପମାନିତ କରିଛି ଓଟିଭି

ଭୁବନେଶ୍ୱର/କେନ୍ଦୁଝର,୧୮ା୧୦(ବ୍ୟୁରୋ/ସ୍ବ.ପ୍ର.): ୨୦୧୯ ସାଧାରଣ ନିର୍ବାଚନ ସମୟରେ କେନ୍ଦୁଝର ଲୋକ ସଭା ଆସନପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଚନ୍ଦ୍ରାଣୀ ମୁର୍ମୁଙ୍କ ନକଲି ଭିଡିଓ ଭାଇରାଲ କରାଯାଇଥିଲା। ଉକ୍ତ ଘଟଣାରେ...

Advertisement
Archives

Model This Week