Posted inଜାତୀୟ

ସୋସିଆଲ ମିଡିଆ-ଆଧାର ଲିଙ୍କ୍‌ ପାଇଁ ପ୍ରସ୍ତାବ ନାହିଁ

ନୂଆଦିଲ୍ଲୀ,୬ା୨(ପି.ଟି.): ସୋସିଆଲ ମିଡିଆ ୟୁଜର୍ସଙ୍କ ଆକାଉଣ୍ଟଗୁଡ଼ିକୁ ଆଧାର ସହ ସଂଯୋଗ କରିବା ପାଇଁ ସରକାରଙ୍କ କୌଣସି ପ୍ରସ୍ତାବ ନାହିଁ। କିନ୍ତୁ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡ଼ିକରେ ଫେକ୍‌ ନ୍ୟୁଜ୍‌ ଓ ପର୍ନୋଗ୍ରାଫିକୁ ରୋକିବା ଲାଗି ପଦକ୍ଷେପ ନିଆଯାଉଛି ବୋଲି ବୁଧବାର ଲୋକ ସଭାରେ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି।
ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ ନିମ୍ନ ସଦନରେ ପ୍ରଶ୍ନକାଳରେ କହିଛନ୍ତି, ପର୍ନୋଗ୍ରାଫି, ବିଶେଷକରି ଶିଶୁଙ୍କୁ ନେଇ ଚାଲିଥିବା ଅଶ୍ଳୀଳ ଚିତ୍ର ଏକ ଗମ୍ଭୀର ମାମଲା। ରିଭେଞ୍ଜ ପର୍ନ ମଧ୍ୟ ଦେଶରେ ବଢ଼ିବାରେ ଲାଗିଛି। ଏହା ଉପରେ ସମ୍ପୂର୍ଣ୍ଣ ଭାବେ ଅଙ୍କୁଶ ଲଗାଇବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଏଥିସହ ମିଥ୍ୟା ଖବର ଓ ଦେଶବିରୋଧୀ ବିଷୟ ଥିବା ପୋଷ୍ଟଗୁଡ଼ିକର ପ୍ରସାରକୁ ରୋକିବା ଲାଗି ସରକାର ଅନେକ ପଦକ୍ଷେପ ନେଇସାରିଲେଣି ବୋଲି ଏକ ପ୍ରଶ୍ନର ଲିଖିତ ଉତ୍ତରରେ ରବିଶଙ୍କର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶ ପାଇଁ ନୁହେଁ ବରଂ ବନ୍ଧୁମାନଙ୍କ ପାଇଁ କାର୍ଯ୍ୟ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି: ସୋନିଆ

ରାୟପୁର,୨୫।୨: ଛତିଶଗଡ଼ର ନୟା ରାୟପୁରରେ ଚାଲିଥିବା କଂଗ୍ରେସର ୮୫ତମ ପୂର୍ଣ୍ଣ ଅଧିବେଶନରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ସୋନିଆ ଗାନ୍ଧୀ। କେନ୍ଦ୍ର ସରକାର ଏବଂ ଆର୍‌ଏସ୍‌ଏସ୍‌...

ବେଜିଂରେ ଜୟଶଙ୍କର

ନୂଆଦିଲ୍ଲୀ, ୧୨ା୮: ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ରବିବାର ଚାଇନା ଗସ୍ତ କରିବା ସହ ବେଜିଂରେ ପହଞ୍ଚିଛନ୍ତି। ସେଠାରେ ସେ ଚାଇନା ପ୍ରତିପକ୍ଷ ଓ୍ବାଙ୍ଗ୍‌...

ଦୁର୍ଗାମଣ୍ଡପରେ ଆଜାନ ପରିବେଷଣକୁ ନେଇ ଆସିଲା ଅଭିଯୋଗ

କୋଲକାତା,୭।୧୦: କୋଲକାତାରେ ଆମେ ଅଲଗା ନୁହେଁର ଏକ ବାର୍ତ୍ତା ନେଇ ଆୟୋଜକମାନେ ଲୋକଙ୍କ ମଧ୍ୟରେ ସାମ୍ପ୍ରଦାୟିକ ସଦ୍‌ଭାବନା ଜାଗ୍ରତ କରିବା ପାଇଁ ନିଆରା ପଦକ୍ଷେପ ଆପଣାଇଛନ୍ତି।...

ଦିନେ ବଢିଲେ ଦିନେ କମୁଛି

ନୂଆଦିଲ୍ଲୀ,୧୭।୧୨: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନେ ବଢିଲେ ଦିନେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ...

ମିଠା ଜହରର ପ୍ରଭାବ: କମ୍‌ ବୟସରେ ବୁଢ଼ା ହେଉଛନ୍ତି ଲୋକେ…

ଗଢ଼ଓ୍ବା, ୨୫।୮: ଝାଡ଼ଖଣ୍ଡର ଗଢ଼ଓ୍ବା ଅଞ୍ଚଳରେ ମିଠା ଜହରର ପ୍ରଭାବରେ ଲୋକେ କମ୍‌ ବୟସରେ ବୁଢ଼ା ହେବାରେ ଲାଗିଛନ୍ତି। ପାଣିରେ ଫ୍ଲୋରାଇଡ୍‌ର ମାତ୍ର ଅଧିକ ଥିବାରୁ...

କୋହଳ ହେଲା କରୋନା ନିୟମ

ନୂଆଦିଲ୍ଲୀ,୨୭।୧: କୋଭିଡ୍‌ ସଂକ୍ରମଣ ବଢୁଥିବା ନେଇ ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁ ଲାଗୁ କରାଯାଇଥିଲା। ତେବେ ରାଜ୍ୟରେ ସଂକ୍ରମଣ ହାର କମୁଥିବା ବେଳେ ଦିଲ୍ଲୀ ସରକାର କର୍ଫ୍ୟୁ...

୩୦ ବର୍ଷ ପରେ ଲାଲ ଚୌକରେ ଉଡ଼ିଲା ତ୍ରୀରଙ୍ଗା

ଶ୍ରୀନଗର,୨୬।୧: ଲାଲ ଚୌକରେ ଥିବା ଐତିହାସିକ କ୍ଲକ୍‌ ଟାଓ୍ବାରରେ ୩୦ ବର୍ଷ ପରେ ବୁଧବାର ଉଡ଼ିଛି ତୀରଙ୍ଗା। ଭେଟେରାନ ଭାଜପା ନେତା ମୁରଲି ମନୋହର ଯୋଶି...

କିଛିଦିନ ପାଇଁ ବନ୍ଦ ହେଲା ଆଇଆଇଟି ମାଡ୍ରାସ

ଚେନ୍ନାଇ,୧୫ ।୧୨: ଭାରତୀୟ ପ୍ରାଦ୍ୟୋଗିକି ସଂସ୍ଥାନ(ଆଇଆଇଟି) ମାଡ୍ରାସକୁ କିଛିଦିନ ପାଇଁ ବନ୍ଦ କରି ଦିଆଯାଇଛି । ଏଠାରେ ୧୦୦ରୁ ଅଧିକ ବିଦ୍ୟାର୍ଥୀ କରୋନାରେ ପୀଡ଼ିତ ହେବା...

Advertisement
Archives

Model This Week