ସୌଦି ଆରବର ଆରାମ୍‌କୋ ତୈଳ ଭଣ୍ଡାରରେ ଡ୍ରୋନ ଆକ୍ରମଣ; ମହଙ୍ଗା ହୋଇପାରେ ଅଶୋଧିତ ତେଲ ଦର

ନୂଆଦିଲ୍ଲୀ,୧୬।୯: ସୌଦି ଆରବର ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଆରାମ୍‌କୋର ଅବକିକ୍‌ ଓ ଖୁରେସରେ ଥିବା ଦୁଇଟି ତୈଳ ଭଣ୍ଡାର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଫଳରେ ସେଠାରେ ଅସ୍ଥାୟୀ ରୂପେ ତୈଳ ଉତ୍ପାଦନକୁ ବନ୍ଦ କରିଦିଆଯାଇଛି। ସୌଦି ଆରବ ଶକ୍ତି ମନ୍ତ୍ରୀ ପ୍ରିନ୍ସ ଅବ୍‌ଦୁଲ ଅଜିଜ୍‌ ବିନ୍‌ ସଲମାନ କହିଛନ୍ତି ଯେ, ଏହି ଆକ୍ରମଣ ଯୋଗୁ ଆରାମକୋର ମୋଟ ଉତ୍ପାଦନ ଅଧା ହୋଇଗଲାଣି। ଏଥିଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଯୋଗାଣ ବ୍ୟାହତ ହେବ। ଫଳସ୍ବରୂପ ବଜାରରେ ତେଲ ଦର ବଢ଼ିବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।
ସୌଦି ଶକ୍ତିମନ୍ତ୍ରୀ କହିଛନ୍ତି ଯେ, ଆରାମ୍‌କୋର ଦୈନିକ ୫୭ ଲକ୍ଷ ବ୍ୟାରେଲ ଅଶୋଧିତ ତେଲ ଉତ୍ପାଦନ ପ୍ରଭାବିତ ହେଉଛି। ତୈଳ ଉତ୍ପାଦକ ଦେଶସମୂହକୁ ନେଇ ଗଠିତ ଓପେକ୍‌ ପକ୍ଷରୁ ଅଗଷ୍ଟରେ ଜାରି ତଥ୍ୟ ଅନୁଯାୟୀ ସୌଦି ଆରବ ଦୈନିକ ୯୮ ଲକ୍ଷ ବ୍ୟାରେଲ ଅଶୋଧିତ ତେଲ ଉତ୍ପାଦନ କରୁଥିଲା। ଆରାମ୍‌କୋ ଉପରେ ହୋଇଥିବା ଡ୍ରୋନ ଆକ୍ରମଣର ପ୍ରଭାବ ସାରା ବିଶ୍ୱର ତୈଳ ଯୋଗାଣ ଉପରେ ପଡିବ ବୋଲି ମନେ କରାଯାଉଛି। ଆରାମ୍‌କୋର ଉତ୍ପାଦନ ମୂଳ ସ୍ଥିତିକୁ ନ ଆସିଲେ ବିଶ୍ୱ ବଜାରରେ ପ୍ରତି ମାସରେ ୧୫୦ ମିଲିୟନ ବ୍ୟାରେଲ ଅଶୋଧିତ ତେଲ କମିଯିବ। ଏହାଦ୍ୱାରା ଦର ବଢ଼ିଯିବ। ଖବରକାଗଜ ଅଏଲପ୍ରାଇସ୍‌ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ଦୈନିକ ତେଲ ଯୋଗାଣର ଏକ ପଞ୍ଚମାଂଶ ଉକ୍ତ ଘଟଣା ଯୋଗୁ ପ୍ରଭାବିତ ହେବ। ଆରାମ୍‌କୋ ସର୍ବାଧିକ ତେଲ ଯୋଗାଣକାରୀଙ୍କ ମଧ୍ୟରେ ଅନ୍ୟତମ ଏବଂ ଅଶୋଧିତ ତେଲ ଯୋଗାଣରେ ଏହା ସର୍ବବୃହତ୍‌ କମ୍ପାନୀ। ବ୍ଲୁମ୍‌ବର୍ଗ ରିପୋର୍ଟ ଅନୁସାରେ କମ୍ପାନୀ ୨୦୧୮ରେ ୧୧୧ ବିଲିୟନ ଡଲାର ଲାଭ କରିଥିଲା। ଏହା ଆପଲ୍‌ ଓ ଗୁଗଲର ମୂଳ କମ୍ପାନୀ ଆଲ୍‌ଫାବେଟ୍‌ର ମୋଟ ବାର୍ଷିକ ଲାଭ ଠାରୁ ବହୁ ଅଧିକ। ଫୋବର୍‌ସ ରିପୋର୍ଟ ଅନୁସାରେ ୨୦୧୮ ପରିସଂଖ୍ୟାନ ଅନୁଯାୟୀ, ଆରାମ୍‌କୋ ବିଶ୍ୱରେ ସବୁଠାରୁ ଲାଭ କରିବାରେ ପ୍ରଥମ ସ୍ଥାନରେ ରହିଛି। ଏହା ୨୦୧୭ରେ ୧୦୦ ବିଲିୟନ ଡଲାର ଟିକସ ଦେଇଛି। ବିବିସିର ବିଜ୍‌ନେସ ଖବରଦାତା କ୍ୟାଟି ପ୍ରେସକଟ୍‌ କହିଛନ୍ତି ଯେ, ଅନ୍ତର୍ଜାତୀୟ ବଜାରରେ ସୌଦି ଆରବ ୧୦ ପ୍ରତିଶତ ତେଲ ଯୋଗାଇଥାଏ। ଯୋଗାଣ କମିବା ଅର୍ଥ ତେଲ ଦର ବଢ଼ିବ। ତୈଳ ଦର ଉପରେ ନଜର ରଖୁଥିବା ମର୍ନିଂଷ୍ଟାର ନିର୍ଦ୍ଦେଶକ ସ୍ୟାଣ୍ଡି ଫିଲ୍ଡନ କହିଛନ୍ତି, ସୋମବାର ବଜାର ଖୋଲିବା ମାତ୍ରେ ତେଲ ଦର ୩୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ ବୋଲି ଆଶା କରାଯାଉଛି। ଏହାର ପ୍ରଭାବ ତୁରନ୍ତ ଦେଖାଯିବ ନାହିଁ। ତେବେ ସପ୍ତାହେ ପରେ ଲୋକଙ୍କ ପକେଟ ଉପରେ ଏହାର ପ୍ରଭାବ ଅନୁଭୂତ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱୈତ ଭୋଟିଂ ବ୍ୟବସ୍ଥାରେ ନିଯୁକ୍ତ ହେବେ ସ୍ବାଧୀନ ନିର୍ଦ୍ଦେଶକ

