ବ୍ରହ୍ମପୁର ଅଫିସ,୪ା୧୦- ପ୍ରତିଶ୍ରୁତି ପୂରିବାକୁ ଯାଉଛି ୪ ମାସ । ତଥାପି ବିସିସି (ବ୍ରହ୍ମପୁର ସମବାୟ କେନ୍ଦ୍ର) ବ୍ୟାଙ୍କରେ ସୋସାଇଟି ସମ୍ପାଦକଙ୍କୁ ମିଳୁନି ନିଯୁକ୍ତି। ସୂଚନାଯୋଗ୍ୟ, ଏହି ବ୍ୟାଙ୍କ ଅଧୀନ ଗଞ୍ଜାମ ଓ ଗଜପତି ଜିଲାରେ ୨୫୫ ପ୍ରାଥମିକ ସେବା ସମବାୟ ସମିତି (ସୋସାଇଟି) ରହିଛି। ଦୀର୍ଘବର୍ଷରୁ କାର୍ଯ୍ୟରତ ସମ୍ପାଦକମାନଙ୍କୁ ବ୍ୟାଙ୍କ କର୍ମଚାରୀ କରିବା ପାଇଁ ବସିସି ବ୍ୟାଙ୍କ ସମ୍ପାଦକ ସଂଘ ଦାବି କରୁଛି ା ଏହା ପୂରଣ ଲାଗି ବହୁବାର ଆନ୍ଦୋଳନ ମଧ୍ୟ ହୋଇଛି। ଜୁଲାଇ ୭ରେ ବ୍ୟାଙ୍କ ବ୍ରହ୍ମପୁର ମୁଖ୍ୟାଳୟ ଆଗରେ ଗଣଧାରଣା ଦିଆଯାଇଥିଲା। ଆନ୍ଦୋଳନ ତୀବ୍ର ହେବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଓ ସଂଘ କର୍ମକର୍ତ୍ତାଙ୍କ ମଧ୍ୟରେ ଦ୍ୱି-ପାକ୍ଷିକ ଆଲୋଚନା କରାଯାଇଥିଲା ।
ଦାବି ପୂରଣ ନିମନ୍ତେ ପ୍ରତିଶ୍ରୁତି ମିଳିବାରୁ ଆନ୍ଦୋଳନ ସ୍ଥଗିତ ରହିଛି । ସମ୍ପାଦକ ସଂଘର ଦାବି ଗ୍ରହଣ କରି ରାଜ୍ୟ ସମବାୟ ନିବନ୍ଧକ ୨୦୧୮ ଜୁଲାଇ ୫ରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ବ୍ୟାଙ୍କରେ ଖାଲି ପଡ଼ିଥିବା ପଦବୀ ମଧ୍ୟରୁ ୩୦% ବ୍ୟାଙ୍କିଙ୍ଗ୍ ଆସିଷ୍ଟାଣ୍ଟ ଭାବେ ସୋସାଇଟି ସମ୍ପାଦକଙ୍କୁ ନିଯୁକ୍ତି ଦେବାକୁ ସେଥିରେ ଦର୍ଶାଇଥିଲେ। ଏହାର ବର୍ଷେ ବିତିବା ପରେ ବି ପଦକ୍ଷେପ ନିଆଯାଇ ନ ଥିବାରୁ ୨୦୧୯ ଜୁଲାଇ ୭ରେ ପୁଣି ଆନ୍ଦୋଳନ କରାଗଲା। ସେହି ମାସ ୧୯ରେ ବ୍ୟାଙ୍କ ପରିଚାଳନା ବୋର୍ଡ ବୈଠକ ଅନୁଷ୍ଠିତ ହୋଇ ସମ୍ପାଦକମାନଙ୍କ ବରିଷ୍ଠତା ଓ ଶିକ୍ଷାଗତ ଯୋଗ୍ୟତାକୁ ଭିତ୍ତିକରି ନିଯୁକ୍ତି ଦିଆଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେହି ପ୍ରକାରେ ଏକ ଚୟନ କମିଟି ଗଠନ କରାଯାଇଛି। ବ୍ରହ୍ମପୁର ଡିଭିଜନ ସମବାୟ ଉପନିବନ୍ଧକ କମିଟି ଅଧ୍ୟକ୍ଷ ଥିବା ବେଳେ ବ୍ୟାଙ୍କ ପରିସରଭୁକ୍ତ ବ୍ରହ୍ମପୁର, ଛତ୍ରପୁର ଓ ପାରଳାଖେମୁଣ୍ଡି ସହକାରୀ ସମବାୟ ନିବନ୍ଧକ ସଦସ୍ୟ ଅଛନ୍ତି । ବିସିସି ବ୍ୟାଙ୍କ ସମ୍ପାଦକ ଚୟନ କମିଟି ଆବାହକ ତଥା ସଦସ୍ୟ ସମ୍ପାଦକ ହୋଇଛନ୍ତି। ବିସିସି ବ୍ୟାଙ୍କ ପକ୍ଷରୁ ମିଳିଥିବା ସୂଚନାନୁସାରେ, ପରିଚାଳନା ବୋର୍ଡ ନିଷ୍ପତ୍ତି ପ୍ରକାରେ ସୋସାଇଟି ସମ୍ପାଦକଙ୍କ ଗ୍ରେଡେସନ ତାଲିକା ପ୍ରସ୍ତୁତ କରି କମିଟି ଅଧ୍ୟକ୍ଷ ତଥା ଉପନିବନ୍ଧକଙ୍କୁ ୩ ମାସ ତଳେ ପଠାଇ ଦିଆଯାଇଛି । ଅନୁଧ୍ୟାନ ପରେ ଉପ ନିବନ୍ଧକଙ୍କ ଅନୁମୋଦନ ପାଇଁ ରାଜ୍ୟ ସମବାୟ ନିବନ୍ଧକଙ୍କ ନିକଟକୁ ପଠାଇଛନ୍ତି। ଅନୁମୋଦନ ମିଳିବା ପରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଅପରପକ୍ଷରେ ପ୍ରତିଶ୍ରୁତିର ୪ ମାସ ବିତିବାକୁ ଯାଉଥିବା ବେଳେ ନିଯୁକ୍ତି ବିଳମ୍ବ ହେଉଥିବାରୁ ବ୍ୟାଙ୍କ ସମ୍ପାଦକ ସଂଘ ଅସନ୍ତୋଷ ପ୍ରକାଶ କରିଛି। ସୂଚନାଯୋଗ୍ୟ, ଶତାଧିକ ବର୍ଷର ଏହି ବିସିସି ବ୍ୟାଙ୍କ ବ୍ରହ୍ମପୁର ମୁଖ୍ୟାଳୟ ସମେତ ଗଞ୍ଜାମ ଓ ଗଜପତି ଜିଲାରେ ୨୩ ଶାଖା ବ୍ୟାଙ୍କ ରହିଛି। ସବୁବର୍ଷ କୋଟି କୋଟି ଟଙ୍କା ଚାଷୀଙ୍କୁ କୃଷି ଋଣ ଦିଆଯାଉଛି ା ଆଦାୟକୁ ମଧ୍ୟ କଡ଼ାକଡ଼ି କରାଯାଉଛି। ମଞ୍ଜୁରୀପ୍ରାପ୍ତ ବିଭିନ୍ନ ବର୍ଗର ୨୭୩ କର୍ମଚାରୀ ଆବଶ୍ୟକସ୍ଥଳେ ଏବେ ୧୨୮ ଜଣ ଅଛନ୍ତି।
ଏହି ବୃହତ୍ତମ ସମବାୟ ବ୍ୟାଙ୍କରେ ୧୪୫ ପଦ ଖାଲି ପଡ଼ିଥିବାରୁ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ନିଯୁକ୍ତି କ୍ଷେତ୍ରରେ ସରକାରୀ କଟକଣା ରହିଛି। ତେଣୁ ପଦବୀପୂରଣ ହୋଇପାରୁ ନ ଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ତଥା ପରିଚାଳନା ବୋର୍ଡ ପକ୍ଷରୁ ସଫେଇ ଦିଆଯାଇଛି। ଅତ୍ୟାବଶ୍ୟକ କ୍ଷେତ୍ରରେ କେତେକ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଠିକା ଭିତ୍ତିରେ ନିୟୋଜିତ କରାଯାଇଥିବା କୁହାଯାଇଛି ।
ବ୍ୟାଙ୍କରେ କର୍ମଚାରୀ ମରୁଡ଼ି ଲାଗି ରହିଥିବା ବେଳେ ସୋସାଇଟି ସମ୍ପାଦକଙ୍କୁ ବ୍ୟାଙ୍କିଙ୍ଗ୍ ଆସିଷ୍ଟାଣ୍ଟ ଭାବେ ନିଯୁକ୍ତି ପ୍ରକ୍ରିୟା ବିଳମ୍ବ ହେଉଥିବା ଉଦ୍ବେଗର କାରଣ ହୋଇଛି।
Posted inଆମ ଜିଲା ଖବର, ଗଞ୍ଜାମ View All