ନୂଆଦିଲ୍ଲୀ,୨୯-୭: ଦେଶରେ କର୍ପୋରେଟ ଦୁର୍ନୀତି କ୍ରମାଗତ ବଢ଼ିଚାଲିଛି। ସେମାନେ ପାଣ୍ଠିର ଦୁରୁପଯୋଗ କରୁଥିବାର ବହୁ ଘଟଣାର ପର୍ଦ୍ଦାଫାଶ ହେବାରେ ଲାଗିଛି। ଇନ୍‌ଫ୍ରାଷ୍ଟ୍ରକ୍‌ଚର ଲିଜିଂ ଆଣ୍ଡ ଫାଇନାନ୍ସିଆଲ...

ହିରୋ ମୋଟୋକର୍ପକୁ ମିଳିଲା ବିଏସ-ଭିଆଇ ସାର୍ଟିଫିକେଟ୍‌

ନୂଆଦିଲ୍ଲୀ, ୧୧।୬: ବିଶ୍ୱର ବୃହତ୍ତମ ଦୁଇଚକିଆ ଯାନ ନିର୍ମାଣକାରୀ ସଂସ୍ଥା ହିରୋ ମୋଟୋକର୍ପ ପ୍ରଥମ ଦୁଇ ଚକିଆ ଯାନ ଭାବେ ବିଏସ-ଭିଆଇ ସାର୍ଟିଫିକେଟ ହାସଲ କରିଛି।...

ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଲେ ଏହି ବ୍ୟକ୍ତି

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଚେୟାରମ୍ୟାନ୍‌ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଲେ ଚାଇନାର ଓ୍ବାଟର କିଙ୍ଗ୍‌ ବ୍ୟବସାୟୀ ଝୋଙ୍ଗ ଶାନ୍‌ଶାନ। ଝୋଙ୍ଗ ଏବେ ଏସିଆର...

ଲକ୍ଷ୍ମୀ ବିଳାସ ବ୍ୟାଙ୍କ ବିରୋଧରେ ପିସିଏ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୯-୯: ରିଜର୍ଭ ବ୍ୟାଙ୍କ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ବିରୋଧରେ ପ୍ରମ୍ପଟ କରେକ୍ଟିଭ ଆକ୍ସନ(ପିସିଏ)କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବ୍ୟାଙ୍କର ନିର୍ଦ୍ଦେଶକଙ୍କ ବିରୋଧରେ ଠକେଇ ଅଭିଯୋଗ ଆସିବାରୁ ଏଭଳି...

କର୍ପୋରେଟ ଜାଲିଆତି ରୋକିବା ଉଦ୍ୟମ: ପରୀକ୍ଷା ଦେବେ କମ୍ପାନୀର ସ୍ବାଧୀନ ଡାଇରେକ୍ଟର

ନୂଆଦିଲ୍ଲୀ,୧୩-୬: ଏନ୍‌ଡିଏ ସରକାରଙ୍କ ଦ୍ୱିତୀୟ ପାଳିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଦେଶର କର୍ପୋରେଟ ଗଭର୍ନାନ୍ସ ସିଷ୍ଟମକୁ ବଦଳାଇବାକୁ ଉଦ୍ୟମ କରୁଛନ୍ତି। ନିଜର ପ୍ରଥମ କାର୍ଯ୍ୟକାଳ...

ଏମ୍‌ଏସ୍‌ଏମ୍‌ଇ ଅନ୍ତର୍ଜାତୀୟ ଟ୍ରେଡ ଫେୟାର ଆରମ୍ଭ;ଶିଳ୍ପ ପ୍ରତିଷ୍ଠା ଲାଗି ଯୁବ ଉଦ୍ୟୋଗୀଙ୍କୁ ଆହ୍ବାନ

ଭୁବନେଶ୍ୱର,୯-୧(ବ୍ୟୁରୋ): ବହୁ ପ୍ରାଚୀନ ସମୟରୁ ଓଡିଶା ଉଦ୍ୟୋଗ ବିକାଶକୁ ପ୍ରାଥମିକତା ଦେଇଆସିଛି। ପୂର୍ବ କାଳର ଏହି ଐତିହ୍ୟ ଏବେ କଳିଙ୍ଗ ଏବଂ ଉତ୍କଳ ବ୍ରାଣ୍ଡ ନାମରେ...

ଗଡ଼ିବ ପ୍ରାଇଭେଟ ମାଲ୍‌ବାହୀ ଟ୍ରେନ

ନୂଆଦିଲ୍ଲୀ,୨୭।୭: ଦେଶ ମଧ୍ୟରେ ଘରୋଇ ଯାତ୍ରୀବାହୀ ଟ୍ରେନ ଚଳାଇବା ଲାଗି ରେଲଓ୍ବେ ଯୋଜନାକୁ ବର୍ତ୍ତମାନ କାର୍ଯ୍ୟକାରୀ କରାଉଛି। ଏଭଳି ସ୍ଥିତିରେ ଘରୋଇ ବଜାରରେ ଘରୋଇ ମାଲ୍‌ବାହୀ...

ସହରାଞ୍ଚଳ ବେରୋଜଗାରୀ ହାର ହ୍ରାସ

ନୂଆଦିଲ୍ଲୀ,୨୪-୧୧: ଚଳିତ ବର୍ଷ ଜାନୁୟାରୀ ମାର୍ଚ୍ଚ ସମୟରେ ସହରାଞ୍ଚଳରେ ବେରୋଜଗାରୀ ହ୍ରାସ ଘଟିଥିବା ଜଣାପଡିଛି। ଏହି ସମୟରେ ବେରୋଜଗାରୀ ହାର ୯.୩% ରହିଛି, ଯାହା ୪...

Advertisement


Archives

Model This Week

Why Dharitri