କରୋନା ନେଲା ମା’ପୁଅଙ୍କ ଜୀବନ
ଲଇକେରା,୧୭ା୫: କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଝାରସୁଗୁଡ଼ା ଜିଲା ଲଇକେରା ବ୍ଲକର ମା’ପୁଅଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବ୍ଲକ ମୁଖ୍ୟାଳୟର ମା’ ବୁଇ...

ଟେଲାପାଲି ସେବାଶ୍ରମ ନୂତନ ଶ୍ରେଣୀଗୃହ କାମ ସରୁନି: ବାରଣ୍ଡାରେ ପଢୁଛନ୍ତି ଛାତ୍ରୀଛାତ୍ର
ଫିରିଙ୍ଗିଆ, ୨୧ା୮- ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି କି ପ୍ରାଥମିକ ଶିକ୍ଷାରୁ କେହି ବଞ୍ଚିତ ହେବେ ନାହିଁ। କିନ୍ତୁ ଭିତ୍ତିଭୂମିକୁ ଅଣଦେଖା କରାଯାଉଛି। ପିଲାମାନେ ପଢ଼ିବାକୁ...

ଚିଲିକା ଉପକୂଳ ବେଆଇନ ମାଛଘେରି ଭଙ୍ଗା କାର୍ଯ୍ୟ ଆରମ୍ଭ
ଖୋର୍ଦ୍ଧା ଅଫିସ,୨୩।୧: ଖୋର୍ଦ୍ଧା କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ଚିଲିକା ଉପକୂଳରେ ଥିବା ବେଆଇନ ମାଛ ଘେରି ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି। ଖୋର୍ଦ୍ଧା ଉପଜିଲାପାଳଙ୍କ...

ପଢ଼ି ହେଉନି କାନ୍ଥ କାହାଣୀ: ନିରାଶ ହେବେ ଭକ୍ତ, ପର୍ଯ୍ୟଟକ
ପୁରୀ ଅଫିସ,୧୩।୭କେନ୍ଦ୍ର ସରକାରଙ୍କ ଆଇକନ ସିଟି ତାଲିକାରେ ସ୍ଥାନ ପାଇଛି ଓଡ଼ିଶାର ଆଧ୍ୟାତ୍ମିକ ସହର ପୁରୀ। ଏଠାରେ ରହିଛି ବହୁ ପୁରାତନ ମଠ, ମନ୍ଦିର ଓ...

ଶତ୍ରୁତାକୁ ନେଇ ପୋଲ ତଳକୁ ଠେଲିଦେଇଥିଲେ
ଦେବଗଡ଼,୨୮ା୫: ଦେବଗଡ଼ ଥାନା ଅଧୀନ ଶୁଳିଆ ପୋଲତଳୁ ମୁମୂର୍ଷୁ ଅବସ୍ଥାରେ ଜଣେ ଯୁବକଙ୍କୁ ୨୩ ତାରିଖରେ ଉଦ୍ଧାର କରାଯାଇଥିଲା। ପରେ ତାଙ୍କର ମୃତ୍ୟୁ ଘଟିଥିଲା। ସେ...

ଜେରିଆଟିକ ୱାର୍ଡରେ ତାଲା: ବୟସ୍କ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ
ଅନୁଗୋଳ ଅଫିସ, ୧୧।୧୦-ବୟସ୍କ ରୋଗୀ ବା ବରିଷ୍ଠ ନାଗରିକଙ୍କ ଚିକିତ୍ସା ପାଇଁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜେରିଆଟିକ ୱାର୍ଡ ଖୋଲାଯାଇଛି। କିନ୍ତୁ ଗତ ସପ୍ତାହେ...

ନୂଆଁଖାଇ ପାଇଁ ସମ୍ବଲପୁରରେ ହଟିଲା ସପ୍ତାହାନ୍ତ ଶଟ୍ଡାଉନ୍ କଟକଣା: ୩ ଦିନ ପାଇଁ ନିୟମ ବାତିଲ
ସମ୍ବଲପୁର,୧୧।୮(ବ୍ୟୁରୋ): ବଦଳିଲା ଶଟ୍ଡାଉନ୍ ନିୟମ। ଅଗଷ୍ଟ ୧୫ ସ୍ବାଧୀନତା ଦିବସ ଏବଂ ଅଗଷ୍ଟ ୨୩ ନୂଆଁଖାଇରେ ଶଟ୍ଡାଉନ୍ ହେବନାହିଁ ସମ୍ବଲପୁର। ଏହାକୁ ନେଇ ୩ ଦିନ...

ଭାଇଚାରା ସୃଷ୍ଟି କରେ ଝୋଡ଼ିଆ ପରଜାଙ୍କ ପୁଷ୍ ପରବ
ଟିକିରି,୨୪ ।୧(ଡି.ଏନ୍.ଏ.) ରାୟଗଡା ଜିଲା କାଶୀପୁର ବ୍ଲକ ଝୋଡ଼ିଆ ପରଜାଙ୍କ ନିଆରା ପରବ ପୁଷ୍ ପରବ ଶେଷ ହୋଇଛି। ଏହା ସେମାନେ ପରମ୍ପରା ଅନୁଯାୟୀ ବିଶ୍ୱାସର...